Sunday, February 22, 2026 07:42 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ନବୀନଙ୍କ ଲୋକପ୍ରିୟତା, ବିଜେଡ଼ି ଶକ୍ତି ଆଗରେ ବିରୋଧୀ ଫିକା

ବିଜେପି, କଂଗ୍ରେସ ପାଇଁ ଆତ୍ମସମୀକ୍ଷାର ବେଳ

by Our Correspondent
10 Nov, 2020- 07:35 PM
in Latest News, News, Politics
1 min read
0
ନବୀନଙ୍କ ଲୋକପ୍ରିୟତା, ବିଜେଡ଼ି ଶକ୍ତି ଆଗରେ ବିରୋଧୀ ଫିକା

ଭୁବନେଶ୍ୱର: ବିଜେପି ହାତରୁ ବିଜେଡ଼ି ପାଖକୁ ଖସି ଆସିଲା ବାଲେଶ୍ୱର ସଦର ଆସନ । ତିର୍ତ୍ତୋଲ୍ ଆସନକୁ ବଜାୟ ରଖିଲା ବିଜେଡ଼ି । ୨୦୧୯ ସାଧାରଣ ନିର୍ବାଚନ ପରେ ଓଡ଼ିଶା ତିନୋଟି ଉପନିର୍ବାଚନ ଓ ପାଟକୁରାରେ ବିଳମ୍ବିତ ନିର୍ବାଚନ ଦେଖିଲା । ୪ ଟି ଯାକ ଆସନରେ ବିଜେଡ଼ି ବିଜୟୀ ହେଲା । ବିଜେପୁର ଓ ତିର୍ତ୍ତୋଲ୍ ବିଜେଡ଼ି ହାତରେ ଥିଲା, ରହିଲା । ବାଲେଶ୍ୱର ସଦର ଥିଲା ବିଜେପି ହାତରେ । ଏବେ ବିଜେଡ଼ି ଛଡ଼ାଇନେଲା । ଏହି ଦୁଇଟି ଆସନ ନିଜ ପାଖରେ ରଖିବାକୁ ବିଜେପି ପ୍ରାଣମୂର୍ଚ୍ଛା ଉଦ୍ୟମ କରିଥିଲା । ମାତ୍ର ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ଓ ବିଜେଡ଼ିର ଶକ୍ତି କୁ ସାମନା କରିବାରେ ପୁଣି ଥରେ ବିଫଳ ହୋଇଛି ।

ଶାସକ ଦଳ ପାଇଁ କୌଣସି ଉପନିର୍ବାଚନ ଜିତିବା ସହଜ ବୋଲି କୁହାଯାଏ । ତେବେ ଆଜିକାଲି ଭୋଟରମାନେ ଯଥେଷ୍ଟ ସଚେତନ ଥିବାରୁ ଏହି ଥିଓରି ଯେ ସବୁବେଳେ କାମ କରିବ ତାହା ଭାବିବା ଭୁଲ୍ । ଅତୀତରେ ଲକ୍ଷ୍ମୀପୁର(୨୦୦୮) ଏବଂ ତଳସରା(୨୦୦୬) ଉପନିର୍ବାଚନରେ ବିଜେଡ଼ିକୁ ପରାଜୟ ବରଣ କରିବାକୁ ପଡ଼ିଥିଲା ।

ବଡ଼କଥା ହେଉଛି, ନେତାଙ୍କ ଭାବମୂର୍ତ୍ତି, ଦୃଢ଼ ସଂଗଠନ ଓ ନିର୍ବାଚନ ରଣକୌଶଳ ହିଁ ରାଜନୈତିକ ଦଳ ପାଇଁ ନିର୍ବାଚନ ଜିତିବାର ବଡ଼ ମାପକାଠି । ଏହି ମାନଦଣ୍ଡରେ ବିଜେଡ଼ି ସହ ଟକ୍କର ଦେବାକୁ ବିଜେପି ଏଯାଏଁ ସମର୍ଥ ହୋଇନାହିଁ । ବିଜେପି ନିଜକୁ ଅଯୋଗ୍ୟ ବୋଲି ପ୍ରମାଣିତ କରିଛି । ବାଲେଶ୍ୱରରେ ନିଜ ଆସନକୁ ବି ବଞ୍ଚାଇ ପାରିନାହିଁ । ଦଳ ପାଇଁ ଏକ ଅପମାନ ଓ ଶକ୍ତ ଧକ୍କା ବୋଲି କୁହାଯିବ ।

ଉଭୟ ବାଲେଶ୍ୱର ଓ ତିର୍ତ୍ତୋଲ୍ ରେ ବିଜେଡ଼ିର ସଂଗଠନ ମଜବୁତ୍ ଥିଲା ଏବଂ ଏହା ଅତୁଟ ରହିଥିବା ପ୍ରମାଣିତ ହୋଇଛି । ବାଲେଶ୍ୱରରେ ବିଜେପିର ସଂଗଠନ ବି ମଜବୁତ ନ ଥିଲା ବୋଲି କୁହାଯାଇପାରିବ ନାହିଁ । ଯେଉଁଥିପାଇଁ ଗତ ନିର୍ବାଚନରେ ବିଜେପି ଏହି ଆସନକୁ ହାତେଇଥିଲା । ଏହି ଉପନିର୍ବାଚନରେ ବିଜେପି ସଂଗଠନରେ କୌଣସି କନ୍ଦଳ ନ ଥିଲା ବରଂ ଦୃଢ଼ ସଂଗଠନ ସାଙ୍ଗକୁ ସହାନୁଭୂତି ଥିଲା ଦଳ ପାଇଁ ବଡ଼ ପୁଞ୍ଜି ।

ବାଲେଶ୍ୱରରେ ବିଜେଡି ପାଇଁ ସ୍ଥିତି କିନ୍ତୁ ଭିନ୍ନ ଥିଲା । ପ୍ରାର୍ଥୀ ଚୟନରେ ଅସନ୍ତୋଷ ସୃଷ୍ଟି ହୋଇଥିବାରୁ ବିଜେଡ଼ି ସଂଗଠନରେ କେଁ ପଶିଥିଲା । ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ ବିଜେପିକୁ ଭିତିରିଆ ସମର୍ଥନ କରିବା ଏହାର ପ୍ରମାଣ ।

ସୂଚନାଥାଉକି, ବାଲେଶ୍ୱରରେ ପ୍ରାର୍ଥୀ ଚୟନ ବିଜେଡ଼ି ପାଇଁ ଚାଲେଂଜ ଥିଲା । ଆଶାୟୀ ରବୀନ୍ଦ୍ର ଜେନା ଓ ଜୀବନ ପ୍ରଦୀପ ଦାଶଙ୍କ କଳିରୁ ତୃତୀୟ ବ୍ୟକ୍ତି ପୂର୍ବତନ କର୍ପୋରେଟର ସ୍ୱରୂପ ଦାସଙ୍କୁ ଟିକେଟ ଦେଲେ ସୁପ୍ରିମୋ ନବୀନ ପଟ୍ଟନାୟକ । ତେବେ ବିଜେପିର ଭୋଟବ୍ୟାଙ୍କ ଏବଂ ଜୀବନ ପ୍ରଦୀପଙ୍କ ଦଳ ବିରୋଧୀ କାର୍ଯ୍ୟର ଆଭାସ ଜାଣି ଦଳର ରଣନୀତି ସଜାଯାଇଥିଲା । ବିଜେଡ଼ି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ବାଲେଶ୍ୱରରେ ଡେରା ପକାଇ ପ୍ରଥମରୁ ନିର୍ବାଚନ ପରିଚାଳନାର ଡୋରି ଧରିଥିଲେ । ମନ୍ତ୍ରୀ, ବିଧାୟକ ଓ କର୍ମକର୍ତ୍ତାମାନଙ୍କୁ ବ୍ଲକ୍ ଓ ପଞ୍ଚାୟତୱାରୀ ଦାୟିତ୍ୱ ଦିଆଯାଇ ନଜର ରଖାଯାଇଥିଲା ।

ଅନ୍ୟପକ୍ଷରେ, ତିର୍ତ୍ତୋଲରେ ବିଜେଡ଼ି ପାଇଁ ସ୍ଥିତି ସମ୍ପୂର୍ଣ୍ଣ ଅନୁକୂଳ ଥିଲେ ମଧ୍ୟ ତଥାପି ଦଳ ତାହାକୁ ହାଲୁକା ନେଇ ନ ଥିଲା । ଦଳର ତିନି ତୁଙ୍ଗ ଯୁବନେତା ଅରୁଣ ସାହୁ, ଅତନୁ ସବ୍ୟସାଚୀ ନାୟକ ଏବଂ ସଞ୍ଜୟ ଦାସବର୍ମାଙ୍କ ହାତରେ ଛଡ଼ା ଯାଇଥିଲା ଉପନିର୍ବାଚନ ପରିଚାଳନା ଦାୟିତ୍ୱ । ସ୍ୱର୍ଗତ ବିଷ୍ଣୁ ଦାସଙ୍କ ପୁଅ ବିଜୟ ଶଙ୍କରଙ୍କ ପାଇଁ ସହାନୁଭୂତି ବାଲେଶ୍ୱରରେ ମାନସଙ୍କ ଭଳି ନ ଥିଲା । ମାତ୍ର ଦୃଢ଼ ସଂଗଠନ ଓ ସୁଚିନ୍ତିତ ରଣକୌଶଳ ଦ୍ୱାରା ବିଜେଡ଼ି ପ୍ରାର୍ଥୀ ବିପୁଳ ସଂଖ୍ୟାରେ ବିଜୟ ହାସଲ କରିଛନ୍ତି ।

ସୁତରାଂ ଦଳୀୟ ଶୃଙ୍ଖଳା, ସୁଚିନ୍ତିତ ରଣକୌଶଳରେ ବିଜେଡିକୁ ଟକ୍କର ଦେବାରେ ସମର୍ଥ ହୋଇନି ବିଜେପି । ଧର୍ମେନ୍ଦ୍ର ପ୍ରଧାନଙ୍କ ଭଳି ପାୱାରଫୁଲ୍ କେନ୍ଦ୍ରମନ୍ତ୍ରୀ ଏବଂ ଲୋକପ୍ରିୟ କୁହାଯାଉଥିବା ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ପ୍ରଚାର ଯାଦୁ କାମ କରିନି । କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ନିଜ ଅଞ୍ଚଳ ହୋଇଥିବାରୁ ସେ ନିଜେ ବାଲେଶ୍ୱରରେ ରହି ଉପନିର୍ବାଚନର ଟିକନିକ୍ ଦାୟିତ୍ୱ ବୁଝୁଥିଲେ । ବାଲେଶ୍ୱରର ନିର୍ବାଚନ ନିର୍ବାଚନ ପରିଚାଳନା ଓ ପ୍ରଚାର ଦାୟିତ୍ୱରେ ଦଳର ତୁଙ୍ଗନେତାମାନେ ଥିଲେ । ମାତ୍ର ନେତାଙ୍କ ଭିତରେ ସମନ୍ୱୟର ଅଭାବ ରହିଥିଲା । ୨୨ ବିଧାୟକ, ୮ ସାଂସଦଙ୍କୁ ସଠିକ୍ ଭାବେ କାମରେ ଲଗାଗଲା ନାହିଁ । ରାଜ୍ୟ ସଭାପତି ସମୀର ମହାନ୍ତି ନିଜର ଦଳବଳ ଧରି ଲାଗିଥିଲେ ମଧ୍ୟ ବିଜେଡ଼ିକୁ ମୁକାବିଲା କଲା ଭଳି ସାମର୍ଥ୍ୟ ନ ଥିଲା ।

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ବାଲେଶ୍ୱରରେ ବିଜେପି ପାଖରେ ପ୍ରସଙ୍ଗ ହିଁ ନ ଥିଲା । ତାଙ୍କ ହାତରେ ଆସନଟି ଥିବାରୁ ସ୍ଥାନୀୟ ସମସ୍ୟାକୁ ଦୃଢ଼ ଭାବେ ଉପସ୍ଥାପିତ କରିବାର ନୈତିକତାର ଅଭାବ ରହିଲା । ଅନୁକମ୍ପାକୁ ଭରସା କରି ଭୋଟ ମାଗିଲେ ଦଳୀୟ ନେତା । ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଓ ବିଜେଡ଼ି ନେତା କୁନା ତ୍ରିପାଠୀଙ୍କ ବିବାଦୀୟ ବୟାନ ବରଂ ସେମାନଙ୍କୁ ପ୍ରସଙ୍ଗ ଦେଇଥିଲା । ମାତ୍ର ବିଜେପିକୁ ଜିତିବାରେ ଏହା ସାହାଯ୍ୟ କରିନାହିଁ ।

ଅନ୍ୟପକ୍ଷରେ ଦୃଢ଼ ନେତୃତ୍ୱ, ସାଂଗଠନିକ ଶକ୍ତିକୁ ଧରିଥିବା ବିଜେଡ଼ି ଅତ୍ୟନ୍ତ ଚତୁରତାର ସହ ସ୍ଥାନୀୟ ଅଞ୍ଚଳର ବିକାଶକୁ ପ୍ରସଙ୍ଗ କରି ବିରୋଧୀଙ୍କ ମୁକାବିଲା କରିଥିଲା । ଏହା ମିଛ ପ୍ରତିଶ୍ରୁତି ବୋଲି ବିରୋଧୀଙ୍କ ପ୍ରଚାର ଭୋଟରଙ୍କୁ ସମ୍ଭବତଃ କାଟୁ କରିନି । ସୁତରାଂ ନବୀନ ପଟ୍ଟନାୟକ ଓ ବିଜେଡ଼ି ପ୍ରତି ଲୋକଙ୍କ ଆସ୍ଥା ଯେ ଅତୁଟ ରହିଛି ତାହା ଏହି ଉପନିର୍ବାଚନ ଫଳ ପୁନର୍ବାର ପ୍ରମାଣିତ କରିଛି ।

ବାକି ରହିଲା କଂଗ୍ରେସ କଥା । ଓଡ଼ିଶାରେ କଂଗ୍ରେସର ସ୍ଥିତି ଯେ ଶୋଚନୀୟ ତାହା ଏହି ଦୁଇ ଉପନିର୍ବାଚନ ପୁଣି ଥରେ ପ୍ରମାଣିତ କରିଦେଲା । ବାଲେଶ୍ୱର ଓ ତିର୍ତ୍ତୋଲ୍ ରେ କଂଗ୍ରେସ ନୂଆ ଏବଂ ଯୋଗ୍ୟ ପ୍ରାର୍ଥୀ ଦେଇଥିଲା । ଆରମ୍ଭରୁ ଦଳୀୟ ନେତୃତ୍ୱ ଜୋରସୋର ବଳ ଲଗାଇଥିଲେ । ପ୍ରଭାରୀ ଚେଲ୍ଲାକୁମାର ଦିଲ୍ଲୀରୁ ଆସି ଡେରା ପକାଇଥିଲେ । ମାତ୍ର ଶେଷ ପର୍ଯ୍ୟନ୍ତ ସେହି ମନବଳ ରହିଲା ନାହିଁ ।

ବାଲେଶ୍ୱରରେ ଦଳର ନେତୃତ୍ୱ ନେଉଥିବା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ପୁଅ ନବଜ୍ୟୋତି ଓରଫ୍ ସୁଲିଆ ପଟ୍ଟନାୟକ ଶେଷ ମୁହୁର୍ତ୍ତରେ କରୋନା ଆକ୍ରାନ୍ତର ଆଳ ଦେଖାଇ ନୂଆଦିଲ୍ଲୀ ପଳାଇବା କର୍ମୀମାନଙ୍କୁ ହତୋତ୍ସାହିତ କରିଥିଲା । ଘମାଘୋଟ ଯୁଦ୍ଧ ବେଳେ ସୁଲିଆଙ୍କ ଅନ୍ତର୍ଦ୍ଧାନ ଏବେ ବି ରହସ୍ୟଘେରରେ ରହିଛି ।

ବାଲେଶ୍ୱରରେ ଶ୍ରୀମତୀ ମମତା କୁଣ୍ଡୁଙ୍କ ଭଳି ତିର୍ତ୍ତୋଲ୍ ରେ ହିମାଂଶୁ ମଲ୍ଲିକଙ୍କ ପ୍ରାର୍ଥୀତ୍ୱ କଂଗ୍ରେସ ପାଇଁ ବରଦାନ ହେବ ବୋଲି ଆଶା କରାଯାଉଥିଲା । ହିମାଂଶୁ ଜଣେ ସଫ୍ଟୱେୟାର ଇଂଜିନିୟର ଏବଂ ତାଙ୍କର ଅମାୟିକ ବ୍ୟକ୍ତିତ୍ୱ ଭୋଟରଙ୍କୁ ଆକର୍ଷିତ କଲା ଭଳି । ଉଭୟ ଆସନରେ ବିଜେଡ଼ି ଓ ବିଜେପି ପ୍ରାର୍ଥୀଙ୍କ ବ୍ୟକ୍ତିତ୍ୱ ତୁଳନାରେ କଂଗ୍ରେସ ପ୍ରାର୍ଥୀଙ୍କ ବ୍ୟକ୍ତିତ୍ୱ ଓ ପାରଦର୍ଶିତା ଅଧିକ ଥିଲା । ମାତ୍ର ନେତୃତ୍ୱ ଓ ସାଂଗଠନିକ ଦୋଷ ଦୁର୍ବଳତା ଯୋଗୁଁ ଉଧେଇ ପାରିନାହାନ୍ତି । ତିର୍ତ୍ତୋଲ୍ ରେ ପୂର୍ବରୁ କଂଗ୍ରେସର ପ୍ରାର୍ଥୀ ଥିବା ରାଜକିଶୋର ବେହେରା ବିଜେପିକୁ ଯାଇ ପ୍ରାର୍ଥୀ ହେବା ହିମାଂଶୁଙ୍କ ପାଇଁ ଆହୁରି କାଠିକର ହୋଇଥିଲା । ତେବେ ହିମାଂଶୁଙ୍କ ପାଇଁ ଚିରଞ୍ଜୀବ ବିଶ୍ୱାଳ ଆପ୍ରାଣ ଉଦ୍ୟମ ଖଟାଇଥିଲେ ।

ଉପନିର୍ବାଚନ ଫଳାଫଳରୁ ମୋଟାମୋଟି ଏତିକି କୁହାଯାଇପାରେ ଯେ ଓଡ଼ିଶାରେ ବିଜେଡ଼ି ଓ ନବୀନ ପଟ୍ଟନାୟକଙ୍କ ବିକଳ୍ପ ଭାବେ ଏ ଯାଏଁ ବିଶେଷକରି ବିଜେପି ନିଜକୁ ଠିଆ କରାଇ ପାରିନାହିଁ । ଦଳରେ ଲୋକଙ୍କ ଦ୍ୱାରା ଗ୍ରହଣୀୟ ନେତୃତ୍ୱର ଅଭାବ ଏବଂ ତୃଣମୂଳସ୍ତରରେ ସଂଗଠନକୁ ସବଳ କରିବାରେ ବିଜେପି ଏଯାଏଁ ସକ୍ଷମ ହୋଇପାରିନାହିଁ ।

କଂଗ୍ରେସର ଅବସ୍ଥା ନ କହିବା ଭଲ । ୨୦ ବର୍ଷ ଧରି ବାରମ୍ବାର ଶୋଚନୀୟ ହାରୁଥିଲେ ମଧ୍ୟ ନିଜକୁ ସଜାଡ଼ି ପାରୁନାହାନ୍ତି । ଉଭୟ ବିଜେପି ଓ କଂଗ୍ରେସ ପାଇଁ ପୁଣିଥରେ ଆତ୍ମସମୀକ୍ଷାର ବେଳ ଆସିଥିବା ରାଜନୈତିକ ପର୍ଯ୍ୟବେକ୍ଷକ ମହଲ ମତ ଦେଇଛନ୍ତି ।

Previous Post

ବାଲେଶ୍ୱର, ତିର୍ତ୍ତୋଲରେ ବିଜେଡ଼ିର ବାଜିମାତ୍

Next Post

ପୁରୀରେ ବି ଜମି ହଡ଼ପ କରିଛନ୍ତି ପଣ୍ଡା ଦମ୍ପତ୍ତି !

Next Post
ପୁରୀରେ ବି ଜମି ହଡ଼ପ କରିଛନ୍ତି ପଣ୍ଡା ଦମ୍ପତ୍ତି !

ପୁରୀରେ ବି ଜମି ହଡ଼ପ କରିଛନ୍ତି ପଣ୍ଡା ଦମ୍ପତ୍ତି !

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19161 shares
    Share 7664 Tweet 4790
  • ନବୀନ..ନବୀନ, ମୋହନ..ମୋହନ

    16597 shares
    Share 6639 Tweet 4149
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7296 shares
    Share 2918 Tweet 1824
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA