Thursday, February 5, 2026 07:27 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Crime

ଧଉଳି ଗଣଦୁଷ୍କର୍ମ ମୁଖ୍ୟ ଅଭିଯୁକ୍ତ ଗିରଫ

by Our Correspondent
18 Dec, 2025- 11:07 PM
in Crime, Lifestyle, News
1 min read
0
ଧଉଳି ଗଣଦୁଷ୍କର୍ମ ମୁଖ୍ୟ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର: ଦୟାନଦୀ ଲିଙ୍ଗିପୁର ପଠାରେ ଘଟିଥିବା ବହୁ ଚର୍ଚ୍ଚିତ ନାବାଳିକା ଗଣଦୁଷ୍କର୍ମ ଘଟଣାର ମୁଖ୍ୟ ଅଭିଯୁକ୍ତ ସତ୍ୟପ୍ରକାଶ ହାତୀ ଓରଫ ଜୋକର ହାପି ଗିରଫ ହୋଇଛି । ଫେରାର ହୋଇଯାଇଥିବା ଏହି ଦୁର୍ଦ୍ଦାନ୍ତ ଅପରାଧୀକୁ କମିଶନରେଟ୍ ପୁଲିସର ସ୍ୱତନ୍ତ୍ର ସ୍କ୍ୱାଡ୍ ଗତ ରାତିରେ ଗଞ୍ଜାମ ଜିଲ୍ଲାରୁ ଗିରଫ କରିଥିଲା । ଆଜି ସକାଳେ ଘଟଣାସ୍ଥଳକୁ ନେଇ ତା’ର କ୍ରାଇମ୍ ସିନ୍ ରିକ୍ରିଏସନ୍ କରିଥିଲା । ସେଦିନ ରାତିରେ ସେହି ନାବାଳିକା ଓ ତାଙ୍କ ପୁରୁଷ ବନ୍ଧୁଙ୍କ ସହ ଯାହା ହୋଇଥିଲା ପୁଲିସ ଆଗରେ କରିକି ଦେଖାଇଲା । ପୁଲିସ ଆଖିରେ ଧୂଳି ଦେଇ କେମିତି କୁଆଡ଼େ ଗଲା ତାହା ବି କହିଲା । ଡାକ୍ତରୀ ପରୀକ୍ଷା ପରେ ତାକୁ କୋର୍ଟ ଚାଲାଣ କରାଯାଇଥିଲା । ଏହି ଜଘନ୍ୟ କାଣ୍ଡରେ ଜୋକର ହାପିର ଦୁଇ ସହଯୋଗୀ କଟକ ଜିଲ୍ଳା ବାଙ୍କୀର ବିଭୁପ୍ରସାଦ ମିଶ୍ର ଓ ଓଲଟପୁରର କାଳନ୍ଦୀ ପାତ୍ର ପୂର୍ବରୁ ଗିରଫ ହୋଇଥିଲେ । ଆଉ ୨ ଜଣ ଅଭିଯୁକ୍ତ ଏବେ ବି ଫେରାର ଅଛନ୍ତି ।

ଶିଶୁପାଳଗଡ଼ର ଜୋକର ହାପି ଜଣେ ଦୁର୍ଦ୍ଦନ୍ତ ଅପରାଧୀ । ତା’ ନାଁରେ ଚୋରି, ଛିନତାଇ, ଡକାୟତି, ହତ୍ୟା ଉଦ୍ୟମ, ଦାଦାବଟି ଭଳି ୨୦ରୁ ଅଧିକ ଅପରାଧିକ ମାମଲା ଅଛି । ୨୦୧୮ ମସିହାରେ ପ୍ରଥମେ ସେ ଏକ ଗାଡ଼ି ଚୋରି ମାମଲାରେ ଗିରଫ ହୋଇଥିଲା । ୨୦୨୨ ମସିହାରେ ଜଣଙ୍କୁ ବ୍ଲେଡ୍ ରେ ମାରିବାକୁ ଉଦ୍ୟମ କରି ଜେଲ୍ ଯାଇଥିଲା । ୨୦୨୪ ମସିହାରେ ଜଣେ ପୁଲିସ ଏସଆଇଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲା । ୬ ମାସ ତଳେ ପୁରୀ ବାଇପାସରେ ଜଣେ ବ୍ୟକ୍ତିଙ୍କୁ ଭଙ୍ଗା ମଦ ବୋତଲରେ ଭୂଷି ଦେଇଥିଲା । ଏହି ମାମଲାରେ ସେ ଗିରଫ ହୋଇ ଝରପଡ଼ା ଜେଲରେ ଥିଲା । ୯ ତାରିଖରେ ଜେଲ୍ ରୁ ଫେରିଥିଲା । ଆଉ ୧୦ ତାରିଖ ସଂଧ୍ୟାରେ ସାଙ୍ଗମାନଙ୍କ ସହ ମିଶି ଧଉଳି ପୁରୁଷ ବନ୍ଧୁଙ୍କ ସହ ବୁଲିବାକୁ ଆସିଥିବା ନାବାଳିକା ଗଣଦୁଷ୍କର୍ମ କରିଥିଲା ।

ସୂଚନାଥାଉକି, ୧୦ ତାରିଖ ସଂଧ୍ୟାରେ ଘଟିଥିବା ଏହି ବର୍ବରୋଚିତ କାଣ୍ଡ ସମଗ୍ର ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି । ଏହି ସଙ୍ଗୀନ ମାମଲାକୁ ରାଜ୍ୟ ସରକାର ରେଡ୍ ଫ୍ଲାଗ୍ ଶ୍ରେଣୀଭୁକ୍ତ କରି କ୍ରାଇବ୍ରାଞ୍ଚକୁ ତଦନ୍ତ ଭାର ଦେଇଛନ୍ତି । ଅତି ଶୀଘ୍ର ଚାର୍ଜସିଟ୍ କରାଯାଇ ଫାଷ୍ଟ ଟ୍ରାକ୍ କୋର୍ଟରେ ମାମଲାର ବିଚାର ହେବ ବୋଲି ଜଣାପଡ଼ିଛି ।

ଏହି ନାରକୀୟ କାଣ୍ଡକୁ ନେଇ ରାଜ୍ୟ ମହିଳା କଂଗ୍ରେସ ଆଜି ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛି । ନାରୀଙ୍କୁ ସୁରକ୍ଷା ଦେବାରେ ସରକାରଙ୍କ ବିଫଳତା ପୁଣି ଥରେ ପ୍ରମାଣିତ ହୋଇଛି ବୋଲି ସଭାନେତ୍ରୀ ମିନାକ୍ଷୀ ବାହିନୀପତି କହିଛନ୍ତି । ସମସ୍ତ ଅଭିଯୁକ୍ତଙ୍କୁ ଗିରଫ ସହ ପୀଡ଼ିତା ନାବାଳିକାଙ୍କୁ ତୁରନ୍ତ ନ୍ୟାୟ ନ ମିଳିଲେ ରାଜଭବନ ଘେରାଉ କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି ।

ପୂର୍ବରୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ସରକାରଙ୍କୁ କଡ଼ା ସମାଲୋଚନା କରିଥିଲେ । ରାଜଧାନୀରେ ମହିଳାଙ୍କ ପାଇଁ ସୁରକ୍ଷିତ ପରିବେଶ ସୁନିଶ୍ଚିତ କରି ନ ପାରିବା ବିଜେପି ସରକାରରେ ଅପାରଗତା ଓ ସମ୍ବେଦନହୀନ ଆଚରଣକୁ ଦର୍ଶାଉଛି ବୋଲି କହିଥିଲେ । ବିଜୁ ମହିଳା ଜନତା ଦଳ ପକ୍ଷରୁ ସଭାପତି ସ୍ନେହାଙ୍ଗିନୀ ଛୁରିଆ ପ୍ରେସ୍ ମିଟ୍ କରି ମହିଳାଙ୍କୁ ସୁରକ୍ଷା ଦେବାରେ ବିଫଳ ରାଜ୍ୟ ସରକାର ଗାଦି ଛାଡ଼ିଦେବାକୁ ଆହ୍ୱାନ ଦେଇଥିଲେ ।

ତେବେ ଏହି ମାମଲାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗମ୍ଭୀରତାର ସହ ନେଇଛନ୍ତି । ତାଙ୍କ ନିର୍ଦ୍ଦେଶରେ ମୁଖ୍ୟ ଅଭିଯୁକ୍ତକୁ ଧରିବା ପାଇଁ ପୁଲିସ ଅକ୍ଲାନ୍ତ ପରିଶ୍ରମ କରିଥିଲା । ଜୋକର ହାପିର ମୋବାଇଲ୍ ଫୋନ୍ ଟ୍ରାକ୍ କରି ଗଞ୍ଜାମ ଜିଲ୍ଲାରୁ ଉଠାଇ ଆଣିଥିଲା । ଅତିଶୀଘ୍ର ଅନ୍ୟ ୨ ଅଭିଯୁକ୍ତକୁ ଧରିବା ପାଇଁ ପୁଲିସର ଧରପଗଡ଼ ଜାରି ରହିଛି ।

Previous Post

ବିିଧାୟକଙ୍କ ଦରମା ବୃଦ୍ଧିର ହେବ ପୁନଃବିଚାର!

Next Post

ଟାଟା ପାୱାର ବିରୋଧରେ ବିଜେଡିର ବିକ୍ଷୋଭ

Next Post
ଟାଟା ପାୱାର ବିରୋଧରେ ବିଜେଡିର ବିକ୍ଷୋଭ

ଟାଟା ପାୱାର ବିରୋଧରେ ବିଜେଡିର ବିକ୍ଷୋଭ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19156 shares
    Share 7662 Tweet 4789
  • ନବୀନ..ନବୀନ, ମୋହନ..ମୋହନ

    16595 shares
    Share 6638 Tweet 4149
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7296 shares
    Share 2918 Tweet 1824
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5812 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5482 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA