Sunday, April 5, 2026 02:05 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ନୂଆପଡ଼ା ଓ ଖରିଆର ରୋଡ୍ ରେ ରୋଡ୍ ସୋ କରିବେ ନବୀନ

by Our Correspondent
06 Nov, 2025- 11:44 PM
in Latest News, News, Politics
1 min read
0
ନୂଆପଡ଼ା ଓ ଖରିଆର ରୋଡ୍ ରେ ରୋଡ୍ ସୋ କରିବେ ନବୀନ

ନୂଆପଡ଼ା(୦୬ା୧୧ା୨୦୨୫): ଆସନ୍ତା କାଲି ବିଜୁ ଜନତା ଦଳ ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସ୍ୱାଗତ ଜଣାଇବା ପାଇଁ ନୂଆପଡ଼ାବାସୀ ପ୍ରସ୍ତୁତ ଅଛନ୍ତି । ଗତ ୩ ତାରିଖ ପରେ ଶୁକ୍ରବାର ନବୀନଙ୍କ ଗସ୍ତ ନୂଆପଡ଼ା ଉପନିର୍ବାଚନରେ ବିଜେଡିର ସ୍ଥିତିକୁ ଆହୁରି ସୁଦୃଢ଼ କରିବ ଏବଂ ୧୧ ତାରିଖରେ ବିଜେପି ସରକାର ବିରୋଧରେ ଥିବା ଲୋକଙ୍କ କ୍ରୋଧ ପ୍ରତିଫଳିତ ହେବ ବୋଲି ଦଳ ପକ୍ଷରୁ କୁହାଯାଇଛି ।

ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି, ଗତ ୩ ତାରିଖରେ ଓଡ଼ିଶାର ଲୋକପ୍ରିୟ ନେତା ନବୀନ ପଟ୍ଟନାୟକ ନୂଆପଡ଼ାର କୋମନା ବ୍ଲକରେ ହଜାର ହଜାର ଲୋକଙ୍କ ଉପସ୍ଥିତିରେ ନିର୍ବାଚନ ପ୍ରଚାର କରିବା ପରେ ଦଳୀୟ ନେତା ଓ କର୍ମୀଙ୍କ ସହିତ ସାଧାରଣ ଜନତାଙ୍କ ମଧ୍ୟରେ ଉତ୍ସାହ ଭରି ଦେଇଛି । ଆସନ୍ତା କାଲି ପୂର୍ବାହ୍ନ ୧୧ରେ ଶ୍ରୀଯୁକ୍ତ ପଟ୍ଟନାୟକ ଖରିଆର ରୋଡ଼ ପୁଲିସ ଥାନା ନିକଟସ୍ଥ ପଡିଆରେ ପହଞ୍ଚିବେ । ସେଠାରୁ ଏକ ରୋଡ଼ ଶୋ’ରେ ନୂଆପଡ଼ା ପର୍ଯ୍ୟନ୍ତ ଆସିବେ । ଏହି ଅବସରରେ ଖରିଆର ରୋଡ଼ର ଡାଗାସ ଛକ, ବିଜୁ ପଟ୍ଟନାୟକ ଛକ, ଲଖ୍ମାନିଆ ଛକରେ ଉପସ୍ଥିତ ଜନତାଙ୍କୁ ଶ୍ରୀଯୁକ୍ତ ପଟ୍ଟନାୟକ ସମ୍ୱୋଧିତ କରିବେ । ଏହା ପରେ ରୋଡ଼ ଶୋ’ରେ ନୂଆପଡ଼ା ଏନଏସିରେ ପହଞ୍ଚି ସୂର୍ଯ୍ୟନଗର ଛକ, ଗାୟତ୍ରୀ ମନ୍ଦିର ଛକ ଓ ଏକତା ଛକରେ ଜନତାଙ୍କୁ ଉଦ୍ବୋଧନ ଦେବେ । ଅପରାହ୍ନ ୩ଟାରେ ନୂଆପଡ଼ାର ପାରକୋଡ୍ ଠାରେ ଏକ ବିଶାଳ ସାଧାରଣ ସଭାକୁ ସମ୍ୱୋଧିତ କରିବା କାର୍ଯ୍ୟକ୍ରମ ରହିଛି । ପ୍ରିୟ ନବୀନ ବାବୁଙ୍କୁ ଦେଖିବା ପାଇଁ ଏ ସବୁ ସ୍ଥାନରେ ଲୋକେ ଉକ୍ରଣ୍ଠାର ସହ ଅପେକ୍ଷା କରିଛନ୍ତି । ଓଡ଼ିଶାବାସୀଙ୍କ ହକ୍ ମାରିଥିବା ବିଜେପି ସରକାରକୁ ନୂଆପଡ଼ା ଉପନିର୍ବାଚନରେ ଲୋକେ ଉଚିତ ଶିକ୍ଷା ଦେବାକୁ ମନସ୍ଥ କରି ସାରିଛନ୍ତି ବୋଲି ଶ୍ରୀ ନାୟକ କହିଥିଲେ ।

ନବୀନଙ୍କ ନିର୍ବାଚନୀ ସଭାକୁ ଭଣ୍ଡୁର କରିବା ପାଇଁ ବିଜେପିର ଚକ୍ରାନ୍ତ 

ନବୀନ ପଟ୍ଟନାୟକଙ୍କ ରୋଡ୍ ସୋ’ ଓ ନିର୍ବାଚନୀ ସଭାକୁ ଭଣ୍ଡୁର କରିବା ପାଇଁ ବିଜେପି ଚକ୍ରାନ୍ତ କରୁଛି ବୋଲି ବିଜେଡି ଅଭିଯୋଗ କରିଛି । ସେହିପରି ବିଜେପିର ଆଜି ଆୟୋଜିତ ନିର୍ବାଚନ ସଭାରେ ଖୋଦ୍ ମୁଖ୍ୟମନ୍ତ୍ରୀ ନିର୍ବାଚନ ଆଚରଣ ବିଧିର ଉଲ୍ଲଂଘନ କରିଛନ୍ତି ବୋଲି ବିଜେଡିର ଏକ ପ୍ରତିନଧି ମଣ୍ଡଳୀ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଅଭିଯୋଗ କରିଛନ୍ତି ।

ରାଜ୍ୟସଭା ସାଂସଦ ତଥା ଦଳର ସାଧାରଣ ସମ୍ପାଦିକା ଶ୍ରୀମତୀ ସୁଲତା ଦେଓ ଓ ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡ. ଲେନିନ ମହାନ୍ତିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଥିଲେ । ଆସନ୍ତା ଶୁକ୍ରବାର ଦଳ ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିର୍ବାଚନୀ ସଭା ଓ ରୋଡ୍ ସୋ’କୁ ଭଣ୍ଡୁର କରିବା ପାଇଁ ବିଜେପି ନେତା ଓ କର୍ମୀମାନେ ଚକ୍ରାନ୍ତ କରୁଛନ୍ତି । ରୋଡ ସୋ’ରେ ବିଶୃଙ୍ଖଳା କରିବା, ପଥର ମାଡ କରିବା ଓ ଉତ୍ତେଜନା ସୃଷ୍ଟି କରିବା ପାଇଁ ଯୋଜନା କରୁଛନ୍ତି ବୋଲି ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ପାଖରେ ବିଜେଡି ଅଭିଯୋଗ କରିଛି । ଆସନ୍ତାକାଲି ହେବାକୁ ଥିବା ନିର୍ବାଚନୀ ସଭା ଓ ରୋଡ ସୋ’କୁ ଶୃଙ୍ଖଳିତ ତଥା ନିରାପଦ ଭାବେ ଆୟୋଜନ କରିବା ଏବଂ ମାନ୍ୟବର ବିରୋଧୀ ଦଳ ନେତାଙ୍କ ସୁରକ୍ଷାର ସମସ୍ତ ବ୍ୟବସ୍ଥା କରିବା ପାଇଁ ବିଜେଡି ପ୍ରତିନିଧି ଦଳ ଏକ ସ୍ମାରକପତ୍ର ଦେଇ ଅନୁରୋଧ କରିଛନ୍ତି ।

ଅନ୍ୟପଟେ ଆଜି ଆୟୋଜିତ ବିଜେପିର ବିଭିନ୍ନ ସାଧାରଣ ସଭା ପାଇଁ ନୂଆପଡାରେ ଟ୍ରାଫିକ୍ ବିଶୃଙ୍ଖଳା, ବେଆଇନ ଭାବେ ରାସ୍ତା ଅବରୋଧ କରି ବିଜେପି ଖୋଲାଖୋଲି ଭାବେ ନିର୍ବାଚନ ଆଚରଣ ବିଧିର ଉଲ୍ଲଂଘନ କରିଛି । ଏହି ସମସ୍ତ ନିର୍ବାଚନ ସଭା ମୁଖ୍ୟମନ୍ତ୍ରୀ ଦ୍ୱାରା ସମ୍ବୋଧିତ ହୋଇଥିବାରୁ ଆଚରଣ ବିଧିର ଉଲ୍ଲଂଘନକୁ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ବିଜେଡି କହିଛି । ବିଜେଡିର ଏହି ପ୍ରତିନିଧିମଣ୍ଡଳୀରେ ମିହିର ରାୟ, ତୁମ୍ବନାଥ ପଣ୍ଡା, ନାରାୟଣ ଜେନା, ସୋଫିଆ ଆଲାମ, ରୀତାଞ୍ଜଳୀ ପ୍ରଧାନ, ଜ୍ୟୋତ୍ସ୍ନା ପରିଡା, ପ୍ରଦୀପ ପଣ୍ଡା ପ୍ରମୁଖ ସାମିଲ ଥିଲେ ।

Previous Post

କେହି କାହାକୁ କମ୍ ନୁହଁନ୍ତି

Next Post

ନୂଆପଡା ନିର୍ବାଚନ ଇସ୍ତାହାର ଉନ୍ମୋଚିତ

Next Post
ନୂଆପଡା ନିର୍ବାଚନ ଇସ୍ତାହାର ଉନ୍ମୋଚିତ

ନୂଆପଡା ନିର୍ବାଚନ ଇସ୍ତାହାର ଉନ୍ମୋଚିତ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19177 shares
    Share 7671 Tweet 4794
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5814 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA