Tuesday, February 24, 2026 03:40 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ହସ୍ପିଟାଲରୁ ଶ୍ମଶାନ ଯାଏ…. ଅଣଓଡ଼ିଆଙ୍କୁ ସହାୟ ହେଲା ‘ଓଡିଶା ମୋ ପରିବାର’

by Our Correspondent
08 Sep, 2022- 08:06 PM
in Latest News, News
1 min read
0
ହସ୍ପିଟାଲରୁ ଶ୍ମଶାନ ଯାଏ…. ଅଣଓଡ଼ିଆଙ୍କୁ ସହାୟ ହେଲା ‘ଓଡିଶା ମୋ ପରିବାର’

ଭୁବନେଶ୍ୱର: ଅତିଥିଙ୍କୁ ସମ୍ମାନ ଓ ସୁରକ୍ଷା ଦେବା ଆମ ଓଡ଼ିଶାର ସଂସ୍କୃତି, ପରମ୍ପରା । ଯାହାକୁ ସାବ୍ୟସ୍ତ କରିଛି ଓଡ଼ିଶା ମୋ ପରିବାର । ଓଡ଼ିଶା ମୋ ପରିବାର କେବଳ ଓଡ଼ିଶାବାସୀଙ୍କ ସେବାରେ ନିଜକୁ ସୀମିତ ରଖିନାହିଁ । ବରଂ ଓଡ଼ିଶା ମାଟିରେ ଅତିଥି ହୋଇଥିବା ବାହାର ରାଜ୍ୟର ଲୋକଙ୍କ ଅସୁବିଧାରେ ଠିଆ ହୋଇଛି । ଏହାର ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ଉତ୍ତରପ୍ରଦେଶ ବାସିନ୍ଦା ରଜତ ଉପାଧ୍ୟାୟ । ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଥିବା ତାଙ୍କ ବାପାଙ୍କ ଚିକିତ୍ସାଖର୍ଚ୍ଚ ମୁକ୍ତ କରି ହସ୍ପିଟାଲ୍ କରୁ ଶବ ମୁକୁଳାଇଛି ଓଡ଼ିଶା ମୋ ପରିବାର ।

ଘଟଣାଟି ଏମିତି, ଉତ୍ତରପ୍ରଦେଶର ୫୩ ବର୍ଷିୟ ବାସିନ୍ଦା ରାମାନୁଜ ଉପାଧାୟ,ବାଲେଶ୍ଵରସ୍ଥିତ ବିର୍ଲା କମ୍ପାନୀରେ କାମ କରୁଥିଲେ । ତାଙ୍କ ପୁଅ ରଜତ ଭୁବନେଶ୍ଵରର ଏକ ବେକେରି ସପ୍ ରେ କାମ କରନ୍ତି । ହଠାତ୍, ରାମାନୁଜଙ୍କ କିଡ଼ନୀ ଖରାପ ହେବାରୁ ସେ ଭୁବନେଶ୍ଵରସ୍ଥିତ ହାଇ-ଟେକ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ତେବେ, ସେ ଚିକିତ୍ସାଧୀନ ଅବସ୍ଥାରେ ଗତ ଅଗଷ୍ଟ ୭ ତାରିଖରେ ଶେଷ ନିଃଶ୍ଵାସ ତ୍ୟାଗ କରିଥିଲେ । ହସ୍ପିଟାଲର ବିଲ୍ ଲକ୍ଷାଧିକ ଟଙ୍କା ହୋଇଥିବାରୁ ରାମାନୁଜଙ୍କ ପୁଅ ଏହା ପୈଠ କରିବାକୁ ଅସମର୍ଥ ଥିଲେ, ଫଳରେ ବାପାଙ୍କ ଶବକୁ ମୁକୁଳାଇପାରିନଥିଲେ ।

ଓଡ଼ିଶା ମୋ ପରିବାର ଏ ସମ୍ପର୍କରେ ସୂଚନା ପାଇବା ପରେ ତୁରନ୍ତ ପଦକ୍ଷେପ ନେଇଥିଲା । ଓଡ଼ିଶା ମୋ ପରିବାରର ଆବାହକ ନିଜେ ହସ୍ପିଟାଲରେ ପହଞ୍ଚି ଏହି ପ୍ରବାସୀ ପରିବାରକୁ ଦେୟମୁକ୍ତ କରିବା ପାଇଁ ହସ୍ପିଟାଲର କର୍ତ୍ତୁପକ୍ଷଙ୍କ ସହିତ ଆଲୋଚନା କରିଥିଲେ ଓ ହାଇ-ଟେକ ହସ୍ପିଟାଲ ଶେଷରେ ମହାନତାର ପରିଚୟ ଦେଲା । ହସ୍ପିଟାଲର କର୍ତ୍ତୁପକ୍ଷ ରାମାନୁଜଙ୍କ ପରିବାର ବର୍ଗଙ୍କୁ ଦେୟ ଛାଡ଼ କରିଥିଲେ । ପରିଶେଷରେ, ଓଡ଼ିଶା ମୋ ପରିବାର ରାମାନୁଜଙ୍କ ମୃତଶରୀର ହସ୍ପିଟାଲରୁ ମୁକୁଳାଇ ସତ୍ୟନଗର ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ କରିଥିଲା ।

ଏଭଳି ଅସମୟରେ ଓଡ଼ିଶା ମୋ ପରିବାର ପ୍ରବାସୀ ରଜତଙ୍କ ପରିବାର ସହିତ ଛିଡ଼ା ହୋଇଥିବାରୁ ପରିବାରବର୍ଗ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ଓଡ଼ିଶା ମୋ ପରିବାରକୁ ଅଶେଷ କୃତଜ୍ଞତା ଜଣାଇଛନ୍ତି ।

Previous Post

କେଉଁ ପୁଲ୍ ରେ କେଉଁ ଦେଶ

Next Post

ଅଧିକ କେନ୍ଦ୍ରୀୟ ଅନୁଦାନ ଦାବି କଲେ ଅତନୁ

Next Post
ଅଧିକ କେନ୍ଦ୍ରୀୟ ଅନୁଦାନ ଦାବି କଲେ ଅତନୁ

ଅଧିକ କେନ୍ଦ୍ରୀୟ ଅନୁଦାନ ଦାବି କଲେ ଅତନୁ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19161 shares
    Share 7664 Tweet 4790
  • ନବୀନ..ନବୀନ, ମୋହନ..ମୋହନ

    16597 shares
    Share 6639 Tweet 4149
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7296 shares
    Share 2918 Tweet 1824
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA