Monday, February 23, 2026 01:37 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Crime

ହତ୍ୟା ଅଭିଯୋଗ ଆଣିଲେ ମା, ଭାଇ

ବିଚାରପତି ସୁବାସ ବିହାରୀ ମୃତ୍ୟୁ ମାମଲା

by Our Correspondent
03 Sep, 2022- 10:30 PM
in Crime, Latest News, News
1 min read
0
ହତ୍ୟା ଅଭିଯୋଗ ଆଣିଲେ ମା, ଭାଇ

ଭୁବନେଶ୍ୱର: କଟକ ପୋକ୍ସୋ କୋର୍ଟ ବିଚାରପତି ସୁବାସ କୁମାର ବିହାରୀ ଆତ୍ମହତ୍ୟା କରିନାହାନ୍ତି । ତାଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଛି । ହତ୍ୟାକାରୀ ହେଉଛନ୍ତି ତାଙ୍କର ପତ୍ନୀ ଏବଂ ଶଳା । ଆଜି ଏହି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ମୃତ ବିଚାରପତିଙ୍କ ମା ଏବଂ ଭାଇ । କଟକ ମର୍କତନଗର ଥାନାରେ ଦୁଇଜଣଙ୍କ ବିରୋଧରେ ଏତଲା ମଧ୍ୟ ଦେଇଛନ୍ତି । ବିଚାରପତି ଆତ୍ମହତ୍ୟା କରିଥିବା ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିବା ବେଳେ ପତ୍ନୀ ଏବଂ ଶଳା ତାଙ୍କୁ ଷଡ଼ଯନ୍ତ୍ର କରି ହତ୍ୟା କରିଥିବାର ଅଭିଯୋଗ ମାମଲାକୁ ଜଟିଳ ମୋଡ଼ ଦେଇଛି ।

ଗତକାଲି ସୁବାସଙ୍କ ମୃତ୍ୟୁ ପରେ ତାଙ୍କ ବାପାଘର ସହ ଶ୍ୱଶୁର ଘରର ସମ୍ପର୍କ ଭଲ ନ ଥିବା ସ୍ପଷ୍ଟ ହୋଇଥିଲା । କାରଣ ସୁବାସଙ୍କ ଶବ ପଡ଼ିଥିବା ବେଳେ ସଂସ୍କାରକୁ ନେଇ ଉଭୟ ପରିବାର ମଧ୍ୟରେ ବିବାଦ ଦେଖା ଦେଇଥିଲା । ମୃତଦେହ ଗାଁକୁ ଆଣି ଶେଷକୃତ୍ୟ ସମ୍ପନ୍ନ କରିବାକୁ ବାପାଘର ଲୋକେ ଚାହିଁଥିଲେ । ମାତ୍ର ଶ୍ୱଶୁର ଘର ଲୋକେ ଏହାକୁ ବିରୋଧ କରିଥିଲେ ଏବଂ ଜୋର ଜବରଦସ୍ତ ପୁରୀ ସ୍ୱର୍ଗଦ୍ୱାରକୁ ନେଇ ଶବ ସଂସ୍କାର କରିଥିଲେ । ଗାଁରେ ରହୁଥିବା ମା ନିଜ ପୁଅର ଶବ ଦେଖିବାରୁ ବଞ୍ଚିତ ହେବା ପରେ ଯାଜପୁର ବ୍ଲକ୍ ଭୁବନେଶ୍ୱରପୁର ପଞ୍ଚାୟତ ଅନ୍ତର୍ଗତ ମଠଗାଁରେ ଗତକାଲି ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା ।

ଆଜି ଉଭୟ ପରିବାର ମଧ୍ୟରେ ଥିବା ବିବାଦ ସାଂଘାତିକ ରୂପରେ ଥାନାକୁ ଆସିଛି । ସୁବାସଙ୍କ ମା ଓ ସାନଭାଇ ମର୍କତନଗର ଥାନାକୁ ଆସି ସୁବାସଙ୍କ ପତ୍ନୀ ଏବଂ ଶଳାଙ୍କ ବିରୋଧରେ ହତ୍ୟା ଅଭିଯୋଗ ଆଣିଛନ୍ତି । ପୁଅକୁ ହରାଇଥିବା ବୃଦ୍ଧା ମା ଗଣମାଧ୍ୟମ ଆଗରେ କାନ୍ଦି କାନ୍ଦି ସବୁ ବର୍ଣ୍ଣନା କରିଛନ୍ତି ।

ତୁଳସୀ ତାଙ୍କ ଏତଲାରେ ଲେଖିଛନ୍ତି ୨୦୦୭ ରେ ସୁବାସ ଯାଜପୁର ଅଞ୍ଚଳର ଅପରାଜିତା ରାୟଙ୍କୁ ପ୍ରେମ ବିବାହ କରିଥିଲେ । ବିବାହର ୩ ବର୍ଷ ଯାଏ ସବୁ କିଛି ଠିକଠାକ ଥିଲା । ତା’ ପରଠୁ କିନ୍ତୁ ପରିବାର ସହ ସୁସମ୍ପର୍କ ରହିଲାନି । ସୁବାସଙ୍କୁ ନିଜ ମା, ଭାଇ କି ଗାଁ ଲୋକଙ୍କ ସହ ସମ୍ପର୍କ ରଖିବାକୁ ପତ୍ନୀ ଦେଉ ନ ଥିଲେ । ସୁବାସ ଏହାର ପ୍ରତିବାଦ କରୁଥିବାରୁ ଅପରାଜିତା ତାଙ୍କ ଭାଇ ସହ ମିଶି ତାଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦେଉଥିଲେ । ଏହି ବିବାଦରୁ ଉଭୟ ମିଶି ସୁବାସଙ୍କୁ ହତ୍ୟା କରି ଘରେ ଟାଙ୍ଗି ଦେଇଛନ୍ତି ।

ସୁବାସଙ୍କ ଗାଁ ଲୋକେ ମଧ୍ୟ ତାଙ୍କ ପତ୍ନୀ ଏବଂ ଶ୍ୱଶୁର ଘର ଲୋକଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି । ପତ୍ନୀଙ୍କ ଯୋଗୁଁ ସୁବାସ ୪ ବର୍ଷ ହେଲା ଗାଁକୁ ଆସୁ ନ ଥିଲେ ବୋଲି ସେମାନେ କହିଛନ୍ତି । ସୁବାସଙ୍କ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ପାଇଁ ସେମାନେ ଦାବି କରିଛନ୍ତି ।

Previous Post

କିମ୍‍ସ ଓଡ଼ିଶାର ଶ୍ରେଷ୍ଠ ମେଡିକାଲ କଲେଜ

Next Post

ନବୀନ ପାଇଲେ ‘ଜୀବନବ୍ୟାପୀ ସାଧନା ସମ୍ମାନ’

Next Post
ନବୀନ ପାଇଲେ ‘ଜୀବନବ୍ୟାପୀ ସାଧନା ସମ୍ମାନ’

ନବୀନ ପାଇଲେ 'ଜୀବନବ୍ୟାପୀ ସାଧନା ସମ୍ମାନ'

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19161 shares
    Share 7664 Tweet 4790
  • ନବୀନ..ନବୀନ, ମୋହନ..ମୋହନ

    16597 shares
    Share 6639 Tweet 4149
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7296 shares
    Share 2918 Tweet 1824
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA