Saturday, February 21, 2026 09:07 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଇକୋନୋମିକ ଟାଇମ୍ସ ପକ୍ଷରୁ ମୁଖ୍ୟମନ୍ତ୍ରୀ ପୁରସ୍କୃତ

ଓଡ଼ିଶା ସରକାରଙ୍କ ସଫଳ କାର୍ଯ୍ୟକ୍ରମକୁ ସ୍ୱୀକୃତି

by Our Correspondent
25 Aug, 2022- 10:46 PM
in Latest News, News
1 min read
0
ଇକୋନୋମିକ ଟାଇମ୍ସ ପକ୍ଷରୁ ମୁଖ୍ୟମନ୍ତ୍ରୀ ପୁରସ୍କୃତ

ନୂଆଦିଲ୍ଲୀ/ଭୁବନେଶ୍ୱର: ଓଡ଼ିଶାରେ ରାଜ୍ୟ ସରକାରଙ୍କ ଦୃଷ୍ଟାନ୍ତକାରୀ କାର୍ଯ୍ୟକ୍ରମ ଏବଂ ଜାତୀୟ ଖାଦ୍ୟ ସୁରକ୍ଷା ଆଇନର ସଫଳ ରୂପାୟନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପୁଣି ଏକ ସମ୍ମାନ ମିଳିଛି । ନୂଆଦିଲ୍ଲୀଠାରେ ଇକୋନୋମିକ ଟାଇମ୍ସ ପକ୍ଷରୁ ଆଜି ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ତରଫରୁ ଖାଦ୍ୟ ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଏବଂ ଆଇଟି ମନ୍ତ୍ରୀ ତୁଷାରକାନ୍ତି ବେହେରା ଟ୍ରଫି ଓ ପୁରସ୍କାର ଗ୍ରହଣ କରିଛନ୍ତି ।

ମନ୍ତ୍ରୀ ଶ୍ରୀ ନାୟକ ଆୟୋଜକଙ୍କୁ ଧନ୍ୟବାଦ ଜଣାଇ ତାଙ୍କ ଭାଷଣରେ କହିଥିଲେ, ନବେ ଦଶକରେ ଓଡ଼ିଶା ଦାରିଦ୍ର୍ୟ ଏବଂ ଭୋକିଲା ପାଇଁ ଖବରର ଶୀର୍ଷ ମଣ୍ଡନ କରୁଥିଲା । ମାତ୍ର ମୁଖ୍ୟମନ୍ତ୍ରୀଙ୍କ ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟି କାର୍ଯ୍ୟକ୍ରମ ଓଡ଼ିଶାକୁ ସଫଳତାର ଶୀର୍ଷରେ ପହଞ୍ଚାଇଛି । ରାଜ୍ୟରେ ଖାଦ୍ୟ ଅଭାବରୁ କେହି ମୃତ୍ୟୁବରଣ କରିବେ ନାହିଁ ବୋଲି ମୁଖ୍ୟମନ୍ତ୍ରୀଙ୍କ ସଂକଳ୍ପ ଆଜି ସାକାର ହୋଇଛି ।

୨୦୧୧ ଜନଗଣନା ଆଧାରରେ ଦେଶରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ପ୍ରଚଳନ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ଦିଗଦର୍ଶନରେ ଓଡ଼ିଶା ଆଉ ପାଦେ ଆଗକୁ ଯାଇ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାକୁ ସେଥିରେ ଯୋଡିଛି । ଫଳରେ ଅଧିକ ଲୋକ ଉପକୃତ ହେଉଛନ୍ତି । ଖାଦ୍ୟ ଉତ୍ପାଦନ ଏବଂ ବଣ୍ଟନରେ ଓଡ଼ିଶା ବହୁତ ଆଗକୁ ଯାଇଛି । ଖାଦ୍ୟ ସୁରକ୍ଷା ଆଇନର ସଫଳ ରୂପାୟନରେ ଓଡ଼ିଶା ଦେଶରେ ଏକ ନମ୍ବର ରାଜ୍ୟର ମାନ୍ୟତା ପାଇଥିବା ବେଳେ ଇଟାଲିରେ ମୁଖ୍ୟମନ୍ତ୍ରୀଙ୍କୁ ବିଶ୍ୱ ଖାଦ୍ୟ ସଂଗଠନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଦିଗଦର୍ଶନରେ ରାଜ୍ୟରେ ୫-ଟି ପ୍ରଚଳନ ଯୋଗୁଁ ଖାଦ୍ୟ ସୁରକ୍ଷା ଆହୁରି ଦୃଢ଼ୀଭୂତ ହୋଇଛି ବୋଲି ଶ୍ରୀ ନାୟକ କହିଥିଲେ ।

ସୂଚନାଥାଉକି, ଜାତୀୟ ଖାଦ୍ୟ ସୁରକ୍ଷା ଆଇନର ସଫଳ ରୂପାୟନରେ ଓଡ଼ିଶାକୁ ଏକ ନମ୍ବର ରାଜ୍ୟର ମାନ୍ୟତା ଦେଇଛନ୍ତି କେନ୍ଦ୍ର ସରକାର । ଗତ ମାସରେ କେନ୍ଦ୍ର ଖାଦ୍ୟ ଏବଂ ଖାଉଟି କଲ୍ୟାଣ ମନ୍ତ୍ରୀ ପିୟୂଷ ଗୋଏଲ୍ ଏହି ଘୋଷଣା କରିଥିଲେ । ପ୍ରଥମ ସ୍ଥାନରେ ଥିବା ଓଡ଼ିଶାର ଇଣ୍ଡେକ୍ସ ସ୍କୋର ୦.୮୩୬ ଥିବା ବେଳେ ଉତ୍ତର ପ୍ରଦେଶର ସ୍କୋର ୦.୭୯୭ ଏବଂ ଆନ୍ଧ୍ର ପ୍ରଦେଶ ସ୍କୋର ୦.୭୯୪ ରହିଥିଲା । ଜାତୀୟ ଖାଦ୍ୟ ସୁରକ୍ଷା ପ୍ରଣୟନରେ ଓଡ଼ିଶାର ସର୍ବଶ୍ରେଷ୍ଠ ପ୍ରଦର୍ଶନ ପାଇଁ କେନ୍ଦ୍ରମନ୍ତ୍ରୀ ଶ୍ରୀ ଗୋଏଲ୍ ଟୁଇଟ୍ ଯୋଗେ ରାଜ୍ୟ ସରକାରଙ୍କୁ ବଧେଇ ଜଣାଇଥିଲେ ।

ନିକଟରେ ମୁଖ୍ୟମନ୍ତ୍ରୀଙ୍କ ଇଟାଲୀ ଗସ୍ତ ବେଳେ ଖାଦ୍ୟ ସୁରକ୍ଷା ଆଇନର ସଫଳ ରୂପାୟନ ପାଇଁ ବିଶ୍ୱ ଖାଦ୍ୟ ସଂଗଠନ ପକ୍ଷରୁ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

Previous Post

ଜନଜାତି କଲ୍ୟାଣ ଓ ମହିଳା ସଶକ୍ତିକରଣ ପାଇଁ କିସ୍‍ ଓ ନୱା ମଧ୍ୟରେ ବୁଝାମଣା

Next Post

କଂଗ୍ରେସ ଛାଡ଼ିଲେ ଗୁଲାମନବୀ ଆଜାଦ

Next Post
କଂଗ୍ରେସ ଛାଡ଼ିଲେ ଗୁଲାମନବୀ ଆଜାଦ

କଂଗ୍ରେସ ଛାଡ଼ିଲେ ଗୁଲାମନବୀ ଆଜାଦ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19161 shares
    Share 7664 Tweet 4790
  • ନବୀନ..ନବୀନ, ମୋହନ..ମୋହନ

    16597 shares
    Share 6639 Tweet 4149
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7296 shares
    Share 2918 Tweet 1824
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA