Sunday, February 22, 2026 10:41 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

୨ ଲକ୍ଷ କୋଟିର ବଜେଟ୍

ଅଭିବୃଦ୍ଧି, ବିକାଶ, ଭିତ୍ତିଭୂମି ଉନ୍ନୟନ, ପୁଞ୍ଜି ନିବେଶକୁ ଗୁରୁତ୍ୱ

by Our Correspondent
02 Jul, 2022- 06:53 PM
in Latest News, News
1 min read
0
୨ ଲକ୍ଷ କୋଟିର ବଜେଟ୍

ଭୁବନେଶ୍ୱର: ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ୨ ଲକ୍ଷ କୋଟି ଟଙ୍କାର ବଜେଟ୍ ଆଣିଛନ୍ତି ରାଜ୍ୟ ସରକାର । ଆଜି ବିଧାନସଭାରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଏହି ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିଛନ୍ତି । ଏହି ବଜେଟ୍ ୨୦୨୧-୨୨ ଆର୍ଥିକ ବର୍ଷ ତୁଳନାରେ ୧୭.୬% ଅଧିକ । ବଜେଟ୍ ରେ ଅଭିବୃଦ୍ଧି, ବିକାଶ, ଭିତ୍ତିଭୂମି ଉନ୍ନୟନ ଓ ପୁଞ୍ଜି ନିବେଶ ଉପରେ ଗୁରୁତ୍ୱ ଦିଆଯାଇଛି ।

,lବଜେଟ୍ ରେ କାର୍ଯ୍ୟକ୍ରମ ଖର୍ଚ୍ଚର ପରିମାଣ ୧ ଲକ୍ଷ କୋଟି ଟଙ୍କା ଆକଳନ କରାଯାଇଛି । ସେହିଭଳି ପ୍ରଶାସନିକ ଖର୍ଚ୍ଚ ୮୯, ୫୯୦ କୋଟି, ବିପର୍ଯ୍ୟୟ ପରିଚାଳନା ପାଣ୍ଠିରୁ ଖର୍ଚ୍ଚ ୩,୨୧୦ ଏବଂ ରାଜ୍ୟ ସରକାରଙ୍କ ଦ୍ୱାରା ହସ୍ତାନ୍ତରିତ ହୋଇଥିବା ଅର୍ଥରୁ ଖର୍ଚ୍ଚ ୭,୨୦୦ କୋଟି ଟଙ୍କା ଆକଳନ କରାଯାଇଛି ।

ମୋଟ ରାଜସ୍ୱରେ ରାଜ୍ୟ ସରକାରଙ୍କ ନିଜସ୍ୱ ରାଜସ୍ୱର ଭାଗ ହୋଇଛି ୫୭% । ଏହାଦ୍ୱାରା କେନ୍ଦ୍ରୀୟ ସହାୟତା ଉପରେ ନିର୍ଭରଶୀଳତା କମିଥିବା ଅର୍ଥମନ୍ତ୍ରୀ ଦର୍ଶାଇଛନ୍ତି । ସେହିଭଳି ରାଜସ୍ୱ ବଳକା, ରାଜ୍ୟ ସାମଗ୍ରିକ ଘରୋଇ ଉତ୍ପାଦର ୨.୫% ହେବ ବୋଲି ଆକଳନ କରାଯାଇଛି । ବିତ୍ତୀୟ ନିଅଣ୍ଟ ଘରୋଇ ଉତ୍ପାଦର ଧାର୍ଯ୍ୟ ଲକ୍ଷ୍ୟର ୩% ମଧ୍ୟରେ ସୀମିତ ରହିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି ।

ବଜେଟ୍ ରେ କୃଷି ଓ ଆନୁସଙ୍ଗିକ କ୍ଷେତ୍ର ପାଇଁ ବ୍ୟୟ ଅଟକଳ ୨୧, ୧୬୬ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି । ଶିକ୍ଷା ଓ ଦକ୍ଷତା କ୍ଷେତ୍ର ପାଇଁ ୨୭, ୩୨୪ କୋଟି, ସ୍ୱାସ୍ଥ୍ୟ କ୍ଷେତ୍ରରେ ୧୨,୬୨୪ କୋଟି, ବସୁଧା ଏବଂ ଜଳ ଜୀବନ ମିଶନ୍ ପ୍ରକଳ୍ପ ଅଧିନରେ ପାଇପ୍ ଯୋଗେ ପାନୀୟ ଜଳ ଯୋଗାଣ ପାଇଁ ୮,୩୮୯ କୋଟି ଟଙ୍କାର ପୁଞ୍ଜି ବିନିଯୋଗ ପ୍ରସ୍ତାବ ରହିଛି । ଏସସି/ଏସଟି ଙ୍କ ପାଇଁ ଚିହ୍ନିତ ଯୋଜନା ଦ୍ୱାରା କାର୍ଯ୍ୟକ୍ରମ ବ୍ୟୟ ମାଧ୍ୟମରେ ୩୨, ୫୯୬ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ପାଇଁ ୨୬୬୪ କୋଟି, କାଳିଆ ଯୋଜନାରେ ୧୮୭୪ କୋଟି, ମିଶନ ଶକ୍ତି କାର୍ଯ୍ୟକ୍ରମ ପାଇଁ ୨,୦୦୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

ରାଜ୍ୟ ବଜେଟ୍ ରେ ନୂଆ ପଦକ୍ଷେପଗୁଡ଼ିକ ହେଲା-

– ୧୦ ହଜାର କୋଟି ଟଙ୍କାର କର୍ପସ୍ ସହିତ ଏକ ବଜେଟ୍ ସ୍ଥିରୀକରଣ ପାଣ୍ଠି ପ୍ରତିଷ୍ଠା । ସମଗ୍ର ଦେଶରେ ଏଭଳି ପଦକ୍ଷେପ ପ୍ରଥମ ।
– ନୂତନ ଭାବେ ନିର୍ମିତ ମିଶନ ଶକ୍ତି ବିଭାଗ ପାଇଁ ୨,୦୦୦ କୋଟି ବ୍ୟୟବରାଦ
– ଠିକ୍ ସମୟରେ ମଂଜୁରୀ ପ୍ରଦାନ ପାଇଁ ମନରେଗା ରିଭଲଭିଂ ଫଣ୍ଡ୍ କର୍ପସ ଆକାରକୁ ୫୦୦ କୋଟିରୁ ୧୦୦୦ କୋଟିକୁ ବୃଦ୍ଧି
– ସଙ୍କଟକାଳୀନ ଶ୍ରମିକ ପ୍ରବାସ ରୋକିବା ପାଇଁ ମନରେଗାକୁ ରାଜ୍ୟ ସହାୟତା ଭାବରେ ୫୦୦ କୋଟି
– ନୂତନ ଯୋଜନା ଏସଆଇଡିବିଆଇ କ୍ଲଷ୍ଟର ବିକାଶ ପାଣ୍ଠି ଅଧୀନରେ ଏକ ନରମ ଋଣ ଭାବରେ ୨୭୦ କୋଟି ବ୍ୟୟବରାଦ
– ୫-ଟି ହାଇସ୍କୁଲ ରୂପାନ୍ତରୀକରଣ ଯୋଜନା ଅଧୀନରେ ୧୦୦ କୋଟି
– ଦୁର୍ଗମ ଅଞ୍ଚଳରେ ଅଣସଂଯୁକ୍ତ ଗ୍ରାମଗୁଡ଼ିକୁ ସଂଯୋଗ କରିବା ପାଇଁ ୧୫୦ କୋଟି
– ସଡ଼କ ସଂଯୋଗୀକରଣ ପାଇଁ ୧୫୦ କୋଟି
– ଚେକ୍ ଡ୍ୟାମ୍/ ବ୍ରିଜ୍ ନିର୍ମାଣ ପାଇଁ ୫୮ କୋଟି

ମୁଖ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟା: ବଜେଟ୍ କୁ ବିକାଶଶୀଳ ଓ ଲୋକାଭିମୁଖୀ ବୋଲି ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ କହିଛନ୍ତି, ବଜେଟ୍ ଆକାର ୨ ଲକ୍ଷ କୋଟିକୁ ବୃଦ୍ଧି ପାଇଥିବା ବେଳେ କେବଳ କାର୍ଯ୍ୟକ୍ରମ ଖର୍ଚ୍ଚର ପରିମାଣ ୧ ଲକ୍ଷ କୋଟି ରହିଛି । ବଜେଟ୍ ରେ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ସୁବିଧା, ଗୁଣାତ୍ମକ ଶିକ୍ଷା, ଜୀବନ ଜୀବିକା, ମହିଳା ସଶକ୍ତିକରଣ ଏବଂ ଭିତ୍ତିଭୂମି ବିକାଶକୁ ଗୁରୁତ୍ୱ ଦିଆଯାଇଛି । ପୁଞ୍ଜି ଖର୍ଚ୍ଚ ୫୬% ରୁ ଅଧିକ ବୃଦ୍ଧି ପାଇବା ଦ୍ୱାରା ଅଭିବୃଦ୍ଧି ହାର ଆହୁରି ବଢ଼ିବ । ସ୍ୱତନ୍ତ୍ର ଭାବେ ମିଶନ ଶକ୍ତି ପାଇଁ ୨୦୦୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଥିବାରୁ ୭୦ ଲକ୍ଷ ମହିଳା ଉପକୃତ ହେବେ । ବଜେଟ୍ ସ୍ଥିରୀକରଣ ପାଣ୍ଠି ଗଠନ ଦ୍ୱାରା ରାଜସ୍ୱ କ୍ଷତି ପ୍ରଶମନ ହୋଇପାରିବ । ବଜେଟ୍ ସମ୍ପୂର୍ଣ୍ଣ ଭାବେ ୫-ଟି ଏବଂ ମୋ ସରକାର ଆଧାରରେ ପ୍ରସ୍ତୁତ ହୋଇଛି ଏବଂ ଏହା ଜନସାଧାରଣଙ୍କ ଆକାଂକ୍ଷା ପୂରଣ କରିପାରିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି ।

ସୂଚନାଯୋଗ୍ୟ, ଆଜିଠାରୁ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି । ଦୁଇଟି ପର୍ଯ୍ୟାୟର ଏହି ଅଧିବେଶନରେ ସମୁଦାୟ ୨୪ ଟି କାର୍ଯ୍ୟଦିବସ ରହିଛି । ଆଜି ବଜେଟ୍ ଉପସ୍ଥାନ ହୋଇଛି ଏବଂ ଜୁଲାଇ ୨୯ରେ ବ୍ୟୟମଞ୍ଜୁରୀ ବିଲ୍ ଆଗତ ହେବ । ଅଗଷ୍ଟ ୪ ପର୍ଯ୍ୟନ୍ତ ବିଧାନସଭା ଚାଲିବାର କାର୍ଯ୍ୟକ୍ରମ ଅଛି ।

Previous Post

ଜୟ ଜଗନ୍ନାଥ

Next Post

ରାଗିଂ ଯୋଗୁଁ ଆତ୍ମହତ୍ୟା କଲେ ବିଜେବି କଲେଜ ଛାତ୍ରୀ

Next Post
ରାଗିଂ ଯୋଗୁଁ  ଆତ୍ମହତ୍ୟା କଲେ ବିଜେବି କଲେଜ ଛାତ୍ରୀ

ରାଗିଂ ଯୋଗୁଁ ଆତ୍ମହତ୍ୟା କଲେ ବିଜେବି କଲେଜ ଛାତ୍ରୀ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19161 shares
    Share 7664 Tweet 4790
  • ନବୀନ..ନବୀନ, ମୋହନ..ମୋହନ

    16597 shares
    Share 6639 Tweet 4149
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7296 shares
    Share 2918 Tweet 1824
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA