Tuesday, February 24, 2026 05:34 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ରୋମ୍ ରେ ପହଞ୍ଚିଲେ ନବୀନ

ପାଛୋଟି ନେଲେ ଭାରତୀୟ ରାଷ୍ଟ୍ରଦୂତ

by Our Correspondent
20 Jun, 2022- 08:08 PM
in Latest News, News
1 min read
0
ରୋମ୍ ରେ ପହଞ୍ଚିଲେ ନବୀନ

ଭୁୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ୧୦ ଦିନିଆ ବିଦେଶ ଗସ୍ତ ଆଜିଠାରୁ ଆରମ୍ଭ ହୋଇଛି । ଆଜି ଭୋର ୪ଟା ୧୫ ରେ ଦିଲ୍ଲୀ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ରୋମ୍ ଅଭିମୁଖେ ଯାତ୍ରା କରିଥିଲେ । ଭାରତୀୟ ସମୟ ଅପରାହ୍ନ ପ୍ରାୟ ୩ଟାରେ ମୁଖ୍ୟମନ୍ତ୍ରୀ ସେଠାରେ ପହଞ୍ଚିଥିଲେ । ମୁଖ୍ୟମନ୍ତ୍ରୀଙ୍କ ସହ ବ୍ୟକ୍ତିଗତ(୫-ଟି) ସଚିବ ଭି.କେ.ପାଣ୍ଡିଆନ୍, ଯୋଗାଣ ସଚିବ ଭି.ଭି ଯାଦବ, ଶିଳ୍ପ ସଚିବ ହେମନ୍ତ ଶର୍ମା ଓ ଦିଲ୍ଲୀସ୍ଥିତ ଆବାସିକ କମିସନର ରବି କାନ୍ତ ଯାଇଛନ୍ତି । ଜରୁରୀ କାର୍ଯ୍ୟ ଯୋଗୁଁ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଆଜିର ଗସ୍ତରେ ସାମିଲ ହୋଇପାରିନାହାନ୍ତି ।

ମୁଖ୍ୟମନ୍ତ୍ରୀ ରୋମ୍ ରେ ପହଞ୍ଚିଲା ପରେ ସେଠାରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ନୀନା ମାଲହୋତ୍ରା ତାଙ୍କୁ ସ୍ୱାଗତ ଜଣାଇଥିଲେ । ଉଭୟଙ୍କ ମଧ୍ୟରେ ପ୍ରାୟ ଅଧ ଘଣ୍ଟା ଧରି ସୌଜନ୍ୟମୂଳକ ସାକ୍ଷାତ ଆଲୋଚନା ହୋଇଥିଲା ।

ମୁଖ୍ୟମନ୍ତ୍ରୀ ୫ ଦିନ ରୋମ୍ ରେ ଅବସ୍ଥାନ କରିବେ । ଦ ୱାଲର୍ଡ ଫୁଡ୍ ପ୍ରୋଗ୍ରାମ ବା ବିଶ୍ୱ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଆମନ୍ତ୍ରଣକ୍ରମେ ଓଡ଼ିଶାର ଖାଦ୍ୟ ସୁରକ୍ଷା ଏବଂ ବିପର୍ଯ୍ୟୟ ପରିଚାଳନାର ସଫଳ କାହାଣୀ ସାରା ବିଶ୍ୱକୁ ଜଣାଇବେ । ଏକଦା ଖାଦ୍ୟ ନିରାପତ୍ତା ପାଇଁ ଅନ୍ୟ ଉପରେ ନିର୍ଭର କରୁଥିବା ଓଡ଼ିଶା ଆଜି କିଭଳି ଖାଦ୍ୟ ସୁରକ୍ଷାରେ ବଳକା ରାଜ୍ୟ ହୋଇପାରିଛି ଏବଂ ୧୯୯୯ ମହାବାତ୍ୟାରେ ବିଧ୍ୱଂସ୍ତ ଓଡ଼ିଶା ବର୍ତ୍ତମାନ ବିପର୍ଯ୍ୟୟ ପରିଚାଳନାରେ କିଭଳି ମଡେଲ ରାଜ୍ୟ ହୋଇପାରିଛି ତାହା ଉପରେ ବକ୍ତବ୍ୟ ରଖିବେ ନବୀନ ।

ଏହି ଅବସରରେ ଦ ୱାଲର୍ଡ ଫୁଡ୍ ପ୍ରୋଗ୍ରାମର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡାଭିଡ୍ ବେସଲେ ଏବଂ ଅନ୍ୟ ବରିଷ୍ଠ ପଦାଧିକାରୀଙ୍କ ସହ ମୁଖ୍ୟମନ୍ତ୍ରୀ ସାକ୍ଷାତ ଆଲୋଚନା କରିବେ । ଓଡ଼ିଶାକୁ ଖାଦ୍ୟ ସୁରକ୍ଷାରେ ନିରନ୍ତର ଭାବେ ସଶକ୍ତ କରିବାକୁ ବିଭିନ୍ନ ପ୍ରକଳ୍ପ ଏବଂ ଡବ୍ଲୁଏଫପିର ସହଭାଗିତା ଉପରେ ମଧ୍ୟ ଆଲୋଚନା କରିବେ ।

ଖ୍ରୀଷ୍ଟିଆନ୍ ଧର୍ମଗୁରୁ ପୋପ୍ ଙ୍କୁ ଭେଟିବେ ନବୀନ । ପୋପ୍ ଙ୍କୁ ଭେଟିବାରେ ସେ ହେବେ ପ୍ରଥମ ଭାରତୀୟ ମୁଖ୍ୟମନ୍ତ୍ରୀ । ଏଥିପାଇଁ ଭାରତ ସରକାର ତାଙ୍କୁ ଅନୁମତି ଦେଇଛନ୍ତି ।

ରୋମ୍ ଅବସ୍ଥାନ କାଳରେ ମୁଖ୍ୟମନ୍ତ୍ରୀ ୟୁରୋପର ବିଭିନ୍ନ ଅଞ୍ଚଳରେ ଥିବା ପ୍ରବାସୀ ଓଡ଼ିଆ ନିବେଶକଙ୍କ ସହ ଆଲୋଚନା କରିବେ । ଓଡିଶାର ରୂପାନ୍ତର କାର୍ଯ୍ୟକ୍ରମରେ ସେମାନଙ୍କ ସହଭାଗିତା ଏବଂ ଓଡିଶାର କଳା ଏବଂ ସଂସ୍କୃତିର ବିକାଶ କାର୍ଯ୍ୟକ୍ରମରେ ସେମାନଙ୍କୁ ସାମିଲ କରିବା ପାଇଁ ଆଲୋଚନା ହେବ ।

ରୋମ୍ ରୁ ଫେରି ୨୬ ତାରିଖରେ ମୁଖ୍ୟମନ୍ତ୍ରୀ ଦୁବାଇ ଯିବେ । ମଧ୍ୟପ୍ରାଚ୍ୟର ନିବେଶକଙ୍କୁ ସେଠାରେ ଭେଟିବେ । ଓଡିଶାରେ ପୁଞ୍ଜି ଖଟାଇବାକୁ ଆଗ୍ରହୀ ଥିବା ନିବେଶକଙ୍କୁ ଆମନ୍ତ୍ରିତ କରାଯାଇ ଏଠାରେ ଶିଳ୍ପ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ସବୁ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଇଦେବାର ପ୍ରତିଶ୍ରୁତି ଦିଆଯିବ । କିଛି ଶିଳ୍ପପତିଙ୍କ ସହ ମୁଖ୍ୟମନ୍ତ୍ରୀ ୱାନ୍ ଟୁ ୱାନ୍ ଆଲୋଚନା କରିବେ । ଇନଭେଷ୍ଟର୍ସ ମିଟ୍ କାର୍ଯ୍ୟକ୍ରମରେ ଓଡିଶାରୁ ଯାଇଥିବା ଏକ ଉଚ୍ଚସ୍ତରୀୟ ଶିଳ୍ପ ପ୍ରତିନିଧି ଦଳ ଉପସ୍ଥିତ ରହିବେ । ପ୍ରବାସୀ ଓଡ଼ିଆ ନିବେଶକଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ସେଠାରେ ଭେଟିବାର କାର୍ଯ୍ୟକ୍ରମ ଅଛି ।

Previous Post

ରଥଯାତ୍ରା ପ୍ରସ୍ତୁତିର ସ୍ୱତନ୍ତ୍ର ସମୀକ୍ଷା ବୈଠକ

Next Post

ଦ୍ରୌପଦୀ ମୁର୍ମୁ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ

Next Post
ଦ୍ରୌପଦୀ ମୁର୍ମୁ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ

ଦ୍ରୌପଦୀ ମୁର୍ମୁ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19161 shares
    Share 7664 Tweet 4790
  • ନବୀନ..ନବୀନ, ମୋହନ..ମୋହନ

    16597 shares
    Share 6639 Tweet 4149
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7296 shares
    Share 2918 Tweet 1824
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA