Wednesday, April 8, 2026 03:28 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

୩ ଘଣ୍ଟା ଜେରାରେ ରଫାଦଫା !

ଡିଏଫଓଙ୍କୁ ଗଜପତି ଏସପିଙ୍କ କ୍ଲିନଚିଟ୍

by Our Correspondent
23 Jul, 2021- 11:38 PM
in Latest News
1 min read
0
୩ ଘଣ୍ଟା  ଜେରାରେ ରଫାଦଫା !

ଭୁବନେଶ୍ୱର: ଏକ ସମ୍ବେଦନଶୀଳ ମାମଲାରେ ଜଣେ ଅଭିଯୁକ୍ତଙ୍କୁ ମାତ୍ର ୩ ଘଣ୍ଟା ଜେରା କରି ପୁଲିସ କ୍ଲିନଚିଟ୍ ଦେଇଦେବା ବୋଧହୁଏ ବିରଳ ଘଟଣା । ବହୁଚର୍ଚ୍ଚିତ ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାର ଦୁଇ ନମ୍ବର ଅଭିଯୁକ୍ତ ପାରଳାଖେମୁଣ୍ଡି ଡିଏଫଓ ସଂଗ୍ରାମ କେଶରୀ ବେହେରାଙ୍କୁ ଆଜି ତାଙ୍କ ଅଫିସରେ ପୁଲିସ ୩ ଘଣ୍ଟା ଜେରା କରିଥିଲା । ଏହା ପରେ ଆଉ କେତେଜଣଙ୍କୁ ଜେରା କରି ସଂଧ୍ୟାକୁ ଗଜପତି ଏସପି ତପନ ପଟ୍ଟନାୟକ ଗଣମାଧ୍ୟମ ଆଗରେ ଡିଏଫଓଙ୍କୁ କ୍ଲିନଚିଟ୍ ଦେଇଛନ୍ତି । ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀଙ୍କ ସହ ଡିଏଫଓଙ୍କର କୌଣସି ସମ୍ପର୍କ ନାହିଁ ବୋଲି ଏସପି ସାର୍ଟିଫିକେଟ୍ ଦେଇଛନ୍ତି ।

ଏସପି କହିଛନ୍ତି, ଏହି ଘଟଣା ସହିତ ଡିଏଫଓଙ୍କର କୌଣସି ସଂପୃକ୍ତି ନ ଥିବା ଜଣାପଡୁଛି । କଲ୍ ଡିଟେଲସ୍ ରେକର୍ଡ ଯାଞ୍ଚରୁ ଡିଏଫଓଙ୍କର ବିଦ୍ୟାଙ୍କ ସହ ସଂପୃକ୍ତି ନ ଥିବା ସ୍ପଷ୍ଟ ହୋଇଛି । ଅଧିକ ତଦନ୍ତ ପାଇଁ ପଡ଼ୋଶୀଙ୍କୁ ମଧ୍ୟ ପଚରା ଉଚୁରା କରିଥିଲୁ । ବିଦ୍ୟାଙ୍କ ଘରକୁ ଡିଏଫଓ ଆସୁଥିବା କେହି କହିନାହାନ୍ତି । କେବଳ ଘଟଣା ଦିନ ଡିଏଫଓ ସେହି ଜାଗାକୁ ଯାଇଥିଲେ । ରୋଷେୟା ସହ ଡିଏଫଓଙ୍କର ମଧ୍ୟ ସମ୍ପର୍କ ନ ଥିବା ଜଣାପଡ଼ିଛି ।

ସେହିଭଳି ସନ୍ଦେହରେ ଥିବା ଆଇଆଇସି ମମତା ପଣ୍ଡାଙ୍କୁ ମଧ୍ୟ ଏସପି କ୍ଲିନଚିଟ୍ ଦେଇଛନ୍ତି । ଘଟଣାଦିନ ବିଦ୍ୟାଙ୍କ ଘର ଲୋକଙ୍କ ଫୋନ୍ କଲ୍ ପାଇ ମମତା ପଣ୍ଡା ସେଠାକୁ ଆସିଥିଲେ । ସେ ବିଦ୍ୟାଙ୍କ ଦୂର ସମ୍ପର୍କୀୟା ହୋଇଥିବାରୁ ମାନବିକତା ଦୃଷ୍ଟିରୁ ଯାଇଥିଲେ । ତାଙ୍କର ଅନ୍ୟ କୌଣସି ଭୂମିକା ନାହିଁ ବୋଲି ଏସପି କହିଛନ୍ତି । ରୋଷେୟା ମନ୍ମଥଙ୍କୁ ମଧ୍ୟ କ୍ଲିନଚିଟ୍ ଦେଇଛନ୍ତି ଏସପି ।

ମାତ୍ର ୩ ଘଣ୍ଟା ଜେରାରେ ଅଭିଯୁକ୍ତ ଡିଏଫଓଙ୍କୁ ତରବରିଆ ଭାବେ କ୍ଲିନଚିଟ୍ ଦେଇଥିବା ଏସପି ସୌମ୍ୟଙ୍କ ମୃତ୍ୟୁ କିପରି ହେଲା, ସେ ନେଇ ଅଧିକ ତଦନ୍ତ ଆବଶ୍ୟକ ବୋଲି କହିବାକୁ ଭୁଲି ନାହାନ୍ତି । ପ୍ରଶ୍ନ ହେଉଛି, ଯଦି ଅଧିକ ତଦନ୍ତର ଆବଶ୍ୟକ ବୋଲି ଏସପିଙ୍କ ହୃଦବୋଧ ହୋଇଛି, ତେବେ ଅପେକ୍ଷା କଲେ ନାହିଁ କାହିଁକି? ତରବରିଆ ଭାବେ ମିଡ଼ିଆ ଆଗରେ ଡିଏଫଓଙ୍କୁ କ୍ଲିନଚିଟ୍ ଦେବା ପଛର ରହସ୍ୟ କ’ଣ?

ଆହୁରି ଗୁରୁତ୍ୱପୂର୍ଣ୍ଣ କଥାଟି ହେଉଛି, ଡିଏଫଓଙ୍କ ବିରୋଧରେ ହତ୍ୟା ଓ ଅପରାଧିକ ଷଡ଼ଯନ୍ତ୍ର ଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ମୃତ ଏସିଏଫ୍ ସୌମ୍ୟରଞ୍ଜନଙ୍କ ବାପା । ବୋହୁ ବିଦ୍ୟାଭାରତୀଙ୍କ ସହ ଡିଏଫଓ ସଂଗ୍ରାମ ବେହେରାଙ୍କର ଅନୈତିକ ସମ୍ପର୍କ ଥିଲା ଏବଂ ଏହି କାରଣରୁ ତାଙ୍କ ପୁଅ ସୌମ୍ୟଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ଏତଲାରେ ଦର୍ଶାଇଛନ୍ତି । ପୁଲିସ ଏହା ଉପରେ ମାମଲା ରୁଜୁ କରି ତଦନ୍ତ କରୁଛି । ତଦନ୍ତର ଫଳାଫଳ ପୁଲିସ କୋର୍ଟକୁ ଜଣାଇବେ ଏବଂ କୋର୍ଟ ଏହା ଉପରେ ରାୟ ଦେବେ । ମାତ୍ର ଏସପି ତା’ ପୂର୍ବରୁ ଅଭିଯୁକ୍ତଙ୍କୁ କ୍ଲିନଚିଟ୍ ଦେବାକୁ କିଏ ବୋଲି ପ୍ରଶ୍ନ ଉଠିଛି ।

ସୂଚନାଥାଉକି, ସୌମ୍ୟଙ୍କ ମୃତ୍ୟୁ ପରଠାରୁ ଡିଏଫଓ ଶ୍ରୀ ବେହେରା ଅଫିସ୍ ଆସୁ ନ ଥିଲେ କି ସରକାରୀ ବାସଭବନରେ ନ ଥିଲେ । ୧୧ ଦିନ ପରେ ଆଜି ଡିଏଫଓଙ୍କୁ ତାଙ୍କ ବାସଭବନରେ ଦେଖିବାକୁ ମିଳିଥିଲା । ପୁଲିସ ଓ କ୍ରାଇବ୍ରାଞ୍ଚ ଟିମ୍ ତାଙ୍କୁ ଘରୁ ଏସକର୍ଟ କରି ଆଣିଥିଲେ ପାଖରେ ଥିବା ତାଙ୍କ ଅଫିସ୍ କୁ । ସେଠାରେ ତାଙ୍କୁ ପ୍ରାୟ ତିନି ଘଣ୍ଟା ପଚରାଉଚୁରା କରାଯାଇଥିଲା । ଏହାପରେ ସୌମ୍ୟଙ୍କ ରୋଷେୟା, ଆମ୍ବୁଲାନସ୍ ଡ୍ରାଇଭର, କର୍ମଚାରୀ ଏବଂ ଗୁରାଣ୍ଡି ଥାନା ଆଇଆଇସି ମମତା ପଣ୍ଡାଙ୍କୁ ପଚରା ଉଚୁରା କରାଯାଇଥିଲା ।

ଡିଏଫଓଙ୍କୁ ଏସପିଙ୍କ କ୍ଲିନଚିଟ୍ ପରେ ସୌମ୍ୟଙ୍କ ପରିବାର ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଛନ୍ତି । ତଦନ୍ତକୁ ବାଟବଣା କରାଯାଉଛି ବୋଲି ଭାଇ ରଞ୍ଜନ ମହାପାତ୍ର କହିଛନ୍ତି । ଆମକୁ ନ୍ୟାୟ ଦରକାର । ସେଥିପାଇଁ କୋର୍ଟ ଯିବୁ ବୋଲି ସେ କହିଛନ୍ତି ।

Previous Post

କୋଭିଡ୍ ରେ ମୃତ ୧୭ ସାମ୍ବାଦିକଙ୍କ ପରିବାରକୁ ୨ କୋଟି ୫୫ ଲକ୍ଷ ମଞ୍ଜୁର

Next Post

ଅବସରପ୍ରାପ୍ତ ବିଚାରପତି ସରୋଜ କାନ୍ତ ମିଶ୍ରଙ୍କ ପରଲୋକ

Next Post
ଅବସରପ୍ରାପ୍ତ ବିଚାରପତି ସରୋଜ କାନ୍ତ ମିଶ୍ରଙ୍କ ପରଲୋକ

ଅବସରପ୍ରାପ୍ତ ବିଚାରପତି ସରୋଜ କାନ୍ତ ମିଶ୍ରଙ୍କ ପରଲୋକ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19180 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5814 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA