Sunday, February 22, 2026 06:55 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Crime

ପଣ୍ଡା ଦମ୍ପତ୍ତିଙ୍କୁ କ୍ରାଇମବ୍ରାଞ୍ଚ ପୁଲିସର ଅନୁକମ୍ପା !

by Our Correspondent
09 Nov, 2020- 10:26 PM
in Crime, Latest News, News
1 min read
0
ପଣ୍ଡା ଦମ୍ପତ୍ତିଙ୍କୁ କ୍ରାଇମବ୍ରାଞ୍ଚ ପୁଲିସର ଅନୁକମ୍ପା !

ଭୁୁବନେଶ୍ୱର: ଓଟିଭି ମାଲିକଙ୍କୁ କମିଶନରେଟ୍ ଓ କ୍ରାଇମବ୍ରାଞ୍ଚ ପୁଲିସ ଅନୁକମ୍ପା ଦେଖାଉନାହିଁ ତ? ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାକୁ କୌଣସି ଶକ୍ତିରୁ ଚାପ ଅଛି କି? କି ଏକ ନମ୍ବର ଟିଭିରେ ନିଜକୁ ବଡ଼ ଦେଖାଇବାର ସୁଯୋଗ ହାତଛଡ଼ା କରିବାକୁ ଚାହୁଁନାହିଁ?

ନାବାଳିକା ଗଣଦୁଷ୍କର୍ମ ଓ ସାରୁଅ ଜମି ଦୁର୍ନୀତି ମାମଲାର ତଦନ୍ତ ପ୍ରକ୍ରିୟାରୁ ସାଧାରଣ ଲୋକଙ୍କ ମନରେ ଏଭଳି ସନ୍ଦେହ ଉପୁଜିଲାଣି । ବଡ଼ମାଛ ଦେହରେ ହାତ ମାରିବାରେ ଡର ନଚେତ ଚାପ ରହିଥିବା ବାସନା ହେଉଛି । ନାବାଳିକା ଗଣଦୁଷ୍କର୍ମ ମାମଲାର ଢ଼ିଲା ତଦନ୍ତକୁ ନେଇ ଆଜି ହାଇକୋର୍ଟ ବି କ୍ଷୁବ୍ଧ ହୋଇଛନ୍ତି । ୧୮ ତାରିଖରେ ହେବାକୁ ଥିବା ପରବର୍ତ୍ତୀ ଶୁଣାଣିରେ ନିଜେ ଡିଜି ରିପୋର୍ଟ ଦାଖଲ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ଅଭିଯୋଗ ଅନୁଯାୟୀ, ୧୩ ବର୍ଷର ନାବାଳିକାକୁ ୧୫ ଦିନ ଧରି ଗଣଦୁଷ୍କର୍ମ କରାଯାଇଛି । ୭ ଅଭିଯୁକ୍ତଙ୍କ ମଧ୍ୟରେ ଅଛନ୍ତି ଓଟିଭିର ୨ କର୍ମଚାରୀ, ୨ ସୁରକ୍ଷା କର୍ମୀ, ଜଣେ ପୁଲିସ । ଖୋଦ୍ ଓଟିଭି ଏମଡି ଜାଗୀ ପଣ୍ଡା ମଧ୍ୟ ଏହି ମାମଲାରେ ଯୋଡି ହୋଇଛନ୍ତି । ଅଭିଯୁକ୍ତଙ୍କ ବିରୋଧରେ ମହିଳା ଥାନାରେ ପୋକସୋ ଆକ୍ଟରେ ମାମଲା ରୁଜୁ ହୋଇଛି । କମିଶନରେଟ୍ ପୁଲିସର ଏକ ସ୍ୱତନ୍ତ୍ର ଟିମ୍ ଏହାର ତଦନ୍ତ କରୁଥିବା କୁହାଯାଇଥିଲେ ମଧ୍ୟ ଦୁଇମାସ ଭିତରେ କିଛି କାର୍ଯ୍ୟାନୁଷ୍ଠାନ ହେଲା ନାହିଁ । ପୁଲିସ ତଦନ୍ତରେ ଶିଥିଳତା ଯୋଗୁଁ ହାଇକୋର୍ଟ ବିରକ୍ତ ହେବା ସହ ତାଗିଦ୍ ବି କଲେ । ତଥାପି ପୁଲିସ ଚେତିଲାନି, ଫଳ ହେଲା ଶୂନ ।

ଗତ ଅକ୍ଟୋବର ପ୍ରଥମ ସପ୍ତାହରେ କ୍ରାଇମବ୍ରାଞ୍ଚ କୁ ଏହି ମାମଲାର ତଦନ୍ତ ଦାୟିତ୍ୱ ଦିଆଗଲା । ଇତିମଧ୍ୟରେ ମାସେ ବିତିଗଲା, ମାତ୍ର ଯଥା ପୂର୍ବଂ ତଥା ପରଂ । ଆଶ୍ଚର୍ଯ୍ୟର କଥା, ମାସେ ଭିତରେ କ୍ରାଇମବ୍ରାଞ୍ଚ ମଧ୍ୟ ଅଭିଯୁକ୍ତଙ୍କ ପାଖରେ ପହଞ୍ଚିବାରେ ସକ୍ଷମ ହୋଇ ପାରିନାହିଁ । ଏ ନେଇ ରୁଜୁ ହୋଇଥିବା ମାମଲାର ଶୁଣାଣି କରି ହାଇକୋର୍ଟ ଭୀଷଣ କ୍ଷୁବ୍ଧ ହୋଇଛନ୍ତି । କ୍ରାଇମବ୍ରାଞ୍ଚ ପୁଲିସର ଆନ୍ତରିକତା ନାହିଁ, ବରଂ ଅଭିଯୁକ୍ତ ପକ୍ଷଙ୍କୁ ସାହାଯ୍ୟ କରିବାକୁ କ୍ରାଇମବ୍ରାଞ୍ଚ ସତେ ଯେମିତି ପରିକର । ଆଜି ହାଇକୋର୍ଟ ଏଭଳି ଟିପ୍ପଣୀ ଦେଇଥିବା ଆବେଦନକାରୀ ଗୌତମ ସିଦ୍ଦିକ ଗଣମାଧ୍ୟମକୁ କହିଛନ୍ତି । ଆସନ୍ତା ୧୮ ତାରିଖ ପରବର୍ତ୍ତୀ ଶୁଣାଣିରେ ଡିଜିଙ୍କୁ ସବିଶେଷ ରିପୋର୍ଟ ମଗାଯାଇଛି ।

ଅନ୍ୟପକ୍ଷରେ ସାରୁଅ ଜମି କେଳେଙ୍କାରୀ ମାମଲାର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧୀ ଶାଖା(ଇଓଡବ୍ଲୁ) ହାତରେ ପ୍ରମାଣର ଅଭାବ ନାହିଁ । ଦଳିତଙ୍କ ଜମି କିଭଳି ହଡ଼ପ ହୋଇଛି ଏବଂ ଏହାର ମୁଖ୍ୟ ଖଳନାୟକ କିଏ ତାହାର ଯଥେଷ୍ଟ ପ୍ରମାଣ ଲାଗିଛି ଇଓଡବ୍ଲୁ ହାତରେ । ଖୋଦ୍ କ୍ରାଇମବ୍ରାଞ୍ଚ ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ ପ୍ରେସ୍ ମିଟ୍ କରି କେଳେଙ୍କାରୀର ପର୍ଦ୍ଦାଫାସ କରିଛନ୍ତି । ତଥ୍ୟ ପ୍ରମାଣ ଆଧାରରେ ବୈଜୟନ୍ତ ଓ ଜାଗୀ ପଣ୍ଡାଙ୍କ କମ୍ପାନୀ ଓଡ଼ିଶା ଇନଫ୍ରାଟେକ୍ ପ୍ରାଇଭେଟ୍ ଲିମିଟେଡ଼ର ନିର୍ଦ୍ଦେଶକ ମନୋରଞ୍ଜନ ଷଡ଼ଙ୍ଗୀ ଏବଂ କମ୍ପାନୀ ଏଜେଣ୍ଟ ଶିବପ୍ରସାଦ ଶ୍ରୀଚନ୍ଦନଙ୍କୁ ଗିରଫ କରାଯାଇଛି ।

ତେବେ ଜାଗୀ ପଣ୍ଡାଙ୍କୁ ଥରୁଟିଏ ନୋଟିସ୍ କରି ବସିପଡ଼ିଛି ଇଓଡବ୍ଲୁ । ଓଡ଼ିଶା ଇନଫ୍ରାଟେକ୍ ର ପୂର୍ବତନ ନିର୍ଦ୍ଦେଶକ ତଥା ବୈଜୟନ୍ତ ଓ ଜାଗୀଙ୍କ ମୁଖ୍ୟ କାର୍ପଟଦାର ବିଭୁ ପ୍ରସାଦ ରଥଙ୍କୁ ଦୁଇଥର ଜେରା କରାଯାଇଛି । ପଣ୍ଡା ସିଣ୍ଡିକେଟ୍ ର ଆଉ ଜଣେ କରିତକର୍ମା ତଥା ଓଡ଼ିଶା ଇନଫ୍ରାଟେକ୍ ର ଅନ୍ୟତମ ନିର୍ଦ୍ଦେଶକ ଓ ଓଟିଭିର ସିଓଓ ନିହାର ଭୂୟାଁଙ୍କୁ ନୋଟିସ୍ ପଠାଇ କାମ ସାରିଦେଇଛି ଇଓଡବ୍ଲୁ ।

ଓଡ଼ିଶା ଇନଫ୍ରାଟେକ୍ ର ପ୍ରକୃତ ମାଲିକ ବୈଜୟନ୍ତ ଓ ଜାଗୀ ପଣ୍ଡା । ଏଥିରେ କିଛି ଲୁଚାଛପା ନାହିଁ । କ୍ରାଇମବ୍ରାଞ୍ଚ ଏଡିଜିଙ୍କ ହାତରେ ଏହାର ସମସ୍ତ ଦସ୍ତାବିଜ୍ ଲାଗିଛି । ଗିରଫ କମ୍ପାନୀ ନିର୍ଦ୍ଦେଶକ ମନୋରଞ୍ଜନ ଷଡ଼ଙ୍ଗୀଙ୍କ ଶଳା ତଥା ବରିଷ୍ଠ ଆଇନଜୀବୀ ହରିହର ମିଶ୍ର ପଣ୍ଡା କମ୍ପାନୀ କେଳେଙ୍କାରୀର ଆହୁରି ଚାଞ୍ଚଲ୍ୟକର ତଥ୍ୟ ରଖିଛନ୍ତି । ମନୋରଂଜନ ଷଡ଼ଙ୍ଗୀ ନିଦେ୍ର୍ଦାଷ ଏବଂ ତାଙ୍କୁ ବୈଜୟନ୍ତ ଓ ଜାଗୀ ନିଜର ବ୍ୟବସାୟିକ ସ୍ୱାର୍ଥ ପାଇଁ ବକରା ବନାଇଛନ୍ତି ବୋଲି ସିଧାସଳଖ ଅଭିଯୋଗ କରିଥିଲେ ।

ଆଜି ଶ୍ରୀ ମିଶ୍ର ବୈଜୟନ୍ତ ଓ ଜାଗୀଙ୍କ ଆହୁରି ଗୁମର ଖୋଲିଛନ୍ତି । ସେ କହିଛନ୍ତି, ଜାଗୀ ଓ ବୈଜୟନ୍ତ ପଣ୍ଡା ହେଉଛନ୍ତି ଚେର । ଚେର ଉପାଡିଲେ ସବୁ ସତ ପଦାକୁ ଆସିବ । ଏହି ଦୁଇଜଣ ହେଉଛନ୍ତି ବଡ଼ମାଛ । ସେମାନଙ୍କୁ ତଦନ୍ତ ପରିସରଭୁକ୍ତ କଲେ ଦୁର୍ନୀତିର ପର୍ଦ୍ଦାଫାସ ହେବ । କମ୍ପାନୀରେ ବୈଜୟନ୍ତଙ୍କର ୭୫% ସେୟାର ଥିଲା ବେଳେ ଜାଗୀଙ୍କର ୧୦% ସେୟାର ଅଛି । ଓଡିଶା ଟିଭିର ୧୦%, ପଣ୍ଡା ଇନଭେଷ୍ଟମେଣ୍ଟର ୪.୫% ସେୟାର ଅଛି ।

କମ୍ପାନୀ ସେୟାର ହୋଲ୍ଡରର ଲାଭ ନିଅନ୍ତି, ମୂଲିଆ ନିଏ ନାହିଁ । ସେମାନେ ଲାଭ ଖାଇଲେ ହେଲେ ମୋ ଭିଣୋଇ ଗିରଫ ହୋଇ ହସ୍ପିଟାଲ୍ ରେ ପଡ଼ିଛନ୍ତି । କର୍ମଚାରୀ ହଇରାଣ ହେଉଛନ୍ତି କିନ୍ତୁ ମାଲିକ ଅଭିନୟ କରୁଛନ୍ତି । କ୍ରାଇମବ୍ରାଞ୍ଚ ଇଓଡବ୍ଲୁ ଉପରେ ଆମର ପୂର୍ଣ୍ଣ ବିଶ୍ୱାସ ଅଛି । ଓଡ଼ିଶାବାସୀ ଜାଣନ୍ତୁ ଦୋଷୀ କିଏ ବୋଲି ହରିହର କହିଛନ୍ତି ।

ସୂଚନାଥାଉକି, କର୍ମଚାରୀଙ୍କ ସୁରକ୍ଷାକୁ ଦୃଷ୍ଟି ଦେଉ ନ ଥିବା ଜାଗୀ ଓ ବୈଜୟନ୍ତ ନିଜର ଗିରଫଦାରୀକୁ ଏଡାଇବା ପାଇଁ ହାଇକୋର୍ଟରୁ ଆଗୁଆ ଅନ୍ତରୀଣ ସୁରକ୍ଷା ଆଣିଛନ୍ତି । ନଭେମ୍ବର ୧୨ ଯାଏଁ ହାଇକୋର୍ଟ ତାଙ୍କୁ ଅନ୍ତରୀଣ ସୁରକ୍ଷା ଦେଇଛନ୍ତି ।

ପଣ୍ଡା ଦମ୍ପତ୍ତିଙ୍କ କେଳେଙ୍କାରୀ ଫର୍ଦ୍ଦ ବହୁତ ଲମ୍ବା । ସାରୁଅ ଷ୍ଟୁଡ଼ିଓରେ ଅଧିକାଂଶ କର୍ମଚାରୀଙ୍କୁ ଠିକାରେ ଖଟାଇ ସର୍ବନିମ୍ନ ମଜୁରୀରୁ ବଞ୍ଚିତ କରୁଛନ୍ତି । ସେମାନଙ୍କୁ ନା ନିୟମିତ କରାଯାଉଛି ନା ଇଏସଆଇ ଏବଂ ଇପିଏଫ୍ ସୁବିଧା ଦିଆଯାଉଛି । ପ୍ରତିବାଦ କରିବାରୁ ପଣ୍ଡା କମ୍ପାନୀର ଗୁଣ୍ଡାମାନେ ପିଟୁଛନ୍ତି । ଠିକା କର୍ମଚାରୀଙ୍କୁ ପିଟିଥିବା ଦୀନବନ୍ଧୁ ସାମନ୍ତ ଓ ବିଶ୍ୱଜିତ ରାଉତରାୟ ଗିରଫ ହୋଇ ଜେଲ୍ ରେ ଅଛନ୍ତି ।

ପଣ୍ଡା କମ୍ପାନୀର ଗୁଣ୍ଡାରାଜର ପ୍ରତିବାଦ ଓ ୩ ଦଫା ଦାବିରେ ଠିକା କର୍ମଚାରୀମାନେ ଆଜିକୁ ୯ ଦିନ ହେଲା ସାରୁଅ ଷ୍ଟୁଡିଓ ଆଗରେ ଧାରଣାରେ ବସିଛନ୍ତି । ଠିକା କର୍ମଚାରୀଙ୍କ ଦାବି ଉପରେ ଶ୍ରମି କମିଶନରଙ୍କ ପକ୍ଷରୁ ନୋଟିସ୍ ଜାରି କରାଯାଇ ଜବାବ ମାଗିବାର ଆଜିକୁ ୬ ଦିନ ବିତିଯାଇଥିଲେ ମଧ୍ୟ ସେ ଜବାବ ଦେଇନାହାନ୍ତି ।

ନା କ୍ରାଇମବ୍ରାଞ୍ଚ କୁ ଜାଗୀ ଓ ବୈଜୟନ୍ତଙ୍କ ଡର ଅଛି ନା ଶ୍ରମ ଆଇନ ଭାଙ୍ଗିଥିବାରୁ ଡରୁଛନ୍ତି । କ୍ରାଇମବ୍ରାଞ୍ଚ ଏହି ବଡ଼ମାଛଙ୍କୁ ଦରଦ ଦେଖାଇ ସମୟ ଗଡ଼ାଇଥିବାରୁ ସେମାନେ ହାଇକୋର୍ଟରୁ ସୁରକ୍ଷା ଆଣିବାରେ ସକ୍ଷମ ହୋଇଛନ୍ତି ।

ଉଭୟ ମାମଲା ଅର୍ଥାତ ନାବାଳିକା ଗଣଦୁଷ୍କର୍ମ ଓ ସାରୁଅ ଦୁର୍ନୀତି ମାମଲାରେ ଜାଗୀ ଓ ବୈଜୟନ୍ତଙ୍କୁ ଆଗ ଗିରଫ କରାଯାଉ ବୋଲି ଏବେ ସବୁସ୍ତରରୁ ଦାବି ହେଲାଣି । ଗତକାଲି ଦଳିତ ମହାସଂଘ ପକ୍ଷରୁ ଭୁବନେଶ୍ୱରରେ ଜାଗୀ ଓ ବୈଜୟନ୍ତଙ୍କ ଗିରଫ ଦାବିରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ସାରା ଓଡ଼ିଶାରେ ଆନେ୍ଦାଳନ ହେବ ବୋଲି ସେମାନେ ଚେତାବନୀ ଦେଇଛନ୍ତି । ମନୋରଞ୍ଜନ ଷଡ଼ଙ୍ଗୀଙ୍କ ଶଳା ମଧ୍ୟ ଖୋଲାଖୋଲି ଜାଗୀ ଓ ବୈଜୟନ୍ତଙ୍କୁ ଆଗ ଧରିବାକୁ ଦାବି କରିଛନ୍ତି । ତେବେ ଆଜି ପର୍ଯ୍ୟନ୍ତ ପଣ୍ଡା ଦମ୍ପତ୍ତିଙ୍କ ପ୍ରତି କ୍ରାଇମବ୍ରାଞ୍ଚ କୋହଳ ମନୋଭାବ ପୋଷଣ କରି ଆସୁଥିବା ଜଣାପଡୁଛି । ଆଗକୁ କ’ଣ ପଦକ୍ଷେପ ନେଉଛି ତାହା ଏବେ ସମସ୍ତଙ୍କ ଉକ୍ରଣ୍ଠା ବଢ଼ାଇଛି ।

ସୂଚନାଥାଉକି, ମନୋରଂଜନ ଷଡ଼ଙ୍ଗୀ ଓ ଶିବପ୍ରସାଦ ଶ୍ରୀଚନ୍ଦନଙ୍କ ଜାମିନ୍ ଆବେଦନର ଶୁଣାଣି ଆଜି ଖୋର୍ଦ୍ଧା ଜିଲ୍ଲା ଓ ଦୌରା ଜଜ୍ ଙ୍କ ଅଦାଲତରେ ହୋଇଥିଲା । ଏଥିସହ ସାରୁଅରେ ପଣ୍ଡା କମ୍ପାନୀ ଜାଲିଆତିର ଶିକାର ହୋଇ ଜମି ହରେଇଥିବା ୧୨ ଜଣ ଗ୍ରାମବାସୀଙ୍କ ସାକ୍ଷ୍ୟ ରେକର୍ଡ ହୋଇଥିଲା । ତେବେ ଆଜି ଉଭୟଙ୍କ ଜାମିନ୍ ଆବେଦନର ଶୁଣାଣି ହୋଇପାରିନାହିଁ । ଆସନ୍ତାକାଲି ଏହାର ଶୁଣାଣି ହେବ ।

Previous Post

ଓଏଏସ୍ ବାବୁଙ୍କ ନକଲି କାରନାମା !

Next Post

ବାରାକରେ ନିଆଁ- ମହାଦେବଙ୍କ ମନ୍ଦିରରେ ଘାଉଡ଼ ?

Next Post
ବାରାକରେ ନିଆଁ- ମହାଦେବଙ୍କ ମନ୍ଦିରରେ ଘାଉଡ଼ ?

ବାରାକରେ ନିଆଁ- ମହାଦେବଙ୍କ ମନ୍ଦିରରେ ଘାଉଡ଼ ?

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19161 shares
    Share 7664 Tweet 4790
  • ନବୀନ..ନବୀନ, ମୋହନ..ମୋହନ

    16597 shares
    Share 6639 Tweet 4149
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7296 shares
    Share 2918 Tweet 1824
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA