Tuesday, February 24, 2026 11:25 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଶ୍ରୀକ୍ଷେତ୍ରରୁ ବଳ ଗୋଟାଉଛି ବିଜେପି

ବଙ୍ଗଳା ଷ୍ଟାଇଲରେ ଲଢ଼ିବାକୁ ଯୋଜନା!

by Our Correspondent
14 Sep, 2022- 08:57 PM
in Latest News, News
1 min read
0
ଶ୍ରୀକ୍ଷେତ୍ରରୁ ବଳ ଗୋଟାଉଛି ବିଜେପି

ଭୁବନେଶ୍ୱର: ସାଢ଼େ ୩ ବର୍ଷର ଶିଥିଳତା ପରେ ରାଜ୍ୟ ବିଜେପି ଶିବିର ଏବେ ଚଳଚଞ୍ଚଳ । ସଂଗଠନ ସଜାଡ଼ିବା ସହ ୨୦୨୪ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତି ଆରମ୍ଭ ହୋଇଛି । ଅମିତ ଶାହାଙ୍କ ଓଡ଼ିଶା ଗସ୍ତ ଏବଂ ସୁନୀଲ ବଂଶଲଙ୍କ ଦାୟିତ୍ୱ ଗ୍ରହଣ ପରେ ଦଳୀୟ ନେତାଙ୍କ ଭିତରେ ଜୋସ୍ ଦେଖିବାକୁ ମିଳିଛି । ପୁରୀଠାରେ ତିନି ଦିନିଆ ପ୍ରାଦେଶିକ ପ୍ରଶିକ୍ଷଣ ଶିବିରରେ ଯୋଗଦେଇଥିବା ନେତାମାନେ ମିଡିଆରେ ଧୂଆଁଧାର ବୟାନବାଜି କରି କର୍ମୀଙ୍କୁ ଉତ୍ସାହିତ କରୁଛନ୍ତି । ପଶ୍ଚିମବଙ୍ଗ ଷ୍ଟାଇଲରେ ଏଥର ଓଡ଼ିଶାରେ ନିର୍ବାଚନ ଲଢ଼ିବାକୁ ବିଜେପି କୁଆଡ଼େ ଯୋଜନା କରୁଛି ।

ଗତ ସାଧାରଣ ନିର୍ବାଚନରେ ବିଜେପିର ମିଶନ ଥିଲା ୧୨୦ ପ୍ଲସ୍ । ଅର୍ଥାତ ବିଧାନସଭାରେ ୧୨୦ ରୁ ଅଧିକ ଆସନରେ ବିଜୟୀ ହୋଇ ଓଡ଼ିଶାରେ ସରକାର ଗଢ଼ିବାକୁ ଦମ୍ଭ ଦେଖାଇଥିଲା । ଦୁଇ ବର୍ଷ ଧରି ମିଶନ ୧୨୦ ପ୍ଲସ୍ ର ନାରା ଜୋର୍ ଚାଲିଲା । ନିଜେ ଅମିତ୍ ଶାହ ଏହି ନାରା ଧରି ଓଡ଼ିଶାରେ ପ୍ରବଳ କମ୍ପମାନ କରିଥିଲେ । ନବୀନ ପଟ୍ଟନାୟକ ଓ ତାଙ୍କ ବିଜେଡ଼ିକୁ ସମୁଦ୍ରରେ ଫିଙ୍ଗିଦେବାକୁ ଆହ୍ୱାନ ଦେଇଥିଲେ ।

ଏହାକୁ ନେଇ ସାରା ରାଜ୍ୟରେ ବିଜେପିର ନେତା ଓ କର୍ମୀମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଓ ଉଦ୍ଦୀପନା ଦେଖିବାକୁ ମିଳିଥିଲା । ମାତ୍ର ‘ଅପରେସନ୍ ସକ୍ସେସ୍, ପେସେଣ୍ଟ ଡେଡ୍’ ଭଳି ଭୋଟରଙ୍କ ଉପରେ ତାହାର ପ୍ରଭାବ ପଡ଼ିଲା ନାହିଁ । ମାତ୍ର ୨୩ ଟି ବିଧାନସଭା ଆସନ ପାଇବାକୁ ବିଜେପି ସକ୍ଷମ ହେଲା । ପ୍ରବଳ ମୋଦି ହାୱା ଯୋଗୁଁ ୮ ଟି ଲୋକସଭା ଆସନରେ ଅବଶ୍ୟ ଜିତିଲା ।

ତେବେ ୨୦୧୯ ବିଧାନସଭା ନିର୍ବାଚନରେ ଦଳର ନୈରାଶ୍ୟଜନକ ପ୍ରଦର୍ଶନ ପାଇଁ ଆତ୍ମସମୀକ୍ଷା ହେଲା ନାହିଁ କି ସଂଗଠନ କ୍ରିୟାଶୀଳ ଏବଂ ମଜବୁତ କରିବାକୁ ଉଦ୍ୟମ ହେଲା ନାହିଁ । ବରଂ ବିଜେଡି ସରକାର ବିରୋଧରେ ବିଜେପି ହତିଆର ଆଉ ସଶକ୍ତ ହେଲାନାହିଁ । ସଂଗଠନ ପ୍ରତି ନେତୃତ୍ୱ ପୂର୍ବଭଳି ଦୃଷ୍ଟି ଦେଲେନାହିଁ ।

ଫଳରେ ସଂଗଠନ ସ୍ଥାଣୁ ଅବସ୍ଥାକୁ ଚାଲି ଆସିଥିବା କୁହାଯାଉଛି । ବିଜେପି-ବିଜେଡି ମଧ୍ୟରେ ଭିତିରି ବୁଝାମଣା ହୋଇଯାଇଛି ବୋଲି ଓଲଟି ଲୋକଙ୍କ ବିଶ୍ୱାସ ବଢ଼ିଛି । ଏଥିରେ ଶକ୍ତିଶାଳୀ ଏବଂ ସୁସଂଗଠିତ ବିଜେଡିର କ୍ଷତି ହୋଇନି । ବିଜେପିର କ୍ଷତି ହୋଇଛି ବୋଲି କୁହାଯିବ ।

ଇତିମଧ୍ୟରେ ଏମିତି ପାଖାପାଖି ସାଢ଼େ ତିନି ବର୍ଷ ଚାଲିଗଲାଣି । ବିଜେପିର କାର୍ଯ୍ୟକ୍ରମ ଭୁବନେଶ୍ୱର ପାର୍ଟି ଅଫିସ୍ ଏବଂ ପ୍ରେସମିଟ୍ ରେ ସୀମିତ ରହିଯାଇଛି । ସଂଗଠନ ପ୍ରତି ଦୃଷ୍ଟି ଦିଆଯାଇନାହିଁ । ବରଂ ଦଳରେ ଗୋଷ୍ଠୀ ବିବାଦ ପ୍ରବଳ ହୋଇଛି । ଦଳରେ ମୁଖ୍ୟମନ୍ତ୍ରୀ ଦାବିଦାରଙ୍କ ସଂଖ୍ୟା ବଢ଼ିଚାଲିଛି ।

ଏବେ ନିର୍ବାଚନ ଆଉ ଦୁଇବର୍ଷରୁ କମ୍ ଥିବା ବେଳେ ନେତୃତ୍ୱର ଚେତା ପଶିଛି । ନିର୍ବାଚନ ସଜବାଜ ଆରମ୍ଭ ହୋଇଛି । ନିକଟରେ ଅମିତ ଶାହା ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମରୁ ଏହାର ଶୁଭାରମ୍ଭ ହୋଇଛି । ଦଳୀୟ ସଂଗଠନ ମଜବୁତ କରିବା, କେନ୍ଦ୍ରୀୟ ଯୋଜନା ସମ୍ପର୍କରେ ଲୋକଙ୍କୁ ଭଲ ଭାବେ ଅବଗତ କରାଇବା ଏବଂ ରାଜ୍ୟ ସରକାରଙ୍କ ବିଫଳତାକୁ ଭଲ ଭାବେ ପ୍ରଚାର କରିବାକୁ ରଣନୀତି ତିଆରି ହେଉଛି । ସୁନୀଲ ବଂଶଲଙ୍କୁ ଓଡ଼ିଶା ଦାୟିତ୍ୱ ଦେଇ ସଂଗଠନକୁ କ୍ରିୟାଶୀଳ କରିବାକୁ ଯୋଜନା ହୋଇଛି ।

ଏହିକ୍ରମରେ ପୁରୀରେ ତିନିଦିନିଆ ପ୍ରାଦେଶିକ ପ୍ରଶିକ୍ଷଣ ଶିବିର ଚାଲିଛି । ତେବେ ନେତାମାନେ ନଈ ନ ଦେଖୁଣୁ ଲଙ୍ଗଳା ହୋଇଗଲେଣି । ଅର୍ଥାତ ଦଳର ସ୍ଥିତି ପରଖିବା ଆଗରୁ ପୁଣି ମିଶନ୍ ୧୨୦ ପ୍ଲସ୍ ନାରାରେ କମ୍ପାଇଲେଣି । ତୃଣମୂଳସ୍ତରରେ ସ୍ଥିତି ନ ଦେଖି ୧୨୦ ପର ବିଧାନସଭା ଆସନ ଏବଂ ୧୬ ଲୋକସଭା ଆସନ ପାଇବେ ବୋଲି ଦମ୍ଭ ମାରିଲେଣି । ଅମିତ ଶାହାଙ୍କର ପୁରୁଣା ବୟାନର ନୂଆ ସଂସ୍କରଣ ବିଜେଡିକୁ ପୁରୀ ବେଳାଭୂମିରେ ପୋତି ଦିଆଯିବ ବୋଲି ଜୁଏଲ୍ ଓରାମ୍ ଧମକ ଦେବା ତାହାର ଏକ ଉଦାହରଣ ।

ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ କହିଛନ୍ତି, ଏଥର ଓଡ଼ିଶାରେ ପଶ୍ଚିମବଙ୍ଗ ଷ୍ଟାଇଲ୍ ରେ ବିଜେପି ନିର୍ବାଚନ ଲଢ଼ିବ । ଏଥିପାଇଁ ରଣନୀତି ପ୍ରସ୍ତୁତ ହେଉଥିବା ସେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଅର୍ଥାତ୍ ବିଜେପି ପାଇଁ ଏଥର କର ବ । ମର ପରିସ୍ଥିତି ବୋଲି ସେ ସୂଚାଇ ଦେଇଛନ୍ତି ।

ତେବେ ବିଜେପିର ଏହି ପ୍ରଶିକ୍ଷଣ ଶିବିରରୁ ନେତା ଓ କର୍ମୀମାନେ କେତେ ବଳ ପାଉଛନ୍ତି ତାହା ଆଗାମୀ ଦିନରେ ଜଣାପଡ଼ିବ । କାରଣ ହୋଟେଲରେ ବସି ପ୍ରଶିକ୍ଷଣ ଶିବିର କଲେ କି ପାର୍ଟି ଅଫିସରେ ପ୍ରେସମିଟ୍ କରିଦେଲେ ଲୋକମାନେ ବିଜେପିକୁ ଭୋଟ ଦେବେନି । ଗତ ନିର୍ବାଚନରୁ ବିଜେପି ଏହା ଶିଖିବା କଥା ।

ବିଜେପି ୩୭ ହଜାର ବୁଥ୍ ରୁ ସଂଗଠନକୁ କ୍ରିୟାଶୀଳ କରିବା ସହ ଲୋକଙ୍କ ସାଙ୍ଗରେ ସମ୍ପର୍କ ଯୋଡିଲେ ଯାଇ ମିଶନ ୧୨୦ ପ୍ଲସ୍ ଦମ୍ଭ ମାରିବା ଠିକ୍ ହେବ । ନହେଲେ ବିଜେପି ନେତାଙ୍କର ଏହା ଫମ୍ପା ବାଣ ବୋଲି ପୁଣିଥରେ ପ୍ରମାଣିତ ହେବ ଏବଂ ଲୋକହସା ହେବାକୁ ପଡ଼ିବ ବୋଲି ଦଳର ଜଣେ ବରିଷ୍ଠ ନେତା ସ୍ୱୀକାର କରିଛନ୍ତି ।

ସେ ଯାହା ହେଉ, ବିଜେପିର କାର୍ଯ୍ୟକ୍ରମକୁ ନେଇ ବିଜେଡି ଶିବିର ବି ଅଧିକ କ୍ରିୟାଶୀଳ ହୋଇଛି । ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ ଯାତ୍ରାକୁ ନେଇ ଉତ୍ସାହିତ କଂଗ୍ରେସ ବି ଏଠି ଡବଲ୍ ଉତ୍ସାହିତ ହୋଇଛି । ତେବେ ବିଜେପି ନେତାଙ୍କ ବୟାନକୁ ବିଜେଡି କଟାକ୍ଷ କରିଛି । ବିଜେପି ଏଠି ସରକାର ଗଢ଼ିବାର ଦିବାସ୍ୱପ୍ନ ଦେଖୁଛି ବୋଲି ବିଜେଡି ନେତା କହିଛନ୍ତି ।

ସୂଚନାଥାଉକି, ପୁରୀରେ ଅନୁଷ୍ଠିତ ପ୍ରଶିକ୍ଷଣ ଶିବିର ଆସନ୍ତାକାଲି ଉଦଯାପିତ ହେବ । ଦଳର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ(ସଂଗଠନ) ବି.ଏଲ.ସନ୍ତୋଷ ଯୋଗଦେଇ ରାଜ୍ୟ ନେତୃତ୍ୱଙ୍କୁ ସମ୍ବୋଧିତ କରିବେ । ଆସନ୍ତା ୨୯ ଓ ୩୦ ତାରିଖରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା ଓଡ଼ିଶା ଗସ୍ତରେ ଆସୁଛନ୍ତି ।

Previous Post

ଶାଳିନୀ ପଣ୍ଡିତ ସ୍ୱାସ୍ଥ୍ୟ ସଚିବ

Next Post

ସମବାୟ ମନ୍ତ୍ରୀଙ୍କ ଅଚାନକ ପରିଦର୍ଶନ

Next Post
ସମବାୟ ମନ୍ତ୍ରୀଙ୍କ ଅଚାନକ ପରିଦର୍ଶନ

ସମବାୟ ମନ୍ତ୍ରୀଙ୍କ ଅଚାନକ ପରିଦର୍ଶନ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19161 shares
    Share 7664 Tweet 4790
  • ନବୀନ..ନବୀନ, ମୋହନ..ମୋହନ

    16597 shares
    Share 6639 Tweet 4149
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7296 shares
    Share 2918 Tweet 1824
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA