Wednesday, March 4, 2026 01:11 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ରାଜ୍ୟସଭା ମଇଦାନରେ ଦିଲ୍ଲୀପ ରାୟ

ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢ଼ିବେ

by Samar Pradhan
03 Mar, 2026- 05:00 PM
in Latest News, News, Politics
1 min read
0
ରାଜ୍ୟସଭା ମଇଦାନରେ ଦିଲ୍ଲୀପ ରାୟ

ଭୁବନେଶ୍ୱର: ରାଜ୍ୟସଭା ଚତୁର୍ଥ ଆସନ ପାଇଁ ଖେଳ ଜମିବାକୁ ଯାଉଛି । ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢ଼ିବେ ଦିଲ୍ଲୀପ ରାୟ । ଆସନ୍ତା ଗୁରୁବାର ଦିନ ସେ ନାମାଙ୍କନ ପତ୍ର ଦାଖଲ କରିବେ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ବିଜେପିର କେନ୍ଦ୍ରୀୟ ନେତୃତ୍ୱ ଓ ରାଜ୍ୟ ନେତାମାନଙ୍କ ସହ ତାଙ୍କର ଆଲୋଚନା ହୋଇଛି ବୋଲି ମଧ୍ୟ ଜଣାଇ ଦେଇଛନ୍ତି । ସୁତରାଂ ବିଜେପି ତାଙ୍କୁ ପ୍ରାର୍ଥୀ ଘୋଷଣା ନ କରି ସମର୍ଥନ ଦେବାକୁ ନିଷ୍ପତ୍ତି ନେଇଛି ବୋଲି ବୁଝିବାକୁ ପଡିବ । ଯଦିଓ ବିଜେପି ପକ୍ଷରୁ ତାଙ୍କୁ ସମର୍ଥନ ନେଇ ବିଧିବଦ୍ଧ ଘୋଷଣା ହୋଇନାହିଁ ।

ପୂର୍ବରୁ ଏହି ଚତୁର୍ଥ ଆସନ ଲାଗି ଡାକ୍ତର ଦତ୍ତେଶ୍ୱର ହୋତାଙ୍କୁ ପ୍ରାର୍ଥୀ ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ତାଙ୍କୁ କମନ୍ ପ୍ରାର୍ଥୀ ଦର୍ଶାଇ ସବୁ ଦଳର ସମର୍ଥନ ଲୋଡ଼ିଥିଲେ । ନବୀନଙ୍କ ଘୋଷଣା ପରେ ପରେ ପିସିସି ସଭାପତି ଭକ୍ତ ଚରଣ ଦାସ ତାଙ୍କୁ ସମର୍ଥନ ଜଣାଇଥିଲେ । ଏଆଇସିସି ପକ୍ଷରୁ ନିଷ୍ପତ୍ତି ଘୋଷଣା ହୋଇ ନ ଥିଲେ ମଧ୍ୟ ଗତକାଲି କଂଗ୍ରେସ ବିଧାୟକ ଦଳର ବୈଠକ ବସି ଡାକ୍ତର ହୋତାଙ୍କୁ ସମର୍ଥନ କରିବା ପାଇଁ ନିଷ୍ପତ୍ତି ହୋଇଥିଲା । ବୈଠକରେ ବିଧାୟକ ରମେଶ ଜେନା ଏବଂ ସୋଫିଆ ଫିରଦୋସ୍ ଙ୍କ ଅନୁପସ୍ଥିତିକୁ ନେଇ ବିଭିନ୍ନ ଚର୍ଚ୍ଚା ଲାଗି ରହିଥିଲା ବେଳେ ଆଜି ମଧ୍ୟାହ୍ନରେ ଶ୍ରୀ ଜେନା ପିସିସି ସଭାପତିଙ୍କୁ ଭେଟି ଆଲୋଚନା କରିଥିଲେ । ଦଳର ନିଷ୍ପତ୍ତି ସାଥୀରେ ସେ ରହିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ତେବେ ପୁରୁଣା କଥା ମନେ ପକେଇ ବିଜେଡି ଉପରେ କିନ୍ତୁ ରାଗ ଝାଡ଼ିଛନ୍ତି । ବିଜେଡି ତାଙ୍କର ଶତ୍ରୁ ବୋଲି ମନେ ପକାଇ ଦେଇଛନ୍ତି ।

ଅନ୍ୟପକ୍ଷରେ ଡାକ୍ତର ହୋତାଙ୍କୁ ସୋଫିଆଙ୍କ ସମର୍ଥନ ନେଇ ଗ୍ୟାରେଣ୍ଟି ଦେଇଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ୍ । ଗତକାଲି ରମେଶ ଜେନା ଏବଂ ସୋଫିଆ ଫିରଦୋସ୍ କାର୍ଯ୍ୟବ୍ୟସ୍ତତା ଯୋଗୁଁ ଆସି ପାରି ନ ଥିଲେ । ଉଭୟ କଂଗ୍ରେସ ନିଷ୍ପତ୍ତି ସାଥୀରେ ରହିବେ ବୋଲି ସେ ନିଶ୍ଚିତ କରିଛନ୍ତି । ଅବଶ୍ୟ ସୋଫିଆଙ୍କ ମୁହଁରୁ ପ୍ରତିକ୍ରିୟା ଆସିନାହିଁ ।

ରାଜ୍ୟସଭା ଗଣିତରେ ଚତୁର୍ଥ ଆସନ ଲାଗି ବିଜେଡି ପାଖରେ ରହୁଛି ୧୮ ସଂଖ୍ୟା । କଂଗ୍ରେସର ସଂଖ୍ୟା ୧୪ । ସିପିଏମ୍ ବିଧାୟକଙ୍କ ସମର୍ଥନ ରହିଲେ ଏମାନଙ୍କ ସଂଖ୍ୟା ହେଉଛି ୩୩ । ତେଣୁ ଡାକ୍ତର ଦତ୍ତେଶ୍ୱର ହୋତାଙ୍କର ବିଜୟ ସହଜ ହୋଇଯାଉଛି ।
ମାତ୍ର ଏହା ହେବ ତ?

ରାଜନୈତିକ ପର୍ଯ୍ୟବେକ୍ଷକଙ୍କ ମତରେ ଚତୁର୍ଥ ଆସନ ଖେଳରେ ଦିଲ୍ଲୀପ ରାୟଙ୍କ ବିଜୟ ସମ୍ଭାବନା ବରଂ ଅଧିକ ଦେଖାଗଲାଣି । କାରଣ ବିଜେପିର ବଳକା ୨୨ ଭୋଟ ପାଇଲା ପରେ ଆଉ ତାଙ୍କୁ ଦରକାର ୮ ଭୋଟ । ବିଜେଡି ଏବଂ କଂଗ୍ରେସର ୮ ଭୋଟ ନେବା ତାଙ୍କ ପାଇଁ ଆଦୌ କଷ୍ଟକର ହୋଇ ନ ପାରେ । କାରଣ ଦିଲ୍ଲୀପ ଏକା ଲଢ଼ିବେନି । ତାଙ୍କ ପଛରେ ରହିବ ବିଜେପି । ବିଜେଡି- କଂଗ୍ରେସ ମିଳିତ ପ୍ରାର୍ଥୀଙ୍କୁ କେବେ ଜିତାଇବାକୁ ଦେବନି ବିଜେପି । ତେଣୁ ଜବରଦସ୍ତ ଖେଳ ହେବ । ବିଜେଡି ଏବଂ କଂଗ୍ରେସରୁ ୮ ଖସାଇବା ସହଜ ହେବ । ଦିଲ୍ଲୀପଙ୍କ ଆଡକୁ ସେତିକି ଭୋଟ ପଳେଇ ଆସିଲେ ଖେଳ ସରିଲା ।

ସୂଚନାଥାଉକି, ୨୦୦୨ ମସିହାରେ ୪ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହୋଇଥିଲା । ବିଜେଡିର ଦୁଇ ଏବଂ ବିଜେପିର ଜଣେ ପ୍ରାର୍ଥୀ ସହଜରେ ଜିତିଯାଇଥିଲେ । ଚତୁର୍ଥ ଆସନ ପାଇଁ କୌଣସି ଦଳର ସଂଖ୍ୟା ନ ଥିବା ବେଳେ ଦିଲ୍ଲୀପ ରାୟ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚିତ ଜିତି ବିଜେଡିକୁ ଚକମା ଦେଇଥିଲେ । ଦିଲ୍ଲୀପଙ୍କୁ ହରାଇବା ପାଇଁ ନବୀନ ସବୁ କଳବଳ କୌଶଳ ଲଗାଇଥିଲେ ବି ଦିଲ୍ଲୀପ ବିଜେଡି, ବିଜେପି ଏବଂ କଂଗ୍ରେସ ଭୋଟ ଭାଙ୍ଗି ନିର୍ବାଚନ ଜିତିଯାଇଥିଲେ ।

Continue Reading
Previous Post

ମନମୋହନ, ସୁଜିତ୍ ବିଜେପି ପ୍ରାର୍ଥୀ

Next Post

ଦିଲ୍ଲୀପ ରାୟଙ୍କୁ ବିଜେପିର ସମର୍ଥନ

Next Post
ଦିଲ୍ଲୀପ ରାୟଙ୍କୁ ବିଜେପିର ସମର୍ଥନ

ଦିଲ୍ଲୀପ ରାୟଙ୍କୁ ବିଜେପିର ସମର୍ଥନ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19162 shares
    Share 7665 Tweet 4791
  • ନବୀନ..ନବୀନ, ମୋହନ..ମୋହନ

    16599 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA