Tuesday, March 10, 2026 10:34 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

୧୮ରୁ କଂଗ୍ରେସର ସଂକଳ୍ପ ପଦଯାତ୍ରା ଦାୟିତ୍ୱ

by Our Correspondent
16 Feb, 2025- 09:27 PM
in Latest News, News, Politics
1 min read
0
୧୮ରୁ କଂଗ୍ରେସର ସଂକଳ୍ପ ପଦଯାତ୍ରା ଦାୟିତ୍ୱ

ଭୁବନେଶ୍ୱର: ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସଂକଳ୍ପ ପଦଯାତ୍ରା କମିଟିର ଅଧ୍ୟକ୍ଷ ତଥା ପୂର୍ବତନ ବିଧାୟକ ଡ଼ ଦେବାଶିଷ ପଟ୍ଟନାୟକ କହିଥିଲେ ଯେ ନୂତନ ପିସିସି ସଭାପତି ଭକ୍ତ ଚରଣ ଦାସ ଦାୟିତ୍ୱ ନେବା ପୂର୍ବରୁ ଭୁବନେଶ୍ୱର ରୁ ପୁରୀ ପଦଯାତ୍ରା କରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରି  ଆଶିର୍ବାଦ ଭିକ୍ଷା କରି ନୂତନ  ପିସିସି ସଭାପତି ରୂପେ ଦାୟିତ୍ୱ ଗ୍ରହଣ କରିବେ। କୌଣସି ରାଜନୈତିକ ଦଳ ର  ସଭାପତି ଦାୟିତ୍ୱ ନେବା ପୂର୍ବରୁ ପଦଯାତ୍ରା କରି ମହାପ୍ରଭୁଙ୍କ ଆଶିର୍ବାଦ ଆଣି ଦାୟିତ୍ୱ ଗ୍ରହଣ କରିନାହାଁନ୍ତି। ଏହା ଏକ ଐତିହାସିକ ପଦଯାତ୍ରା ହେବ ବୋଲି ସେ କହିଛନ୍ତି।

ସଂକଳ୍ପ ପଦଯାତ୍ରା ଆସନ୍ତା ୧୮ ତାରିଖ ମଙ୍ଗଳବାର ଦିନ ୧୦ ରୁ ବାହାରି ଶିଶୁଭବନ, ରାଜମହଲ, କଳ୍ପନା, ରବି ଟକିଜ୍ ଦେଇ ଲିଙ୍ଗିପୂର ଠାରେ ଦିନ ୧ ଟାରେ ପହଞ୍ଚିବା। ମଧ୍ୟାହ୍ନ ଭୋଜନ ବିରତ ପରେ ସେଠାରୁ ପଦଯାତ୍ରା ପୁନର୍ବାର ଆରମ୍ଭ ହୋଇ ପିପିଲି ଠାରେ ପହଞ୍ଚି ରାତ୍ରି ଯାପନ କରିବେ। ୧୯ ତାରିଖ ସକାଳ ୭ ଟା ରେ ସଂକଳ୍ପ ପଦଯାତ୍ରା ପିପିଲି ଠାରୁ ଆରମ୍ଭ ହୋଇ ତେଇସିପୂର ଠାରେ ପହଞ୍ଚିବ, ମଧ୍ୟାହ୍ନ ଭୋଜନ ଓ ବିରତି ପରେ ପୁନର୍ବାର ପଦଯାତ୍ରା ଆରମ୍ଭ ହୋଇ ଚନ୍ଦନପୁରଠାରେ  ରାତ୍ରି ଯାପନ କରିବେ।

ସେହିଭଳି ୨୦ ତାରିଖ ସକାଳେ ପଦଯାତ୍ରା ଚନ୍ଦନପୁର ରୁ ବାହାରି ବାଟ ମଙ୍ଗଳା ଠାରେ ମଧ୍ୟାହ୍ନ ଭୋଜନ କରିବା ପରେ ଅପରାହ୍ନରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରି ଆଶିର୍ବାଦ ଭିକ୍ଷା କରିବେ ନବ ନିଯୁକ୍ତ ପିସିସି ସଭାପତି ଶ୍ରୀ ଦାସ ଅନ୍ୟ କଂଗ୍ରେସ ନେତୃବୃନ୍ଦ। ଶ୍ରୀମନ୍ଦିରରୁ ଦର୍ଶନ କରି ଫେରିଲା ପରେ ବଡ଼ଦାଣ୍ଡରେ ଗଣମାଧ୍ୟମକୁ ସମ୍ବୋଧିତ କରିବେ। ମହାପ୍ରଭୁଙ୍କ ଦର୍ଶନ ଓ ଆଶିର୍ବାଦ ଭିକ୍ଷା ନ ସରିବା ପର୍ଯ୍ୟନ୍ତ କୌଣସି ରାଜନୈତିକ ବକ୍ତବ୍ୟ ରଖିବେ ନାହିଁ ବୋଲି ଡ଼ ପଟ୍ଟନାୟକ କହିଛନ୍ତି। ସାମ୍ବାଦିକମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ପଟ୍ଟନାୟକ କହିଥିଲେ ରାଜ୍ୟ କଂଗ୍ରେସ ଦଳକୁ ରାଜ୍ୟରେ ୧ ନମ୍ୱର ରାଜନୈତିକ ଦଳ ଭାବେ ପ୍ରତିଷ୍ଠିତ କରାଇବା ଏବଂ ସଫଳ ଓଡ଼ିଶାର ରୂପାୟନ ସହ ଓଡ଼ିଶାର ଉନ୍ନତି କାମନା କରିବା ହିଁ ପଦଯାତ୍ରାର ମୂଳ ଲକ୍ଷ। ତିନିଦିନ ଧରି ଚାଲିବାକୁ ଥିବା ସଂକଳ୍ପ ପଦଯାତ୍ରା ଓଡ଼ିଶାର ସଂସ୍କୃତି ଏବଂ ଐତିହ୍ୟକୁ ନେଇ  ଆଧ୍ୟାତ୍ମିକ ପରିବେଶରେ ଅନୁଷ୍ଠିତ ହେବ ବୋଲି ସେ କହିଛନ୍ତି।

ଏହି ପଦଯାତ୍ରା ସାମିଲ ହେବାପାଇଁ ବହୁ ନେତୃବୃନ୍ଦ ଏବଂ ବନ୍ଧୁଙ୍କୁ ବ୍ୟକ୍ତିଗତ ଭାବେ ଯୋଗାଯୋଗ କରି ପାରିନାହାଁନ୍ତି। ତେଣୁ କ୍ଷମା ପ୍ରାର୍ଥନା ମାଗି ନେଇ ଏହି ମହାନ ସଂକଳ୍ପ ପଦଯାତ୍ରାରେ ସମସ୍ତେ ସାମିଲ ହେବାପାଇଁ ଶ୍ରୀ ପଟ୍ଟନାୟକ ସେମାନଙ୍କ ଆଶିର୍ବାଦ କାମନା କରିଛନ୍ତି।ଉକ୍ତ ପଦଯାତ୍ରାକୁ ସଫଳ କରିବା ପାଇଁ ଓଡ଼ିଶାବାସୀଙ୍କ ସହ କଂଗ୍ରେସ ନେତୃବୃନ୍ଦ ଏବଂ କର୍ମୀମାନଙ୍କୁ ଏହି ଯାତ୍ରାରେ ଯୋଗଦେବା ପାଇଁ ନବନିଯୁକ୍ତ ପିସିସି ସଭାପତି ଶ୍ରୀଯୁକ୍ତ ଦାସ ନିବେଦନ କରିଛନ୍ତି ବୋଲି କମିଟି ଅଧ୍ୟକ୍ଷ ଡ଼ ପଟ୍ଟନାୟକ ପ୍ରକାଶ କରିଛନ୍ତି। ଆଜିର ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଭୁବନେଶ୍ୱର ଜିଲ୍ଲା ସଭାପତି ବିଶ୍ୱଜିତ୍ ଦାସ,ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର, ୟାସିର ନୱାଜ, ରଞ୍ଜିତ ପାତ୍ର, ମନୋଜ ଜେନା ଓ ଉଦିତ ପ୍ରଧାନ ଉପସ୍ଥିତ ଥିଲେ।

ସଂକଳ୍ପ ଯାତ୍ରାକୁ ସଫଳ କରିବାପାଇଁ  ନେତୃବୃନ୍ଦଙ୍କୁ ଦାୟିତ୍ୱ ପ୍ରଦାନ

ନବ ନିଯୁକ୍ତ ପିସିସି ସଭାପତିଙ୍କ ଭୁବନେଶ୍ୱରରୁ ପୁରୀ ସଂକଳ୍ପ ପଦଯାତ୍ରାକୁ ସଫଳ କରିବାପାଇଁ ସଂକଳ୍ପ କମିଟି ଅଧ୍ୟକ୍ଷ ଡ. ଦେବାଶିଷ ପଟ୍ଟନାୟକ ବିଭିନ୍ନ ସ୍ଥାନ ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତ କରି ଦାୟିତ୍ୱ ଦେଇଛନ୍ତି ।

ସେହିଭଳି ସୁପରିଚାଳନା ପାଇଁ ଖାଦ୍ୟ, ସାଂସ୍କୃତିକ, ପ୍ରସାର, ଆବାସ ବ୍ୟବସ୍ଥା ଓ ଗମନାଗମନ ପାଇଁ ଉପ କମିଟି କରି ନାମ ଘୋଷଣା କରିଛନ୍ତି । 

ପର୍ଯ୍ୟବେକ୍ଷକ: ପିପିଲି- ମହମ୍ମଦ ଇମଦାଦ, ଗୋପନ ମାର୍ଥା, ସତ୍ୟବାଦି- ସୁବ୍ରତ ମହାପାତ୍ର, ପୁରୀ- ଅମରେଶ ପରିଡ଼ା, ଅଭିଳାଷ ମାଣିଆ, କାକଟପୁର- ଜିଆଉଲ ହକ, ଜ୍ୟୋତି ଆଚାର୍ଯ୍ୟ, ବ୍ରହ୍ମଗିରି- କୃଷ୍ଣଚନ୍ଦ୍ର ପତି, ରାଜୀବ ମହାନ୍ତି ।

କମିଟି: ଖାଦ୍ୟ- ମନୋଜ ରାଉତ, ମନୋଜ ବିଶ୍ୱାଳ, ସାଂସ୍କୃତିକ- ନିପନ ଦାଶ, ପ୍ରସାର-ଅଶୋକ ଦାସ, ଆବାସ ବ୍ୟବସ୍ଥା- ପ୍ରବୋଧ ଦାସ, ଗମନାଗମନ- ଏମଡି ଆକବର ପ୍ରମୁଖ ରହିଛନ୍ତି ।

ଉପରୋକ୍ତ ବ୍ୟକ୍ତିବିଶେଷ ମାନେ ସ୍ଥାନ ପରିଦର୍ଶନ କରିବେ ଏବଂ କିପରି କାର୍ଯ୍ୟକ୍ରମକୁ ସଫଳ କରାଯିବ ତା ପ୍ରତି ଧ୍ୟାନ ଦେଇ ଦାୟିତ୍ୱ ନିର୍ବାହ କରିବାକୁ ଡ. ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି ।

Previous Post

‘ସିନ୍ଧୁଜା’ର ବାର୍ଷିକ ଉତ୍ସବ

Next Post

ମୋହନ ସରକାରଙ୍କ ଯୋଜନା ବର୍ଷା

Next Post
ମୋହନ ସରକାରଙ୍କ ଯୋଜନା ବର୍ଷା

ମୋହନ ସରକାରଙ୍କ ଯୋଜନା ବର୍ଷା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19163 shares
    Share 7665 Tweet 4791
  • ନବୀନ..ନବୀନ, ମୋହନ..ମୋହନ

    16599 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA