Sunday, February 22, 2026 02:09 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଶପଥ ନେଲେ ମାନସ ମଙ୍ଗରାଜ, ସୁଲତା ଦେଓ

ଆସନ୍ତା ସପ୍ତାହରେ ସସ୍ମିତ୍ ପାତ୍ର

by Our Correspondent
08 Jul, 2022- 12:31 PM
in Latest News, News
1 min read
0
ଶପଥ ନେଲେ ମାନସ ମଙ୍ଗରାଜ, ସୁଲତା ଦେଓ

ନୂଆଦିଲ୍ଲୀ: ରାଜ୍ୟସଭା ସାଂସଦ ଭାବେ ଆଜି ଶପଥ ନେଇଛନ୍ତି ମାନସ ରଞ୍ଜନ ମଙ୍ଗରାଜ ଏବଂ ସୁଲତା ଦେଓ । ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କୟା ନାଇଡୁ ସେମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ଉଭୟ ନିଜ ମାତୃଭାଷା ଓଡ଼ିଆରେ ଶପଥ ନେଇଥିଲେ । ଓଡ଼ିଶାରୁ ନିର୍ବାଚିତ ଅନ୍ୟତମ ସାଂସଦ ଡକ୍ଟର ସସ୍ମିତ୍ ପାତ୍ର ଆଜି ଶପଥ ନେଇପାରିନାହାନ୍ତି । ଆସନ୍ତା ସପ୍ତାହରେ ସେ ଶପଥ ନେବେ ।

ଓଡ଼ିଶାରୁ ଖାଲି ହୋଇଥିବା ତିନୋଟି ଆସନରୁ ଏମାନେ ବିଜେଡି ପ୍ରାର୍ଥୀ ଭାବେ ନିଦ୍ୱର୍ନ୍ଦରେ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି । ସେଠାରେ ପୂରା ସମୟ ୬ ବର୍ଷ କାର୍ଯ୍ୟ କରିବେ । ମାନସ ମଙ୍ଗରାଜ ଏବଂ ସୁଲତା ଦେଓ ପ୍ରଥମ ଥର ପାଇଁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲା ବେଳେ ଡକ୍ଟର ସସ୍ମିତ୍ ପାତ୍ର ଦ୍ୱିତୀୟ ଥର ନିର୍ବାଚିତ ହୋଇଛନ୍ତି ।

ରାଜ୍ୟସଭା ସାଂସଦ ଭାବେ ଶପଥ ଗ୍ରହଣ କରିଥିବା ମାନସ ମଙ୍ଗରାଜ ଜଣେ ଦକ୍ଷ ଯୁବନେତା ଭାବେ ପରିଚିତ । ଏହାପୂର୍ବରୁ ରାଜ୍ୟ ସରକାରଙ୍କ ମିଡିଆ ପରାମର୍ଶଦାତା ଭାବେ କାର୍ଯ୍ୟ କରୁଥିଲେ । ରାଜ୍ୟସଭାକୁ ନିର୍ବାଚିତ ହେବା ପରେ ସେ ଏହି ପଦରୁ ଇସ୍ତଫା ଦେଇଛନ୍ତି । ତେବେ ବିଜେଡିର ସାଧାରଣ ସମ୍ପାଦକ(ଗଣମାଧ୍ୟମ ବ୍ୟାପାର) ଦାୟିତ୍ୱରେ ଏବେ ଅଛନ୍ତି ।

ସାମ୍ବାଦିକରୁ ସଫଳ ରାଜନେତା ହୋଇଥିବା ମାନସ ମଙ୍ଗରାଜ ଉଭୟ ଦଳୀୟ ଏବଂ ସରକାରୀ କାର୍ଯ୍ୟରେ ନିଜର ଦକ୍ଷତା ପ୍ରତିପାଦନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଶ୍ୱାସଭାଜନ ହୋଇପାରିଛନ୍ତି । ଦିଲ୍ଲୀ ଦରବାରରେ ଓଡ଼ିଶାର ସ୍ୱରକୁ ଆହୁରି ଶାଣିତ କରାଯିବ ବୋଲି ଶ୍ରୀ ମଙ୍ଗରାଜ କହିଛନ୍ତି ।

ଆଜି ଶପଥ ଗ୍ରହଣ କରିଥିବା ଅନ୍ୟତମ ସାଂସଦ ସୁଲତା ଦେଓ ବିଜେଡିର ମୁଖପାତ୍ର ଭାବେ ସଫଳତାର ସହ କାର୍ଯ୍ୟ କରିଛନ୍ତି । ତାଙ୍କର ଦକ୍ଷତା ପାଇଁ ମୁଖ୍ୟମନ୍ତ୍ରୀ ତାଙ୍କୁ ପୁରସ୍କୃତ କରିଛନ୍ତି ।

Previous Post

ଦ୍ରୌପଦୀ ମୁର୍ମୁଙ୍କୁ ଜୋରଦାର ସ୍ୱାଗତ

Next Post

ବାଜି ମାରିନେଲେ ନବୀନ !

Next Post
ବାଜି ମାରିନେଲେ ନବୀନ !

ବାଜି ମାରିନେଲେ ନବୀନ !

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19161 shares
    Share 7664 Tweet 4790
  • ନବୀନ..ନବୀନ, ମୋହନ..ମୋହନ

    16597 shares
    Share 6639 Tweet 4149
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7296 shares
    Share 2918 Tweet 1824
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA