Friday, February 20, 2026 12:22 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ପ୍ରକୃତି ମିଶ୍ରଙ୍କୁ ପିଟିଲେ ବାବୁସାନ୍ ଙ୍କ ପତ୍ନୀ

ବିଚ୍ ରାସ୍ତାରେ ଷ୍ଟାର୍ ଘରର ପ୍ରେମକଳି

by Our Correspondent
23 Jul, 2022- 01:29 PM
in Latest News, News
1 min read
0
ପ୍ରକୃତି ମିଶ୍ରଙ୍କୁ ପିଟିଲେ ବାବୁସାନ୍ ଙ୍କ ପତ୍ନୀ

ଭୁବନେଶ୍ୱର: ଭୁବନେଶ୍ୱରର ସତ୍ୟନଗର ଅଞ୍ଚଳରେ ଆଜି ସକାଳୁ ସକାଳୁ ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଥିଲା । ଦୃଶ୍ୟଟି ହେଉଛି, ଓଲିଉଡ୍ ର ସୁପର ଷ୍ଟାର୍ ବାବୁସାନ୍ ଙ୍କ ସହ କାର୍ ରେ ଯାଉଥିବା ଷ୍ଟାର୍ ବାନ୍ଧବୀ ପ୍ରକୃତି ମିଶ୍ରଙ୍କ ଚୁଟି ଧରି ଘୋଷାଡ଼ି ଆଣୁଛନ୍ତି ବାବୁସାନ୍ ଙ୍କ ପତ୍ନୀ । ଆଉ ପ୍ରକୃତି ଏକ ଅଟୋରେ ସେଠାରୁ ଖସିଯିବାକୁ ଉଦ୍ୟମ କଲା ବେଳେ ବାବୁସାନ୍ ଙ୍କ ପତ୍ନୀ ତାଙ୍କୁ ଗୋଡ଼େଇ ଗୋଡ଼େଇ ପିଟୁଛନ୍ତି । ଏହି ଦୃଶ୍ୟ ଏବେ ସୋସିଆଲ୍ ମିଡ଼ିଆରେ ଜୋରସୋର ଭାଇରାଲ୍ ହେଉଛି ।

ଆଜି ସକାଳେ ପ୍ରକୃତି ମିଶ୍ରଙ୍କୁ କାର୍ ରେ ବସାଇ ବାବୁସାନ୍ ରାଜମହଲ ଆଡକୁ ଆସୁଥିଲେ । ସତ୍ୟନଗରରସ୍ଥିତ ପାଢ଼ୀ ଟିଉଟୋରିଆଲ୍ ସାମନାରେ କିଛି ଯୁବକଙ୍କ ସହ ଜଣେ ମହିଳା କାର୍ କୁ ହଠାତ ଅଟକାଇଥିଲେ । ଏହି ମହିଳା ଜଣଙ୍କ ଥିଲେ ବାବୁସାନ୍ ଙ୍କ ପତ୍ନୀ ତୃପ୍ତି ଶତପଥୀ । କାର୍ ଡୋର୍ ପେଲି ସେ ସ୍ୱାମୀ ବାବୁସାନ୍ ଙ୍କ ପାଖକୁ ମାଡ଼ି ଯାଇଥିଲେ । ଗାଳିଗୁଲଜ କରିବା ସହ ତାଙ୍କ ସାର୍ଟକୁ ଧରି ଟିଙ୍କାଝିଙ୍କି କରିଥିଲେ । ତାହାପରେ କାର୍ ପଛସିଟ୍ କୁ ଚାଲିଯାଇ ଆଗରେ ବସିଥିବା ପ୍ରକୃତି ମିଶ୍ରଙ୍କ ଚୁଟିକୁ ଜୋର୍ ଟାଣି ଧରିଥିଲେ । ତୁ ମୋ ପରିବାରକୁ ନଷ୍ଟ କରିଛୁ ବୋଲି ଚିଲ୍ଲାଇଥିଲେ ।

ପ୍ରକୃତି ନିଜକୁ ରକ୍ଷା କରିବା ପାଇଁ ସେଠାରେ ଉପସ୍ଥିତ ଅନ୍ୟମାନଙ୍କୁ ହାତଯୋଡି ସାହାଯ୍ୟ ମାଗିଥିଲେ । ତା’ପରେ କାର୍ ଖୋଲି ରାସ୍ତାରେ ଯାଉଥିବା ଏକ ଅଟୋ ପାଖକୁ ଦୌଡ଼ିଥିଲେ । ବାବୁସାନ୍ ଙ୍କ ପତ୍ନୀ ତାଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଥିଲେ । ଏ ଝିଅ ମୋ ପରିବାର ନଷ୍ଟ କରିଛି ବୋଲି ତୃପ୍ତି ଚିଲାଉଥିବା ବେଳେ ଏ ଲେଡି ପାଗଳ ହୋଇଯାଇଛି ବୋଲି ପ୍ରକୃତି ପାଟି କରୁଥିବା ଏହି ଭିଡିଓରୁ ଦେଖିବାକୁ ମିଳିଛି ।

ସୋସିଆଲ୍ ମିଡ଼ିଆରେ ଏହି ଦୃଶ୍ୟ ଭାଇରାଲ୍ ହେବା ପରେ ବିଭିନ୍ନ ଗଣମାଧ୍ୟମକୁ ବାବୁସାନ୍ ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି ଚେନ୍ନାଇରେ ଏକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ସେ ସେ ଏବଂ ତାଙ୍କର ଫିଲ୍ମ ଟିମ୍ ଆମନ୍ତ୍ରିତ ହୋଇଥିଲେ । ସେଠାରେ ଉକ୍ରଳ ଦିବସ ସମାରୋହରେ ଯୋଗଦେବା ସହ ତାଙ୍କର ଆଗାମୀ ଫିଲ୍ମର ପ୍ରମୋସନ୍ କାର୍ଯ୍ୟକ୍ରମ ଥିଲା । ଏହି ଫିଲ୍ମରେ ତାଙ୍କର କୋ ଆକ୍ଟର ଅଛନ୍ତି ପ୍ରକୃତି ମିଶ୍ର । ଚେନ୍ନାଇ ଯିବା ପାଇଁ ସେ ତାଙ୍କୁ ଘରୁ ପିକ୍ କରି ଏୟାରପୋର୍ଟ ଯାଉଥିବା ବେଳେ ଏହି ଘଟଣା ଘଟିଛି ।

ଏହି ଘଟଣାରେ ସେ ଅତ୍ୟନ୍ତ ମର୍ମାହତ ବୋଲି ବାବୁସାନ୍ କହିଛନ୍ତି । ଏହି କାଣ୍ଡ ଭିଆଇଥିବା ନିଜ ପତ୍ନୀଙ୍କ ବିରୋଧରେ ସେ ବିଷୋଦଗାର କରି ନ ଥିଲେ ମଧ୍ୟ ଫିଲ୍ମ ଲାଇନ୍ କଥା ସେ ବୁଝିନାହାନ୍ତି ବୋଲି ଦୁଃଖପ୍ରକାଶ କରିଛନ୍ତି । ପ୍ରକୃତି ତାଙ୍କର ପିଲାଦିନର ସାଙ୍ଗ । ସେମାନେ ଏକାଠି ଫିଲ୍ମ କରୁଛନ୍ତି । ପୁଅ ଝିଅ ମିଶି ଫିଲ୍ମ କରିବା ସାଧାରଣ କଥା । ଆମ କାମ ହିଁ ସେୟା । ମୋ ପତ୍ନୀ ତାହାକୁ ବୁଝିବା ଦରକାର ବୋଲି ସେ କହିଛନ୍ତି ।

ଅନ୍ୟପକ୍ଷରେ ତୃପ୍ତିଙ୍କ ଆଚରଣ ତାଙ୍କର ମାନହାନି କରିଛି ବୋଲି ପ୍ରକୃତି ମିଶ୍ର କହିଛନ୍ତି । ଏଥିନେଇ ସେ ଆଇନର ଆଶ୍ରୟ ନେବେ ବୋଲି କହିଛନ୍ତି ।

ବାବୁସାନ୍ ଙ୍କ ଏହି ତଥାକଥିତ ପରିକୀୟା ପ୍ରତି ବିବାଦ ଏବେ ସବୁଆଡ଼େ ଚର୍ଚ୍ଚାର ବିଷୟ ହୋଇଛି । ତୃପ୍ତିଙ୍କୁ ପ୍ରେମ ବିବାହ କରିଥିବା ବାବୁସାନ୍ ଙ୍କର ଗୋଟିଏ ପୁଅ ଅଛି । ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ମନୋମାଳିନ୍ୟ ଯୋଗୁଁ ତୃପ୍ତି ଏବେ ଅଲଗା ରହୁଥିବା ଜଣାପଡ଼ିଛି । ଓଲିଉଡ୍ ର କିମ୍ବଦନ୍ତୀ ଷ୍ଟାର୍ ଉତ୍ତମ ମହାନ୍ତି ଏବଂ ଅପରାଜିତା ମହାନ୍ତିଙ୍କ ପୁଅ ହେଉଛନ୍ତି ବାବୁସାନ୍ ।

Previous Post

କୀର୍ତ୍ତିରଞ୍ଜନଙ୍କୁ ମିଳିଲା ନୂଆ ଜୀବନ

Next Post

୪ ଦିନିଆ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ

Next Post
୪ ଦିନିଆ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ

୪ ଦିନିଆ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19161 shares
    Share 7664 Tweet 4790
  • ନବୀନ..ନବୀନ, ମୋହନ..ମୋହନ

    16597 shares
    Share 6639 Tweet 4149
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7296 shares
    Share 2918 Tweet 1824
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA