ଭୁବନେଶ୍ୱର: ରୋମ୍ ଗସ୍ତ ସାରି ଦୁବାଇରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରୋମ୍ ବିମାନବନ୍ଦରରେ ମୁଖ୍ୟମନ୍ତ୍ରୀଙ୍କୁ ବିଦାୟ ସମ୍ବର୍ଦ୍ଧନା ଜଣାଇଥିଲେ ଭାରତୀୟ ରାଷ୍ଟ୍ରଦୂତ ଡ. ନୀନା ମାଲହୋତ୍ରା ।

ଦୁବାଇରେ ୨୯ ତାରିଖ ଦିନ ଓଡ଼ିଶା ଇନଭେଷ୍ଟର୍ସ ମିଟ୍ ଏବଂ ପ୍ରବାସୀ ଓଡ଼ିଆଙ୍କ ସହ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଏଥିପାଇଁ ଦୁବାଇ ସହରର ରାସ୍ତାଘାଟରେ ବଡ଼ ବଡ଼ ହୋର୍ଡିଂ ଲାଗିଛି । ମୁଖ୍ୟମନ୍ତ୍ରୀଙ୍କ ସହ କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ଓଡ଼ିଶାରୁ ଆଉ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଦୁବାଇ ଯାତ୍ରା କରୁଛନ୍ତି ।
ଏହି ପ୍ରତିନିଧି ଦଳରେ ଖାଦ୍ୟ ଯୋଗାଣ ଓ ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଏବଂ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଧାୟକ ଦେବୀ ପ୍ରସାଦ ମିଶ୍ର ସାମିଲ ହୋଇଛନ୍ତି । ଆଜି ଅପରାହ୍ନରେ ଏମାନେ ଦିଲ୍ଲୀରୁ ଦୁବାଇ ଅଭିମୁଖେ ଯାତ୍ରା କରିବେ । ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଦିବ୍ୟଶଙ୍କର ମିଶ୍ର ମଧ୍ୟ ଦୁବାଇ ଯାଉଥିବା ଜଣାପଡ଼ିଛି । ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଶିଳ୍ପ ସଚିବ ହେମନ୍ତ ଶର୍ମା ଦୁବାଇ ସମ୍ମିଳନୀରେ ଯୋଗଦେବେ ।








