Wednesday, March 11, 2026 07:01 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଜଗଦ୍ଦେବଙ୍କୁ ନିର୍ଦୋଷ ଦେଖାଇ ସିସିଟିଭି ଫୁଟେଜ୍ ଛାଡ଼ିଲା ବିଜେପି

ଜଣେ ଗୁଣ୍ଡାଙ୍କ ସୁରକ୍ଷା ପାଇଁ ବିଜେପି ନେତାଙ୍କ ପ୍ରତିଯୋଗିତା: ବିଜେଡି

by Our Correspondent
28 May, 2024- 08:13 PM
in Latest News, News, Politics
1 min read
0
ଜଗଦ୍ଦେବଙ୍କୁ ନିର୍ଦୋଷ ଦେଖାଇ ସିସିଟିଭି ଫୁଟେଜ୍ ଛାଡ଼ିଲା ବିଜେପି

ଭୁବନେଶ୍ୱର: ଚିଲିକାର ବାହୁବଳୀ ବିଧାୟକ ତଥା ଖୋର୍ଦ୍ଧାର ବିଜେପି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବ ଏବେ ଜେଲ୍ ରେ ଅଛନ୍ତି । ବେଗୁନିଆ ଅନ୍ତର୍ଗତ କାଉଁରୀପାଟଣା ପ୍ରକଳ୍ପ ବିଦ୍ୟାଳୟର ୧୧୪ ନମ୍ବର ବୁଥ୍ ରେ ଗଣ୍ଡଗୋଳ, ମାରପିଟ୍, ଇଭିଏମ୍ ଭଙ୍ଗାରୁଜା ଅଭିଯୋଗରେ ଶନିବାର ବିଳମ୍ବିତ ରାତିରେ ପୁଲିସ ତାଙ୍କୁ ଗିରଫ କରିଥିଲା । ତେବେ ସଂପୃକ୍ତ ଘଟଣାରେ ଶ୍ରୀ ଜଗଦ୍ଦେବ ନିର୍ଦୋଷ ବୋଲି ସିସିଟିଭି ଫୁଟେଜ୍ କହୁଛି । ଆଜି ଏହି ସିସିଟିଭିକୁ ସାର୍ବଜନୀନ କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ଏହି ଘଟଣାକୁ ନେଇ ବିଜେପି-ବିଜେଡି ପୁଣି ମୁହାମୁହିଁ ହୋଇଛନ୍ତି । ଅପରାଜିତାଙ୍କ ସମେତ ରାଜ୍ୟ ବିଜେପି ନେତାମାନେ ତୃତୀୟ ମହଲାର ଇଙ୍ଗିତରେ ଜଗଦେ୍ଦବଙ୍କୁ ଗିରଫ କରାଯାଇଛି ବୋଲି ଅଭିଯୋଗ ଆଣିଛି । ଅନ୍ୟପକ୍ଷରେ ପ୍ରଶାନ୍ତ ଜଗଦ୍ଦେବ ଭଳି ଜଣେ ଗୁଣ୍ଡାଙ୍କୁ ନିର୍ଦୋଷ ସଜାଇବା ପାଇଁ ବିଜେପି ନେତାମାନେ ପ୍ରତିଯୋଗିତା କରୁଥିବା କହି କଟାକ୍ଷ କରିଛି ବିଜେଡି ।

ପ୍ରଶାନ୍ତ ଜଗଦ୍ଦେବଙ୍କ ଗିରଫଦାରିକୁ ନେଇ ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ ଆଜି ସକାଳେ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ ଉପରେ ଭୀଷଣ ବର୍ଷିଥିଲେ । ଅପରାହ୍ନରେ ନିଜ ସୋସିଆଲ୍ ମିଡିଆ ହାଣ୍ଡଲରେ କାଉଁରିପାଟଣା ବୁଥ୍ ର ସିସିଟିଭି ଫୁଟେଜ୍ ପୋଷ୍ଟ କରିଥିଲେ । ଗହଳି ଭିତରେ ବିଧାୟକ ଲୋକସଭା ଇଭିଏମରେ ଭୋଟ ଦେଉଛନ୍ତି । ତା’ ପରେ ବିଧାନସଭା ଇଭିଏମକୁ ସେ ଭୋଟ ଦେବା ପାଇଁ ଆସୁଥିବା ବେଳେ ଇଭିଏମ୍ ଫିଙ୍ଗାଯାଉଥିବା ଦେଖିବାକୁ ମିଳୁଛି । ଦୁଇଜଣ ବ୍ୟକ୍ତି ଇଭିଏମ୍ ଭାଙ୍ଗି ପ୍ରସ୍ଥାନ ଦ୍ୱାର ବାଟେ ଚାଲିଯାଉଥିବା ଏହି ଭିଡିଓରେ ଦେଖିବାକୁ ମିଳୁଛି । ଏହି ଫୁଟେଜ୍ କୁ ଧରି ରାଜ୍ୟ ବିଜେପି ନେତାମାନେ ବିଧାୟକ ଶ୍ରୀ ଜଗଦ୍ଦେବଙ୍କ ସୁରକ୍ଷା ପାଇଁ ଆଗକୁ ବାହାରିଛନ୍ତି ।

ଅନ୍ୟପକ୍ଷରେ ସେଦିନ ଘଟଣାର ସିସିଟିଭି ଫୁଟେଜ୍ ପାଇଁ ନିର୍ବାଚନ ଅଧିକାରୀଙ୍କୁ ଆବେଦନ କରାଯାଇଥିବା ଖୋର୍ଦ୍ଧା ଏସପି ପୂର୍ବରୁ ଗଣମାଧ୍ୟମକୁ କହିଥିଲା ବେଳେ ସାଂସଦ ଏହା କେଉଁଠାରୁ ପାଇଲେ ତାହା ଜଣାପଡ଼ି ନାହିଁ । ତେବେ ବିଜେଡି ଏହି ଘଟଣା ଉପରେ ସାମ୍ବାଦିକ ସମ୍ମିଳନୀ କରି ବିଜେପିକୁ ଜବାବ ଦେଇଛି । ପ୍ରଶାନ୍ତ ଜଗଦ୍ଦେବଙ୍କ ଭଳି ଜଣେ ଗୁଣ୍ଡାଙ୍କୁ ନିର୍ଦୋଷ ସଜାଇବା ପାଇଁ ବିଜେପି ନେତାମାନେ ପ୍ରତିଯୋଗିତା କରିବା ଲଜ୍ଜାଜନକ ବୋଲି ଦଳର ରାଷ୍ଟ୍ରୀୟ ମୁଖପାତ୍ର ଡ. ସସ୍ମିତ୍ ପାତ୍ର କହିଛନ୍ତି ।

ଡ. ପାତ୍ର ଏଠାରେ ଏକ ସାମ୍ୱାଦିକ ସମ୍ମିଳନୀରେ କହିଛନ୍ତି ଯେ ଆମେ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ ଏବଂ ଅନ୍ୟ ଓଡ଼ିଶା ବିଜେପି ନେତାଙ୍କ ସ୍ମୃତିକୁ ତାଜା କରିବାକୁ ଚାହୁଁଛୁ, ଯେଉଁମାନେ ତାଙ୍କୁ ସୁରକ୍ଷା ଦେବା ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି, ସେ ସେହି ବ୍ୟକ୍ତି ଥିଲେ ଯିଏ କି ୨୦୨୨ରେ ମାତାଲ ଅବସ୍ଥାରେ ବିଜେପି କର୍ମୀଙ୍କ ଉପରେ କାର ଚଢାଇ ଦେଇଥିଲେ । ସେ ସେହି ବ୍ୟକ୍ତି ଯିଏ ବାଲୁଗାଁର ବିଜେପି ନଗର ସଭାପତିଙ୍କୁ ମାଡ଼ ମାରିଥିଲେ । ତାଙ୍କ ଅପରାଧିକ କାର୍ଯ୍ୟକଳାପ ଯୋଗୁଁ ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ତାଙ୍କୁ ଦଳରୁ ବହିଷ୍କାର କରିଥିଲେ । କିନ୍ତୁ ଓଡ଼ିଶା ବିଜେପି ନେତାମାନେ ତାଙ୍କୁ ଫୁଲମାଳ ପକାଇ ସ୍ୱାଗତ କରିବା ପରେ ଚଳିତ ନିର୍ବାଚନରେ ଖୋର୍ଦ୍ଧା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଧାୟକ ପ୍ରାର୍ଥୀ ଭାବେ ଟିକେଟ ଦେଇଥିଲେ ।

ପ୍ରଶାନ୍ତ ଜଗଦ୍ଦେବ ୨୦୨୨ମସିହାରେ ମଦ୍ୟପ ଅବସ୍ଥାରେ ବିଜେପି କର୍ମୀଙ୍କ ଉପରକୁ କାର ଚଢାଇବା ପରେ ଓଡ଼ିଶା ବିଜେପି ନେତାଙ୍କ କିଛି ବୟାନକୁ ଆମେ ମନେ ପକାଇବାକୁ ଚାହୁଁଛୁ ।

ଭୁବନେଶ୍ୱର ଲୋକସଭା ପାଇଁ ବିଜେପି ସାଂସଦ ପ୍ରାର୍ଥୀ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ କହିଥିଲେ ଏହି ଭଳିଆ ଲୋକର ଜାଗା ବାହାରେ ନୁହେଁ, ଜେଲ ଭିତରେ ଅଛି ।

ପୁରୀ ଲୋକସଭା ପାଇଁ ବିଜେପି ସାଂସଦ ପ୍ରାର୍ଥୀ ସମ୍ୱିତ ପାତ୍ର କହିଥିଲେ ତାଙ୍କୁ ବାହୁବଳୀ ବିଧାୟକ କାହିଁକି କୁହା ହୁଏ, ମିଡିଆ ମଧ୍ୟ କାଲିଠୁ ତାଙ୍କର ସବୁ ଟ୍ରାକ୍ ରେକର୍ଡ ଦେଖାଉଛି । ଏଇ ଟ୍ରାକ୍ ରେକର୍ଡ ଥିବା ବିଧାୟକଙ୍କୁ ବିଜେଡିରୁ କାହିଁକି ନିଷ୍କାସିତ କରା ହୋଇନଥିଲା ।

ଚିଲିକା ବିଧାନସଭା ପାଇଁ ବିଜେପି ବିଧାୟକ ପ୍ରାର୍ଥୀ ପୃଥ୍ୱୀରାଜ ହରିଚନ୍ଦନ କହିଥିଲେ ଶ୍ରୀ ଜଗଦ୍ଦେବ ଗୋଟେ ଅପରାଧ କରିନାହାନ୍ତି । ଯିଏ ଜଣେ ଭୟଙ୍କର କ୍ରିମିନାଲ ମାନସିକତା ଥିବା ଅପରାଧି । ସେ ଭଳିଆ ଲୋକଙ୍କୁ କେବଳ ଗିରଫ ନୁହେଁ, ତାଙ୍କୁ ଏନ୍ଏସ୍ଏ ବଳରେ ଗିରଫ କରିବା ଆବଶ୍ୟକତା ଅଛି ।

ମୋହନ ଚରଣ ମାଝୀ କହିଥିଲେ ଆମର ଭାରତୀୟ ଜନତା ପାର୍ଟିର ଦାବି ଯେହେତୁ ସେ ଆମ ଦଳୀୟ ନେତାଙ୍କୁ ମିଛଟାରେ ଆକ୍ରମଣ କରିଛନ୍ତି, କିଭଳି ଭାବରେ ବି ତାଙ୍କୁ ତୁରନ୍ତ ଗିରଫ କରାଯାଉ ।

ଜଗତସିଂହପୁର ଲୋକସଭା ପାଇଁ ବିଜେପି ସାଂସଦ ପ୍ରାର୍ଥୀ ବିଭୁ ପ୍ରସାଦ ତରାଇ କହିଥିଲେ ପ୍ରଶାନ୍ତ ଜଗଦ୍ଦେବ ଯିଏ ଚିଲିକାର ବିଧାୟକ, ଯେ ଜଣେ ଅଭ୍ୟାସଗତ ଅପରାଧି ଏବଂ ତାଙ୍କ ନାଁରେ ୨୦ରୁ ଉଦ୍ଧ୍ୱର୍ ଫୌଜଦାରି ମାମଲା ଅଛି ସେ ବର୍ତ୍ତମାନ ନିକଟ ଅତୀତରେ ବାଲୁଗାଁ ଏନଏସିର ଆମ ମଣ୍ଡଳ ସଭାପତି ନିରଞ୍ଜନ ସେଠୀଙ୍କୁ ଆକ୍ରମଣ କରିଛନ୍ତି ।

ଏହି ବୟାନରୁ ଆପଣ ଓଡ଼ିଶା ବିଜେପି ନେତାଙ୍କ ଦୋମୁହାଁ ନୀତି ଏବଂ ଦୋମୁହାଁ ଚରିତ୍ରକୁ ଭଲ ଭାବରେ ଦେଖିପାରିବେ । ପ୍ରଶାନ୍ତ ଜଗଦ୍ଦେବଙ୍କ ଦ୍ୱାରା ଇଭିଏମ ଭାଙ୍ଗିବା ପରେ ଗଣତନ୍ତ୍ର ଉପରେ ଆକ୍ରମଣ ହୋଇଥିଲା, କିନ୍ତୁ ତାଙ୍କୁ ନିର୍ଦୋଷ ଓ ମହାପୁରୁଷ ଭାବେ ଚିତ୍ରଣ କରାଯାଉଛି। ତାଙ୍କୁ ସୁରକ୍ଷା ଦେବା ପାଇଁ ଟିଭିରେ ପ୍ରତିଯୋଗିତା କରୁଛନ୍ତି । ଏହା ହେଉଛି ଓଡ଼ିଶା ବିଜେପିର ଅସଲ ଚେହେରା ବୋଲି ଡ. ପାତ୍ର କହିଛନ୍ତି ।

Previous Post

ଶେଷ ପର୍ଯ୍ୟାୟ ପ୍ରଚାର କଲେ ଅମିତ୍ ଶାହ

Next Post

ଡିଏସ୍ କୁଟ୍ଟେ ସସପେଣ୍ଡ୍, ଆଶିଷ ସିଂଙ୍କ ସ୍ୱାସ୍ଥ୍ୟ ଯାଞ୍ଚ ପାଇଁ ନିର୍ଦ୍ଦେଶ

Next Post
ଡିଏସ୍ କୁଟ୍ଟେ ସସପେଣ୍ଡ୍, ଆଶିଷ ସିଂଙ୍କ ସ୍ୱାସ୍ଥ୍ୟ ଯାଞ୍ଚ ପାଇଁ ନିର୍ଦ୍ଦେଶ

ଡିଏସ୍ କୁଟ୍ଟେ ସସପେଣ୍ଡ୍, ଆଶିଷ ସିଂଙ୍କ ସ୍ୱାସ୍ଥ୍ୟ ଯାଞ୍ଚ ପାଇଁ ନିର୍ଦ୍ଦେଶ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19163 shares
    Share 7665 Tweet 4791
  • ନବୀନ..ନବୀନ, ମୋହନ..ମୋହନ

    16599 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA