ଭୁବନେଶ୍ୱର: ନିର୍ବାଚନ ପ୍ରଚାରର ବ୍ୟସ୍ତତାରୁ ମୁକ୍ତି ପାଇବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁସ୍ତକ ପଢ଼ିବାକୁ ଆଗ୍ରହ ପ୍ରକାଶ କରିଛନ୍ତି । ଏଥିପାଇଁ ସେ ନିଜେ ଦୋକାନକୁ ଯାଇ ତାଙ୍କ ମନ ପସନ୍ଦର ପୁସ୍ତକ କିଣିଛନ୍ତି । ଆଜି ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱରର ମାଷ୍ଟରକ୍ୟାଣ୍ଟିନ୍ ଛକରେ ଥିବା ମଡର୍ଣ୍ଣ ବୁକ୍ ଡିପୋକୁ ପୁସ୍ତକ କିଣିବା ପାଇଁ ଆସିଥିଲେ । ସେଠାରେ ଖୋଜି ଖୋଜି ଦୁଇଟି ବହି ଧରିଥିଲେ । ଗୋଟିଏ ହେଉଛି ‘ସିକ୍ରେଟସ୍ ଅଫ ଶିମିଳିପାଳ’ ଏବଂ ଅନ୍ୟଟି ‘ଆରିଏନ୍ସ’ । ଏହି ଦୁଇ ପୁସ୍ତକର ମୂଲ୍ୟ ବାବଦ ୨ ହଜାର ୫୦୦ ଟଙ୍କା ମୁଖ୍ୟମନ୍ତ୍ରୀ ନିଜେ ପୈଠ କରିଥିଲେ । ବହି କିଣି ସାରିଲା ପରେ ଗୋଟେ ଛୋଟ ଝିଅ ସହ ମଧ୍ୟ ସେଲଫି ନେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ସହ କାର୍ତ୍ତିକ ପାଣ୍ଡିଆନ୍ ଥିଲେ ।








