ଭୁବନେଶ୍ୱର: ବିଧାନସଭାର ଶୀତ ଅଧିବେଶନ ଅଧାରୁ ବନ୍ଦ ହୋଇଛି । ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲବତୀ ଘୋଷଣା କରିଛନ୍ତି ।
ନଭେମ୍ବର ୨୬ରୁ ଆରମ୍ଭ ହୋଇଥିଲା ଶୀତ ଅଧିବେଶନ । ଡିସେମ୍ବର ୩୧ ଯାଏଁ ଏହା ଚାଲିବାର ଥିଲା । ମୋଟ ୩୦ଟି କାର୍ଯ୍ୟଦିବସ ଧାର୍ଯ୍ୟ ହୋଇଥିଲା । ମାତ୍ର ୧୨ଟି କାର୍ଯ୍ୟଦିବସ ପରେ ବିଧାନସଭା ବନ୍ଦ ହୋଇଛି । ଏହି ଅଧିବେଶନରେ ୬ଟି ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା ହୋଇଥିଲା । ଗୃହରେ ୪ ଟି ସରକାରୀ ବିଲ୍ ଆଗତ ହୋଇଥିଲା ବେଳେ ୩ଟି ବିଲ୍ ଉପରେ ଆଲୋଚନା ହୋଇ ଗୃହୀତ ହୋଇଥିଲା । ସେହିଭଳି ୧୦ଟି ବେସରକାରୀ ବିଲ୍ ଗୃହରେ ଆଗତ ହୋଇଥିଲା ।