Wednesday, April 8, 2026 05:04 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

କଳାହାଣ୍ଡି ବିକାଶର ନୂଆ ଅଧ୍ୟାୟ

ଇନ୍ଦ୍ରାବତୀ ମେଗା ଉଠାଜଳସେଚନ ପ୍ରକଳ୍ପ ଲୋକାର୍ପିତ

by Our Correspondent
14 Jan, 2021- 02:58 PM
in Latest News, News
1 min read
0
କଳାହାଣ୍ଡି ବିକାଶର ନୂଆ ଅଧ୍ୟାୟ

୨୦୮୫ କୋଟିର ୧୦୬ ପ୍ରକଳ୍ପ ଭେଟି ଦେଲେ ମୁଖ୍ୟମନ୍ତ୍ରୀ

ମଙ୍ଗଳପୁର/ଭୁବନେଶ୍ୱର: ଭୋକର ଭୂଗୋଳରୁ ସବୁଜ ସଫଳ କଳାହାଣ୍ଡି । ବହୁ ପ୍ରତୀକ୍ଷିତ ଅପର୍ ଇନ୍ଦ୍ରାବତୀ ବହୁମୁଖୀ ଜଳସେଚନ ପ୍ରକଳ୍ପ ସମେତ କଳାହାଣ୍ଡିକୁ ୨୦୮୫ କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କଳାହାଣ୍ଡି ବିକାଶରେ ନୂଆ କାହାଣୀ ଯୋଡିଛନ୍ତି । କଳାହାଣ୍ଡି ଗରିବୀର ପରୀକ୍ଷାଗାର ନୁହେଁ, ଆଜି ବିକାଶର ମଡ଼େଲ ହୋଇଛି । ଭୋକର ଭୂଗୋଳ ଆଜି ଭାତହାଣ୍ଡି ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଇନ୍ଦ୍ରାବତୀ ଉଠାଜଳସେଚନ ପ୍ରକଳ୍ପକୁ ଉଦଘାଟନ କରିବା ଅବସରରେ ମୁଖ୍ୟମନ୍ତ୍ରୀ ତାଙ୍କ ଉଦବୋଧନରେ କଳାହାଣ୍ଡି ବିକାଶର ସବୁ ଶ୍ରେୟ ଇନ୍ଦ୍ରାବତୀ ନଦୀକୁ ଦେଇଥିଲେ । ମା’ ଇନ୍ଦ୍ରାବତୀର ଅବଦାନକୁ ସମ୍ମାନ ଜଣାଇ ଏଠାରେ ମ୍ୟୁଜିୟମ ଓ ଉଦ୍ୟାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ଉଦ୍ୟାନ ମଧ୍ୟରେ ଇନ୍ଦ୍ରାବତୀଙ୍କ ମନ୍ଦିର ନିର୍ମାଣ କରାଯିବ ଏବଂ ଇନ୍ଦ୍ରାବତୀ ମ୍ୟୁଜିୟମ୍ କଳାହାଣ୍ଡିର ବିକାଶ କାହାଣୀ ସାରା ବିଶ୍ୱକୁ କହିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

‘ଇନ୍ଦ୍ରାବତୀ କେବଳ ନଦୀ ନୁହେଁ । ଆମର ମା କଳାହାଣ୍ଡିର ଜୀବନ ରେଖା । ଇନ୍ଦ୍ରାବତୀର ଟୋପାଏ ବି ପାଣିକୁ ନଷ୍ଟ କରିବା ନାହିଁ । ଇନ୍ଦ୍ରାବତୀର ପ୍ରତିଟି ଜଳବିନ୍ଦୁକୁ କଳାହାଣ୍ଡିର ବିକାଶରେ ଲଗାଇବା । ଆମର ଭବିଷ୍ୟତ ବଂଶଧର ପାଇଁ ସଂରକ୍ଷିତ କରିବା ପାଇଁ ସଂକଳ୍ପ ନେବା’ ବୋଲି ଚାଷୀମାନଙ୍କୁ ଆହ୍ୱାନ ଦେଇଥିଲେ ମୁଖ୍ୟମନ୍ତ୍ରୀ ।

କଳାହାଣ୍ଡି ଜୟପାଟଣା ବ୍ଲକ୍ ଅନ୍ତର୍ଗତ କନକପୁର ଅସ୍ଥାୟୀ ହେଲିପ୍ୟାଡ୍ ରେ ମୁଖ୍ୟମନ୍ତ୍ରୀ ଦିନ ୧୧.୩୦ ମିନିଟ୍ ରେ ଅବତରଣ କରିବା ପରେ ମଙ୍ଗଳପୁର ଅପର ଇନ୍ଦ୍ରାବତୀ ପମ୍ପ ହାଉସ ଆଗରେ ଆୟୋଜିତ ଉତ୍ସବସ୍ଥଳକୁ ଆସିଥିଲେ । ମୁଖ୍ୟମନ୍ତ୍ରୀ ସୁଇଚ୍ ଟିପି ଇନ୍ଦ୍ରାବତୀ ଉଠାଜଳସେଚନ ପ୍ରକଳ୍ପକୁ ଲୋକାର୍ପିତ କରିବା ସହ ୧୦୬୪ କୋଟି ୮୬ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ୫୪ ପ୍ରକଳ୍ପର ଉଦଘାଟନ ଏବଂ ୧୦୨୦ କୋଟି ବ୍ୟୟରେ ୫୨ ପ୍ରକଳ୍ପର ଶୁଭାରମ୍ଭ କରିଥିଲେ ।

ଜଳସମ୍ପଦ ବିଭାଗର ପ୍ରମୁଖ ସଚିବ ଶ୍ରୀମତୀ ଅନୁ ଗର୍ଗ ତାଙ୍କ ସ୍ୱାଗତ ଭାଷଣରେ ଅପର୍ ଇନ୍ଦ୍ରାବତୀ ଉଠାଜଳସେଚନ ପ୍ରକଳ୍ପ ସମ୍ପର୍କରେ ବିସ୍ତୃତ ସୂଚନା ଦେଇଥିଲେ । ୯୮୬.୭୧ କୋଟି ଟଙ୍କାରେ ନିର୍ମିତ ଏହି ପ୍ରକଳ୍ପ ଖୁବ୍ କମ୍ ସମୟ ଅର୍ଥାତ ୫ ବର୍ଷରେ କାର୍ଯ୍ୟକ୍ଷମ ହୋଇପାରିଛି । ଏହାଦ୍ୱାରା ୨୫, ୨୭୫ ହେକ୍ଟର ଜମିରେ ଜଳସେଚନ ସୁବିଧା ହୋଇପାରିବ । ୩ ଲକ୍ଷରୁ ଉଦ୍ଧ୍ୱର୍ ଚାଷୀ ଉପକୃତ ହେବେ । ଅତ୍ୟାଧୁନିକ ଜ୍ଞାନକୌଶଳର ବ୍ୟବହାର ହୋଇଥିବା ଏହି ପ୍ରକଳ୍ପରେ ୪୩.୨୬ କିଲୋମିଟର କଂକ୍ରିଟ୍ କେନାଲ୍ ହୋଇଥିବା ବେଳେ ୧୧୪୨ କିଲୋମିଟର ଭୂତଳ ପାଇପ୍ ଲାଇନ କରାଯାଇଛି । ଉକ୍ତ ପ୍ରକଳ୍ପକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଦର୍ଶାଇ କଳାହାଣ୍ଡି ଆଜି ବିକାଶପଥରେ ବୋଲି ଶ୍ରୀମତୀ ଗର୍ଗ କହିଥିଲେ ।

ଆୟୋଜିତ ସଭାରେ ଶକ୍ତିମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର, ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ, ଶିଶୁ ଓ ମହିଳା ବିକାଶ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ଭାଷଣ ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ (୫-ଟି) ଭି.କେ.ପାଣ୍ଡିଆନ୍ ଉପସ୍ଥିତ ଥିଲେ ।

ମୁଖ୍ୟମନ୍ତ୍ରୀଙ୍କ ଏହି ସରକାରୀ ସଭାକୁ ସଫଳ କରିବା ପାଇଁ ବ୍ୟାପକ ପ୍ରସ୍ତୁତି ହୋଇଥିଲା । ୭୧ ମନ୍ତ୍ରୀ, ବିଧାୟକ ଓ ସାଂସଦ ମୁଖ୍ୟମନ୍ତ୍ରୀଙ୍କ ସଭାସ୍ଥଳ ଓ ବିଭିନ୍ନ ପଞ୍ଚାୟତରେ ଉପସ୍ଥିତ ଥିଲେ । ଜିଲ୍ଲାର ସବୁ ପଞ୍ଚାୟତରେ ମୁଖ୍ୟମନ୍ତ୍ରୀଙ୍କ ଭାଷଣକୁ ଏଲଇଡି ଜରିଆରେ ଲାଇଭ୍ ପ୍ରଦର୍ଶିତ କରାଯାଇଥିଲା ।

ସୂଚନାଥାଉକି, କୋଭିଡ୍ ପରେ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜିଲ୍ଲାଗସ୍ତରେ କଳାହାଣ୍ଡି ଆସି ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବା ସହ ଜନସାଧାରଣଙ୍କୁ ସମ୍ବୋଧିତ କରିଥିଲେ ।

ବିଜୁବାବୁଙ୍କ କଳାହାଣ୍ଡି ସମ୍ପର୍କର ସ୍ମୃତିଚାରଣ କଲେ ନବୀନ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ମଙ୍ଗଳପୁର ସଭାରେ ତାଙ୍କ ବାପା ବିଜୁବାବୁଙ୍କ କଳାହାଣ୍ଡି ସହିତ ସମ୍ପର୍କର ଏକ ସ୍ମୃତିଚାରଣ କରିଥିଲେ । ନବୀନ କହିଥିଲେ, ନବେ ଦଶକରେ ବିଜୁବାବୁ ମୁଖ୍ୟମନ୍ତ୍ରୀ ଥିବାବେଳେ ଭବାନୀପାଟଣା ଗସ୍ତ ସମୟରେ କିଛି ପିଲା ତାଙ୍କ ଉପରକୁ ପଥର ମାଡ କରିଥିଲେ। ବିଜୁ ବାବୁ ତାଙ୍କ ବିଶାଳ ହୃଦୟରେ ସେହି ପିଲାମାନଙ୍କୁ କ୍ଷମା କରିଥିଲେ। ପରେ ତାଙ୍କ ପୁଅ ଭାବରେ ମୁଁ ଯେତେବେଳେ ଏ ବିଷୟରେ ତାଙ୍କୁ ପଚାରିଥିଲି, ବିଜୁ ବାବୁ କହିଥିଲେ ‘ Nothing to be worried. କଳାହାଣ୍ଡିବାସୀ ମୋତେ ବହୁତ ଭଲ ପାଆନ୍ତି । ମୁଁ ମଧ୍ୟ କଳାହାଣ୍ଡିକୁ ବହୁତ ଭଲ ପାଏ । କଳାହାଣ୍ଡି ମାଟିରେ ମୋର ଯେତିରି ବିନ୍ଦୁ ରକ୍ତ ପଡିଛି, କଳାହାଣ୍ଡିର ବିକାଶ ପାଇଁ ମୁଁ ତାର ୧୦ ଗୁଣ ଅଧିକ ପରିଶ୍ରମ କରିବି ।’

୨୦୦୦ ମସିହାରେ ମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ବ ଗ୍ରହଣ କରିବା ସମୟର ସ୍ମୃତି ଚାରଣ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଓଡିଶା ମା’ର ସେବା ପାଇଁ ମୁଁ ଯେତେବେଳେ ସୁଯୋଗ ପାଇଲି, ସେତେବେଳେ ବିଜୁ ବାବୁଙ୍କର ଏହି କଥା ମୋ ମନକୁ ବାରମ୍ବାର ଆସୁଥିଲା ଏବଂ କଳାହାଣ୍ଡିର ବିକାଶ ପାଇଁ ମୋତେ ମାର୍ଗ ଦେଖାଉଥିଲା। ଏ ଭିତରେ କଳାହାଣ୍ଡିର ଛବି ଉଜ୍ଜଳ ହୋଇଛି । ନୂଆ ଓଡିଶା ପାଇଁ ବାଟ ଦେଖାଇଛି।

Previous Post

କଳାହାଣ୍ଡିରେ ମୁଖ୍ୟମନ୍ତ୍ରୀଙ୍କ ଅଧଘଣ୍ଟିଆ କାର୍ଯ୍ୟକ୍ରମ

Next Post

ନବୀନ ନମ୍ବର ୱାନ୍ ମୁଖ୍ୟମନ୍ତ୍ରୀ

Next Post
ନବୀନ ନମ୍ବର ୱାନ୍ ମୁଖ୍ୟମନ୍ତ୍ରୀ

ନବୀନ ନମ୍ବର ୱାନ୍ ମୁଖ୍ୟମନ୍ତ୍ରୀ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19180 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5814 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA