Tuesday, February 17, 2026 01:04 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Crime

ପୋଖରୀରୁ ମିଳିଲା ‘ପରୀ’ ର ଲେଗିନ୍ସ

ଏହା ଆରମ୍ଭ ମାତ୍ର: ଅରୁଣ ବୋଥ୍ରା

by Our Correspondent
23 Dec, 2020- 12:12 AM
in Crime, Latest News, News
1 min read
0
ପୋଖରୀରୁ ମିଳିଲା ‘ପରୀ’ ର ଲେଗିନ୍ସ

ନୟାଗଡ଼: ଯଦୁପୁର ଗାଁ ପୋଖରୀରୁ ମିଳିଲା ‘ପରୀ’ ର ଲେଗିନ୍ସ । ସୋମବାରଠାରୁ ପୋଖରୀ ପାଣି ନିଷ୍କାସନ କରି ଲେଗିନ୍ସ ଉଦ୍ଧାର କାର୍ଯ୍ୟରେ ଲାଗିଥିବା ଅଗ୍ନିଶମ ବାହିନୀ ଓ ଓଡ୍ରାଫ୍ ଟିମ୍ ଆଜି ବିଳମ୍ବିତ ରାତିରେ ସଫଳ ହୋଇଛନ୍ତି । ଏକ ପଲିଥିନ୍ ଭିତରେ ପଥର ଦ୍ୱାରା ବନ୍ଧା ହୋଇ ରହିଥିଲା କଳା ରଙ୍ଗର ଏହି ଲେଗିନ୍ସ ।

ପରୀକୁ ହତ୍ୟା କରି ଦୁଷ୍କର୍ମ କରିଥିବା ସୈତାନ୍ ସରୋଜ ସେଠୀ ଏହି ଲେଗିନ୍ସକୁ ପୋଖରୀରେ ଫିଙ୍ଗି ଦେଇଥିବା ଏସଆଇଟି ଟିମ୍ ଆଗରେ ସ୍ୱୀକାର କରିଥିଲେ । ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା ମଙ୍ଗଳବାର ଏକ ସାମ୍ବାଦିକ ସମ୍ମିଳନୀ କରି ଏହାର ବିସ୍ତୃତ ତଥ୍ୟ ଦେଇଥିଲେ । ପୋଖରୀରୁ ଅଧା ପାଣି ନିଷ୍କାସନ କଲା ପରେ ଲେଗିନ୍ସ ଖୋଜାଯିବ ଏବଂ ତାହା ମିଳିଲେ କୋର୍ଟରେ ଏହା ଦାଖଲ କରାଯିବ ବୋଲି ଶ୍ରୀ ବୋଥ୍ରା କହିଥିଲେ ।

ଏସଆଇଟିର ପ୍ରତ୍ୟକ୍ଷ ତତ୍ତ୍ୱାବଧନରେ ଦୁଇଦିନ ହେଲା ପୋଖରୀ ପାଣି ନିଷ୍କାସନ କାର୍ଯ୍ୟ ଚାଲିଥିଲା । ପାଣି କମିଗଲା ପରେ ମଙ୍ଗଳବାର ବିଳମ୍ବିତ ରାତିରେ ଓଡ୍ରାଫ୍ ଟିମ୍ ପ୍ରବଳ ଶୀତ ସତ୍ତ୍ୱେ ପୋଖରୀରେ ଖୋଜାଖୋଜି କରି ଏକ ପଲିଥିନ୍ ଭିତରୁ ପଥରରେ ବନ୍ଧା ହୋଇଥିବା ଲେଗିନ୍ସ ପାଇଥିଲେ । ଦୀର୍ଘ ୫ ମାସ ପରେ ଏହା ଉଦ୍ଧାର ହୋଇଥିବାରୁ କପଡ଼ା ନଷ୍ଟ ହୋଇଯାଇଥିଲେ ମଧ୍ୟ ଏହା ପରୀର ଲେଗିନ୍ସ ବୋଲି ସ୍ପଷ୍ଟ ହୋଇଛି ।

ଏହି ଖବର ପାଇଲା ମାତ୍ରେ ପୁରୀରେ ମହାପ୍ରଭୁଙ୍କ ଆର୍ଶିବାଦ ଭିକ୍ଷା କରିବାକୁ ଯାଇଥିବା ଶ୍ରୀ ବୋଥ୍ରା ସେଠାରୁ ସିଧାସଳଖ ବିଳମ୍ବିତ ରାତିରେ ଯଦୁପୁର ଆସି ପହଞ୍ଚିଛନ୍ତି । ସେଠାରେ ଉପସ୍ଥିତ ଅଧିକାରୀମାନଙ୍କ ସହ ଆଲୋଚନା କରି ସେ ତାଙ୍କର ତଦନ୍ତ ଚଳାଇଛନ୍ତି । ଏହି ସଫଳତା ପଛରେ ସମସ୍ତଙ୍କର ସହଯୋଗ ବା ଟିମ୍ ୱାର୍କ ଥିବା ସେ କହିଛନ୍ତି । କାହାର ଚାଲେଂଜର ଏହା ଜବାବ ନୁହେଁ, ବରଂ ସେ ତାଙ୍କର କାର୍ଯ୍ୟ କରୁଥିବା ଶ୍ରୀ ବୋଥ୍ରା କହିଛନ୍ତି । ପରୀ ଆମ ସମସ୍ତଙ୍କର ଝିଅ । ତାକୁ ନ୍ୟାୟ ଦେବା ଆମର ଦାୟିତ୍ୱ । ଏଥିପାଇଁ କୋର୍ଟ ଓ ଭଗବାନଙ୍କ ପାଖରେ ସେ ଉତ୍ତରଦାୟୀ ବୋଲି ଦୃଢ଼ ଓ ଭାବବିହ୍ୱଳ ଶ୍ରୀ ବୋଥ୍ରା କହିଛନ୍ତି ।

ବଡ଼କଥା ହେଉଛି, ସାମ୍ବାଦିକମାନଙ୍କ ପ୍ରଶ୍ନରେ ଶ୍ରୀ ବୋଥ୍ରା କହିଛନ୍ତି ଯେ ଏହା ଆରମ୍ଭ ମାତ୍ର । ଏହି ଘଟଣା ପଛରେ ଆଉ କାହାର ସଂପୃକ୍ତି ଅଛି ନା ନାହିଁ ତାହା ଖୁବ୍ ଶୀଘ୍ର ବାହାର କରାଯିବ ।

ପୋଖରୀରୁ ପରୀର ଲେଗିନ୍ସ ମିଳିବା ପରେ ଶ୍ରୀ ବୋଥ୍ରାଙ୍କ ତଦନ୍ତ ଉପରେ ପ୍ରଶ୍ନ କରୁଥିବା ଲୋକଙ୍କ ପାଟି ଚୁପ୍ ହୋଇଯାଇଛି । ଶ୍ରୀ ବୋଥ୍ରା ତାଙ୍କର ଦାୟିତ୍ୱକୁ ଅତ୍ୟନ୍ତ ଦକ୍ଷ ଓ ନିଷ୍ଠାର ସହ ତୁଲାଇ ପରୀକୁ ନ୍ୟାୟ ଦେଇପାରିଛନ୍ତି ବୋଲି କୁହାଯିବ । ସରୋଜ ସେଠୀ ଯେ ପରୀକୁ ମାରିଛି ଏବଂ ଏହା ପଛରେ ଯୌନ ଲାଳସା ମୁଖ୍ୟ କାରଣ ତାହା ଅଧିକ ସ୍ପଷ୍ଟ ହୋଇଛି । ମାତ୍ର ୨୦ ଦିନରେ ଏହି ଜଘନ୍ୟ କାଣ୍ଡର ପର୍ଦ୍ଦାଫାସ କରିବାରେ ସଫଳ ହୋଇଥିବା ଶ୍ରୀ ବୋଥ୍ରା ଏବଂ ତାଙ୍କର ଟିମ୍ କୁ ପ୍ରଶଂସାର ସୁଅ ଛୁଟିଛି ।

Previous Post

ହତ୍ୟା ପରେ ଶବ ସହ ଦୁଷ୍କର୍ମ କରିଥିଲା ସରୋଜ

Next Post

୯ ମାସ ପରେ ଖୋଲିଲା ଶ୍ରୀମନ୍ଦିର

Next Post
୯ ମାସ ପରେ ଖୋଲିଲା ଶ୍ରୀମନ୍ଦିର

୯ ମାସ ପରେ ଖୋଲିଲା ଶ୍ରୀମନ୍ଦିର

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19161 shares
    Share 7664 Tweet 4790
  • ନବୀନ..ନବୀନ, ମୋହନ..ମୋହନ

    16597 shares
    Share 6639 Tweet 4149
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7296 shares
    Share 2918 Tweet 1824
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA