Sunday, February 22, 2026 05:51 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Crime

ପୁରୀରେ ବି ଜମି ହଡ଼ପ କରିଛନ୍ତି ପଣ୍ଡା ଦମ୍ପତ୍ତି !

by Our Correspondent
12 Nov, 2020- 07:50 PM
in Crime, Latest News, News
1 min read
0
ପୁରୀରେ ବି ଜମି ହଡ଼ପ କରିଛନ୍ତି ପଣ୍ଡା ଦମ୍ପତ୍ତି !

ଭୁବନେଶ୍ୱର: ଖାଲି ସାରୁଅ ନୁହେଁ, ପୁରୀରେ ବି ଜମି ହଡ଼ପ କରିଛନ୍ତି ଜାଗୀ ଓ ବୈଜୟନ୍ତ ପଣ୍ଡା । ସାରୁଅରେ ଦଳିତଙ୍କ ବେଆଇନ ଜମି ହଡ଼ପ କାର୍ଯ୍ୟରେ ପଣ୍ଡା କମ୍ପାନୀର ମୋହରା ହୋଇଥିବା ନିରୀହ ରବୀନ୍ଦ୍ର ସେଠୀ ଆଜି ଏକ ଭିଡ଼ିଓ ବୟାନରେ ଏହି ଚାଞ୍ଚଲ୍ୟକର ତଥ୍ୟ ଦେଇଛନ୍ତି । ସାରୁଅ ଭଳି ପୁରୀରେ ବି ବେଆଇନ ଜମି ହଡ଼ପ କାର୍ଯ୍ୟରେ ତାଙ୍କୁ ବ୍ୟବହାର କରିଥିବା ଏବେ ସେ ଜାଣିବାକୁ ପାଇଛନ୍ତି । ଦଳିତଙ୍କ ଜମିକୁ ଶାଗମାଛ ଦରରେ କିଣିଥିବା ଜାଗୀ ଓ ବୈଜୟନ୍ତଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ ବୋଲି ପ୍ରଶ୍ନ କରିଛନ୍ତି ଶ୍ରୀ ସେଠୀ ।

ରବୀନ୍ଦ୍ର ସେଠୀଙ୍କ ବୟାନ

୨୦୦୧ ରୁ ୨୦୧୭ ଯାଏଁ ମୁଁ ଓରଟେଲରେ କାମ କରୁଥିଲି । ସେହି ସମୟରେ ମୋର ଦରମା ଥିଲା ୮ ହଜାର ଟଙ୍କା । ୨୦୧୦ ରେ ଓରଟେଲ ଅଧିକାରୀମାନେ ଖୋର୍ଦ୍ଧା ଜିଲ୍ଲାରେ ମୋ ନାଁରେ ଜମି କିଣିଥିଲେ । ସାରୁଅରେ ଦଳିତମାନଙ୍କ ନାଁରେ ଥିବା ଜମିସବୁ ମୋ ନାଁରେ କିଣିବାକୁ ବାଧ୍ୟ କରିଥିଲେ । ମୁଁ ତାଙ୍କ କଥାରେ ରାଜି ନ ହେବାରୁ ସେମାନେ ମୋତେ ଧମକାଇଥିଲେ । ଚାକିରି ଚାଲିଯିବାର ଭୟ ବି ଦେଖାଇଥିଲେ । ତାଙ୍କ ଡରରେ ସେମାନେ ଯେଉଁଠି କହିଲେ ମୁଁ ସେଠି ଦସ୍ତଖତ କରିଥିଲି । ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ମୁଁ ଏ ବିଷୟରେ ଅବଗତ କରାଇଛି । ସାରୁଅରେ ବେଆଇନ ଜମି କାରବାର ନେଇ ଲିଖିତ ଆକାରରେ ଜଣାଇଥିଲି । କାଲି ଜାଣିବାକୁ ପାଇଲି ମୋ ନାଁରେ ପୁରୀରେ ବି ଜାଗା କିଣାହୋଇଛି । ସେମାନେ କେତେବେଳେ କେମିତି ମୋ ନାଁରେ ଜମି କିଣିଛନ୍ତି ମୁଁ ଜାଣିନି । ପୂର୍ବରୁ ଅଭିଯୋଗ କରାଯାଇଥିବା ଜମି ଛଡ଼ା ଅନ୍ୟ ଜାଗାରେ ବି ମୋ ନାଁରେ ଜମି କିଣାହୋଇଛି । ଏବେ ଏସବୁ ଶୁଣି ମୁଁ ଭୟଭୀତ ଅବସ୍ଥାରେ ଅଛି । ମୁଁ ସରକାରଙ୍କୁ ଅନୁରୋଧ କରୁଛି କି ମୋ ନାଁରେ ଯେଉଁ ବେଆଇନ ଜମି କିଣାଯାଇଛି ସେସବୁ ଗରିବ ଓ ଦଳିତଙ୍କୁ ଫେରାଇ ଦିଆଯାଉ । ଜାଗୀ ପଣ୍ଡା ଓ ବୈଜୟନ୍ତ ପଣ୍ଡାଙ୍କୁ ମୁଁ ପ୍ରଶ୍ନ କରିବାକୁ ଚାହେଁ ଯେ ମୋ ଭଳି ନିରୀହଙ୍କୁୁ କାହିଁକି ଆପଣ ମୋହରା କଲେ । ଦଳିତଙ୍କ ଜମିକୁ ଶାଗମାଛ ଦରରେ କିଣିଥିବା ଏହି ଦୁଇ ମୁଖ୍ୟ ଅଭିଯୁକ୍ତଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ?

ଜାଗୀ, ବୈଜୟନ୍ତଙ୍କ ଭାଗ୍ୟ ହାଇକୋର୍ଟରେ

କ୍ରାଇବ୍ରାଞ୍ଚ ଗିରଫଦାରୀ ଏଡାଇବାକୁ ଜାଗୀ ଓ ବୈଜୟନ୍ତ ପଣ୍ଡା ଗତ ୫ ତାରିଖରେ ହାଇକୋର୍ଟରୁ ଅନ୍ତରୀଣ ସୁରକ୍ଷା ଆଣିଥିଲେ । ନଭେମ୍ବର ୧୨ ଅର୍ଥାତ୍ ଆଜି ତାରିଖ ପର୍ଯ୍ୟନ୍ତ ତାହା ବଳବତ୍ତର ଥିଲା । ତେବେ ସେମାନଙ୍କ ବିରୋଧରେ ମାମଲା ରଦ୍ଦ ପାଇଁ ହାଇକୋର୍ଟରେ ସେମାନଙ୍କର ଆବେଦନର ଶୁଣାଣି କାଲି ହେବାକୁ ଥିବାରୁ ରାୟ ନ ଆସିଲା ପର୍ଯ୍ୟନ୍ତ ସେମାନଙ୍କୁ ଗିରଫ କରାଯାଇପାରିବ ନାହିଁ । ରାୟ ସପକ୍ଷରେ ନଗଲେ ଯେ କୌଣସିସମୟରେ ଗିରଫ ହୋଇପାରନ୍ତି ।

Previous Post

ନବୀନଙ୍କ ଲୋକପ୍ରିୟତା, ବିଜେଡ଼ି ଶକ୍ତି ଆଗରେ ବିରୋଧୀ ଫିକା

Next Post

କଳାହାଣ୍ଡିରେ ବିକାଶ ନାଁରେ ବ୍ୟାପକ ହରିଲୁଟ୍ !

Next Post
କଳାହାଣ୍ଡିରେ ବିକାଶ ନାଁରେ ବ୍ୟାପକ ହରିଲୁଟ୍ !

କଳାହାଣ୍ଡିରେ ବିକାଶ ନାଁରେ ବ୍ୟାପକ ହରିଲୁଟ୍ !

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19161 shares
    Share 7664 Tweet 4790
  • ନବୀନ..ନବୀନ, ମୋହନ..ମୋହନ

    16597 shares
    Share 6639 Tweet 4149
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7296 shares
    Share 2918 Tweet 1824
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA