Monday, February 23, 2026 03:21 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Crime

କାହିଁକି ଆତ୍ମହତ୍ୟା କଲେ ବିଚାରପତି ?

ଜୀବନ ହାରିଲେ ସୁବାସ ବିହାରୀ

by Our Correspondent
02 Sep, 2022- 07:05 PM
in Crime, Latest News, News
1 min read
0
କାହିଁକି ଆତ୍ମହତ୍ୟା କଲେ ବିଚାରପତି ?

କଟକ: କଟକ ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ବିଚାରପତି ସୁବାସ କୁମାର ବିହାରୀ(୪୯) ଆତ୍ମହତ୍ୟା କରିଛନ୍ତି । ସିଡିଏ ସେକ୍ଟର-୯ ସ୍ଥିତ ସରକାରୀ ଘରେ ସେ ଫ୍ୟାନ୍ ରେ ରସି ଲଗାଇ ଝୁଲି ପଡିଛନ୍ତି । ପରିବାର ଲୋକ ଜାଣିବା ପରେ ତାଙ୍କୁ ସ୍ଥାନୀୟ ଅଶ୍ୱିନୀ ହସ୍ପିଟାଲ୍ ନିଆଯାଇଥିଲା । ମାତ୍ର ଡାକ୍ତର ମୃତ ଘୋଷଣା କରିଥିଲେ । ବିଚାରପତି ଭାବେ ଅନ୍ୟମାନଙ୍କୁ ନ୍ୟାୟ ଦେଉଥିବା ସରଳ ଓ ଖୁସି ମିଜାଜ୍ ବ୍ୟକ୍ତିତ୍ୱ ସୁବାସ ବାବୁ ଆତ୍ମହତ୍ୟା ଭଳି କଠୋର ନିଷ୍ପତ୍ତି ନେବା ସମସ୍ତଙ୍କୁ ବିଚଳିତ କରିଛି ।

ଗଣେଶ ପୂଜା ଓ ନୂଆଁଖାଇ ପାଇଁ ଦୁଇଦିନ ଛୁଟି ପରେ ଆଜି କୋର୍ଟ ଖୋଲିଥିଲା । ମାତ୍ର ବିଚାରପତି ଆଜି ଦିନ ୧୦ଟା ବେଳକୁ ତାଙ୍କର ଅଫିସ ଷ୍ଟେନୋକୁ ଫୋନ୍ ପୁଣି ଦୁଇଦିନ ଛୁଟି ନେଇଥିଲେ । ସକାଳେ ସେ ସ୍ୱାଭାବିକ ଥିଲେ ଏବଂ ମନରେ ତାଙ୍କର କୌଣସି ଅବସାଦ ଥିବା ଭଳି ଜଣାପଡୁ ନ ଥିଲା । କ୍ୟାମ୍ପସ୍ ଲନ୍ ରେ ଚଲାବୁଲା କରିଥିଲେ । ଆଜି ତାଙ୍କ ବାପାଙ୍କର ଶ୍ରାଦ୍ଧ ଥିବାରୁ ଘରୋଇ କାର୍ଯ୍ୟରେ ବି ସହଯୋଗ କରିଥିଲେ । ଦିନ ୧୨ଟା ବେଳକୁ ତାଙ୍କର ପତ୍ନୀ ଓ ଦୁଇ ଝିଅ ମାର୍କେଟିଂ ପାଇଁ ବାହାରକୁ ଯାଇଥିଲେ । ସେମାନଙ୍କ ଯିବା ପରେ ଘରେ କାମ କରୁଥିବା ସହାୟକଙ୍କୁ ସେ ଘରକୁ ପଠାଇ ଦେଇ ଏକା ରହିଥିଲେ ।

ଦିନ ୧ଟାରୁ ସାଢ଼େ ଗୋଟେ ମଧ୍ୟରେ ବିଚାରପତି ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି । ତାଙ୍କ ରୁମ୍ ଭିତରପଟୁ ବନ୍ଦ ହୋଇଥିଲା । ଦିନ ପ୍ରାୟ ୨ ଟା ବେଳକୁ ପରିବାର ଲୋକ ପହଞ୍ଚିବା ପରେ ଯାଇ ଏହା ଜାଣିଥିଲେ । ତାଙ୍କୁ ତୁରନ୍ତ ଅଶ୍ୱିନୀ ହସ୍ପିଟାଲ୍ କୁ ନିଆଯାଇଥିଲେ ମଧ୍ୟ ତାଙ୍କର ପ୍ରାୟବାୟୁ ଉଡ଼ିସାରିଥିଲା । ଏହି ଦୁଃସମ୍ବାଦ ପ୍ରଚାରିତ ହେଲା ପରେ ସହକର୍ମୀ ଏବଂ ଶୁଭେଚ୍ଛୁମାନଙ୍କର ପ୍ରବଳ ଗହଳି ହୋଇଥିଲା । ସୁବାସଙ୍କ ଭଳି ଦକ୍ଷ ବିଚାରପତି, ଅମାୟିକ ଓ ଖୁସି ମିଜାଜ୍ ର ବ୍ୟକ୍ତି ଯେ ଆତ୍ମହତ୍ୟା କରିବେ ତାହା କେହି ବିଶ୍ୱାସ କରୁ ନ ଥିଲେ । ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି କଟକ ଏସସିବିକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଲା ।

ଯାଜପୁର ଜିଲ୍ଲା ପାଣିକୋଇଲିର ବାସିନ୍ଦା ଥିଲେ ବିଚାରପତି ସୁବାସ ବିହାରୀ । ସ୍ଥାନୀୟ ବାସିନ୍ଦାଙ୍କ କହିବାନୁଯାୟୀ କେବଳ ବିଚାରପତି ଭାବେ ନୁହେଁ, ସାଧାରଣ ଜୀବନରେ ତାଙ୍କର ବେଶ୍ ସୁନାମ ଥିଲା । ଯୁବପୀଢ଼ିଙ୍କର ସେ ଆଦର୍ଶ ଥିଲେ । ଗାଁରେ ରହୁଥିବା ବିଧବା ମା’ ଏବଂ ଏକମାତ୍ର ଭାଇ ପରିବାରର ସେ ସମ୍ପୂର୍ଣ୍ଣ ଦାୟିତ୍ୱ ବୁଝୁଥିଲେ । ଅଞ୍ଚଳବାସୀଙ୍କ ଭଲମନ୍ଦରେ ସବୁବେଳେ ଛିଡ଼ା ହେଉଥିଲେ ।

କିଛି ସମ୍ପର୍କୀୟଙ୍କ କହିବାନୁଯାୟୀ, ତାଙ୍କର କିଛି ବ୍ୟକ୍ତିଗତ ସମସ୍ୟା ଥିବା ଆମେ ଜାଣିନାହୁଁ । ଗାଁରେ ପରିବାର ଏବଂ କଟକରେ ନିଜର ପତ୍ନୀ ଏବଂ ଦୁଇ ଝିଅଙ୍କୁ ନେଇ ତାଙ୍କର ଖୁସିର ସଂସାର ଥିଲା । ଅଫିସରେ ବି ସେଭଳି କିଛି ଚାପ ନ ଥିଲା । ଆଉ କିଛି ବନ୍ଧୁଙ୍କ ସୂଚନା ଅନୁଯାୟୀ, ଆତ୍ମହତ୍ୟା ପଛରେ ସ୍ୱାସ୍ଥ୍ୟଗତ ସମସ୍ୟା ଏକମାତ୍ର କାରଣ ହୋଇପାରେ । ତେବେ ସେଇ ସମସ୍ୟାଟି କ’ଣ ତାହା ସେ ସ୍ପଷ୍ଟ କରିନାହାନ୍ତି ।

କାରଣ ଯାହା ହେଉନା କାହିଁକି, ଜଣେ ବିଚାରପତିଙ୍କ ଆତ୍ମହତ୍ୟା ଘଟଣା ସମସ୍ତଙ୍କୁ ଆନ୍ଦୋଳିତ କରିଛି ।

Previous Post

୪୧ ଲକ୍ଷ ଚାଷୀଙ୍କୁ ମିଳିଲା ୮୬୯ କୋଟି କାଳିଆ ଟଙ୍କା

Next Post

ଡିଜି ପାହ୍ୟାକୁ ଗଲେ ଆଉ ୪ ଅଧିକାରୀ

Next Post
ଡିଜି ପାହ୍ୟାକୁ ଗଲେ ଆଉ ୪ ଅଧିକାରୀ

ଡିଜି ପାହ୍ୟାକୁ ଗଲେ ଆଉ ୪ ଅଧିକାରୀ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19161 shares
    Share 7664 Tweet 4790
  • ନବୀନ..ନବୀନ, ମୋହନ..ମୋହନ

    16597 shares
    Share 6639 Tweet 4149
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7296 shares
    Share 2918 Tweet 1824
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA