Monday, March 30, 2026 04:35 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ହ୍ୱିଲ୍ ଚେୟାରରେ ପରୀକ୍ଷା ଦେଇ ଓଏଏସ୍ ଟପ୍ପର

ସୁଦେବ ପୃଷ୍ଟି ପ୍ରଥମ, ସୁଚିସ୍ମିତା ପାଣିଗ୍ରାହୀ ଦ୍ୱିତୀୟ

by Our Correspondent
31 Jul, 2023- 08:39 PM
in Latest News, News
1 min read
0
ହ୍ୱିଲ୍ ଚେୟାରରେ ପରୀକ୍ଷା ଦେଇ ଓଏଏସ୍ ଟପ୍ପର

ଭୁବନେଶ୍ୱର: ଓଡ଼ିଶା ସିଭିଲ୍ ସର୍ଭିସ୍(୨୦୨୧) ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି । ଏଥିରେ ସମୁଦାୟ ୪୩୨ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୧୬୪ ଜଣ ଝିଅ ଅଛନ୍ତି । ପ୍ରଥମ ୧୦ ଜଣରେ ୫ ଜଣ ଝିଅ ଅଛନ୍ତି ।

କେନ୍ଦୁଝର ଜିଲ୍ଲାର ସୁଦେବ କୁମାର ପୃଷ୍ଟି ପରୀକ୍ଷାରେ ଟପ୍ପର ହୋଇଛନ୍ତି । ଦ୍ୱିତୀୟ ସ୍ଥାନରେ ଅଛନ୍ତି କନ୍ଧମାଳର ସୁଚିସ୍ମିତା ପାଣିଗ୍ରାହୀ । ତୃତୀୟରେ ପ୍ରଣବ ରଂଜନ ସାହୁ, ଚତୁର୍ଥରେ ବୈଶାଖୀ ଲେଙ୍କା, ପଞ୍ଚମରେ ଶ୍ୱେତଲିନା ମାହାନା, ଷଷ୍ଠରେ ଅଗ୍ନିଜା ଶିବଦତ୍ତା, ସପ୍ତମରେ ସନ୍ତୋଷ କୁମାର ପାତ୍ର, ଅଷ୍ଟମରେ ମୀମାଂସା ସାହୁ, ନବମରେ ବିନ୍ଦୁ ବଳୟ ରାଉତରାୟ ଏବଂ ଦଶମ ସ୍ଥାନରେ ସୌମ୍ୟରଂଜନ ମହାପାତ୍ର ଅଛନ୍ତି ।

ପଛକୁ ପଛ ଅଛନ୍ତି ସଂଗ୍ରାମ ମିଶ୍ର(୧୧), ଜୟଜିତ୍ ଧଳ(୧୨), ସୌମ୍ୟ ଶୁଭମ୍ ପାଣି(୧୩), ମଧୁସ୍ମିତା ସାମଲ(୧୪), ସ୍ୱାଗତିକା ମହାନ୍ତି(୧୫), ସୁମନ ଘୋଷ(୧୬), ଦେବସ୍ମିତ ମଲ୍ଲିକ(୧୭), ପ୍ରତୀକ କର(୧୮), ଲିପ୍ସା ଭାରତୀ(୧୯), ଭର୍ତ୍ତୃହରି ଭୂୟାଁ(୨୦) ।

ଟପ୍ କରିଥିବା ସୁଦେବ କୁମାର ପୃଷ୍ଟିଙ୍କ ଘର କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ୍ ଅନ୍ତର୍ଗତ ଟାଙ୍ଗିରିପଡ଼ା ଗାଁରେ । ସେ ବାୟୁସେନା ଚାକିରିରେ ଥାଇ ଓସିଏସ୍ ପରୀକ୍ଷା ଦେଇଥିଲେ । ସେହିଭଳି ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ସୁଚିସ୍ମିତା ପାଣିଗ୍ରାହୀଙ୍କ ଘର କନ୍ଧମାଳ ଜିଲ୍ଲା ଟିକାବାଲିରେ । ଓଡିଶା ଏଜୁକେସନ୍ ସର୍ଭିସ୍(ଓଇଏସ୍) ପରୀକ୍ଷାରେ କୃତକାର୍ଯ୍ୟ ହୋଇ ଦେଢ଼ମାସ ତଳେ ସେ ଭୁବନେଶ୍ୱରର ଏକ ହାଇସ୍କୁଲରେ ପ୍ରଧାନଶିକ୍ଷକ ଭାବେ ନିଯୁକ୍ତି ପାଇଛନ୍ତି । ଏବେ ଓସିଏସ୍ ପରୀକ୍ଷାରେ ତାଙ୍କର ସଫଳତା କାହାଣୀ ସମସ୍ତଙ୍କୁ ଚମକେଇ ଦେଇଛି ।

ଓସିଏସ୍ ସାକ୍ଷାତକାର ପରୀକ୍ଷାର ଠିକ୍ ୬ ଦିନ ପୂର୍ବରୁ ଜୁଲାଇ ୧୨ ତାରିଖରେ ଏକ ଭୟଙ୍କର ଦୁର୍ଘଟଣାର ଶିକାର ହୋଇଥିଲେ ସୁଚିସ୍ମିତା । ଦୁର୍ଘଟଣାରେ ତାଙ୍କର ହାତଗୋଡ଼ ଭାଙ୍ଗି ଯାଇଥିଲା । ହାତଗୋଡ ପ୍ଲାଷ୍ଟର୍ ହୋଇ ମେଡିକାଲ୍ ରେ ଥିବାରୁ ସେ ପରୀକ୍ଷା ଦେଇପାରିବା ନେଇ ଅନିଶ୍ଚିତତାରେ ଥିଲେ । ମାତ୍ର ନିଜର ଦୃଢ଼ ଆତ୍ମବିଶ୍ୱାସ ତାଙ୍କୁ ଅଟକାଇ ପାରି ନ ଥିଲା । ହ୍ୱିଲ୍ ଚେୟାରରେ ବସି ସାକ୍ଷାତକାର ପରୀକ୍ଷା ଦେବାକୁ ଯାଇଥିଲେ । ସେଥିରେ ଖାଲି ସଫଳତା ପାଇନାହାନ୍ତି । ସମଗ୍ର ରାଜ୍ୟରେ ଦ୍ୱିତୀୟ ସ୍ଥାନ ଅଧିକାର କରି ଅନ୍ୟମାନଙ୍କ ପାଇଁ ପ୍ରେରଣା ହୋଇଛନ୍ତି ।

ସୂଚନାଯୋଗ୍ୟ, ୨୦୨୧-୨୨ ଓସିଏସ୍ ପ୍ରିଲିମ୍ ପାଇଁ ପ୍ରାୟ ୭୦ ହଜାର ଆଶାୟୀ ପରୀକ୍ଷା ଦେଇଥିଲେ । ମେନ୍ ପରୀକ୍ଷା ପାଇଁ ୫ ହଜାର ମନୋନୀତ ହୋଇଥିଲେ । ସାକ୍ଷାତକାର ପରୀକ୍ଷା ପାଇଁ ପ୍ରାୟ ୮୦୦ ପରୀକ୍ଷାର୍ଥୀ ମନୋନୀତ ହୋଇଥିଲେ । ମେନ୍ ପରୀକ୍ଷା ୨୦୨୧ ଫେବ୍ରୁଆରୀ ରୁ ଆରମ୍ଭ ହୋଇ ୨୦୨୩ ମାର୍ଚ୍ଚ ୧୮ ତାରିଖରେ ଶେଷ ହୋଇଥିଲା । ସାକ୍ଷାତକାର ପରୀକ୍ଷା ଜୁଲାଇ ୧୫ରୁ ଜୁଲାଇ ୨୫ ଯାଏଁ ହୋଇଥିଲା ।

Previous Post

ୟୁରୋପ୍‌ର ସର୍ବୋଚ୍ଚ ଶୃଙ୍ଗ ଚଢ଼ିବେ ନୟାଗଡ଼ର ସୌଭାଗ୍ୟ

Next Post

ଓଏଏସ୍ ପାଇଲେ କିସ୍‍ର ୩ ଛାତ୍ର

Next Post
ଓଏଏସ୍ ପାଇଲେ କିସ୍‍ର ୩ ଛାତ୍ର

ଓଏଏସ୍ ପାଇଲେ କିସ୍‍ର ୩ ଛାତ୍ର

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19176 shares
    Share 7670 Tweet 4794
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5814 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA