Tuesday, February 17, 2026 07:30 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Crime

ମନ୍ତ୍ରୀଙ୍କ ଛତ୍ରଛାୟାରେ ଡବଲ୍ ମର୍ଡର୍!!

ମାହାଙ୍ଗାରେ ରାଜନୈତିକ ହିଂସା

by Our Correspondent
03 Jan, 2021- 11:49 AM
in Crime, Latest News, News
1 min read
0
ମନ୍ତ୍ରୀଙ୍କ ଛତ୍ରଛାୟାରେ ଡବଲ୍ ମର୍ଡର୍!!

ଭୁବନେଶ୍ୱର/ମାହାଙ୍ଗା: ମାହାଙ୍ଗା ବ୍ଲକ୍ ପୂର୍ବତନ ଅଧ୍ୟକ୍ଷ ତଥା ବିଜେପି ପ୍ରଭାରୀ କୁଳମଣି ବରାଳ(୭୫) ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳ(୮୦)ଙ୍କୁ ଦୁବୃର୍ତ୍ତମାନେ ନିର୍ମମ ଭାବେ ହତ୍ୟା କରିଛନ୍ତି । କୁଳମଣିଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ କଟକ ବଡ଼ ମେଡ଼ିକାଲରେ ଦିବ୍ୟସିଂହ ପ୍ରାଣ ହରାଇଛନ୍ତି । ରାଜନୈତିକ ଶତ୍ରୁତାରୁ ହତ୍ୟାକାଣ୍ଡ ଘଟିଥିବା କୁହାଯାଉଛି । ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ପ୍ରତାପ ଜେନାଙ୍କ ଛତ୍ରଛାୟାରେ କୁଳମଣି ଓ ସହଯୋଗୀଙ୍କୁ ହତ୍ୟା କରାଯାଇଥିବା ଖୋଦ୍ ପରିବାର ଲୋକେ ଅଭିଯୋଗ କରିଛନ୍ତି ।

ଗତକାଲି ରାତି ୭ଟାରୁ ୭.୧୫ ମଧ୍ୟରେ ଏହି ଘଟଣା ଘଟିଛି । କୁଳମଣି ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ଏକ ମଟରସାଇକେଲରେ ଯଁକୋଟି ଗାଁ ରାସ୍ତା ଦେଇ ସେମାନଙ୍କ ଗାଁ ନୃତ୍ତାଙ୍ଗକୁ ଫେରୁଥିଲେ । ଯଁକୋଟି ନିକଟରେ ପୂର୍ବରୁ ପ୍ରସ୍ତୁତ ଥିବା ୧୦ ରୁ ୧୨ ଜଣ ଲୋକ ଅତର୍କିତ ଭାବେ ସେମାନଙ୍କୁ ଆକ୍ରମଣ କରିଥିଲେ । ବାଇକ୍ ରୁ ତଳକୁ ଖସିପଡ଼ିବା ପରେ ଦୁର୍ବୃତ୍ତମାନେ ବିଭିନ୍ନ ମାରଣାସ୍ତ୍ରରେ ଉଭୟଙ୍କ ମୁଣ୍ଡ ଓ ଶରୀରର ବିଭିନ୍ନ ଅଂଶକୁ ହାଣି ପକାଇଥିଲେ ।

ଘଟଣା ପ୍ରଚାରିତ ହୋଇଯିବା ପରେ ଆମ୍ବୁଲାନସ୍ ଡକାଯାଇ ସେମାନଙ୍କୁ ମାହାଙ୍ଗା ଡାକ୍ତରଖାନା ନିଆଯାଇଥିଲେ ମଧ୍ୟ କୁଳମଣିଙ୍କୁ ମୃତ ବୋଲି ଡାକ୍ତର ଘୋଷଣା କରିଥିଲେ ଏବଂ ଦିବ୍ୟସିଂହଙ୍କୁ କଟକ ପଠାଇଥିଲେ । ମାତ୍ର ଡାକ୍ତର ତାଙ୍କୁ ମଧ୍ୟ ମୃତ ଘୋଷଣା କରିଥିଲେ ।

ହତ୍ୟାକାଣ୍ଡ ପଛରେ ରାଜନୈତିକ ଶତ୍ରୁତା ଥିବା କୁଳମଣିଙ୍କ ପରିବାର ଓ ସ୍ଥାନୀୟ ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । ବିଧାୟକ ତଥା ମନ୍ତ୍ରୀ ପ୍ରତାପ ଜେନାଙ୍କ ବଳରେ ତାଙ୍କ ପାଖଲୋକମାନେ ଏହି ହତ୍ୟାକାଣ୍ଡ ଭିଆଇଥିବା ସେମାନେ ଅଭିଯୋଗ କରିଛନ୍ତି । ହତ୍ୟାକାରୀ ଭାବେ ସ୍ଥାନୀ ୟ ସରପଞ୍ଚଙ୍କ ସ୍ୱାମୀ ପ୍ରଫୁଲ୍ଲ ବିଶ୍ୱାଳ, ବ୍ଲକ୍ ଅଧ୍ୟକ୍ଷ ଭିକାରୀ ସ୍ୱାଇଁ ଓ ସେମାନଙ୍କ ସହଯୋଗୀଙ୍କ ନାଁ ସିଧାସଳଖ ନେଇଛନ୍ତି ।

ସୂଚନାଥାଉକି, ୨୦୧୮ ଡିସେମ୍ବରରେ ସେହି ଯଁକୋଟି ଗାଁର ବିକାଶ ଜେନା ନାମକ ଜଣେ ବିଜେପି ସମର୍ଥକଙ୍କୁ ହତ୍ୟା କରାଯାଇଥିଲା । ଘଟଣାରେ ସରପଞ୍ଚଙ୍କ ସ୍ୱାମୀ ତଥା ବିଧାୟକଙ୍କ ଖାସ୍ ଲୋକ ପ୍ରଫୁଲ୍ଲ ବିଶ୍ୱାଳଙ୍କର ସଂପୃକ୍ତି ଅଭିଯୋଗ ଆସିଥିଲେ ମଧ୍ୟ ପୁଲିସ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ନ ଥିଲା । ମନ୍ତ୍ରୀଙ୍କ ଛତ୍ରଛାୟାରେ ଥିବାରୁ ପୁଲିସ ତାଙ୍କୁ ଛୁଇଁ ପାରୁ ନ ଥିବା ସ୍ଥାନୀୟ ଅଞ୍ଚଳବାସୀ କହିଛନ୍ତି । ସେହି ପୁଲିସର ନିଷ୍କ୍ରିୟତା ପାଇଁ ଏହି ନୃଶଂସ ଡବଲ୍ ମର୍ଡର ହେଲା ବୋଲି ସେମାନେ କ୍ଷୋଭ ପ୍ରକାଶ କରିଛନ୍ତି ।

ମୃତ କୁଳମଣି ବରାଳଙ୍କର ଅଞ୍ଚଳରେ ବେଶ୍ ଖାଦି ଥିଲା । ମୂଳତଃ କଂଗ୍ରେସ ରାଜନୀତିରୁ ଆସିଥିବା କୁଳମଣି ସ୍ୱର୍ଗତ ଶେଖ୍ ମତଲୁବ ଅଲ୍ଲୀଙ୍କର ଅତି ବିଶ୍ୱସ୍ତ ଥିଲେ । ତିନି ତିନି ଥର ସରପଞ୍ଚ ଏବଂ ଥରେ ବ୍ଲକ୍ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇ ନିଜ ଲୋକପ୍ରିୟତାର ପ୍ରମାଣ ଦେଇଥିଲେ । ଗତ ନିର୍ବାଚନ ପୂର୍ବରୁ ସେ କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇ ଦଳର ପ୍ରଭାରୀ ଭାବେ କାର୍ଯ୍ୟ କରୁଥିଲେ ।

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଏବଂ ବିଜୁ ପକ୍କା ଘର ଯୋଜନାରେ ବ୍ୟାପକ ଦୁର୍ନୀତି ଓ ହରିଲୁଟ୍ ବିରୋଧରେ ପାଟି ଖୋଲୁଥିବାରୁ ସ୍ଥାନୀୟ ବିଜେଡ଼ି ନେତାଙ୍କର ଆକ୍ରୋଶ ଥିଲା ବୋଲି କୁଳମଣିଙ୍କ ପରିବାର ଓ ବିଜେପି ସମର୍ଥକମାନେ ଅଭିଯୋଗ କରିଛନ୍ତି । ଖାସ୍ କରି ସ୍ଥାନୀ ୟ ସରପଞ୍ଚ ଓ ବ୍ଲକ୍ ଅଧ୍ୟକ୍ଷଙ୍କ ଅନ୍ୟାୟ, ଦୁର୍ନୀତି ବିରୋଧରେ କ୍ରମାଗତ ଭାବେ ସ୍ୱର ଉତ୍ତୋଳନ କରିବା ତାଙ୍କ ପାଇଁ ବିପଦ ଡାକିଆଣିଲା ବୋଲି ସ୍ଥାନୀୟ ଅଞ୍ଚଳର କିଛି ବରିଷ୍ଠ ଲୋକ ମତ ଦେଇଛନ୍ତି । କିଛି ଦିନ ତଳେ ତାଙ୍କୁ ହତ୍ୟା ଧମକ ମିଳିଥିଲା ଏବଂ ସେ ସମ୍ପର୍କରେ ପୁଲିସରେ ଏତଲା ଦେଇଥିଲେ ବୋଲି ପରିବାରସୂତ୍ରରୁ ଜଣାପଡ଼ିଛି । ମାତ୍ର ପୁଲିସ ସେ ଦିଗରେ କୌଣସି ତତ୍ପରତା ଦେଖାଇ ନ ଥିଲା ।

କୁଳମଣି ଓ ତାଙ୍କ ସହଯୋଗୀଙ୍କ ନିର୍ମମ ହତ୍ୟା ଘଟଣାକୁ ସ୍ଥାନୀୟ ବିଜେପି ନେତା ଶାରଦା ପ୍ରଧାନ, ଜିଲ୍ଲା ବିଜେପି ସଭାପତି ପ୍ରକାଶ ବେହେରାଙ୍କଠାରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡ଼ଙ୍ଗୀଙ୍କ ପର୍ଯ୍ୟନ୍ତ ସମସ୍ତେ ନିନ୍ଦା କରିଛନ୍ତି । ଧର୍ମେନ୍ଦ୍ର କହିଛନ୍ତି, ସାମାଜିକ ଜୀବନରେ ମତ ପାର୍ଥକ୍ୟ ଏବଂ ବାଦବିବାଦ ରହିବ କିନ୍ତୁ ହିଂସା ଓ ହତ୍ୟା କରିବାଠାରୁ ଦୁଃଖଦ ଘଟଣା କିଛି ନ ଥାଇପାରେ । ଏହି ଘଟଣାରେ ପ୍ରଶାସନ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ସେ ଆଶା କରିଛନ୍ତି । ଏହି ଘଟଣାରେ ଶାସକ ବିଜେଡ଼ିର ହାତ ରହିଛି ବୋଲି ଜିଲ୍ଲା ସଭାପତି ପ୍ରତିକ୍ରିୟା ଦେଇଛନ୍ତି ।

ମନ୍ତ୍ରୀ ପ୍ରତାପ ଜେନା ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, କୁଳମଣି ବରାଳଙ୍କୁ ନିମର୍ମ ଭାବେ ହତ୍ୟା କରାଯାଇଥିବା ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ ଓ ମର୍ମାହତ । ଏହି ଘଟଣାକୁ ମୁଁ ଦୃଢ଼ ଭାବେ ନିନ୍ଦା କରୁଛି ଓ ଏହି ଘଟଣାରେ ସଂପୃକ୍ତ ସମସ୍ତ ଦୋଷୀ ଦଣ୍ଡ ପାଇବେ ଓ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

Previous Post

ଓବିସି କମିସନ କାର୍ଯ୍ୟକ୍ଷମ

Next Post

୧୧ରୁ ଖୋଲିବ କଲେଜ, ବିଶ୍ୱବିଦ୍ୟାଳୟ

Next Post
୧୧ରୁ ଖୋଲିବ କଲେଜ, ବିଶ୍ୱବିଦ୍ୟାଳୟ

୧୧ରୁ ଖୋଲିବ କଲେଜ, ବିଶ୍ୱବିଦ୍ୟାଳୟ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19161 shares
    Share 7664 Tweet 4790
  • ନବୀନ..ନବୀନ, ମୋହନ..ମୋହନ

    16597 shares
    Share 6639 Tweet 4149
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7296 shares
    Share 2918 Tweet 1824
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA