Wednesday, March 11, 2026 06:31 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଗାଳିରେ ଚାଲିଗଲା ୬ ମାସ

ମୋହନ ସରକାରଙ୍କ ୬ ମାସ ପୂରଣ

by Our Correspondent
12 Dec, 2024- 11:10 PM
in Latest News, News, Politics
1 min read
0
ଗାଳିରେ ଚାଲିଗଲା ୬ ମାସ

ଭୁବନେଶ୍ୱର: ମୋହନ ମାଝୀ ସରକାରଙ୍କୁ ଆଜି ୬ ମାସ ପୂରିଛି । ୬ ମାସରେ ଏହି ସରକାର କ’ଣ କରିଛି ନ କରିଛି ତାହା ଆମେ ଏଠି ଆଲୋଚନା କରିବୁ ନାହିଁ । କାରଣ ରାଜନୀତିରେ ଏହା ସବୁବେଳେ ବିତର୍କର ବିଷୟ । ଯେମିତିକି ବିଜେପି କହୁଛି, ଆମେ ନିର୍ବାଚନ ବେଳେ ଦେଇଥିବା ସବୁ ପ୍ରତିଶ୍ରୁତିକୁ ଅକ୍ଷରେ ଅକ୍ଷରେ ପାଳନ କରୁଛୁ । ସରକାରଙ୍କ ସଫଳତା ହାର ୧୦୦ । ସେପଟେ ବିରୋଧୀ କହୁଛନ୍ତି, ବିଜେପି ସରକାର ଲୋକଙ୍କୁ ଭଣ୍ଡେଇ ଚାଲିଛନ୍ତି । କାମ କମ, କଥା ଅଧିକ । ସରକାରଙ୍କ ସଫଳତା ହାର ଶୂନ ।

ତେଣୁକରି ସେହି ବିତର୍କକୁ ନ ଯାଇ ଆମେ ସାଧାରଣ ଜନତାଙ୍କ ମନର କଥା ଜାଣିବାକୁ ଚେଷ୍ଟା କରିଥିଲୁ । ମୋହନ ସରକାରଙ୍କ ଉପରେ ଅଧିକାଂଶ ଖୁସି ନାହାନ୍ତି ତାହା ସ୍ପଷ୍ଟ । ସମସ୍ତଙ୍କର ଗୋଟିଏ ମତ- ଯେମିତି ସରକାର ଚାହୁଁଥିଲୁ, ସେମିତି ପାଇନୁ । ନବୀନ ସରକାରଙ୍କଠାରୁ ମୋହନ ସରକାର ଯେ ଭଲ ତାହା କାହାରି ହୃଦବୋଧ ହୋଇନାହିଁ । ଦଳମତ ନିର୍ବିଶେଷରେ ମୋହନ ସରକାରଙ୍କ ସହ ସେମାନଙ୍କର ଆବେଗ ଯୋଡି ହୋଇପାରିନି । ଓଲଟି ମୋହନ ସରକାରଙ୍କ ସହ ତୁଳନା କରି ସେମାନେ ନବୀନ ପଟ୍ଟନାୟକଙ୍କୁ ଝୁରୁଛନ୍ତି । ୨୪ ବର୍ଷର ବିଜେଡି ସରକାରଙ୍କ ଗର୍ବ ଓ ଅହଂକାରରେ ସେମାନେ ଅତିଷ୍ଠ ଥିଲେ ମଧ୍ୟ ନବୀନଙ୍କ ପ୍ରତି ଭଲ ପାଇବା ଲୋକଙ୍କର ତୁଟିନି, ବରଂ ସେହି ଭଲପାଇବା ଆହୁରି ବଢ଼ିଛି ।

ଏହାର ପ୍ରମୁଖ କାରଣ ହେଉଛି, ପ୍ରଶାସନିକ ବ୍ୟବସ୍ଥାରେ ସ୍ଥାଣୁତା । ନୂଆ ସରକାର ଯେମିତି ଚଳଚଞ୍ଚଳ ହେବା କଥା ତାହା ହୋଇପାରିନାହିଁ । ବ୍ଲକ୍ ଅଫିସଠାରୁ ଲୋକସେବା ଭବନ ସବୁଠି ଏକା ଅବସ୍ଥା । ରଙ୍ଗ ଓ ନାଁ ବଦଳେଇବା, ସୁଭଦ୍ରା ଯୋଜନାର ପ୍ରଚାର ଏବଂ କାର୍ଯ୍ୟକାରିତା ବ୍ୟସ୍ତତା ଛଡ଼ା ଅନ୍ୟ କୌଣସି ଯୋଜନା ବା ଉନ୍ନୟନ କାର୍ଯ୍ୟରେ ସେଭଳି ଆଗଭର ଦେଖିବାକୁ ମିଳିନି । ତଳସ୍ତରରେ ଛୋଟ ଛୋଟ କାମ ଗୁଡ଼ିକ ଅଧପନ୍ତରିଆ ଭାବେ ପଡ଼ି ରହିଥିବାରୁ ସାଧାରଣ ଜନତାଙ୍କ ପାଇଁ ବିକାଶ ଦୃଶ୍ୟମାନ ହେଉନାହିଁ । ଉପରସ୍ତରରେ ନୂଆ ନୂଆ ପ୍ରକଳ୍ପ କାର୍ଯ୍ୟରେ ବାଧକ ସୃଷ୍ଟି କରିଛି ରାଜନୈତିକ ଚାପ । ଏଥିପାଇଁ ସରକାରୀ ଅଧିକାରୀମାନେ ହାତବାନ୍ଧି ବସିଯାଇଛନ୍ତି । ଖୋଦ୍ ତୃତୀୟ ମହଲାରେ ଫାଇଲ୍ କାମରେ ଶିଥିଳତା ଦେଖିବାକୁ ମିଳୁଛି । ବ୍ୟବସ୍ଥାରେ ନିଷ୍କ୍ରିୟତା ଯୋଗୁଁ ବିଷମ ପରିସ୍ଥିତି ସୃଷ୍ଟି ହୋଇଛି ।

ପୂର୍ବ ସରକାରରେ ଚାଲିଥିବା କୁଶାସନ ବ୍ୟବସ୍ଥା ଭଙ୍ଗାଯିବ ବୋଲି ଭାଷଣବାଜି କରାଯାଉଥିଲେ ମଧ୍ୟ ତାହା ଭାଷଣରେ ସୀମିତ ରହିଛି । ଓଡ଼ିଆ ଅସ୍ମିତା ପ୍ରଚାର ଧୂଆଁବାଣ ହୋଇଛି । ନିଜକୁ ପ୍ରଚାର କରାଇବାରେ ସରକାର ବେଶୀ ଧ୍ୟାନ ଦେଉଛନ୍ତି । ଖବରକାଗଜରେ ଫାଳ ଫାଳ ବିଜ୍ଞାପନ ଦେଇ ଆରମ୍ଭରୁ ପ୍ରଚାର ନିଶାରେ ପଡ଼ିଛନ୍ତି । ସେଥିପାଇଁ ରାଜକୋଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି ।

ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଲୋକଙ୍କ ମୁଖ୍ୟମନ୍ତ୍ରୀ ଭାବେ ଉପସ୍ଥାପନ କରାଯାଉଥିଲେ ମଧ୍ୟ ସାଧାରଣ ଜନତାଙ୍କ ହୃଦୟକୁ ତାଙ୍କର ବ୍ୟକ୍ତିତ୍ୱ ବିଶେଷ ଛୁଇଁପାରିନି । ସଭାସମିତିରେ ସେ ଲମ୍ବା ଭାଷଣ ଦେଉଛନ୍ତି । ଜଣେ ମୁଖ୍ୟମନ୍ତ୍ରୀଙ୍କ ମୁହଁରୁ ଲମ୍ବା ଭାଷଣ ଲୋକଙ୍କୁ ବିରକ୍ତ କରଉଛି । ଏଥିସହ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବାରମ୍ବାର ଗାଳି ଦେବା ମୋହନଙ୍କ ସରଳ ବ୍ୟକ୍ତିତ୍ୱକୁ ମଳିନ କରିଦେଉଛି । ବିଭିନ୍ନ ସଭାସମିତିରେ ସେ ନିଜ ସରକାରଙ୍କ କାର୍ଯ୍ୟକ୍ରମ ଓ ଯୋଜନାରୁ ଧ୍ୟାନ ହଟାଇ ନବୀନଙ୍କୁ ବେଶୀ ଗାଳି କରୁଛନ୍ତି । ଯାହା ତାଙ୍କ ପାଇଁ ବୁମେରାଂ ହେଉଛି ।

ଓଡ଼ିଶାବାସୀ ତାଙ୍କ ନେତାଙ୍କ ସରଳ ଜୀବନଯାପନକୁ ଭଲ ପାଆନ୍ତି, ଭାଷଣରେ କମ୍ କଥା ଶୁଣିବାକୁ ପସନ୍ଦ କରନ୍ତି ଏବଂ ତାଙ୍କ ମୁହଁରୁ ବିରୋଧୀଙ୍କ ଗାଳିମନ୍ଦ ଶୁଣିବାକୁ ଭଲ ପାଆନ୍ତିନି । ସେହି ଗୁଣ ପାଇଁ ତ ନବୀନ ବାବୁଙ୍କୁ ୨୪ ବର୍ଷ ଧରି ସେମାନେ ଅପ୍ରତିଦ୍ୱନ୍ଦୀ ନେତା କରିଛନ୍ତି ଏବଂ ସେଇ ଭଲ ପାଇବା ଏବେ ବି ରହିଛି । ଏକଥା ମୋହନ ମାଝୀ ବୋଧହୁଏ ବୁଝିପାରିନାହାନ୍ତି ।

ଅନେକ ମନ୍ତ୍ରୀ ସେମାନଙ୍କ ପଦମର୍ଯ୍ୟାଦାକୁ ଏ ଯାଏଁ ବୁଝିପାରିନାହାନ୍ତି । ତେଣୁ ଦାୟିତ୍ୱହୀନ ମନ୍ତବ୍ୟ ଦେଉଛନ୍ତି । ଆଜି କହୁଥିବା କଥା କାଲିକି ବଦଳୋଉଛନ୍ତି । ସରକାର ହୋଇ ବି ବିରୋଧୀ ଦଳର ମାନସିକତାରୁ ମୁକ୍ତି ପାଇପାରିନାହାନ୍ତି । ସବୁ ଦୋଷ ଦୁର୍ବଳତା ପୂର୍ବ ସରକାରକୁ ଦେବା ମନ୍ତ୍ରୀ ଏବଂ ଶାସକ ଦଳର ବିଧାୟକମାନଙ୍କର ଅଭ୍ୟାସ ହୋଇଯାଇଛି । ବିଜେଡି ସରକାରଙ୍କ ୨୪ ବର୍ଷର ଶାସନକୁ ଦାୟୀ କରି ନିଜ ମୁଣ୍ଡରୁୁ ଦାୟିତ୍ୱ ଛଡ଼ାଇ ଦେଉଛନ୍ତି ।

ଏସବୁ ଦୃଷ୍ଟିରୁ ୬ ମାସିଆ ମୋହନ ସରକାର ସାଧାରଣ ଜନତାଙ୍କ ଭରସା ଜିତିପାରିବାରେ ସକ୍ଷମ ହୋଇନାହାନ୍ତି । ଅବଶ୍ୟ ଶାସନ ପରିଚାଳନାରେ ଅଭିଜ୍ଞତାର ଅଭାବକୁ ଦାୟୀ କରିଛନ୍ତି ରାଜନୈତିକ ପର୍ଯ୍ୟବେକ୍ଷକ । ସବୁ ପରେ ବି ରାଜ୍ୟର ବିକାଶ ଆଗକୁ ନେବା ପାଇଁ ମୋହନ ସରକାରଙ୍କର ଯେ ଉଦ୍ୟମ ନାହିଁ ତାହା କହିବା ଭୁଲ୍ ହେବ । ତେବେ ଜନତାଙ୍କ ହୃଦୟ ଜିତିବା ପାଇଁ ଆଉ କେତେ ଦିନ ଲାଗିବ ତାହା ଅପେକ୍ଷା କରିବାକୁ ପଡ଼ିବ ।

Previous Post

ବିଜେପି ଲିଙ୍କ୍ ରେ ୪ ବିଜେଡି ସାଂସଦ!

Next Post

ସିବିଆଇ ହାବୁଡ଼ରେ ଆଇଏଏସ୍ ବିଷ୍ଣୁ ସେଠୀ

Next Post
ସିବିଆଇ ହାବୁଡ଼ରେ ଆଇଏଏସ୍ ବିଷ୍ଣୁ ସେଠୀ

ସିବିଆଇ ହାବୁଡ଼ରେ ଆଇଏଏସ୍ ବିଷ୍ଣୁ ସେଠୀ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19163 shares
    Share 7665 Tweet 4791
  • ନବୀନ..ନବୀନ, ମୋହନ..ମୋହନ

    16599 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA