Sunday, February 22, 2026 12:25 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Crime

ଭିଣୋଇଙ୍କ ପାଇଁ ଶଳା ଖୋଲିଲେ ପଣ୍ଡା ଚକ୍ରାନ୍ତ

ଓଟିଭି ଗ୍ରୁପ୍ ଛାଡ଼ିଲେ ମନୋରଞ୍ଜନ ଷଡ଼ଙ୍ଗୀ

by Our Correspondent
06 Nov, 2020- 09:10 PM
in Crime, Latest News, News
1 min read
0
ଭିଣୋଇଙ୍କ ପାଇଁ ଶଳା ଖୋଲିଲେ ପଣ୍ଡା ଚକ୍ରାନ୍ତ

ଭୁବନେଶ୍ୱର: ଧୋକ୍କା ଖାଇଲା ପରେ ବୁଦ୍ଧି ପଶିଲା । ପଣ୍ଡା କମ୍ପାନୀଠାରୁ ବୃତ୍ତିଗତ ସମ୍ପର୍କ ଛିନ୍ନ କରିଛନ୍ତି ମନୋରଞ୍ଜନ ଷଡ଼ଙ୍ଗୀ । ଓଡ଼ିଶା ଇନଫ୍ରାଟେକ୍ ପ୍ରାଇଭେଟ୍ ଲିମିଟେଡର ନିର୍ଦ୍ଦେଶକ ଏବଂ ଓଟିଭି ସିଏଫଓ ପଦରୁ ସେ ଇସ୍ତଫା ଦେଇଛନ୍ତି । ସାରୁଅ ଜମି କେଳେଙ୍କାରୀରେ ଗିରଫ ହୋଇ ଝାରପଡ଼ା ଜେଲ୍ ଯାଇଥିବା ଷଡ଼ଙ୍ଗୀଙ୍କର ଡାଇବେଟିସ୍ ଓ ବ୍ଲଡ ପ୍ରେସର୍ ବଢ଼ିଯାଇଥିବାରୁ କ୍ୟାପିଟାଲ୍ ହସ୍ପିଟାଲ୍ ରେ ଚିକିତ୍ସିତ ହେଉଛନ୍ତି । ତେବେ ପରିବାରର ସହମତିରେ ତାଙ୍କର ଇସ୍ତଫା ନିଷ୍ପତ୍ତିକୁ ଆଜି ଗଣମାଧ୍ୟମରେ ଘୋଷଣା କରିଛନ୍ତି ଷଡ଼ଙ୍ଗୀଙ୍କ ଶଳା ହରିହର ମିଶ୍ର । ଜେଲ୍ ରୁ ମୁକୁଳିବା ପରେ ଷଡ଼ଙ୍ଗୀ ବିଧିବଦ୍ଧ ଭାବେ ଇସ୍ତଫା ଦେବେ ବୋଲି ସେ କହିଛନ୍ତି ।

ଏହି ଅବସରରେ ଶ୍ରୀ ମିଶ୍ର ଭିଣୋଇ ମନୋରଞ୍ଜନଙ୍କୁ ସମ୍ପୂର୍ଣ୍ଣ ନିଦେ୍ର୍ଦାଷ ବୋଲି ଦାବି କରିବା ସହ ବୈଜୟନ୍ତ ଓ ଜାଗୀ ପଣ୍ଡାଙ୍କ ବ୍ୟବସାୟିକ ଚାଲ୍ ରେ ଫସିଯାଇଥିବା କହିଛନ୍ତି । ସାରୁଅ ଜମି କେଳେଙ୍କାରୀର ମୁଖ୍ୟ ଷଡ଼ଯନ୍ତ୍ରକାରୀ ଭାବେ ବୈଜୟନ୍ତ ଓ ଜାଗୀଙ୍କ ଉପରକୁ ସେ ଅଙ୍ଗୁଳି ଉଠାଇଛନ୍ତି । ୧୨ ବର୍ଷ ତଳେ ରଚାଯାଇଥିବା ଚକ୍ରାନ୍ତର ଏହା କ୍ଲାଇମାକ୍ସ । ସଚ୍ଚୋଟତାର ସୁଯୋଗ ନେଇ ମନୋରଞ୍ଜନଙ୍କୁ ଫସାଇ ଦିଆଯାଇଥିବା ସେ କହିଛନ୍ତି ।

ବୈଜୟନ୍ତ, ଜାଗୀଙ୍କ ଷଡ଼ଯନ୍ତ୍ର ଥିଓରି!

୨୦୦୮ ମସିହାରେ ଓଡ଼ିଶା ଇନଫ୍ରାଟେକ୍ ପ୍ରାଇଭେଟ୍ ଲିମିଟେଡ଼ ଗଠନ ହୋଇଥିଲା । ଏହାର ଫାଉଣ୍ଡିଂ ଡାଇରେକ୍ଟର୍ ଥିଲେ ଜାଗୀ ମଙ୍ଗତ ପଣ୍ଡା ଏବଂ ବିଭୁ ପ୍ରସାଦ ରଥ । ସେହି ୨୦୦୮ ମସିହାରେ ଓମଫେଡରୁ ଚାକିରି ଛାଡ଼ି ଓଟିଭିରେ ଜଏନ୍ କରିଥିଲେ ମନୋରଂଜନ ଷଡ଼ଙ୍ଗୀ । ତାଙ୍କୁ ଓଟିଭିରେ ଜଏନ୍ କରାଇବାର ସୂତ୍ରଧର ଥିଲେ ବିଭୁ ରଥ । ମନୋରଞ୍ଜନଙ୍କୁ ଗୁରୁ ଦାୟିତ୍ୱ ଦିଆଯାଇ ବକରା ବନାଇବାର ମଞ୍ଜିି ପୋତାଗଲା । ଜାଗୀ ନିଜେ ଗଢ଼ିଥିବା ସଂସ୍ଥା ଓଡ଼ିଶା ଇନଫ୍ରାଟେକ୍ ର ନିର୍ଦ୍ଦେଶକ ପଦରୁ ୨୦୧୦ ମସିହାରେ ଇସ୍ତଫା ଦେଇ ମନୋରଞ୍ଜନଙ୍କୁ ନିର୍ଦ୍ଦେଶକ କରିଥିଲେ । ତା’ପରଠୁ ଆରମ୍ଭ ହେଲା ସାରୁଅ ଜମି ବେଆଇନ କାରବାର!

ଶ୍ରୀ ମିଶ୍ରଙ୍କ କହିବାନୁଯାୟୀ, ମନୋରଞ୍ଜନ ନିର୍ଦ୍ଦେଶକ ଭାବେ ଯୋଗଦେବା ପୂର୍ବରୁ ଦୀପକ ପଣ୍ଡା, ବିଶ୍ୱଜିତ୍ ସାହୁ, ଶିବ ଶ୍ରୀଚନ୍ଦନ ଏବଂ ବିଭୁ ରଥଙ୍କ ସଳା ରଶ୍ମି ମିଶ୍ରଙ୍କୁ ପାୱାର୍ ଅଫ୍ ଆଟର୍ଣ୍ଣି ଦିଆସରିଥିଲା । ସେମାନଙ୍କ ଜରିଆରେ ଜମି କାରବାର ଆରମ୍ଭ ହୋଇଥିଲା । ପରବର୍ତ୍ତୀ ସମୟରେ ରବି ସେଠୀଙ୍କୁ ଏହି ଗ୍ୟାଙ୍ଗ୍ ରେ ସାମିଲ୍ କରାଗଲା । ଏସବୁ ପଛରେ ଥିଲା ଜାଗୀ ପଣ୍ଡା ଓ ବିଭୁ ରଥଙ୍କ ଚକ୍ରାନ୍ତ । ମନୋରଞ୍ଜନ ଷଡ଼ଙ୍ଗୀଙ୍କ ପାୱାର ଅଫ୍ ଆଟର୍ଣ୍ଣି ବଳରେ ମାତ୍ର ଦୁଇଟି ସାଧାରଣ ବର୍ଗ ଲୋକଙ୍କ ଜମି କିଣାଯାଇଛି । ଜାଗୀ, ବିଭୁ, ଦୀପକ, ବିଶ୍ୱଜିତ୍, ଶିବ ଓ ରଶ୍ମିଙ୍କୁ ଜେରା କଲେ ସତ ବାହାରିଯିବ ବୋଲି ଶ୍ରୀ ମିଶ୍ର କହିଛନ୍ତି ।

ନିଜର ସୁରକ୍ଷା ପାଇଁ, ନିଜକୁ ଭଲ ରଖିବା ପାଇଁ କର୍ମଚାରୀଙ୍କୁ ବଳି ଦେବାରେ ବୈଜୟନ୍ତ, ଜାଗୀଙ୍କ ମୁଖା ଖୋଲିଛନ୍ତି ଶ୍ରୀ ମିଶ୍ର । କର୍ମଚାରୀଙ୍କ କାନ୍ଧରେ ବନ୍ଧୁକ ରଖି ଗୁଳି ଫୁଟାଇବା ସେମାନଙ୍କର କାମ । ପୁଞ୍ଜିପତି ହୋଇ ମଧ୍ୟ ସେମାନଙ୍କର ଧନ ନିଶା ପାଇଁ ନିରୀହଙ୍କୁ ଫସାଯାଉଛି । ‘ଆମେ ଖାଇବୁ ମହୁ, କର୍ମଚାରୀଙ୍କୁ କାମୁଡ଼ିବ ମାଛି’ । ଏହା ହିଁ ସେମାନଙ୍କର ବ୍ୟବସାୟିକ ଫର୍ମୂଲା ।

ଓଟିଭି ପ୍ରତିଷ୍ଠାତାଙ୍କ ସାଂଘାତିକ କାରନାମାର ଆଉ ଏକ ଦିଗ ସାମନାକୁ ଆଣିଛନ୍ତି ଶ୍ରୀ ମିଶ୍ର । କହିଛନ୍ତି, ତାଙ୍କ ଭିଣୋଇଙ୍କୁ ଚକ୍ରାନ୍ତ କରି ଫସାଇଥିବା ବୈଜୟନ୍ତ ଓ ଜାଗୀ ନିଜକୁ କିନ୍ତୁ ସୁରକ୍ଷିତ ରଖିଛନ୍ତି । ଗିରଫ ଭୟରେ ହାଇକୋର୍ଟରୁ ଆଗୁଆ ସୁରକ୍ଷା ଆଦେଶ ନେଇଆସିଛନ୍ତି । ଯଦି ସେମାନେ ଦୋଷୀ ନୁହଁନ୍ତି, ଗିରଫ ଡର କାହିଁକି? ନିଜ କର୍ମଚାରୀଙ୍କୁ ସୁରକ୍ଷା ଦେଉନଥିବା ମାଲିକଙ୍କର ଏହା ହିଁ ଅସଲ ଚରିତ୍ର ବୋଲି ସେ କହିଛନ୍ତି ।

ଶ୍ରୀ ମିଶ୍ର କହିଛନ୍ତି, ମୋ ଭିଣୋଇ ସମ୍ପୂର୍ଣ୍ଣ ନିରୀହ ଏବଂ ସାରୁଅ ଜମି କେଳେଙ୍କାରୀରେ ତାଙ୍କର ସଂପୃକ୍ତି ନାହିଁ । ଚକ୍ରାନ୍ତର ଶିକାର ହୋଇ ଦଣ୍ଡ ଭୋଗୁଥିବାରୁ ଏବେ ଗୁରୁତର ଅସୁସ୍ଥ ହୋଇପଡ଼ିଛନ୍ତି । ପରିବାରର ସୁଖଶାନ୍ତି ନଷ୍ଟ ହୋଇଯାଇଛି । ଯେଉଁମାନଙ୍କ ପାଇଁ ଆଜି ତାଙ୍କର ଏ ଅବସ୍ଥା ସେମାନଙ୍କର ମୁଖା ଖୋଲାଯାଉ ଏବଂ ଭିଣୋଇଙ୍କୁ ନ୍ୟାୟ ମିଳୁ ବୋଲି ଶ୍ରୀ ମିଶ୍ର ନିବେଦନ କରିଛନ୍ତି ।

ସୂଚନାଥାଉକି, କେନ୍ଦୁଝର ସାଂସଦ ଚନ୍ଦ୍ରାଣୀ ମୁର୍ମୁଙ୍କ ମିଛ ଅଶ୍ଲୀଳ ଭିଡ଼ିଓ ଭିଣୋଇ ମାମଲାରେ ଫସିଥିବା ଓଟିଭି ବରିଷ୍ଠ ସାମ୍ବାଦିକ ରମେଶ ରଥ ନିକଟରେ ଚାକିରିରୁ ଇସ୍ତଫା ଦେଇଥିଲେ । ଏହାର କାରଣ ଶ୍ରୀ ରଥ ସ୍ପଷ୍ଟ କରି ନ ଥିଲେ ମଧ୍ୟ ଓଟିଭିରେ ସେ ନିଜକୁ ସୁରକ୍ଷିତ ମଣିଲେ ନାହିଁ ବୋଲି ତାଙ୍କ ବନ୍ଧୁ ମହଲରୁ ଶୁଣାଯାଇଥିଲା ।

ମୁଖ୍ୟମନ୍ତ୍ରୀଙ୍କୁ ଗୁହାରି କଲେ ଜାଗୀ

ଓଟିଭି ଗ୍ରୁପ୍ ରୁ ମନୋରଞ୍ଜନ ଷଡ଼ଙ୍ଗୀଙ୍କ ଇସ୍ତଫା ଏବଂ ତାଙ୍କ ସଳା ହରିହର ମିଶ୍ରଙ୍କ ବିସ୍ଫୋରକ ବୟାନ ପଣ୍ଡା ହାଉସ୍ କୁ ହୁଲସ୍ତୁଲ କରିଛି । ବିଭିନ୍ନ କେଳେଙ୍କାରୀରେ ଫସିଥିବା ଓଟିଭି ଏମଡି ଜାଗୀ ପଣ୍ଡା ଶେଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଗୁହାରି କରିଛନ୍ତି । ଜାଗୀ କହିଛନ୍ତି, ଓଟିଭି ବିରୋଧରେ ୨ ମାସରେ ଡର୍ଜନରେ ଅଧିକ ମାମଲା ରୁଜୁ ହେଲାଣି । ଆଇନର ଉଦ୍ଧ୍ୱର୍ରେ କେହି ନୁହଁନ୍ତି ଏବଂ କୋର୍ଟ ଦ୍ୱାରା ଏହାର ତଦନ୍ତ ହେଉ । ତେବେ ପୁଲିସ ତାଙ୍କ କର୍ମଚାରୀଙ୍କୁ ଡାକି ପଚରାଉଚୁରା କରିବାକୁ ନେଇ ଆପତ୍ତି ଉଠାଇଛନ୍ତି । ଓଟିଭି କର୍ମଚାରୀଙ୍କୁ ଚାକିରି ଛାଡ଼ିବାକୁ ବାଧ୍ୟ କରାଯାଉଛି ବୋଲି ସେ ଅଭିଯୋଗ କରି ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି ।

ତେବେ ଓଟିଭି ବିରୋଧରେ ଡର୍ଜନରେ ଅଧିକ ମାମଲା ହୋଇଛି ବୋଲି ଜାଗୀ ଯାହା କହିଛନ୍ତି ତାହା ସମ୍ପୂର୍ଣ୍ଣ ମିଥ୍ୟା ବୋଲି ସ୍ପଷ୍ଟ ହୋଇସାରିଛି । ନାବାଳିକା ଗଣଦୁଷ୍କର୍ମଠାରୁ ଆରମ୍ଭ କରି ସାରୁଅ ଜମି କେଳେଙ୍କାରୀ ଭଳି ଧର୍ତ୍ତବ୍ୟ ମାମଲାରେ ସଂପୃକ୍ତ ଥିବା ଜାଗୀ ତାହାକୁ ଓଟିଭି ଚାନେଲ୍ ସହ ଯୋଡୁଛନ୍ତି । ଲୋକଙ୍କ ସହାନୁଭୂତି ଗୋଟାଇବାକୁ ଏହା ଜାଗୀଙ୍କ ଚାଲ୍ ବୋଲି କୁହାଯାଉଛି ।

ବୈଜୟନ୍ତ, ଜାଗୀଙ୍କୁ ଗିରଫ ଦାବିରେ ଏତଲା

ସାରୁଅରେ ଦଳିତଙ୍କ ଜମି ହଡ଼ପ କରିଥିବା ବୈଜୟନ୍ତ ଓ ଜାଗୀ ପଣ୍ଡାଙ୍କୁ ଗିରଫ କରିବା ପାଇଁ ଜାତୀୟ ଦଳିତ ମହାସଂଘ ପକ୍ଷରୁ ଆଜି କ୍ୟାପିଟାଲ୍ ଥାନାରେ ଏତଲା ଦିଆଯାଇଛି । ସେପଟେ ସାରୁଅରେ ଓଟିଭି ଠିକା କର୍ମଚାରୀମାନେ ୫ ଦଫା ଦାବିରେ ଆନେ୍ଦାଳନ ଜାରି ରଖିଛନ୍ତି ।

ବିଭୁ ରଥଙ୍କୁ ପୁଣି ଜେରା

ସାରୁଅ ଜମି କେଳେଙ୍କାରୀ ମାମଲାରେ ଓଡ଼ିଶା ଇନଫ୍ରାଟେକ୍ କମ୍ପାନୀର ପୂର୍ବତନ ନିର୍ଦ୍ଦେଶକ ବିଭୁ ରଥଙ୍କୁ ଆଜି ଦ୍ୱିତୀୟ ଥର ପାଇଁ ଜେରା କରିଛି କ୍ରାଇମବ୍ରାଞ୍ଚ ଇଓଡବ୍ଲୁ । ଗତକାଲି ତାଙ୍କୁ ୩ ଘଣ୍ଟା ଧରି ଜେରା କରାଯାଇଥିଲା । ବର୍ଷେ ତଳେ ସେ ପଣ୍ଡା କମ୍ପାନୀର ହାତ ଛାଡ଼ିଥିଲେ ମଧ୍ୟ ସାରୁଅ ଜମି କେଳେଙ୍କାରୀର ସେ ଅନ୍ୟତମ ଖଳନାୟକ ବୋଲି କୁହାଯାଉଛି । ଓଟିଭିରେ କାମ କରିଥିବା ଅନେକ ପୂର୍ବତନ କର୍ମଚାରୀଙ୍କ ମତରେ ବିଭୁ ରଥ ହିଁ ସବୁ ନାଟର ଥିଲେ ଗୋବର୍ଦ୍ଧନ ।

Previous Post

ଡିସେମ୍ବର ୩୧ ଯାଏଁ ସ୍କୁଲ ବନ୍ଦ

Next Post

ଆଜି ସୀମାଞ୍ଚଳ ସମୀକରଣ

Next Post
ଆଜି ସୀମାଞ୍ଚଳ ସମୀକରଣ

ଆଜି ସୀମାଞ୍ଚଳ ସମୀକରଣ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19161 shares
    Share 7664 Tweet 4790
  • ନବୀନ..ନବୀନ, ମୋହନ..ମୋହନ

    16597 shares
    Share 6639 Tweet 4149
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7296 shares
    Share 2918 Tweet 1824
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA