Wednesday, March 11, 2026 09:03 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଅସହିଷ୍ଣୁତାର ଲଢ଼େଇ !

ଶତ୍ରୁଦମନ ପାଇଁ ଅସ୍ତ୍ର ଗଣମାଧ୍ୟମ

by Samar Pradhan
02 Dec, 2025- 06:03 PM
in Latest News, News
1 min read
0
ଅସହିଷ୍ଣୁତାର ଲଢ଼େଇ !

ଭୁବନେଶ୍ୱର: କିଟ୍ ବିଶ୍ୱବିଦ୍ୟାଳୟ ଛାତ୍ରୀ ଓ ଛାତ୍ର ଆତ୍ମହତ୍ୟା ଘଟଣାରେ ଓଟିଭି ଖବର ପ୍ରସାରଣରୁ ଦୁଇ ମାଲିକଙ୍କ ମଧ୍ୟରେ ସମ୍ପର୍କର ତାଡ଼ନା ମାପି ହେଉଛି । ଚାର୍ଟର ଦେଖାଇ ନିଜକୁ ଦାୟିତ୍ୱସମ୍ପନ୍ନ ଗଣମାଧ୍ୟମ ବୋଲି ଓଟିଭି ସଫେଇ ଦେଲେ ମଧ୍ୟ ତାହା ଆଦୌ ବିଶ୍ୱାସଯୋଗ୍ୟ ନୁହେଁ । ସିଧା ସିଧା କହିଲେ ବୈଜୟନ୍ତ ପଣ୍ଡା ଏବଂ ଅଚ୍ୟୁତ ସାମନ୍ତଙ୍କ ମଧ୍ୟରେ ସମ୍ପର୍କର ତିକ୍ତତା ହିଁ ଏଭଳି ସମ୍ବାଦ ପରିବେଷଣର କାରଣ ବୋଲି ସବୁଆଡ଼େ ଚର୍ଚ୍ଚା । ସାମ୍ବାଦିକତା ଧର୍ମରେ ସମ୍ବାଦ ପରିବେଷଣ ଡାହା ମିଛ କଥା ।

ଓଡ଼ିଶା ଗଣମାଧ୍ୟମ ଓ ରାଜନୀତିକୁ ଅତି ପାଖରୁ ଦେଖି ଆସୁଥିବା ବରିଷ୍ଠ ମହଲର କହିବାନୁଯାୟୀ, ଅଚ୍ୟୁତ ସାମନ୍ତଙ୍କ ଟିଭି ମାଲିକାନା ଏବଂ ରାଜନୈତିକ ଉତଥାନ ଉଭୟଙ୍କ ମଧ୍ୟରେ ତିକ୍ତ ସମ୍ପର୍କର ମୁଖ୍ୟ କାରଣ । ଯେଉଁ ସମୟରେ ବିଜେଡିରେ ବୈଜୟନ୍ତଙ୍କର ପ୍ରବଳ ପରାକ୍ରମ ଥିଲା ସେହି ସମୟରେ ଅଚ୍ୟୁତ ଆଗ ଗଣମାଧ୍ୟମ ଓ ଏବଂ ପରେ ରାଜନୀତି କ୍ଷେତ୍ରରେ ପ୍ରବେଶ କଲେ । ବୈଜୟନ୍ତ ଏଥିରେ ଅସହିଷ୍ଣୁ ହେବା ସ୍ୱାଭାବିକ । କାରଣ ପ୍ରତିପତ୍ତି ଦୃଷ୍ଟିରୁ ଅଚ୍ୟୁତଙ୍କୁ ସେ ନିଜର ପ୍ରତିଦ୍ୱନ୍ଦୀ ଭାବିଦେଲେ ।

ପରବର୍ତ୍ତୀ ସମୟରେ ଏହା ସତ ହେଲା । ରାଜ୍ୟ ସରକାରଙ୍କ ବିଜ୍ଞାପନ ମାପରେ ଓଟିଭିର ଏକଛତ୍ରବାଦ ଆଉ ରହିଲା ନାହିଁ । ବିଜ୍ଞାପନରେ କଳିଙ୍ଗ ଟିଭିର ଭାଗିଦାର ଓଟିଭିକୁ କ୍ଷତିଗ୍ରସ୍ତ କଲା । ପରେ ରାଜନୀତି କ୍ଷେତ୍ରକୁ ଏହା ମାଡ଼ିଗଲା । ନବୀନ ପଟ୍ଟନାୟକଙ୍କ ପାଖଲୋକ ଭାବେ ବୈଜୟନ୍ତଙ୍କ ପରିଚୟରେ ବ୍ରେକ୍ ଲାଗିଲା । କୌଣସି କାରଣରୁ ନବୀନ ତାଙ୍କ ଉପରୁ ବିଶ୍ୱାସ ହରାଇଲେ । ଶେଷରେ ୨୦୧୮ ଜାନୁଆରୀରେ ବୈଜୟନ୍ତ ଦଳରୁ ତଡ଼ାଖାଇଲେ । ଦେଢ଼ମାସ ପରେ ମାର୍ଚ୍ଚ ୮ରେ ଅଚ୍ୟୁତ ସାମନ୍ତ ଓ ସୌମ୍ୟରଂଜନ ପଟ୍ଟନାୟକ ବିଜେଡିରେ ଯୋଗଦେଲେ । ଯୋଗଦେବାର କିଛି ଘଣ୍ଟା ପରେ ନବୀନ ଉଭୟଙ୍କୁ ରାଜ୍ୟସଭା ପଠାଇଲେ । ଦିଲ୍ଲୀରେ ନବୀନଙ୍କ ପାଇଁ ବୈଜୟନ୍ତ ଯାହା କରୁଥିଲେ, ଅଚ୍ୟୁତଙ୍କୁ ସେହି ଦାୟିତ୍ୱ ମିଳିଲା ବୋଲି ଏକ ଧାରଣା ସୃଷ୍ଟି ହେଲା । ଏହା ବୈଜୟନ୍ତଙ୍କ ଅସହିଷ୍ଣୁତା ବଢ଼ାଇଲା ବୋଲି ଚର୍ଚ୍ଚା ହୁଏ ।

ଏହାର ବହୁପୂର୍ବରୁ ପ୍ରତିଦ୍ୱନ୍ଦୀଙ୍କୁ ମାରିବା କାମରେ ଓଟିଭ କିନ୍ତୁ ଆଗ ଅସ୍ତ୍ର ହୋଇସାରିଥିଲା । ନିର୍ଦ୍ଦିଷ୍ଟ ବ୍ୟକ୍ତିବିଶେଷଙ୍କୁ ହାତକରି ଅଚ୍ୟୁତ ସାମନ୍ତଙ୍କ ବିରୋଧରେ ଘନ ଘନ ଖବର କରାଗଲା । ତାଙ୍କୁ ଜମି ହଡ଼ପକାରୀ ବୋଲି ଚିତ୍ରଣ କରାଗଲା । ପରବର୍ତ୍ତୀ ସମୟରେ ଅଚ୍ୟୁତ ସାମନ୍ତଙ୍କ କଳିଙ୍ଗ ଟିଭି ମଧ୍ୟ ବୈଜୟନ୍ତଙ୍କ ବିରୋଧରେ ଖବର ହାତଛଡ଼ା କଲା ନାହିଁ । ଥେରୁବାଲି ଇମଫା କାରଖାନାରେ ଶ୍ରମିକ ଅଶାନ୍ତିଠାରୁ ଆରମ୍ଭ କରି, ନାବାଳିକା ଗଣଦୁଷ୍କର୍ମ ମାମଲା, ସାରୁଅ ଜମି ଦୁର୍ନୀତି ମାମଲାକୁ ବଡ଼ ଖବର କଲା । ଥେରୁବାଲିରେ ଇମଫା କମ୍ପାନୀ ବିରୋଧରେ ଆଦିବାସୀ ଓ ଶ୍ରମିକଙ୍କୁ ପାଣ୍ଡିଆନଙ୍କ ପ୍ରରୋଚନାରେ ଅଚ୍ୟୁତ ସାମନ୍ତ ମତେଇ ଗଣ୍ଡଗୋଳ କରାଉଛନ୍ତି ବୋଲି ବୈଜୟନ୍ତଙ୍କର ଭ୍ରମ ସୃଷ୍ଟି ହେଲା । ଯାହାର ପରିଣାମ ଏବେ ଟିଭି ସାମନାରେ ବୋଲି ରାଜନୈତିକ ମହଲରେ ଆଲୋଚନା ହେଉଛି ।

ବୁଦ୍ଧିଜୀବୀଙ୍କ ମତରେ, ବ୍ୟବସାୟ ଓ ରାଜନୀତିରେ କେହି କାହାର ସମକକ୍ଷ ହେଲେ ପରିସ୍ଥିତି ବିଷମୟ ହୁଏ । ଅସହିଷ୍ଣୁତା ସୃଷ୍ଟି ହୁଏ । ଏହି ଅସହିଷ୍ଣୁତା ଓ ଅନ୍ୟକୁ ବଦନାମ କରିବାର ଭୟଙ୍କର ଖେଳରେ କାହାର ଜିତାପଟ ହେବ ଅଲଗା କଥା । କିନ୍ତୁ ଗଣମାଧ୍ୟମକୁ ଦ୍ୱାହି ଦେଲେ ବିପଦ । କାରଣ ଜନତା ସବୁ ଦେଖୁଛନ୍ତି ।

 

Previous Post

ଶ୍ରୀମୟୀଙ୍କ ଟୁଇଟ୍ ଆଗରେ ତୁଚ୍ଛ!

Next Post

ନବରଙ୍ଗପୁର ଜିଲ୍ଲାରେ ୩ ମାସରେ ୬ ଜଣ ମଲେଣି

Next Post
ନବରଙ୍ଗପୁର ଜିଲ୍ଲାରେ ୩ ମାସରେ ୬ ଜଣ ମଲେଣି

ନବରଙ୍ଗପୁର ଜିଲ୍ଲାରେ ୩ ମାସରେ ୬ ଜଣ ମଲେଣି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19163 shares
    Share 7665 Tweet 4791
  • ନବୀନ..ନବୀନ, ମୋହନ..ମୋହନ

    16599 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA