Wednesday, April 8, 2026 03:46 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ସକାଳେ ଧାମରା ପାଖାପାଖି ଲ୍ୟାଣ୍ଡଫଲ୍

୫ ଲକ୍ଷରୁ ଅଧିକ ଲୋକ ସ୍ଥାନାନ୍ତର

by Our Correspondent
25 May, 2021- 11:41 PM
in Latest News, News
1 min read
0
ସକାଳେ ଧାମରା ପାଖାପାଖି ଲ୍ୟାଣ୍ଡଫଲ୍

ବୁଧବାର ସଂଧ୍ୟା ଯାଏଁ ବିପଦ

ଭୁବନେଶ୍ୱର: ବୁଧବାର ଭୋର୍ ସମୟରେ ଧାମରା ନିକଟରେ ଲ୍ୟାଣ୍ଡଫଲ୍ କରିବ ବାତ୍ୟା ୟାସ୍ । ୫ଟାରୁ ୬ଟା ମଧ୍ୟରେ ଲ୍ୟାଣ୍ଡଫଲ୍ ହୋଇପାରେ । ଏହି ସମୟରେ ପବନର ବେଗ ୧୪୦ରୁ ୧୬୦ କିମି ଏବଂ ସ୍ଥଳବିଶେଷରେ ୧୮୦ରୁ ୧୮୫ କିମି ହେବାର ସମ୍ଭାବନା ଅଛି । ସ୍ଥଳଭାଗ ଛୁଇଁଲା ପରେ ଏହା ଉତ୍ତର ଉତ୍ତର-ପଶ୍ଚିମ ଦିଗରେ ମୟୁରଭଞ୍ଜ ଦେଇ ଝାଡ଼ଖଣ୍ଡକୁ ଯିବାର ସମ୍ଭାବନା ଅଛି ।

ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା ଆଜି ବିଳମ୍ବିତ ରାତିରେ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି । ଆସନ୍ତା ୧୦ ଘଣ୍ଟା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି । ଆଜି ରାତି ସାଢ଼େ ୯ଟା ସୁଦ୍ଧା ୫ ଲକ୍ଷରୁ ସାମାନ୍ୟ ଅଧିକ ଲୋକଙ୍କୁ ନିରାପଦ ଜାଗାକୁ ସ୍ଥାନାନ୍ତର କରାଯାଇଛି । ବାଲେଶ୍ୱରରୁ ସର୍ବାଧିକ ୧.୪୩ ଲକ୍ଷ, କେନ୍ଦ୍ରାପଡ଼ାରୁ ୧.୫ ଲକ୍ଷ, ଭଦ୍ରକ ୯୩ ହଜାର, ଜଗତସିଂହପୁରରୁ ୨୧ ହଜାର, ମୟୁରଭଞ୍ଜରୁ ୪୩ ହଜାର, ପୁରୀରୁ ୧୪ ହଜାର, କଟକରୁ ୧୫ ହଜାର ଏବଂ କେନ୍ଦୁଝରରୁ ୧୦ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇସାରିଛି । ଏହି ପ୍ରକ୍ରିୟା ଜାରି ରହିଥିବା ଏସଆରସି କହିଛନ୍ତି ।

ଆଜି ସଂଧ୍ୟାରୁ ବାତ୍ୟା ୟାସ୍ ଭୀଷଣରୁ ଅତି ଭୀଷଣ ରୂପ ନେଇସାରିଛି । ଘଣ୍ଟାକୁ ୧୫ କିମି ବେଗରେ ଏହା ଉପକୂଳ ଆଡକୁ ମାଡି ଆସୁଛି । ସମୁଦ୍ରରେ ଏବେ ୧୨୦ ରୁ ୧୪୫ କିମି ବେଗରେ ପବନ ବହୁଛି । ଆସନ୍ତାକାଲି ସକାଳେ ଲ୍ୟାଣ୍ଡଫଲ୍ ର ୬ ଘଣ୍ଟା ପୂର୍ବରୁ ଓ ୬ ଘଣ୍ଟା ପର ବ୍ୟାପକ କ୍ଷୟକ୍ଷତି ଘଟାଇବ ୟାସ୍ । ଭଦ୍ରକ, ବାଲେଶ୍ୱର, ଜଗତସିଂହପୁର ଏବଂ କେନ୍ଦ୍ରାପଡ଼ା ଜିଲ୍ଲାରେ ଏହାର ବେଶୀ ତାଣ୍ଡବଲୀଳା ଦେଖିବାକୁ ମିଳିବ ।

ଆଇଏମଡି ଡିଜି ଡ. ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସୂଚନା ଅନୁଯାୟୀ, ଆସନ୍ତାକାଲି ସଂଧ୍ୟା ପର୍ଯ୍ୟନ୍ତ ଉପକୂଳ ଓଡ଼ିଶାକୁ ବିପଦ ରହିଛି । ଆଜି ରାତି ୧୨ରୁ କାଲି ଦିନ ୧୨ଟା ପର୍ଯ୍ୟନ୍ତ ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାକୁ ବିପଦ ଥିବା ବେଳେ ଅପରାହ୍ନ ପର୍ଯ୍ୟନ୍ତ ଭଦ୍ରକ ଜିଲ୍ଲା ଏବଂ ସଂଧ୍ୟା ପର୍ଯ୍ୟନ୍ତ ବାଲେଶ୍ୱର ଜିଲ୍ଲାକୁ ବିପଦ ଅଛି । ୨୬ ମଧ୍ୟରାତ୍ର ପର୍ଯ୍ୟନ୍ତ ମୟୁରଭଞ୍ଜ ଜିଲ୍ଲାକୁ ବିପଦ ରହୁଛି ବୋଲି କହିଛନ୍ତି ।

ଇତିମଧ୍ୟରେ ୟାସ୍ ର ଆଖିକୁ ପାରାଦ୍ୱୀପ ରାଡାର ଧରିଛି । ଏହି ଆଖିର ବ୍ୟାସାର୍ଦ୍ଧ ୩୫ କିଲୋମିଟର ବୋଲି ସୂଚନା ମିଳିଛି । ବାଦଲ ଭିତରେ ଘୋଡେଇ ହୋଇ ରହିଥିବା ବାତ୍ୟାର ଆଖି ରାଡାର ପରିଧିକୁ ଆସିଲା ପରେ ସ୍ପଷ୍ଟ ହୋଇଯାଇଛି । ସୂଚନାଥାଉକି, ବାତ୍ୟାର କେନ୍ଦ୍ରସ୍ଥଳରେ ହିଁ ରହିଥାଏ ଆଖି । ଆଖି ଯେଉଁ ଅଞ୍ଚଳ ଦେଇ ଯାଏ, ଭୟଙ୍କର କ୍ଷତି ଘଟାଇଥାଏ ।

ଆଇଏମଡି ଡିଜି ଡ. ମହାପାତ୍ରଙ୍କ ସୂଚନା ଅନୁଯାୟୀ, ଆଖି ଯେଉଁ ଅଞ୍ଚଳରେ ଅତିକ୍ରମ କରେ, ସେଠାରେ ପବନର ବେଗ ଡବଲ୍ ହୁଏ । ପ୍ରଥମେ କିଛି ଘଣ୍ଟା ଗୋଟିଏ ଦିଗକୁ ପବନ ବହେ । ମଝିରେ କିଛି ସମୟ ପର୍ଯ୍ୟନ୍ତ ପବନ ପୂରା ଶାନ୍ତ ହୋଇଯାଏ । ଏପରିକି ଖରା ବି ହୋଇଥାଏ । ତେବେ ଅଧ ଘଣ୍ଟା ବା ଘଣ୍ଟାଏ ପରେ ପୁଣି ପବନ ବିପରୀତ ଦିଗରେ ବହିବା ଆରମ୍ଭ କରିଥାଏ । ପୂର୍ବରୁ ଦକ୍ଷିଣରୁ ବହୁଥିଲେ, କିଛି କ୍ଷଣ ପରେ ଉତ୍ତରକୁ ବହିଥାଏ । ଆଖି ଗତି କରୁଥିବା ଜାଗାରେ ଭୀଷଣ କ୍ଷୟକ୍ଷତି ଘଟିଥାଏ । ଆଖି ଯାଉଥିବା ଅଞ୍ଚଳରେ ମଝିରେ ପବନ କମିଲେ ବାହାରକୁ ବାହାରନ୍ତୁ ନାହିଁ । ସମ୍ପୂର୍ଣ୍ଣ ବାତ୍ୟା ଯିବା ସୂଚନା ପାଇଲେ ବାହାରକୁ ବାହାରନ୍ତୁ ବୋଲି ଡ. ମହାପାତ୍ର ସତର୍କ କରାଇଛନ୍ତି ।

ଆଜି ମଧ୍ୟରାତ୍ରରୁ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ଆରମ୍ଭ ହୋଇଯାଇଛି । ଆସନ୍ତାକାଲି ଅପରାହ୍ନ ପର୍ଯ୍ୟନ୍ତ ଅତି ପ୍ରବଳରୁ ପ୍ରବଳତ୍ତର ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ବାତ୍ୟା ସୂଚନା ଏବଂ ପ୍ରଶାସନର ପ୍ରସ୍ତୁତି ସମ୍ପର୍କରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏବଂ ଏସଆରସି ପ୍ରଦୀପ ଜେନା ଆଜି ଅପରାହ୍ନରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିଛନ୍ତି । ପ୍ରଶାସନର ପ୍ରସ୍ତୁତି ସମ୍ପର୍କରେ ମୁଖ୍ୟମନ୍ତ୍ରୀ ସନ୍ତୋଷ ପ୍ରକାଶ କରିବା ସହ ନିୟମିତ ନଜର ରଖିବାକୁ ନିର୍ଦ୍ଦେଶ ଦେଇଥିଲେ । ପ୍ରତିଟି ଜୀବନ ମୂଲ୍ୟବାନ । ଏହା ହେଉଛି ସରକାରଙ୍କ ଆଭିମୁଖ୍ୟ । ଏଥିରେ ଜନସାଧାରଣ ପ୍ରଶାସନକୁ ସହଯୋଗ କରିବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଥିଲେ ।

Previous Post

ଧାମରା-ବାଲେଶ୍ୱର ମଧ୍ୟରେ ଲ୍ୟାଣ୍ଡଫଲ୍

Next Post

୯ଟାରୁ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ

Next Post
୯ଟାରୁ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ

୯ଟାରୁ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19180 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5814 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA