ଭୁବନେଶ୍ୱର : ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ଓ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଶନିବାର ଅର୍ଥାତ ଜୁଲାଇ ୧୨ ତାରିଖ ଦିନ ଭୁବନେଶ୍ୱରରେ ପହଞ୍ଚିବେ ବୋଲି ବିଜୁ ଜନତା ଦଳ ତରଫରୁ ସୂଚନା ଦିଆଯାଇଛି ।
ଶଙ୍ଖ ଭବନରେ ଆୟୋଜିତ ମିଳିତ ସାମ୍ୱାଦିକ ସମ୍ମିଳନୀରେ ଦଳର ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ ମିଶ୍ର, ଉପସଭାପତି ସଞ୍ଜୟ କୁମାର ଦାସବର୍ମା, ଓବିସି ସେଲ୍ ଆବାହକ ତଥା ବିଧାୟକ ଡ଼ ଅରୁଣ କୁମାର ସାହୁ ଓ ରାଜ୍ୟସଭା ସାଂସଦ ସୁଭାଶିଷ ଖୁଣ୍ଟିଆ କହିଛନ୍ତି ଯେ ସଭାପତି ଶ୍ରୀ ପଟ୍ଟନାୟକ ମୁମ୍ୱାଇରୁ ଶନିବାର ଦିନ ମଧ୍ୟାହ୍ନ ୧୧ଟା ୫୦ ମିନିଟ୍ ସମୟରେ ଭୁବନେଶ୍ୱର ଫେରିବେ । ଗତ ଜୁନ୍ ୨୦ ତାରିଖରେ ଶ୍ରୀ ପଟ୍ଟନାୟକ ଚିକିତ୍ସା ପାଇଁ ମୁମ୍ୱାଇ ଯାଇଥିଲେ । ଜୁନ ୨୨ ତାରିଖରେ ମୁମ୍ୱାଇ ସ୍ଥିତ କୋକିଳାବେନ୍ ଧୀରୁଭାଇ ଆମ୍ୱାନୀ ହସ୍ପିଟାଲରେ ତାଙ୍କର ଅପରେସନ ହୋଇଥିଲା । ରାଜ୍ୟର ଅଗଣିତ ଜନସାଧାରଣ ନବୀନଙ୍କ ଆଶୁ ଆରୋଗ୍ୟ ପାଇଁ ପ୍ରାର୍ଥନା କରିଥିଲେ । ଅପରେସନ ପରେ ଶ୍ରୀ ପଟ୍ଟନାୟକ ସୁସ୍ଥ ହୋଇ ଭୁବନେଶ୍ୱର ଫେରିବେ ।
ଏଥିସହ ନବୀନଙ୍କୁ ସ୍ୱାଗତ କରିବା ପାଇଁ ଦଳ ପକ୍ଷରୁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଥିବା ଜଣାପଡ଼ିଛି ।