Wednesday, April 1, 2026 10:56 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ପ୍ରତିବାଦ ତୀବ୍ର

ବିଜୁ ବାବୁଙ୍କୁ ଅସମ୍ମାନ

by Our Correspondent
31 Mar, 2026- 07:40 PM
in Latest News, News
1 min read
0
ପ୍ରତିବାଦ ତୀବ୍ର

ଭୁବନେଶ୍ୱର: ପ୍ରବାଦ ପୁରୁଷ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କୁ ଆମେରିକା ସିଆଇଏ ଏଜେଣ୍ଟ କହିଥିବା ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କ ମନ୍ତବ୍ୟକୁ ଚାରିଆଡୁ ନିନ୍ଦା ଏବଂ ପ୍ରତିବାଦ ଜାରି ରହିଛି । ଆଜି ବିଧାନସଭାରେ ବିଜେଡି ଓ କଂଗ୍ରେସ ସଭ୍ୟମାନେ ପ୍ରବଳ ହୋ ହଲ୍ଲା ଓ ପ୍ରତିବାଦ କରିବାରୁ ଗୃହ ଚାଲି ପାରି ନ ଥିଲା । ସେପଟେ ଦୁବେଙ୍କଠାରୁ କ୍ଷମା ଦାବି କରି ରାଜ୍ୟସଭାରେ ବିଜେଡି ସାଂସଦମାନେ ପ୍ରତିବାଦ ଜାରି ରଖିଥିଲା ବେଳେ ବିଜୁ ବାବୁଙ୍କ ପ୍ରତି ଅସମ୍ମାନକୁ ନେଇ ବିଜେପି ଉପରେ ପ୍ରବଳ ବର୍ଷିଛନ୍ତି ଆମ୍ ଆଦମୀ ପାର୍ଟି ସାଂସଦ ସଞ୍ଜୟ ସିଂ । ବିଜୁ ବାବୁଙ୍କ ଭଳି ଭାରତୀୟ ରାଜନୀତିରେ ଜଣେ ଅତ୍ୟନ୍ତ ସାହାସୀ ନେତାଙ୍କୁ ସିଆଇଏ ଏଜେଣ୍ଟ କହି ଗଭୀର ଅପମାନିତ କରାଯାଇଛି । ଦେଶବାସୀ ଏହାକୁ କେବେ ବି କ୍ଷମା କରିବେନି ବୋଲି ସେ ଚେତାବନୀ ଦେଇଛନ୍ତି ।

ଆଜି ବିଧାନସଭାର ପ୍ରଶ୍ନକାଳ ଆରମ୍ଭ ହେବା ମାତ୍ରେ ବିଜେଡି ଏବଂ କଂଗ୍ରେସ ସଦସ୍ୟମାନେ ନିଜ ଆସନରୁ ଉଠି ହୋ ହଲ୍ଲା କରିଥିଲେ । ନାରାବାଜି କରି ଗୃହର ମଧ୍ୟ ଭାଗକୁ ମାଡ଼ି ଆସିଥିଲେ । ବିଜୁ ବାବୁଙ୍କୁ ଅପମାନ ଚଳିବ ନାହିଁ ବୋଲି ସ୍ଲୋଗାନ ଦେବା ସହ ଓଡ଼ିଆ ଅସ୍ମିତା କୁଆଡ଼େ ଗଲା ବୋଲି ସରକାରଙ୍କଠାରୁ ଜବାବ ମାଗିଥିଲେ । ବିଜୁ ବାବୁଙ୍କୁ ଅସମ୍ମାନ କରାଯାଇଥିବାରୁ ଗୃହରେ ଏକ ନିନ୍ଦା ପ୍ରସ୍ତାବ ଗ୍ରହଣ ପାଇଁ ସେମାନେ ବାଚସ୍ପତିଙ୍କ ନିକଟରେ ଅଡ଼ି ବସିଥିଲେ । ଫଳରେ ବାଚସ୍ପତି ଗୃହକୁ ସାଢ଼େ ୧୧ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ । ଶୂନ୍ୟକାଳରେ ବିଜେଡି ବିଧାୟକମାନେ ଏହି ପ୍ରସଙ୍ଗରେ ନିନ୍ଦା ପ୍ରସ୍ତାବ ଆଣିଥିଲେ ମଧ୍ୟ ବାଚସ୍ପତି ଏହାକୁ ଅନୁମତି ଦେଇ ନ ଥିଲେ ।

ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ଯେ ସାଂସଦ ନିଶିକାନ୍ତ ଦୁବେ ଓଡ଼ିଶାର ବିଶିଷ୍ଟ ଜନନାୟକ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ବିରୋଧରେ ଯେଉଁ ନକରାତ୍ମକ ଟିପ୍ପଣୀ ଦେଇଛନ୍ତି ତାହା ସରକାରଙ୍କ ସଂଜ୍ଞାନକୁ ଆସିଛି । ସାଂସଦ ଶ୍ରୀ ଦୁବେଙ୍କର ଏହି ମନ୍ତବ୍ୟ ସମ୍ପୂର୍ଣ୍ଣ ରୂପେ ତାଙ୍କର ବ୍ୟକ୍ତିଗତ ମତ । ଏହା ଏକ ଅପରିଣାମଦର୍ଶୀ ମନ୍ତବ୍ୟ ଯାହା କୌଣସି ମତେ ଗ୍ରହଣୀୟ ନୁହେଁ । ଏହି ମନ୍ତବ୍ୟ ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି ସମସ୍ତଙ୍କୁ ଗଭୀର ଭାବରେ ବ୍ୟଥିତ କରିଛି । ଏଭଳି ମନ୍ତବ୍ୟଉପରେ କେହି ଯେଭଳି ପ୍ରତିମନ୍ତବ୍ୟ ନ ଦେବେ ଏବଂ ଏ ଅଗ୍ରହଣୀୟ କଥା ଯେଭଳି ପୁନରାବୃତ୍ତି ନ ହେବ ସେଥିପାଇଁ ସମସ୍ତଙ୍କୁ ନିବେଦନ କରିଥିଲେ ।

ବିଜେଡି ଏବଂ କଂଗ୍ରେସର ସଦସ୍ୟମାନେ ନିଶିକାନ୍ତ ଦୁବେଙ୍କ ମନ୍ତବ୍ୟର କଡ଼ା ନିନ୍ଦା କରିବା ସହ ବିଜୁ ବାବୁଙ୍କୁ ଅସମ୍ମାନ କରିବାରେ ଡବଲ ଇଞ୍ଜନ ସରକାରଙ୍କୁ ମଧ୍ୟ ଟାର୍ଗେଟ୍ କରିଥିଲେ । ବିଜୁବାବୁଙ୍କ ପ୍ରତି ଅପମାନକୁ ନେଇ ରାଜ୍ୟ ସରକାର କାହିଁକି ନିରବ ବୋଲି ବିଜେଡି ବିଧାୟକ ସାରଦା ଜେନା ପ୍ରଶ୍ନ କରିଛନ୍ତି । ଏହା ଓଡ଼ିଆ ଅସ୍ମିତାକୁ ପ୍ରହାର ବୋଲି ସେ କହିଛନ୍ତି । ଗୌତମବୁଦ୍ଧ ଦାସ କହିଛନ୍ତି, ବିଜୁ ବାବୁଙ୍କ ଅପମାନ ଓଡ଼ିଶାକୁ ଅପମାନ । ପ୍ରତ୍ୟେକ ଓଡ଼ିଆ ଏଥିରେ ମର୍ମାହତ ଓ ବ୍ୟଥିତ ହୋଇଛନ୍ତି । ସ୍ୱାଧୀନତା ସଂଗ୍ରାମର ବରପୁତ୍ରମାନଙ୍କୁ ବିଜେପି ଅସମ୍ମାନ କରିବା ଜାରି ରଖିଛନ୍ତି । ଓଡ଼ିଶାର ବିଜେପି ନେତାମାନେ ବିଜୁ ବାବୁଙ୍କୁ ଅସମ୍ମାନ କରିବାକୁ ପଛାଇ ନାହାନ୍ତି ବୋଲି ସେ କହିଛନ୍ତି । ଓଡ଼ିଆ ଅସ୍ମିତା ଆଜି ସଙ୍କଟରେ ବୋଲି ଧ୍ରୁବ ସାହୁ କହିଛନ୍ତି ।

ବିଜୁ ବାବୁ ଓଡ଼ିଶାର ପ୍ରବାଦ ପୁରୁଷ । ତାଙ୍କର ଦେହାନ୍ତ ପରେ ତାଙ୍କୁ ନେଇ ରାଜନୀତି କରାଯିବା ଅତି ଘୃଣ୍ୟ କାର୍ଯ୍ୟ । ଜଣେ ଦିବଙ୍ଗତ ମହାନ୍ ନେତାଙ୍କୁ ବିଜେପି ସମ୍ମାନ ଦେବା ଉଚିତ୍ ବୋଲି କଂଗ୍ରେସ ବିଧାୟକ ଅଶୋକ ଦାସ କହିଛନ୍ତି । ବିଜୁ ବାବୁ ଓଡ଼ିଶାର ଅଭିମାନ, ଗର୍ବ ଓ ଗୌରବ ବୋଲି ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ କହିଛନ୍ତି ।

ବରିଷ୍ଠ ନେତା ବିଜୟ ମହାପାତ୍ର ଏହାକୁ କଡ଼ା ଭାଷାରେ ନିନ୍ଦା କରିଛନ୍ତି । ନିଶିକାନ୍ତ ଦୁବେଙ୍କ ମାନସିକ ଚିକିତ୍ସା ଦରକାର ବୋଲି ନବୀନ ପଟ୍ଟନାୟକ ଯାହା କହିଛନ୍ତି ତାହା ଠିକ୍ ବୋଲି ବିଜୟ ମହିଛନ୍ତି । ଜଣେ ଦାୟିତ୍ୱବାନ ସାଂସଦଙ୍କଠାରୁ ଏଭଳି ମିଥ୍ୟା, ଅମୂଳକ ମନ୍ତବ୍ୟ ଆଶା କରାଯାଏନି । ବିଜୁ ବାବୁୂଙ୍କ ସମ୍ପର୍କରେ ସମ୍ୟକ ଜ୍ଞାନ ନ ଥିବା ବ୍ୟକ୍ତି ଏଭଳି କହିପାରନ୍ତି । ବିଜୁ ବାବୁଙ୍କୁ ଅପମାନିତ କରିଥିବାରୁ ଓଡ଼ିଶାବାସୀଙ୍କ ଆଗରେ ତୁରନ୍ତ କ୍ଷମା ପ୍ରାର୍ଥନା କରିବାକୁ ସେ ଦାବି କରିଛନ୍ତି ।

ପଶ୍ଚିମବଙ୍ଗର ଲୋକସଭା ସାଂସଦ ଶ୍ରୀମତୀ ମହୁଆ ମୈତ୍ର ଆଜି ଏକ ଟ୍ୱିଟ୍(ଏକ୍ସ) ପୋଷ୍ଟରେ ଏହାକୁ ନିନ୍ଦା କରିଛନ୍ତି । ବିଜୁ ବାବୁଙ୍କୁ ସିଆଇଏ ଏଜେଣ୍ଟ କହିବା ଅତ୍ୟନ୍ତ ନିନ୍ଦନୀୟ । ବିଜେପି ସହିତ ବନ୍ଧୁତା କଲେ କେବେ ବି ଭଲ ଫଳ ମିଳେନି । ନବୀନ ପଟ୍ଟନାୟକ ଏହି କଥାକୁ ଠିକ୍ ସମୟରେ ବୁଝିପାରିଛନ୍ତି । ଏହି ଘୃଣା ପ୍ରଚାରକାରୀଙ୍କୁ ଉଚିତ ଜବାବ ଦେଇଥିବାରୁ ସେଥିପାଇଁ ଧନ୍ୟବାଦ । ବିଜୁ ବାବୁଙ୍କୁ ସିଆଇଏ ଏଜେଣ୍ଟ କହିବା ପରେ ଏମାନେ ଆଉ କେଉଁ ସୀମା ପାର୍ କରିବେ ବୋଲି ମହୁଆ ପ୍ରଶ୍ନ କରିଛନ୍ତି ।

ବିଜୁ ପଟ୍ଟନାୟକଙ୍କ ପ୍ରତି ଅପମାନକୁ ସହ୍ୟ କରିନାହାନ୍ତି ନେତାଜୀଙ୍କ ପରିବାର । ସୁଭାଷ ଚନ୍ଦ୍ର ବୋଷଙ୍କ ନାତି ଚନ୍ଦ୍ର କୁମାର ବୋଷ ସୋସିଆଲ ମିଡିଆରେ କଡ଼ା ଭାଷାରେ ଏହାକୁ ନିନ୍ଦା କରିଛନ୍ତି । ସେ ଲେଖିଛନ୍ତି, ବିଜୁ ବାବୁ ଆମ ପରିବାରର ବହୁତ ନିକଟତର ଥିଲେ । ବାପା ଅମୀୟ ନାଥ ବୋଷଙ୍କ ସହ ବିଜୁ ବାବୁଙ୍କ ଘନିଷ୍ଠ ସମ୍ପର୍କ ଥିଲା । ନିଶିକାନ୍ତ ଦୁବେଙ୍କୁ ଲକ୍ଷ୍ୟ କରି ସେ କହିଛନ୍ତି ଯେ ଅଳ୍ୱ ବିଦ୍ୟା ଭୟଙ୍କରୀ । ନିଜ ମାଲିକଙ୍କୁ ଖୁସି କରିବାକୁ ଭୟଙ୍କର ମିଥ୍ୟା ବିବୃତ୍ତି ଦେବା ବନ୍ଦ କରିବା ଉଚିତ ।

Previous Post

ଆରମ୍ଭରୁ ଆରମ୍ଭ ହୋଇଥିଲା ବିଜୁ ବିରୋଧୀ ଷଡ଼ଯନ୍ତ୍ର

Next Post

ମାଇକ୍ରୋଗ୍ରାଭିଟି ଔଷଧ ବିକାଶରେ ସହଯୋଗ ନିମନ୍ତେ ବୁଝାମଣାପତ୍ର ସ୍ୱାକ୍ଷରିତ

Next Post
ମାଇକ୍ରୋଗ୍ରାଭିଟି ଔଷଧ ବିକାଶରେ ସହଯୋଗ ନିମନ୍ତେ ବୁଝାମଣାପତ୍ର ସ୍ୱାକ୍ଷରିତ

ମାଇକ୍ରୋଗ୍ରାଭିଟି ଔଷଧ ବିକାଶରେ ସହଯୋଗ ନିମନ୍ତେ ବୁଝାମଣାପତ୍ର ସ୍ୱାକ୍ଷରିତ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19176 shares
    Share 7670 Tweet 4794
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5814 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA