Friday, January 16, 2026 08:05 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଆଖି ବୁଜିଲେ ଏଫଏମ୍ ଛାତ୍ରୀ ସୌମ୍ୟାଶ୍ରୀ

ରାତି ଅଧରେ ପୋଷ୍ଟ ମୋର୍ଟମ

by Our Correspondent
15 Jul, 2025- 02:52 AM
in Latest News, News
1 min read
0
ଆଖି ବୁଜିଲେ ଏଫଏମ୍ ଛାତ୍ରୀ ସୌମ୍ୟାଶ୍ରୀ

ଭୁବନେଶ୍ୱର: ଶେଷରେ ଆଖି ବୁଜିଦେଲେ ବାଲେଶ୍ୱର ଫକୀର ମୋହନ କଲେଜର ପୀଡ଼ିତା ଛାତ୍ରୀ ସୌମ୍ୟାଶ୍ରୀ ବିଶି । ଆତ୍ମାହୁତି ଉଦ୍ୟମ କରି ଜଳି ଯାଇଥିବା ଛାତ୍ରୀଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ଶନିବାର ଦିନ ଭୁବନେଶ୍ୱର ଏମସ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କ ଶରୀରର ପ୍ରାୟ ୯୫ ପ୍ରତିଶତ ଜଳିଯାଇଥିଲା । ୮ ଜଣିଆ ବିଶେଷଜ୍ଞ ଡାକ୍ତରୀ ଦଳ ତାଙ୍କର ଜୀବନ ବଞ୍ଚାଇବା ପାଇଁ ଆପ୍ରାଣ ଉଦ୍ୟମ କରିଥିଲେ । ମାତ୍ର ବଞ୍ଚାଇ ପାରିନାହାନ୍ତି । ସୋମବାର ରାତି ୧୧ଟା ୪୬ରେ ତାଙ୍କର ମୃତ୍ୟୁ ହୋଇଥିବା ଏମସ୍ ପକ୍ଷରୁ ଘୋଷଣା କରାଯାଇଛି । ନ୍ୟାୟ ଭିକ୍ଷା କରି ହାରି ଯାଇଛନ୍ତି ସେଇ ହତଭାଗିନୀ ଝିଅ ।

ନିଜ ଦେହରେ ପେଟ୍ରୋଲ ଢ଼ାଳି ନିଆଁରେ ପୋଡ଼ି ହୋଇଥିବା ଛାତ୍ରୀଙ୍କୁ ୧୨ ତାରିଖରେ ପ୍ରଥମେ ବାଲେଶ୍ୱର ଡାକ୍ତରଖାନା ଏବଂ ପରେ ଏମସ୍ ହସ୍ପିଟାଲ୍ ଅଣାଯାଇଥିଲା । ସେତେବେଳକୁ ତାଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ଥିଲା । ଏମସ୍ ଡାକ୍ତରମାନେ ତାଙ୍କୁ ଆଇସିୟୁ ଭେଣ୍ଟିଲେଟରରେ ରଖି ଚିକିତ୍ସା କରିଥିଲେ । ମାତ୍ର ଅବସ୍ଥାରେ ସୁଧାର ଆସି ନ ଥିଲା । ତାଙ୍କର ଶରୀରର ଉପର ଭାଗ ୯୫ ପ୍ରତିଶତ ପୋଡ଼ିଥିଲା ବେଳେ ଭିତରେ ୭୦ ଭାଗ ଗଭୀର ପୋଡ଼ି ଯାଇଥିଲା । କିଡନୀ, ଲଙ୍ଗସ୍, ଶ୍ୱାସନଳୀ ଆଦି ଗୁରୁତର ପ୍ରଭାବିତ ହୋଇଥିଲା । ଅବସ୍ଥା ଏଭଳି ଥିଲା ଯେ ତାଙ୍କୁ ଦିଲ୍ଲୀ ଏୟାରଲିଫ୍ଟ କରିବା ସମ୍ଭବପର ନ ଥିଲା ।

ସୌମ୍ୟାଶ୍ରୀଙ୍କ ମୃତ୍ୟୁ ଖବର ଯୋଜନାବଦ୍ଧ ଭାବେ ଘୋଷଣା କରାଯାଇଛି । ସୋମବାର ରାତି ୧୧ଟା ୪୬ ରେ ହୋଇଛି ବୋଲି ଏମସ୍ ପକ୍ଷରୁ କୁହାଯାଇଥିଲେ ମଧ୍ୟ ଏହାକୁ ସାର୍ବଜନୀନ କରାଯାଇ ନ ଥିଲା । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ରାତି ୧ଟା ୧ ମିନିଟ୍ ରେ ତାଙ୍କ ଏକ୍ସ ହାଣ୍ଡଲରେ ପ୍ରଥମେ ଏହି ମୃତ୍ୟୁ ଖବର ଦେଇଥିଲେ । ଗୋଟେ ମିନିଟ୍ ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କ ଏକ୍ସ ହାଣ୍ଡଲରେ ସୂଚନା ଦେଇଥିଲେ । ସେତେବେଳକୁ ମୃତ ଶରୀରର ବ୍ୟବଚ୍ଛେଦ ପାଇଁ ସମସ୍ତ ପ୍ରସ୍ତୁତି ସରିଥିଲା । ରାତି ଅଧରେ ଶବ ବ୍ୟବଚ୍ଛେଦ ପାଇଁ ନିଷ୍ପତ୍ତି ସରିଥିଲା । ତେବେ କୌଣସି ଅଘଟଣକୁ ଏଡ଼ାଇବା ପାଇଁ ଶବକୁ ପଛ ଗେଟ୍ ଦେଇ ବ୍ୟବଚ୍ଛେଦ ଗୃହକୁ ନିଆଯାଇଥିଲା ।

ରାତି ଅଧରେ ପୋଷ୍ଟମର୍ଟମ୍ କୁ ନେଇ ହସ୍ପିଟାଲ୍ ପରିସରରେ ପ୍ରବଳ ହଙ୍ଗାମା ହୋଇଛି । ଲୁଚାଇ ଛପାଇ ରାତି ଅଧରେ ଶବ ବ୍ୟବଚ୍ଛେଦ ନିଷ୍ପତ୍ତିକୁ ବିରୋଧ କରି ବିରୋଧ କରି ବିଜେଡି ଏବଂ କଂଗ୍ରେସର ଛାତ୍ର ଓ ଯୁବ କଂଗ୍ରେସ କର୍ମୀମାନେ ଆନ୍ଦୋଳନ କରୁଛନ୍ତି । ରିପୋର୍ଟ ଲେଖା ହେଲା ବେଳକୁ ଶବ ବ୍ୟବଚ୍ଛେଦ ଗୃହ ଆଗରେ ସେମାନଙ୍କର ବିକ୍ଷୋଭ ଧାରଣା ଜାରି ରହିଛି । କୌଣସି ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ଏମସ୍ କୁ ପୁଲିସ ଛାଉଣି କରାଯାଇଛି । ନିଜେ ଡିସିପି ଜଗମୋହନ ମୀନା ସେଠାରେ ଉପସ୍ଥିତ ରହି ପରିସ୍ଥିତି ଉପରେ ନଜର ରଖିଛନ୍ତି ।

ସୂଚନାଥାଉକି, ସୋମବାର ସଂଧ୍ୟାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏମସ୍ ପୀଡ଼ିତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅନୁଧ୍ୟାନ କରିବା ସହ ତାଙ୍କ ପରିବାରକୁ ଭେଟିଥିଲେ । ତେବେ ରାତି ୧୧ଟା ପରେ ନାଟକୀୟ ଘଟଣାକ୍ରମ ଦେଖିବାକୁ ମିଳିଲା । ସମଗ୍ର କ୍ୟାମ୍ପସ୍ ପୁଲିସ ଛାଉଣି ହୋଇଯାଇଥିଲା । ମୃତକଙ୍କ ପରିବାରକୁ ସ୍ୱତନ୍ତ୍ର ବ୍ୟବସ୍ଥାରେ ସେଠାରେ ରଖାଯାଇଥିଲା । କିଛି ବିଜେପି ନେତାଙ୍କ ସହ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ବିଧାୟକ ବାବୁ ସିଂ ପ୍ରମୁଖ ସେଠାରେ ପହଞ୍ଚି ଏମସ୍ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ । ଏହାପରେ ଶବ ବ୍ୟବଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଥିଲା ।

Previous Post

ମହିଳା ଆଇଏଏସ୍ ଙ୍କ ମହିଳା ଡ୍ରାଇଭର

Next Post

ମଲା ପରେ କି ନ୍ୟାୟ??

Next Post
ମଲା ପରେ କି ନ୍ୟାୟ??

ମଲା ପରେ କି ନ୍ୟାୟ??

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19146 shares
    Share 7658 Tweet 4787
  • ନବୀନ..ନବୀନ, ମୋହନ..ମୋହନ

    16593 shares
    Share 6637 Tweet 4148
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7295 shares
    Share 2918 Tweet 1824
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5811 shares
    Share 2324 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5481 shares
    Share 2192 Tweet 1370

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA