Tuesday, March 10, 2026 03:00 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଡକ୍ଟର କ୍ରିଷନ୍ କୁମାରଙ୍କୁ ଚାରିଧାମ ପ୍ରକଳ୍ପ ଦାୟିତ୍ୱ

by Our Correspondent
10 Feb, 2024- 12:45 AM
in Latest News, National, News
1 min read
0
ଡକ୍ଟର କ୍ରିଷନ୍ କୁମାରଙ୍କୁ ଚାରିଧାମ ପ୍ରକଳ୍ପ ଦାୟିତ୍ୱ

ନୂଆଦିଲ୍ଲୀ: କେନ୍ଦ୍ରୀୟ ଡେପୁଟେସନରେ ଥିବା ଓଡ଼ିଶା କ୍ୟାଡରର ଯୁବ ଆଇଏଏସ୍ ଅଫିସର ଡକ୍ଟର କ୍ରିଷନ୍ କୁମାରଙ୍କୁ ମିଳିଛି ବଡ଼ ଦାୟିତ୍ୱ । ଉତ୍ତରାଖଣ୍ଡ ଟନେଲ ଦୁର୍ଘଟଣା ପରେ ଜାତୀୟ ରାଜପଥ ବିକାଶ ନିଗମ (NHIDCL) ଦାୟିତ୍ୱ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଡକ୍ଟର କୁମାରଙ୍କୁ ଦେଇଛନ୍ତି । ତାଙ୍କୁ ଏନଏଚଆଇଡିସିଏଲର ପରିଚାଳନା ନିର୍ଦେଶକ ଭାବେ ଅବସ୍ଥାପିତ କରିଛନ୍ତି କେନ୍ଦ୍ର ସରକାର । ଡକ୍ଟର କ୍ରିଷନ୍ କୁମାରଙ୍କର ଓଡିଶା ବ୍ରିଜ ନିର୍ମାଣ ନିଗମ (OBCC) ଜରିଆରେ ରାଜ୍ୟରେ ବଡ଼ବଡ଼ ପ୍ରକଳ୍ପ କାର୍ଯ୍ୟକାରୀ କରିବା ଓ ସଫଳତାର ସହ ବାତ୍ୟା ଫାଇଲିନ ମୁକାବିଲାର ଅଭିଜ୍ଞତାକୁ ଦୃଷ୍ଟିରେ ରଖି ପିଏମଓ ତାଙ୍କୁ ଚାରିଧାମ ପ୍ରକଳ୍ପ ଦାୟିତ୍ୱ ଦେଇଛନ୍ତି ।

ଚାରିଧାମ ପ୍ରକଳ୍ପ କେନ୍ଦ୍ର ସରକାରଙ୍କ ଏକ ଉଚ୍ଚାଆକାକ୍ଷୀଂ ପ୍ରକଳ୍ପ । ଏହି ବୃହତ ଭିତ୍ତିଭୂମି ପ୍ରକଳ୍ପ ହିମାଳୟ ପାଦଦେଶରେ ଥିବା ଦେଶର ଚାରିଟି ପ୍ରମୁଖ ଧର୍ମୀୟସ୍ଥଳୀକୁ ସଂଯୋଗ କରିବ । ଏହି ପ୍ରକଳ୍ପ ଦ୍ୱାରା ଜମୁନୋତ୍ରୀ, ଗଂଗୋତ୍ରୀ, କେଦାରନାଥ ଓ ବଦ୍ରିନାଥକୁ ସଡକ ଭିତ୍ତିଭୂମିର ବିକାଶ କରାଯିବ । ଏଥିପାଇଁ ୧୨ ହଜାର କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି ।

ସିଲକ୍ୟାରା ବେଣ୍ଡ-ବାରକୋଟ ଟନେଲ କାର୍ଯ୍ୟ ବି ଏନଏଚଆଇଡିସିଏଲ ହାତକୁ ନେବ । ଗତ ନଭେମ୍ବର ୧୨ ତାରିଖରେ ନିର୍ମାଣଧୀନ ଏହି ଟନେଲର ଗୋଟେ ଅଂଶ ଭୁଶୁଡି ପଡିଥିଲା । ସେ ସମୟରେ ୪୧ ଜଣ ଶ୍ରମିକ ଫାଶିଯାଇଥିଲେ । ୧୬ ଦିନ ପରେ ସେମାନଙ୍କୁ ଉଦ୍ଧାର କରାଯାଇଥିଲା । ଏହି ଦୁର୍ଘଟଣା ଦେଶରେ ବୃହତ ଭିତ୍ତିଭୂମି ପ୍ରକଳ୍ପ ନିର୍ମାଣରେ ଥିବା ଚ୍ୟାଲେଞ୍ଜ ସାମ୍ନାକୁ ଆସିଥିଲା । ଏଭଳି ଏକ ମେଗା ପ୍ରକଳ୍ପକୁ କାର୍ଯ୍ୟକାରୀ କରିବାକୁ ଏନଏଚଆଇଡିସିଏଲ ନିଜକୁ ରୂପାନ୍ତରଣ କରିବାର ଆବଶ୍ୟକତା ରହିଛି ।

ସେହିଭଳି ଆଗାମୀ ଦିନରେ ଏନଏଚଆଇଡିସିଏଲ ଯୋଜିଲ୍ଲା ଟନେଲ ପ୍ରକଳ୍ପକୁ ହାତକୁ ନେବ । ନିର୍ମାଣଧୀନ ଏହି ୯.୫ ମିଟର ଚଉଡା, ୭.୫୭ ମିଟର ଉଚ୍ଚ ଓ ୧୪.୨ କିଲୋମିଟର ଲମ୍ବା । ଘୋଡା ନାଳ ଢାଞ୍ଚାରେ ଏକକ ଟ୍ୟୁବ ଭଳି ଦୁଇ ଲେନ ବିଶିଷ୍ଟ ଏହି ଟନେଲ ସମୁଦ୍ର ଲେବୁଲରୁ ୧୧ ହଜାର ୫୭୫ ଫୁଟ ଉଚତାରେ ନିର୍ମାଣ କରାଯାଉଛି । ଏହା କାଶ୍ମୀରର ଗଣ୍ଡେର୍ବାଲ ଓ କାର୍ଗିଲର ଦ୍ରାସ ସହରକୁ ସଂଯୋଗ କରିବ । ଯୋଜିଲ୍ଲା ଟନେଲ ଚାଇନା ସୀମା ନିକଟବର୍ତ୍ତୀ ଦେଇ ଯିବ। ଏହାଦ୍ୱାରା ସେନା ଏବଂ ଶ୍ରୀନଗର ଓ ଲେହ ଲୋକଙ୍କୁ ବର୍ଷତମାମ ଗମନାଗମନ ସୁବିଧା ଯୋଗାଇବ ।

ଏଥିସହିତ ଏନଏଚଆଇଡିସିଏଲ ଆସାମ ମେଘାଳୟ ସେତୁ ପ୍ରକଳ୍ପର କାର୍ଯ୍ୟକାରିତା ଦାୟିତ୍ୱ ମଧ୍ୟ ହାତକୁ ନେବ । ବ୍ରହ୍ମପୁତ୍ର ନଦୀ ଉପରେ ନିର୍ମାଣ ହେବାକୁ ଥିବା ଏହି ୧୯.୨୮ କିଲୋମିଟର ଲମ୍ବା ସେତୁ ଆସାମର ଉତ୍ତରରେ ଥିବା ଧୁବ୍ରି ଓ ମେଘାଳୟର ଦକ୍ଷିଣରେ ଥିବା ଫୁଲବାରୀକୁ ସଂଯୋଗ କରିବ । ଏହା ଜାତୀୟ ରାଜପଥ ୧୨୭(ବି)ର ଏକ ଅଂଶ । ଏହା ଦେଶର ସବୁଠାରୁ ଲମ୍ବା ସେତୁ ।

ଏନଏଚଆଇଡିସିଏଲ ଦେଶର ବିଭିନ୍ନ ରାଜ୍ୟର ୧୩ ଟି ସମ୍ବେଦନଶୀଳ ସ୍ଥାନରେ ଜାତୀୟ ରାଜପଥ ପ୍ରକଳ୍ପ ନିର୍ମାଣର ଦାୟିତ୍ୱ ବହନ କରିବ । ଆଣ୍ଡାମାନ ନିକୋବର, ଅରୁଣ।ଚଳ ପ୍ରଦେଶ, ଆସାମ, ଜମ୍ମୁ କାଶ୍ମୀର, ଲଦାଖ, ମଣିପୁର, ମେଘାଳୟ, ମିଜୋରାମ, ନାଗାଲାଣ୍ଡ, ସିକିମ, ପଶ୍ଚିମବଙ୍ଗ, ତ୍ରିପୁରା ଓ ଉତ୍ତରାଖଣ୍ଡର ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ କାର୍ଯ୍ୟକାରୀ କରିବ ଏନଏଚଆଇଡିସିଏଲ ।

Previous Post

ସୁଜ୍ଞାନ କୁମାରୀ ଅସୁସ୍ଥ, ଭେଟିବାକୁ ଚେନ୍ନାଇ ଗଲେ ମୁଖ୍ୟମନ୍ତ୍ରୀ

Next Post

ପରଲୋକରେ ଭି.ସୁଜ୍ଞାନୀ କୁମାରୀ ଦେଓ

Next Post
ପରଲୋକରେ ଭି.ସୁଜ୍ଞାନୀ କୁମାରୀ ଦେଓ

ପରଲୋକରେ ଭି.ସୁଜ୍ଞାନୀ କୁମାରୀ ଦେଓ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19163 shares
    Share 7665 Tweet 4791
  • ନବୀନ..ନବୀନ, ମୋହନ..ମୋହନ

    16599 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA