ଭୁବନେଶ୍ୱର: ଆସନ୍ତା ଜାନୁଆରୀ ୧୩ ତାରିଖରୁ ୨୯ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ହେବାକୁ ଯାଉଛି ଏଫଆଇଏଚ ପୁରୁଷ ହକି ବିଶ୍ୱ କପ୍- ୨୦୨୩ । ଭୁବନେଶ୍ୱରର କଳିଙ୍ଗ ଷ୍ଟାଡ଼ିୟମ୍ ଏବଂ ରାଉରକେଲାରେ ନବ ନିର୍ମିତ ବିର୍ସା ମୁଣ୍ଡା ହକି ଷ୍ଟାଡିୟମ୍ ରେ ଏହି ଟୁର୍ଣ୍ଣାମେଣ୍ଟ ଖେଳାଯିବ । ଆୟୋଜକ ଓଡିଶା ସରକାରଙ୍କ ପକ୍ଷରୁ ଏଥିପାଇଁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି । ଲୋକସେବା ଭବନର କନଭେନସନ୍ ହଲ୍ ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଏଫଆଇଏଚ କାର୍ଯ୍ୟକାରୀ ସଭାପତି ସେଫ୍ ଅହମ୍ମଦଙ୍କ ଉପସ୍ଥିତିରେ ଆଜି ଆୟୋଜିତ ହୋଇଥିଲା ପୁଲ୍ ଡ୍ର ଉତ୍ସବ । କେଉଁ ପୁଲ୍ ରେ କେଉଁ ଦେଶ ଖେଳିବେ ତାହା ନିର୍ଣ୍ଣୟ ହୋଇଛି । ୪ ଟି ପୁଲ୍ ରେ ସମୁଦାୟ ୧୬ ଦେଶ ହକି ବିଶ୍ୱକପ୍ ଖେଳିବେ ।
Pool A : ଅଷ୍ଟ୍ରେଲିଆ, ଆର୍ଜେଣ୍ଟିନା, ଫ୍ରାନ୍ସ, ଦକ୍ଷିଣ ଆଫ୍ରିକା
Pool B : ବେଲଜିୟମ୍, ଜର୍ମାନୀ, କୋରିଆ, ଜାପାନ
Pool C : ନେଦରଲ୍ୟାଣ୍ଡ, ନ୍ୟୁଜିଲାଣ୍ଡ, ମାଲୟେସିଆ, ଚିଲି
Pool D : ଭାରତ, ଇଂଲଣ୍ଡ, ସ୍ପେନ୍, ୱେଲେସ୍








