Sunday, February 22, 2026 04:07 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

କଳାହାଣ୍ଡିରେ ବିକାଶ ନାଁରେ ବ୍ୟାପକ ହରିଲୁଟ୍ !

ସରକାରୀ ଅଡିଟ୍ ଖୋଲିଲା ଗୁମର

by Our Correspondent
13 Nov, 2020- 06:06 AM
in Latest News, News
1 min read
0
କଳାହାଣ୍ଡିରେ ବିକାଶ ନାଁରେ ବ୍ୟାପକ ହରିଲୁଟ୍ !

କଳାହାଣ୍ଡି: ଏକଦା ସାରା ବିଶ୍ୱରେ ଭୋକର ଭୂଗୋଳ ଭାବେ ପରିଚିତ କଳାହାଣ୍ଡିର ଆଜିର ଚିତ୍ର କ’ଣ? ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ ଏବଂ ସର୍ବୋପରି ଲୋକଙ୍କ ଜୀବନ ଶୈଳୀରେ ପରିପର୍ତ୍ତନ ହେଲାଣି କି? ଏକବିଂଶ ଶତାବ୍ଦୀରେ ସେଠିକାର ମଣିଷ ଦୁଇଓଳି ପେଟପୂରା ଖାଇବାକୁ ପାଇଲେଣି କି? ଦୁର୍ଗମ ଅଞ୍ଚଳରେ ବାସ କରୁଥିବା ଲୋକଙ୍କ ସାମାଜିକ, ଅର୍ଥନୈତିକ ସ୍ଥିତିରେ ଉନ୍ନତି ଆସିଛି ନା ନାହିଁ?

ଏସବୁ ପ୍ରଶ୍ନର ଉତ୍ତର ଖୋଜିବା ଭିତରେ କଳାହାଣ୍ଡିରେ କାମ କରିଥିବା ଜଣେ ଯୁବ ଡାକ୍ତର ସୁର୍ଯ୍ୟକାନ୍ତ ମହାପାତ୍ର ନିଜ ଫେସବୁକ୍ ଆକାଉଣ୍ଟ୍ ରେ ଲେଖିଥିବା ତାଙ୍କର ବାସ୍ତବ ଅନୁଭୂତି ଆମ ନଜରକୁ ଆସିଥିଲା । ଯାହା ଆମେ ଗତ ଜୁଲାଇ ୨୦ ରେ “ ଇଏ ସେହି ନଗ୍ନ ଚିତ୍ର, ବାସ୍ତବତା..” ଶୀର୍ଷକରେ ଉପସ୍ଥାପନ କରିଥିଲୁ ।

ଏବେ ସରକାରୀ/ପଞ୍ଚାୟତ କଳର ଆଉ ଏକ ନଗ୍ନ ତଥ୍ୟ ଆମର ହସ୍ତଗତ ହୋଇଛି । କଳାହାଣ୍ଡିର ବିକାଶ ପାଇଁ ଶହ ଶହ କୋଟିର ଯୋଜନା ହେଉଛି । ଟଙ୍କା ବି ଆସୁଛି । ମାତ୍ର ସେହି ଟଙ୍କା କଳାହାଣ୍ଡିର ବିକାଶରେ ଖର୍ଚ୍ଚ ନ ହୋଇ କିଛି ବାବୁ/ ଠିକାଦାରଙ୍କ ପକେଟକୁ ଚାଲିଯାଉଛି । ବାଡ ଫସଲକୁ ଜଗିବା ବଦଳରେ ନିଜେ ଫସଲ ଖାଇଯାଉଛି । ଦାରିଦ୍ର୍ୟର କଷଶଘାତରେ ସଢ଼ୁଥିବା ଗରିବ ଆଦିବାସୀଙ୍କ ବିକାଶ ପାଇଁ ଉଦ୍ଦିଷ୍ଟ ଅର୍ଥ ଚଳୁ ହୋଇଯାଉଛି । ମାତ୍ର କାହାରି ଉତ୍ତର ଦାୟିତ୍ୱ ରହୁନାହିଁ ।

ଭାତହାଣ୍ଡିରୁ ଗୋଟିଏ ଚିପିଲା ଭଳି ଜିଲ୍ଲାର ଅଖ୍ୟାତ ଥୁଆମୂଳ-ରାମପୁର ପଞ୍ଚାୟତରେ ଆଖିବୁଜା ଦୁର୍ନୀତି ଓ ଭ୍ରଷ୍ଟାଚାରର ଏକ ଚିତ୍ର ସାମନାକୁ ଆଣୁଛୁ । କହିବା ବାହୁଲ୍ୟ ଯେ ଆଦିବାସୀବହୁଳ ଏହି ଅଞ୍ଚଳର ଅଧିକାଂଶ ଲୋକଙ୍କ ଘରେ ଆଜି ବି ପିଇବାକୁ ମୁନ୍ଦେ ଭଲ ପାଣି ନାହିଁ । ଗାଁକୁ ରାସ୍ତା ନାହିଁ । ଆବଶ୍ୟକ ସ୍କୁଲ ନାହିଁ, ଡାକ୍ତରଖାନା ନାହିଁ । ମାତ୍ର ସେଠି ବିକାଶ କେମିତି ହେଉଛି ତାହା ଏଇ ଗୋଟିଏ ଉଦାହରଣରୁ ସ୍ପଷ୍ଟ ହୋଇଯିବ ।

ପଞ୍ଚାୟତରେ ୨୦୧୮-୨୦୧୯ ଆର୍ଥିକ ବର୍ଷର ସମୀକ୍ଷା ବିବରଣୀ(ରିପୋର୍ଟ ସଂଖ୍ୟା ୫୧୯୪୬୨/୨୦୧୯-୨୦୨୦)ରେ ଯେଉଁ ତଥ୍ୟ ଆସିଛି ତାହା ଅତ୍ୟନ୍ତ ସାଘାଂତିକ ।

ଅଞ୍ଚଳରେ ବିଭିନ୍ନ ବିକାଶ ଯୋଜନା ବାବଦରେ ପଞ୍ଚାୟତ ସମିତିର ବାବୁ ଓ ଠିକାଦାର ମେଣ୍ଟ ପଞ୍ଚାୟତ ସମିତିରୁ ଗତ ଆର୍ଥିକ ବର୍ଷରେ ୨ କୋଟି ୪୦ ଲକ୍ଷ ୬୩ ହଜାର ୬୪୭ ଟଙ୍କା ଅଗ୍ରୀମ ନେଇଥିଲେ । ହେଲେ ଏହି ଅର୍ଥ କେଉଁଠି ଅର୍ଥ ଖର୍ଚ୍ଚ ହୋଇଛି ତାହାର ଉତ୍ତର ମିଳୁନି । ଜିଲ୍ଲାପାଳ ମଧ୍ୟ ଏହାର ଉତ୍ତରଦାୟିତ୍ୱ ନେଇନାହାନ୍ତି । ଆଶ୍ଚର୍ଯ୍ୟର କଥା, ସରକାରୀ ଅର୍ଥକୁ ସରକାରୀ ଅଧିକାରୀ-ଠିକାଦାର ଗୋଷ୍ଠୀ ଖୋଲାଖୋଲି ଲୁଟ୍ କରିଥିବା ଜଳ ଜଳ ଦିଶୁଥିଲେ ମଧ୍ୟ ସେହି ଅର୍ଥ ଭରଣା କରିବା ପାଇଁ ପଦକ୍ଷେପ ନାହିଁ ।

ସରକାରୀ ନିୟମ ଅନୁଯାୟୀ, କୌଣସି ଅଧିକାରୀ ବା କର୍ମଚାରୀଙ୍କୁ ମଞ୍ଜୁର ହେଉଥିବା ଅଗ୍ରୀମ ଅର୍ଥ ଖର୍ଚ୍ଚ ହୋଇ ନ ଥିଲେ ସେମାନଙ୍କଠାରୁ ବର୍ଷକ ମଧ୍ୟରେ ଭରଣା ହେବା କଥା । ଭରଣା ନହେଲେ, ସେମାନଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ସହ ଦରମାରୁ ଅର୍ଥ କାଟିବା ପାଇଁ ଅର୍ଥ ବିଭାଗର କଡ଼ା ନିଦେ୍ର୍ଦଶ ଅଛି । ମାତ୍ର ଥୁଆମୂଳ-ରାମପୁର ପଞ୍ଚାୟତ ଅଧିକାରୀ ଓ କର୍ମଚାରୀମାନେ ଅର୍ଥ ବିଭାଗ ନିଦେ୍ର୍ଦଶର ଧଜ୍ଜିଆ ଉଡ଼ାଇଛନ୍ତି । ସରକାରୀ ଅର୍ଥ ଚଳୁ କରି ଭଦ୍ରଲୋକ ସାଜିଛନ୍ତି ।

କେବଳ ଗତ ଆର୍ଥିକ ବର୍ଷରେ ନୁହେଁ, ବିଗତ ୭ ବର୍ଷରେ ଥୁଆପୁର- ରାମପୁର ପଞ୍ଚାୟତ ପାଇଁ ବିଭିନ୍ନ ଯୋଜନାରେ ୬୧ କୋଟି ୫୪ ଲକ୍ଷ ୫୨ ହଜାର ୭୬୩ ଟଙ୍କା ମଞ୍ଜୁର ହୋଇଛି । ତେବେ ଖର୍ଚ୍ଚ ହୋଇଥିବା ଅର୍ଥକୁ କାଗଜପତ୍ରରେ ଦର୍ଶାଯାଇଥିଲେ ମଧ୍ୟ ବିନିଯୋଗପତ୍ର ଦିଆଯାଇନାହିଁ । ଅଡିଟ୍ ବେଳେ ଏହା ଧରାପଡ଼ିଛି । ବିନିଯୋଗପତ୍ର ଦିଆଯାଉ ନ ଥିବାରୁ ଏହି ଅର୍ଥ ଯେ ଚଳୁ ହୋଇଛି ତାହା ସ୍ପଷ୍ଟ ।
ଅନ୍ୟପକ୍ଷରେ ସେଥିରୁ ୨୦ କୋଟି ୩୩ ଲକ୍ଷ ୨୮ ହଜାର ୬୨୮ ଟଙ୍କା ଜମାରୁ ଖର୍ଚ୍ଚ ହୋଇନାହିଁ । ଜନହିତକାରୀ ଯୋଜନାରେ ମଂଜୁର ଅର୍ଥ ଖର୍ଚ୍ଚ ହୋଇ ନ ପାରିବା ପ୍ରଶାସନିକ ଅପରାଗତାର ଆଉ ଏକ ବଡ଼ ନମୁନା । ଏଥିରେ ମଧ୍ୟ କାହାରି ଉତ୍ତର ଦାୟିତ୍ୱ ନାହିଁ ।

୨୦୧୬ ମସିହାରେ ଥୁଆମୂଳ-ରାମପୁରର ଦାନ ମାଝୀ ଅର୍ଥ ଅଭାବରୁ ନିଜର ମୃତ ପତ୍ନୀଙ୍କ ଶବକୁ ୫୦ କିମି କାନ୍ଧରେ ବୋହି ଆଣିବା ସାରା ବିଶ୍ୱରେ ଚର୍ଚ୍ଚିତ ହୋଇଥିଲା । ଓଡ଼ିଶାକୁ ବେଶ୍ ନିନ୍ଦିତ କରିଥିଲା ଏହି ଘଟଣା । ଏହାପରେ ସରକାର ଓ ପ୍ରଶାସନର ତତ୍ପରତା ଦେଖିବାକୁ ମିଳିଥିଲା । ମାତ୍ର ଏହା ଯେ ଲୋକଦେଖାଣିଆ ଓ ପ୍ରଚାର ସର୍ବସ୍ୱ ତାହା ଥୁଆମୂଳ-ରାମପୁର ପଞ୍ଚାୟତର ହିସାବ ଫର୍ଦ୍ଦ ସୂଚେଇ ଦେଉଛି ।

ଇଏ ସେହି ନଗ୍ନ ଚିତ୍ର, ବାସ୍ତବତା… – https://www.middayodisha.com/?p=12920

Previous Post

ପୁରୀରେ ବି ଜମି ହଡ଼ପ କରିଛନ୍ତି ପଣ୍ଡା ଦମ୍ପତ୍ତି !

Next Post

ତଥାପି…ନବୀନ ଏତେ ଲୋକପ୍ରିୟ କାହିଁକି?

Next Post
ତଥାପି…ନବୀନ ଏତେ ଲୋକପ୍ରିୟ କାହିଁକି?

ତଥାପି...ନବୀନ ଏତେ ଲୋକପ୍ରିୟ କାହିଁକି?

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19161 shares
    Share 7664 Tweet 4790
  • ନବୀନ..ନବୀନ, ମୋହନ..ମୋହନ

    16597 shares
    Share 6639 Tweet 4149
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7296 shares
    Share 2918 Tweet 1824
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA