Sunday, February 22, 2026 09:08 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

କଂଗ୍ରେସ ଛାଡ଼ିଲେ ଗୁଲାମନବୀ ଆଜାଦ

ଇସ୍ତଫାପତ୍ରରେ ରାହୁଲଙ୍କ ଉପରେ ବର୍ଷିଲେ

by Our Correspondent
26 Aug, 2022- 04:26 PM
in Latest News, National, News, Politics
1 min read
0
କଂଗ୍ରେସ ଛାଡ଼ିଲେ ଗୁଲାମନବୀ ଆଜାଦ

ନୂଆଦିଲ୍ଲୀ: କଂଗ୍ରେସଠାରୁ ଦୀର୍ଘ ପାଞ୍ଚ ଦଶନ୍ଧୀର ସମ୍ପର୍କ ତୁଟାଇଛନ୍ତି ଭେଟେରାନ୍ ଗୁଲାମନବୀ ଆଜାଦ । ଦଳର ସମସ୍ତ ପଦପଦବୀ ତଥା ପ୍ରାଥମିକ ସଦସ୍ୟ ପଦରୁ ସେ ଆଜି ଇସ୍ତଫା ଦେଇଛନ୍ତି । ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ୫ ପୃଷ୍ଠାର ଇସ୍ତଫା ପତ୍ର ପଠାଇଛନ୍ତି । ସେଥିରେ ରାହୁଲ ଗାନ୍ଧୀଙ୍କ ଉପରେ ଭୀଷଣ ବର୍ଷିଛନ୍ତି । କଂଗ୍ରେସର ପତ୍ତନ ପାଇଁ ସେ ରାହୁଲଙ୍କୁ ସମ୍ପୂର୍ଣ୍ଣ ଦାୟୀ କରିଛନ୍ତି । ଗୁଲାମନବୀଙ୍କ ଇସ୍ତଫା କଂଗ୍ରେସ ପାଇଁ ପୁଣି ଏକ ଶକ୍ତ ଝଟକା ହୋଇଛି ।

ଗୁଲାମନବୀ ତାଙ୍କ ଚିଠିରେ ଲେଖିଛନ୍ତି, ସୋନିଆ ଗାନ୍ଧୀଙ୍କ ଅଧ୍ୟକ୍ଷତାରେ ଦଳ ଭଲ କାମ କରୁଥିଲା । ମାତ୍ର ରାହୁଲ ଗାନ୍ଧୀ ୨୦୧୩ ରେ ଦଳର ଉପାଧ୍ୟକ୍ଷ ହେବା ପରେ ସବୁ ନଷ୍ଟ କରିଦେଲେ । ବରିଷ୍ଠ ନେତାଙ୍କ ପରାମର୍ଶ ଅନୁସରଣ ପରମ୍ପରା ଏବଂ ମତ ବିନିମୟ ବ୍ୟବସ୍ଥାକୁ ସେ ଶେଷ କରିଦେଲେ । ରାହୁଲଙ୍କ ଆଗମନ ପରେ ସମସ୍ତ ବରିଷ୍ଠ ଓ ଅଭିଜ୍ଞ ନେତାଙ୍କୁ କୋଣଠେସା କରିଦିଆଗଲା । ବରିଷ୍ଠଙ୍କୁ କୋଣଠେସା କରି ନିର୍ଦ୍ଦିଷ୍ଟ କୋଟେରୀ ଦ୍ୱାରା ସବୁ ଚାଲିଲା । ଅନଭିଜ୍ଞନେତାମାନେ ଦଳର ସର୍ବେସର୍ବା ହୋଇଗଲେ ।

ରାହୁଲଙ୍କ ପିଲାଳିଆମୀ ଓ ଅପରିକ୍ୱତାର ଉଦାହରଣ ଦେଇ ଗୁଲାମନବୀ ଲେଖିଛନ୍ତି, ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇଥିବା ଅଧ୍ୟାଦେଶ କାଗଜକୁ ସେ ଗଣମାଧ୍ୟମ ଆଗରେ ଚିରି ଦେଇଥିଲେ । ସେହି ଅଧ୍ୟାଦେଶ ଉପରେ କଂଗ୍ରେସର କୋର୍ ଗ୍ରୁପ୍ ରେ ଆଲୋଚନା ହୋଇ କ୍ୟାବିନେଟ୍ ଅନୁମୋଦନ ପାଇଥିଲା । ରାହୁଲଙ୍କ ଏହି ପିଲାଳିଆମୀ ପାଇଁ ପ୍ରଧାନମନ୍ତ୍ରୀ ପଦ ଓ ସରକାର ବିକୃତ ହୋଇଥିଲା । ଏହି ଘଟଣା ୨୦୧୪ ରେ କଂଗ୍ରେସ ପରାଜୟର ଏକ ବଡ଼ କାରଣ ଥିଲା ।

କଂଗ୍ରେସରେ କିଛି ଠିକ୍ ଚାଲିନି ବୋଲି ଗୁଲାମନବୀ ଦର୍ଶାଇଛନ୍ତି । ସେ ଲେଖିଛନ୍ତି, ସୋନିଆ ସଭାପତି ଥିଲେ ବି ରାହୁଲଙ୍କ ମର୍ଜିରେ ହିଁ ସବୁ ଚାଲେ । ସୋନିଆ କେବଳ ନାମକୁ ମାତ୍ର ଦଳ ମୁଖ୍ୟ । ରାହୁଲ କିନ୍ତୁ ସର୍ବେସର୍ବା । ପାର୍ଟିର ସବୁ ବଡ଼ ବଡ଼ ନିଷ୍ପତ୍ତି ରାହୁଲ ଗାନ୍ଧୀ ହିଁ ନେଉଛନ୍ତି । ଏପରିକି ରାହୁଲଙ୍କ ପିଏ ଓ ସୁରକ୍ଷା କର୍ମୀ ବି ଦଳୀୟ ନିଷ୍ପତ୍ତି ନେଉଛନ୍ତି । ରିମୋଟ୍ କଣ୍ଟ୍ରୋଲ୍ ମଡେଲ ୟୁପିଏ ସରକାରର ସଂହତି ନଷ୍ଟ କରିଥିଲା । ଏବେ ସେହି ମଡେଲ କଂଗ୍ରେସରେ ପ୍ରୟୋଗ ହେଉଛି ।

ସୋନିଆଙ୍କୁ ଲେଖିଥିବା ଏହି ଚିଠିରେ ଗୁଲାମନବୀ ଆଜାଦ କଂଗ୍ରେସ ଓ ଗାନ୍ଧୀ ପରିବାର ସହ ତାଙ୍କର ସମ୍ପର୍କ ବିଷୟରେ ଉଲ୍ଲେଖ କରିଛନ୍ତି । ସେ ଲେଖିଛନ୍ତି, ଇନ୍ଦିରା ଗାନ୍ଧୀ, ସଞ୍ଜୟ ଗାନ୍ଧୀ ଏବଂ ରାଜୀବ ଗାନ୍ଧୀଙ୍କ ସହ ମୁଁ କାମ କରିଛି । କଂଗ୍ରେସକୁ ନିଜ ଜୀବନର ୫୧ ବର୍ଷରୁ ଅଧିକ ସମୟ ଦେଇଛି । କିନ୍ତୁ ବର୍ତ୍ତମାନ ଦୁଃଖର ସହିତ କଂଗ୍ରେସର ସମସ୍ତ ପଦବୀରୁ ଇସ୍ତଫା ଦେଉଛି ଏବଂ ଦଳ ସହିତ ମୋର ସମସ୍ତ ସମ୍ପର୍କ ଛିନ୍ନ କରୁଛି ।

Previous Post

ଇକୋନୋମିକ ଟାଇମ୍ସ ପକ୍ଷରୁ ମୁଖ୍ୟମନ୍ତ୍ରୀ ପୁରସ୍କୃତ

Next Post

ରାଜ୍ୟରେ ଖୋଲିବ ୩୬ ନୂଆ ଥାନା

Next Post
ରାଜ୍ୟରେ ଖୋଲିବ ୩୬ ନୂଆ ଥାନା

ରାଜ୍ୟରେ ଖୋଲିବ ୩୬ ନୂଆ ଥାନା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19161 shares
    Share 7664 Tweet 4790
  • ନବୀନ..ନବୀନ, ମୋହନ..ମୋହନ

    16597 shares
    Share 6639 Tweet 4149
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7296 shares
    Share 2918 Tweet 1824
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA