Tuesday, February 17, 2026 11:55 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ପରୀ ବାପାମାଆଙ୍କ ଆତ୍ମାହୁତି ଉଦ୍ୟମ ଥିଲା ଡ୍ରାମା !

ଗୁମର ଖୋଲିଲା ଭାଇରାଲ୍ ଭିଡ଼ିଓ

by Our Correspondent
09 Jan, 2021- 12:25 AM
in Latest News, News
1 min read
0
ପରୀ ବାପାମାଆଙ୍କ ଆତ୍ମାହୁତି ଉଦ୍ୟମ ଥିଲା ଡ୍ରାମା !

ଭୁବନେଶ୍ୱର: ରାଜନୈତିକ ଫନ୍ଦି ଫିକରରେ ୫ ବର୍ଷର ମୃତ କୁନିଝିଅ । ଦୁର୍ଭାଗ୍ୟ ଯେ ଖୋଦ୍ ବାପାମାଆଙ୍କୁ ଏଥିରେ ମୋହରା ବନାଯାଇଛି । ବହୁଚର୍ଚ୍ଚିିତ ନୟାଗଡ଼ ପରୀ ମୃତ୍ୟୁ ଘଟଣାର ଏଭଳି ଦୁଃଖଦ ଦିଗ ସାମନାକୁ ଆଣିଛି ଏକ ଭାଇରାଲ୍ ଭିଡ଼ିଓ । ବିଧାନସଭା ନିକଟରେ ଆତ୍ମାହୁତି ଉଦ୍ୟମ ଏକ ଡ୍ରାମା ଥିଲା ବୋଲି ପରୀର ବାପାମାଆଙ୍କ କଥାବାର୍ତ୍ତାରୁ ଶୁଣିବାକୁ ମିଳୁଛି । ଆହୁରି ସାଂଘାତିକ କଥା ହେଉଛି, ଗଣମାଧ୍ୟମରେ ଏସଆଇଟିର ତଦନ୍ତକୁ ପ୍ରଶ୍ନ କରି ଅଭିଯୁକ୍ତକୁ ନିଦେ୍ର୍ଦାଷ କହୁଥିବା ପରୀର ପରିଜନଙ୍କ ସନ୍ଦେହ ସେହି ଅଭିଯୁକ୍ତ ଉପରେ ପୂର୍ବରୁ ଥିଲା । ଭିଡ଼ିଓରେ ଏକଥା ସ୍ପଷ୍ଟ କୁହାଯାଉଛି ।

ଗତ ବୁଧବାର ଦିନ ନୟାଗଡ଼ର ତଥାକଥିତ ସମାଜସେବୀ ତଥା ସରପଞ୍ଚ ସୌମ୍ୟରଞ୍ଜନ ପ୍ରଧାନଙ୍କ ସହଯୋଗୀ କୁହାଯାଉଥିବା ଶ୍ରୀଧର ପ୍ରଧାନ ଯଦୁପୁରର ମୃତ ପରୀ ଘରେ ବାପା ଅଶୋକ ସାହୁ ଓ ମାଆ ସୈଦାମିନୀଙ୍କୁ ବସାଇ ଫେସ୍ ବୁକ୍ ଲାଇଭ୍ କରିବାକୁ ଯାଇଥିବା କୁହାଯାଉଛି । ନାବାଳକ ସରୋଜ ସେଠୀକୁ ସାବାଳକ ଦର୍ଶାଇଥିବା ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରାଙ୍କୁ ଗାଳି କରିବା ଥିଲା ଏହି ଫେସ୍ ବୁକ୍ ଲାଇଭ୍ ର ମୁଖ୍ୟ ଉଦ୍ଦେଶ୍ୟ । ତେବେ ସେମାନଙ୍କ ଅଜାଣତରେ ଲାଇଭ୍ ଓ ରେକଡିଂ ହୋଇଯାଇଥିଲା ‘ପରୀ’ ପାଇଁ ନ୍ୟାୟ ମାଗିବା ପଛର ସତ କାହାଣୀ । ଅବଶ୍ୟ, ୫ ମିନିଟ୍ ୫୮ ସେକେଣ୍ଡ୍ ର ଏହି ଭିଡ଼ିଓ ଟି ହଇଚଇ ସୃଷ୍ଟି କଲା ପରେ ଫେସବୁକ୍ ପେଜ୍ ରୁ ହଟାଇ ଦିଆଯାଇଛି ।

ଭିଡ଼ିଓରେ ଅଶୋକ, ସୌଦାମିନୀଙ୍କ ସହ ଶ୍ରୀଧର ମନଖୋଲା କଥାବାର୍ତ୍ତା ହେଉଛନ୍ତି । “ଆମର ସରୋଜ ଉପରେ ପ୍ରଥମରୁ ଡାଉଟ୍ ଥିଲା । ତଦନ୍ତ ବେଳେ ଗାଁ ସାରା ଲୋକ ସାମ୍ପଲ୍ ଦେଇଥିଲେ । ସରୋଜ କାହିଁକି ରଙ୍ଗ ଦେଖାଇଲା? ଅରୁଣ ବୋଥ୍ରାଙ୍କୁ ପିଟିବ ବୋଲି ଆଗୁଆ ଟିଭିରେ କାହିଁକି କହିଲା? ଏଣିକି ଟିଭିବାଲାଙ୍କୁ ଦେଖିକି ବାଇଟ୍ ଦେବାକୁ ହେବ । ଆମକୁ ଅର୍ଗସ୍, ଓଟିଭି ସାହାଯ୍ୟ କରିଛି । ତେଣୁ ଏହି ଦୁଇଟି ଟିଭିକୁ ଛାଡ଼ିଦେଲେ ଆଉ କାହାରିକୁ କିଛି କହିବାନି । ଓଟିଭି ପ୍ରଥମରୁ ନ ଥିଲା । ହେଲେ ବିଧାନସଭା ଆଗରେ ଆମ ଡ୍ରାମା ପରେ ଯାଇ ଓଟିଭି ଆସିଲା ।’
ତିନିହେଁ ବେଶ୍ ଖୁସିମନରେ କଥା ହେଉଥିବା ଭିଡ଼ିଓରେ ଦେଖିବାକୁ ମିଳୁଛି ।

ସୂଚନାଥାଉକି, ନଭେମ୍ବର ୨୪ ରେ ଅଶୋକ ଓ ସୌଦାମିନୀ ବିଧାନସଭା ସମ୍ମୁଖରେ ଆତ୍ମାହୁତି ଉଦ୍ୟମ କରିଥିଲେ । ଏହା ପୂର୍ବରୁ ସେମାନଙ୍କର ଏକ ଫଟୋ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହୋଇଥିଲା । ସେଥିରେ ପରୀର ବାପା ଅଶୋକଙ୍କ ସହ ଶ୍ରୀଧର ପ୍ରଧାନ (ଫଟୋରେ ଅଶୋକଙ୍କ ବାମପଟେ), ସରପଞ୍ଚ ସୌମ୍ୟରଂଜନ, ଏକ ୱେବ୍ ଚାନେଲ୍ ର ସାମ୍ବାଦିକ ଏହିଭଳି ମୋଟ ୮ ଜଣ ଚା ପିଉଥିଲେ ।
ଚା ଖଟିରେ ଏହି ମେଳି ଓ ପରବର୍ତ୍ତୀ ଘଟଣାକ୍ରମରୁ ପରୀ ମୃତ୍ୟୁ ଘଟଣାରୁ ରାଜନୈତିକ ଫାଇଦା ହାସଲ ପାଇଁ ଷଡ଼ଯନ୍ତ୍ର ରଚାଯାଇଥିବା ସାଧାରଣରେ ସନ୍ଦେହ ସୃଷ୍ଟି କରିଥିଲା । ଏବେ ସେହି ଶ୍ରୀଧର ପ୍ରଧାନ ପରୀର ବାପାମାଆଙ୍କ ସହିତ ଗପିଲା ବେଳେ ବିଧାନସଭା ଆଗରେ ଡ୍ରାମା କରାଯାଇଥିବା ଖାଲି କହୁନାହାନ୍ତି । ଏକଥା କହିଲା ବେଳେ ହସି ହସି ଗଡୁଛନ୍ତି ।

ପରୀ ମାମଲାକୁ ବିଜେପି ମୁଖ୍ୟ ରାଜନୈତିକ ଅସ୍ତ୍ର କରିବା, ସ୍ଥାନୀୟ ନେତ୍ରୀ ଇରାନୀ ରାୟ କର୍ମୀମାନଙ୍କୁ ଧରି ଦୀର୍ଘ ଦିନ ଧାରଣାରେ ବସିବା, ଧାରଣାରେ ପରୀର ବାପାମାଆ ସାମିଲ୍ ହେବା, ଏସଆଇଟି ତଦନ୍ତକୁ ସେମାନେ ଗ୍ରହଣ ନ କରିବା ଏବଂ ସର୍ବୋପରି ସରୋଜ ସେଠୀକୁ ଅଭିଯୁକ୍ତ ଭାବେ ଗ୍ରହଣ ନ କରିବା ରାଜନୈତିକ ଷଡ଼ଯନ୍ତ୍ରର ଅଂଶବିଶେଷ ବୋଲି ଅଭିଯୋଗ ହୋଇ ଆସୁଥିଲା ବେଳେ ଶ୍ରୀଧର ପ୍ରଧାନଙ୍କ ଦ୍ୱାରା ପ୍ରସ୍ତୁତ ଭିଡ଼ିଓ ଏହାକୁ ସତ ପ୍ରମାଣିତ କରିଛି ।

ସବୁଠାରୁ ଦୁଃଖର ବିଷୟ ହେଉଛି, ପରୀ ପାଇଁ ନ୍ୟାୟ ମାଗିବା ନାଁରେ ଏବେ ପରୀ ହତ୍ୟା ମୁଖ୍ୟ ଅଭିଯୁକ୍ତ ସରୋଜ ସେଠୀ ପାଇଁ ନ୍ୟାୟ ମଗାଯାଉଛି । ରାଜନୈତିକ କୁଟିଳ ଚକ୍ରାନ୍ତରେ ଖୋଦ୍ ପରୀର ବାପାମାଆ ମୋହରା ବନିଯିବା ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।

ନାର୍କୋ ଟେଷ୍ଟ ପାଇଁ ସରୋଜ ମନାକଲା

ଶୁକ୍ରବାର ଦିନ ଜୁଭେନାଇଲ୍ ଜଷ୍ଟିସ୍ ବୋର୍ଡରେ ହାଜର ହୋଇଥିବା ପରୀ ହତ୍ୟା ଅଭିଯୁକ୍ତ ନାର୍କୋ ଟେଷ୍ଟ ପାଇଁ ରାଜି ହୋଇନି । ଅଭିଯୁକ୍ତର ସହମତି ନ ମିଳିବାରୁ ତା’ର ନାର୍କୋ ଆନାଲିସସ ଟେଷ୍ଟ ପାଇଁ ବୋର୍ଡ ଅନୁମତି ଦେଇନାହାନ୍ତି ।

ଅଭିଯୁକ୍ତର ନାର୍କୋ ଆନାଲିସସ ଟେଷ୍ଟ ପାଇଁ ଗତ ୫ ତାରିଖରେ ଏସଆଇଟି ଆବେଦନ କରିଥିଲା । ମାତ୍ର ଅନୁମତି ନ ମିଳିବା ଏସଆଇଟି ପାଇଁ ବଡ଼ ଝଟକା ହୋଇଛି । ପରୀ ମୃତ୍ୟୁ ମାମଲାରେ ରାଜନୈତିକ ଷଡ଼ଯନ୍ତ୍ର ଥିବାରୁ ଅଭିଯୁକ୍ତ ପାଇଁ ମୁକୁଳିବାର ବାଟ ଫିଟିଯାଉଥିବା ଚର୍ଚ୍ଚା ହେଉଛି । ପରୀକୁ ନ୍ୟାୟ ଦେବା ପାଇଁ ଭାଷଣ ମାରୁଥିବା ବିରୋଧୀ ନେତା ଓଲଟି  ଅଭିଯୁକ୍ତକୁ ସୁରକ୍ଷା ଦେବାକୁ ତତ୍ପର ହେଉଥିବା ଦେଖିବାକୁ ମିଳୁଛି ।

Previous Post

ଗଠନ ହେଲା ସଂରକ୍ଷଣ କମିଟି

Next Post

୪ ସପ୍ତାହରେ ଚକାଚକ୍ ହେବ ବିନ୍ଦୁସାଗର

Next Post
୪ ସପ୍ତାହରେ ଚକାଚକ୍ ହେବ ବିନ୍ଦୁସାଗର

୪ ସପ୍ତାହରେ ଚକାଚକ୍ ହେବ ବିନ୍ଦୁସାଗର

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19161 shares
    Share 7664 Tweet 4790
  • ନବୀନ..ନବୀନ, ମୋହନ..ମୋହନ

    16597 shares
    Share 6639 Tweet 4149
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7296 shares
    Share 2918 Tweet 1824
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA