Friday, January 16, 2026 07:38 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Crime

ମୋ ଝିଅକୁ ମାରିଦେଲେ: ନର୍ସ ଶୁଭସ୍ମିତାଙ୍କ ମା

ଉତ୍କଳ ହସ୍ପିଟାଲରେ ପ୍ରବଳ ଉତ୍ତେଜନା

by Our Correspondent
11 Aug, 2025- 08:05 PM
in Crime, Latest News, News
1 min read
0
ମୋ ଝିଅକୁ ମାରିଦେଲେ: ନର୍ସ ଶୁଭସ୍ମିତାଙ୍କ ମା

ଭୁୁବନେଶ୍ୱର: ଉତ୍କଳ ହସ୍ପିଟାଲର ଷ୍ଟାଫ୍ ନର୍ସ ଶୁଭସ୍ମିତା ରାଉତ(୨୨) ଆତ୍ମହତ୍ୟା ଘଟଣାର ରଫାଦଫା କରିଦେବାକୁ କର୍ତ୍ତୃପକ୍ଷଙ୍କ ଉଦ୍ୟମ ସଫଳ ହୋଇନାହିଁ । ଶୁଭସ୍ମିତାଙ୍କ ପାଇଁ ନ୍ୟାୟ ଦାବି କରି ତାଙ୍କ ପରିବାର ତଥା ଅଞ୍ଚଳବାସୀ ଆଜି ଉତ୍କଳ ହସ୍ପିଟାଲରେ ପ୍ରବଳ ହଙ୍ଗାମା କରିଛନ୍ତି । ହସ୍ପିଟାଲ ଭିତରକୁ ସେମାନେ ଧସେଇ ପଶିବାକୁ ଉଦ୍ୟମ କଲା ବେଳେ ପୁଲିସ ଅଟକାଇବାରୁ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । ଗୋଇଠା ଓ ଢ଼େଲା ମାଡ଼ରେ ହସ୍ପିଟାଲର ପ୍ରବେଶ ପଥରେ ଥିବା କାଚ ଝରକା କବାଟ ଭାଙ୍ଗି ଯାଇଛି । ସେପଟେ ସହଯୋଗୀ ନର୍ସିଂ ଷ୍ଟାଫ୍ ମାନେ ନ୍ୟାୟ ଦାବି କରି ହସ୍ପିଟାଲ ଆଗରେ ଧାରଣା ଦେଇଥିଲେ । କର୍ତ୍ତୃପକ୍ଷ ଏବଂ ନିର୍ଦ୍ଦିଷ୍ଟ ଡାକ୍ତରଙ୍କ ଅହଂଭାବ ଏବଂ ଆଚାର ବ୍ୟବହାର ବିରୋଧରେ ସେମାନେ ସ୍ୱର ଉତ୍ତୋଳନ କରିଛନ୍ତି । ଏହାକୁ ନେଇ ହସ୍ପିଟାଲ ପରିସରରେ ପ୍ରବଳ ଉତ୍ତେଜନା ସୃଷ୍ଟି ହୋଇଥିଲା ।

ଶୁଭସ୍ମିତାଙ୍କ ପରିବାର ଲୋକଙ୍କ ଅଭିଯୋଗ ହେଉଛି, ହସ୍ପିଟାଲରେ ତାଙ୍କ ଝିଅକୁ ପ୍ରବଳ ଚାପ ଓ ନିର୍ଯ୍ୟାତନା ଦିଆଯାଉଥିଲା । ତାଙ୍କ ଭଲ କାମକୁ ପ୍ରଶଂସା କରାଯାଉ ନ ଥିଲା ବେଳେ ସାମାନ୍ୟ ଭୁଲ୍ ପାଇଁ ପ୍ରବଳ ଗାଳି ପଡୁଥିଲା । ନିର୍ଦ୍ଦିଷ୍ଟ ଡାକ୍ତରଙ୍କ ନିର୍ଯ୍ୟାତନା ଏବଂ ହସ୍ପିଟାଲ୍ କର୍ତ୍ତୃପକ୍ଷଙ୍କ ଚାପ ସହି ନ ପାରି ଝିଅର ମୃତ୍ୟୁ ହେଲା ବୋଲି ସେମାନେ ଅଭିଯୋଗ କରିଛନ୍ତି । ହସ୍ପିଟାଲ୍ ବାଲା ମୋ ଝିଅକୁ ମାରିଦେଲେ ବୋଲି କାନ୍ଦି କାନ୍ଦି ଗଣମାଧ୍ୟମ ଆଗରେ କହିଛନ୍ତି ଶୁଭସ୍ମିତାଙ୍କ ମାଆ ।

ସେହିଭଳି ମୃତ ଶୁଭସ୍ମିତାଙ୍କ ପାଇଁ ନ୍ୟାୟ ମାଗି ଉତ୍କଳ ହସ୍ପିଟାଲର ନର୍ସମାନେ ଆନେ୍ଦାଳନକୁ ଓହ୍ଲାଇଛନ୍ତି । ନିର୍ଦ୍ଦିଷ୍ଟ ଭାବେ ଜଣେ ଡାକ୍ତର ଏବଂ ଅନ୍ୟ ଉପରିସ୍ଥ ଅଧିକାରୀଙ୍କ ଆଚାର ବ୍ୟବହାରକୁ ନେଇ ସେମାନେ ଅସନ୍ତୋଷ ଝାଡ଼ିଛନ୍ତି । ସେହି ଡାକ୍ତରଙ୍କ ଗାଳି ସହି ନ ପାରି ଶୁଭସ୍ମିତା ନିଜ ଦେହରେ ଇଞ୍ଜେକସନ୍ ଲଗାଇ ଜୀବନ ହାରିଛନ୍ତି । ସେ ଛାଡ଼ି ଯାଇଥିବା ସୁଇସାଇଡ୍ ନୋଟ୍ ରୁ ଏହା ସ୍ପଷ୍ଟ ବୋଲି ସେମାନେ କହିଛନ୍ତି ।

ହସ୍ପିଟାଲର ପୂର୍ବତନ ନର୍ସିଂ ସୁପରିଟେଣ୍ଡେଣ୍ଟ ମଧୁସ୍ମିତା ମଧ୍ୟ କର୍ତ୍ତୃପକ୍ଷଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ଉତ୍କଳ ହସ୍ପିଟାଲ କର୍ତ୍ତୃପକ୍ଷ ନର୍ସମାନଙ୍କୁ ମର୍ଯ୍ୟାଦା ଦିଅନ୍ତି ନାହିଁ । ନର୍ସିଂ ହଷ୍ଟେଲରେ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ ଗୁରୁତ୍ୱ ଦିଆଯାଏ ନାହିଁ । ଏଠାରେ ମ୍ୟାନେଜମେଣ୍ଟ ବହୁତ ଦୁର୍ବଳ । ଅପରପକ୍ଷରେ ନର୍ସମାନଙ୍କୁ ସେହି ନିର୍ଦ୍ଦିଷ୍ଟ ଡାକ୍ତର ଭୀଷଣ ଭାବେ ମାନସିକ ନିର୍ଯ୍ୟାତନା ଦେଉଥିଲେ । ଶୁଭସ୍ମିତାଙ୍କ ମୃତ୍ୟୁ ପାଇଁ ଏମାନଙ୍କୁ କଠୋର ଦଣ୍ଡ ଦେବାକୁ ସେ ଦାବି କରିଛନ୍ତି ।

ଅନ୍ୟପକ୍ଷରେ ହସ୍ପିଟାଲରେ ଝିଅ ପାଇଁ ନ୍ୟାୟ ମାଗୁଥିବା ଶୁଭସ୍ମିତାଙ୍କ ପରିବାର ଲୋକଙ୍କ ପାଖରେ ପହଞ୍ଚି ତାଙ୍କୁ ସମବେଦନା ଜଣାଇଥିଲେ ସ୍ଥାନୀୟ ଅଞ୍ଚଳର ବିଧାୟକ ତଥା ପିସିସି ଉପସଭାପତି ରମେଶ ଜେନା । ସଂପୃକ୍ତ ଦୋଷୀଙ୍କୁ କଠୋର ଦଣ୍ଡ ଦେବା ପାଇଁ ସେ ଦାବି କରିଛନ୍ତି ।

ସୂଚନାଥାଉକି, ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ଅଞ୍ଚଳର ଶୁଭସ୍ମିତା ରାଉତ ଉତ୍କଳ ହସ୍ପିଟାଲରେ ଷ୍ଟାଫ୍ ନର୍ସ ଥିଲେ । ଗତ ୮ ତାରିଖରେ ରାତି ଡ୍ୟୁଟି କରୁଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିଲା । ସହକର୍ମୀମାନଙ୍କ ସୂଚନା ଅନୁସାରେ ରାତି ପ୍ରାୟ ୧ଟା ବେଳେ ସେ ୱାସରୁମ୍ କୁ ଯାଇଥିଲେ । ବହୁ ସମୟ ପର୍ଯ୍ୟନ୍ତ କବାଟ ନ ଖୋଲିବାରୁ ସହକର୍ମୀମାନେ ସନ୍ଦେହ କରି ଭିତରକୁ ଯାଇଥିଲେ । ସେଠାରେ ତାଙ୍କୁ ସଂଜ୍ଞାହୀନ ଅବସ୍ଥାରେ ଠାବ କରିଥିଲେ । ତାଙ୍କୁ ତୁରନ୍ତ ଚିକିତ୍ସା କରାଯାଇଥିଲେ ମଧ୍ୟ ମୃତ୍ୟୁ ହୋଇଯାଇଥିଲା ।

ଖବର ପାଇ ପରିବାର ଲୋକ ସେହି ରାତିରେ ହସ୍ପିଟାଲରେ ପହଞ୍ଚିଥିଲେ । ତାଙ୍କ ହାତରେ ଇଞ୍ଜେକସନ୍ ଦିଆଯାଇଥିବା ଚିହ୍ନ ଓ ପାଟିରେ ପାଇପ୍ ଥିବା ଦେଖି ହତ୍ୟା ସନ୍ଦେହ କରିଥିଲେ । ଏ ସମ୍ପର୍କରେ ଥାନାରେ ହତ୍ୟା ଅଭିଯୋଗ ଆଣିଥିଲେ ତାଙ୍କ ମାଆ ଓ ଭାଇ ।

ପୁଲିସ ଏହି ଅଭିଯୋଗକୁ ଭିତ୍ତି କରି ତଦନ୍ତ କରୁଥିବା ବେଳେ ଶୁଭସ୍ମିତାଙ୍କ ପାଖରୁ ଏକ ସୁଇସାଇଡ୍ ନୋଟ୍ ଜବତ କରିଥିଲା । ସେଥିରେ ଶୁଭସ୍ମିତା ତାଙ୍କ ମୃତ୍ୟୁ ପୂର୍ବର ବୟାନ ଛାଡ଼ି ଯାଇଛନ୍ତି । ଯାହା ଆତ୍ମହତ୍ୟାକୁ ସ୍ପଷ୍ଟ କରୁଛି ।

ଜଣେ ରୋଗୀଙ୍କୁ ସକାଳୁ ଇଞ୍ଜେକ୍ସନ୍ ଦେବାର ଥିଲେ ମଧ୍ୟ ଭୁଲ୍ ରେ ରାତିରେ ଦେଇଥିଲେ । ଏଥିପାଇଁ ତାଙ୍କୁ ଡାକ୍ତରଙ୍କଠାରୁ ପ୍ରବଳ ଗାଳି ଓ ଅପମାନ ଶୁଣିବାକୁ ପଡିଛି । ଚାକିରି ଜୀବନରେ କେବେ ଏମିତି ଭୁଲ୍ କରି ନ ଥିଲେ । ଏମିତି କାହିଁକି ହେଲା ଏବଂ ତାଙ୍କୁ ଏଭଳି ଶୁଣିବାକୁ ପଡ଼ିଲା ବୋଲି ସେ ବ୍ୟଥିତ ହୋଇଛନ୍ତି । ସକାଳ ପାଇଲେ ଆଉ ମୁହଁ ଦେଖାଇ ପାରିବେନି । ତାଙ୍କ କ୍ୟାରିୟର୍ ଖତମ ହୋଇଗଲା । ଆଉ ବଞ୍ଚି ଲାଭ ନାହିଁ ବୋଲି ଲେଖିବା ସହ ତାଙ୍କ ମାଆ ଓ ଭାଇଙ୍କଠାରୁ କ୍ଷମା ମାଗିଛନ୍ତି । ମମି ମିସ୍ ୟୁ, ଆଇ ଲଭ୍ ୟୁ ମମି ବୋଲି ସେ ଶେଷରେ ଲେଖିଛନ୍ତି । ଭାଇ ଶ୍ରୀଧରଙ୍କୁ ରକ୍ଷା ବନ୍ଧନର ଅଭିନନ୍ଦନ ମଧ୍ୟ ଜଣାଇଛନ୍ତି ।

ଅଭିଯୋଗ ହେଉଛି କି ଏହି ସୁଇସାଇଡ୍ ନୋଟ୍ କୁ ଚାପି ଦେବାକୁ ରାତାରାତି ପ୍ରୟାସ ହୋଇଥିଲା । ହାର୍ଟ ଆଟାକ୍ ରୂପ ଦେଇ ମାମଲାରେ ଅନ୍ତ ଘଟାଇବାକୁ ଭରପୂର ଉଦ୍ୟମ ହୋଇଥିଲା । ମାମଲା ପ୍ରତ୍ୟାହାର ପାଇଁ ପରିବାର ଲୋକଙ୍କ ଉପରେ ଚାପ ପକାଇବାକୁ ଚେଷ୍ଟା କରାଯାଇଥିଲା । ପ୍ରମୁଖ ଗଣମାଧ୍ୟମକୁ ମନେଇ ଦିଆଯାଇଥିଲା । ମାତ୍ର ତାହା ସଫଳ ହୋଇନାହିଁ । ସାନଖେମୁଣ୍ଡି ବିଧାୟକ ରମେଶ ଜେନାଙ୍କ ହସ୍ତକ୍ଷେପ ଉଭୟ ହସ୍ପିଟାଲ୍ କର୍ତ୍ତୃପକ୍ଷ ଓ ପୁଲିସ ପାଇଁ ଅଡୁଆ ହୋଇଯାଇଛି ।

ତେବେ ଶୁଭସ୍ମିତାଙ୍କ ପରିବାର ଏବଂ ଅନ୍ୟମାନଙ୍କ ଅଭିଯୋଗ ସଂକ୍ରାନ୍ତରେ ହସ୍ପିଟାଲ୍ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

Previous Post

୧ କୋଟି ମହିଳାଙ୍କୁ ସୁଭଦ୍ରା ତୃତୀୟ କିସ୍ତି

Next Post

୮୮ ପ୍ରତିଶତ ଅଭିଯୋଗର ସମାଧାନ

Next Post
୮୮ ପ୍ରତିଶତ ଅଭିଯୋଗର ସମାଧାନ

୮୮ ପ୍ରତିଶତ ଅଭିଯୋଗର ସମାଧାନ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19146 shares
    Share 7658 Tweet 4787
  • ନବୀନ..ନବୀନ, ମୋହନ..ମୋହନ

    16593 shares
    Share 6637 Tweet 4148
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7295 shares
    Share 2918 Tweet 1824
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5811 shares
    Share 2324 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5481 shares
    Share 2192 Tweet 1370

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA