Wednesday, April 8, 2026 05:05 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଶ୍ରୀମନ୍ଦିରରୁ ବରାବର: ଏନଏମଏ ବାଇ ଲ’ ଅବିଳମ୍ବେ ପ୍ରତ୍ୟାହୃତ

ଭୁଲ୍ କୁ ବୁଝିଗଲେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ

by Our Correspondent
08 Feb, 2021- 05:00 PM
in Latest News, News
1 min read
0
ଶ୍ରୀମନ୍ଦିରରୁ ବରାବର: ଏନଏମଏ ବାଇ ଲ’ ଅବିଳମ୍ବେ ପ୍ରତ୍ୟାହୃତ

ଭୁୁବନେଶ୍ୱର: ଓଡ଼ିଶାର ଚାପ ଆଗରେ ନଇଁଛନ୍ତି କେନ୍ଦ୍ର ସରକାର । ଶ୍ରୀମନ୍ଦିର ପାଇଁ ଜାତୀୟ ଐତିହ୍ୟ ପ୍ରାଧିକରଣ (ଏନଏମଏ) ର ବିବାଦୀୟ ବାଇ ଲ’ ଶେଷରେ ପ୍ରତ୍ୟାହୃତ ହୋଇଛି । ଆଜି ଶ୍ରୀମନ୍ଦିର ଦର୍ଶନରେ ପୁରୀ ଯାଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଂପୃକ୍ତ ବାଇ ଲ’ ତୁରନ୍ତ ପ୍ରତ୍ୟାହାର ପାଇଁ ତାଗିଦ୍ କଲାବେଳକୁ ଦିଲ୍ଲୀରେ ବିଜେଡ଼ି ଓ ବିଜେପି ସାଂସଦମାନେ ପୃଥକ୍ ଭାବେ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ପ୍ରହଲ୍ଲାଦ ସିଂହଙ୍କୁ ଭେଟି ଏହି ଦାବି କରିଥିଲେ । ଶ୍ରୀମନ୍ଦିର ପାଇଁ ଏଭଳି ଅଯୌକ୍ତିକ ଅଧିନିୟମକୁ ଖୋଦ୍ କେନ୍ଦ୍ରମନ୍ତ୍ରୀ ନାପସନ୍ଦ କରି ତୁରନ୍ତ ପ୍ରତ୍ୟାହାର ପାଇଁ ନିର୍ଦ୍ଦେଶ ଦେଇଥିଲେ ।

ଶ୍ରୀମନ୍ଦିର ଚାରିପଟେ ୩୦୦ ମିଟର ଅଞ୍ଚଳ ପାଇଁ କଟକଣା ଜାରି ନିମନ୍ତେ ପ୍ରସ୍ତାବିତ ବାଇ ଲ’ ଚିଠା ବିଜ୍ଞପ୍ତିକୁ ରାଜ୍ୟବାସୀ ବିରୋଧ କରୁଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଜି ଅଚାନକ ପୁରୀ ଗସ୍ତକୁ ନେଇ ଅନେକ କଳ୍ପନାଜଳ୍ପନା ପ୍ରକାଶ ପାଇଥିଲା । କୋଭିଡ୍ ମହାମାରୀ ପରେ ମୁଖ୍ୟମନ୍ତ୍ରୀ ଆଜି ପ୍ରଥମ ଥର ପାଇଁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସିଥିଲେ । ଦର୍ଶନ ସାରି ମୁଖ୍ୟମନ୍ତ୍ରୀ ଫେରିଲା ବେଳେ ଗଣମାଧ୍ୟମକୁ ବିବାଦୀୟ ଏନଏମଏ ବାଇ ଲ’ ଉପରେ ପ୍ରତିକ୍ରିୟା ଦେଇଥିଲେ । ମହାପ୍ରଭୁ ଜଗନ୍ନାଥଙ୍କ କାମକୁ କେହି ଅଟକେଇପାରିବେ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ରୋକଠୋକ୍ ଶୁଣାଇବା ସହ କେନ୍ଦ୍ର ସରକାର ତୁରନ୍ତ ବାଇ ଲ’ ପ୍ରତ୍ୟାହାର କରିବା ଉଚିତ୍ ବୋଲି କହିଥିଲେ ।

ପୁରୀରେ ମୁଖ୍ୟମନ୍ତ୍ରୀ ଏହା ଖାଲି କହି ନ ଥିଲେ ବରଂ ଦିଲ୍ଲୀରେ କାମ କରି ଦେଖାଇବା ପାଇଁ ଦଳୀୟ ସାଂସଦମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସେହି ଅନୁଯାୟୀ ଭର୍ତ୍ତୃହରି ମହତାବ ଏବଂ ପିନାକୀ ମିଶ୍ରଙ୍କ ନେତୃତ୍ୱରେ ବିଜେଡ଼ି ସଂସଦୀୟ ଦଳ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହଲ୍ଲାଦ ସିଂହ ପଟେଲଙ୍କୁ ଭେଟି ଶ୍ରୀମନ୍ଦିର ପାଇଁ ଉଦ୍ଦିଷ୍ଟ ବାଇ ଲ’ ତୁରନ୍ତ ପ୍ରତ୍ୟାହାର କରିବାକୁ ଦୃଢ଼ ଦାବି କରିଥିଲେ । ଅନ୍ୟପକ୍ଷରେ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡ଼ଙ୍ଗୀଙ୍କ ନେତୃତ୍ୱରେ ବିଜେପି ସାଂସଦମାନେ ମଧ୍ୟ ପ୍ରହଲ୍ଲାଦ ସିଂହ ପଟେଲଙ୍କୁ ପୃଥକ୍ ଭେଟି ବାଇ ଲ’ ପ୍ରତ୍ୟାହାର ଦାବି କରିଥିଲେ ।

ଶ୍ରୀମନ୍ଦିର ପାଇଁ କରାଯାଇଥିବା ବାଇ ଲ’ ସମ୍ପର୍କରେ ସାଂସଦମାନଙ୍କଠାରୁ ବିସ୍ତୃତ ଜାଣିବା ପରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପଟେଲ ତୁରନ୍ତ ଏହାକୁ ପ୍ରତ୍ୟାହାର ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏ ସମ୍ପର୍କରେ ସେ ଅବଗତ ନ ଥିଲେ ଏବଂ ତାଙ୍କ ଅଜାଣତରେ ବିଜ୍ଞପ୍ତି ହୋଇଥିବା ମାନି ଅଧିକାରୀମାନଙ୍କ ଉପରେ ବିରକ୍ତି ପ୍ରକାଶ କରିଥିଲେ । ଆଶ୍ଚର୍ଯ୍ୟର କଥା ଯେ କେନ୍ଦ୍ରମନ୍ତ୍ରୀ ଏନଏମଏ ଅଧ୍ୟକ୍ଷଙ୍କୁ ଏ ସମ୍ପର୍କରେ ପଚାରିଲା ବେଳେ ସେ ବି ନିଜର ଅସହାୟତା ଦେଖାଇଥିଲେ । ପ୍ରକାଶ ପାଇଥିବା ବାଇ ଲ’ ବିଜ୍ଞପ୍ତି ତାଙ୍କ ଅଗୋଚରରେ ହୋଇଥିବା ଅଧ୍ୟକ୍ଷ କହିଥିଲେ ।

ଏଥିରୁ ସ୍ପଷ୍ଟ ଯେ ବିଭାଗୀୟ ମନ୍ତ୍ରୀ ଏବଂ ଏନଏମଏ ଅଧ୍ୟକ୍ଷଙ୍କ ଅଜାଣତରେ ଏତେବଡ଼ ନିଷ୍ପତ୍ତି ହୋଇଥିଲା । ତେବେ କାହା ନିର୍ଦ୍ଦେଶରେ ଏହି ନିଷ୍ପତ୍ତି ହୋଇଥିଲା ତାହା ବଡ଼ ପ୍ରଶ୍ନ ଛିଡ଼ା କରାଇଛି । ପୁରୀ ଐତିହ୍ୟ କରିଡ଼ର ବିକାଶରେ ରୋକ୍ ଲଗାଇବା ପାଇଁ ଏହା ଏକ ବିରାଟ ଷଡ଼ଯନ୍ତ୍ର ଥିଲା କି ବୋଲି ସନ୍ଦେହ ସୃଷ୍ଟି ହୋଇଛି ।

ସୂଚନାଯୋଗ୍ୟ, ଏନଏମଏ ବାଇ ଲ’ ରେ ଶ୍ରୀମନ୍ଦିରକୁ ଏକ ସ୍ମାରକୀ ପୀଠ ଦର୍ଶାଯାଇଥିଲା । ସେଥିର ବ୍ୟବସ୍ଥା ଥିଲା ଯେ ଶ୍ରୀମନ୍ଦିରର ୧୦୦ ମିଟର ଯାଏଁ ସମ୍ପୂର୍ଣ୍ଣ ନିଷିଦ୍ଧାଞ୍ଚଳ ରହିବ । ଅର୍ଥାତ୍ ଏହି ଅଞ୍ଚଳରେ କୌଣସି ନିର୍ମାଣ ହୋଇପାରିବନି । ଆଉ ୨୦୦ ମିଟର ନିୟନ୍ତ୍ରିତ ଅଞ୍ଚଳ ଭାବେ ଗଣାଯିବ । ଅର୍ଥାତ ଏହି ଅଞ୍ଚଳରେ ନିର୍ମାଣ କାର୍ଯ୍ୟ ପାଇଁ ଏନଏମଏର ଅନୁମତି ନେବାକୁ ପଡ଼ିବ । ନିୟନ୍ତ୍ରିତ ଅଞ୍ଚଳ ବାହାରେ ଶ୍ରୀମନ୍ଦିରକୁ ଦେଖିବାରେ ବାଧା ନ ଆଣିଲା ଭଳି ନିର୍ମାଣର ଉଚ୍ଚତା ସୀମା ମଧ୍ୟ ଧାର୍ଯ୍ୟ କରାଯିବ ।

ବାଇ ଲ’ କାର୍ଯ୍ୟକାରୀ ହୋଇଥିଲେ ଐତିହ୍ୟ ବିକାଶକୁ ଝଟକା ହେବା ସହ ଶ୍ରୀମନ୍ଦିରର ୩୦୦ ମିଟର ଚୌହଦିରେ ରହୁଥିବା ସେବାୟତ ପରିବାର ଗୁରୁତର ଭାବେ ପ୍ରଭାବିତ ହୋଇଥାନ୍ତେ । ଚିଠା ବିଜ୍ଞପ୍ତି ଆସିବା ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ୍ କୁମାର ଗତକାଲି ଏନଏମଏକୁ ଚିଠି ଲେଖି ଏହା ତୁରନ୍ତ ପ୍ରତ୍ୟାହାର କରିବାକୁ ଦାବି କରିଥିଲେ । ବିଭିନ୍ନ ନିଯୋଗର ସେବାୟତମାନେ ମଧ୍ୟ ସିଂହଦ୍ୱାର ସାମନାରେ ପ୍ରତିବାଦ ବିକ୍ଷୋଭ କରିଥିଲେ ।

Previous Post

ଚିଠା ଅଧିନିୟମକୁ ତୁରନ୍ତ ପ୍ରତ୍ୟାହାର କର

Next Post

ନୟାଗଡ଼ ସାହିତ୍ୟ ଉତ୍ସବ ୨୦୨୧: ଏକାଠି ହେଲେ ୫୦୦ ଲେଖକ

Next Post
ନୟାଗଡ଼ ସାହିତ୍ୟ ଉତ୍ସବ ୨୦୨୧: ଏକାଠି ହେଲେ ୫୦୦ ଲେଖକ

ନୟାଗଡ଼ ସାହିତ୍ୟ ଉତ୍ସବ ୨୦୨୧: ଏକାଠି ହେଲେ ୫୦୦ ଲେଖକ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19180 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5814 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA