Wednesday, April 8, 2026 05:05 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଟିକାକେନ୍ଦ୍ରରେ ଫଟୋ ରାଜନୀତି

ମହାମାରୀ ବେଳେ କୁତ୍ସିତ ମାନସିକତା!

by Our Correspondent
21 Jun, 2021- 11:08 PM
in Latest News, News
1 min read
0
ଟିକାକେନ୍ଦ୍ରରେ ଫଟୋ ରାଜନୀତି

ଭୁବନେଶ୍ୱର: ମହାମାରୀ କରୋନା ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ନେଲାଣି । ନିଜର ଆତ୍ମୀୟ, ବନ୍ଧୁବାନ୍ଧବ, ପରିଚିତ ଲୋକଙ୍କୁ ହରାଇବାର ଦୁଃଖ ଚାରିଆଡେ ଛାଇ ହୋଇଯାଇଛି । ଲକଡାଉନ୍ ଯୋଗୁଁ ଲୋକମାନେ ଜୀବିକା ହରାଇ ଭୋକ ଉପାସରେ ଜୀବନ କାଟୁଛନ୍ତି । କୋଟି କୋଟି ସାଧାରଣ ଜନତାଙ୍କ ହୃଦୟରୁ କୋହ ଏବଂ ଆଖିରୁ ଲୁହ ଝରୁଛି । ଆଉ ଏଭଳି ଘଡ଼ିସନ୍ଧି ମୁହୁର୍ତ୍ତରେ କରୋନା ଟିକାର ଶ୍ରେୟ ପାଇଁ ଆଜି ଦେଖିବାକୁ ମିଳିଛି ନେତାଙ୍କ ହୀନମନ୍ୟତା, କୁତ୍ସିତ ମାନସିକତା ।

ଟିକାକରଣ କେନ୍ଦ୍ରଗୁଡ଼ିକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ପୋଷ୍ଟର୍ ଲାଗି ନ ଥିବାରୁ ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ବିଜେପି କର୍ମୀମାନେ ହଲାପଟା କରିଛନ୍ତି । ଟିକାକରଣ କେନ୍ଦ୍ରକୁ ମୋଦିଙ୍କ କଟଆଉଟ୍ ଧରି ଧସେଇ ପଶିଛନ୍ତି । ବାଲେଶ୍ୱର ଗାନ୍ଧୀ ସ୍ମୃତି ଭବନ ଟିକାକେନ୍ଦ୍ର ଆଗରେ ବିଜେପି ମହିଳା କର୍ମୀମାନେ ଦାୟିତ୍ୱରେ ଥିବା ଅଧିକାରୀମାନଙ୍କୁ ଠେଲାପେଲା କରିବାକୁ ବି ପଛାଇ ନାହାନ୍ତି । ବାଲେଶ୍ୱରଠାରୁ ରାୟଗଡ଼ା, ଜୟପୁର ପର୍ଯ୍ୟନ୍ତ ଏଭଳି ଲଜ୍ଜାଜନ ଦୃଶ୍ୟ ଦେଖିବାକୁ ମିଳିଛି ।

ମୋଟାମୋଟି ଭାବେ, ଟିକାକରଣ କେନ୍ଦ୍ରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫଟୋ ଲାଗିଥିବାରୁ ବିଜେପି ପ୍ରତିକ୍ରିୟାଶୀଳ ହୋଇପଡ଼ିଛି । ସେମାନଙ୍କ ଜିଦ୍ ମୋଦିଙ୍କ ଫଟୋ ଅଲବତ ଲାଗୁ । ମୋଦି ଲୋକଙ୍କୁ ମାଗଣାରେ ଟିକା ଦେଉଛନ୍ତି ବୋଲି ସେମାନଙ୍କର ଯୁକ୍ତି । ଏହା ମୋଦି ଟିକା ବୋଲି କହିବାରେ ସେମାନଙ୍କର ସଙ୍କୋଚ ନାହିଁ ।

ଅତଏବ, ଲୋକ ଠିକ୍ ରେ ଟିକା ପାଆନ୍ତୁ ନ ପାଆନ୍ତୁ ସେଥିପ୍ରତି ଧ୍ୟାନ ନ ଦେଇ ମୋଦିଙ୍କ ଫଟୋ କାହିଁକି ନାହିଁ ସେଥିପାଇଁ ହଙ୍ଗାମା କରିଛନ୍ତି ବିଜେପି ସମର୍ଥକ । ସେମାନଙ୍କର ଏଭଳି କାଣ୍ଡ ଯୋଗୁଁ ବିଭିନ୍ନ ଟିକାକରଣ କେନ୍ଦ୍ର ବାହାରେ ଉତ୍ତେଜନା କାରଣରୁ ଟିକାଦାନ ବ୍ୟାଘାତ ହୋଇଥିବା ଖବର ଆସିଛି ।

ସେପଟେ ଟିକାଦାନ କେନ୍ଦ୍ରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫଟୋ ରହିବାରେ କିଛି ଭୁଲ କି ଅସଙ୍ଗତି ନାହିଁ ବୋଲି ବିଜେଡ଼ି ନେତାମାନେ ଯୁକ୍ତି କରିଛନ୍ତି । ଟିକାଦାନ କେନ୍ଦ୍ରରେ ଲାଗିଥିବା ବ୍ୟାନରରେ ମୁଖ୍ୟମନ୍ତ୍ରୀ ଲୋକମାନଙ୍କୁ ଟିକାର ଦୁଇଟି ଯାକ ମାତ୍ରା ଠିକ୍ ସମୟରେ ନେବା ପାଇଁ ଅନୁରୋଧ କରିବା ସହ ଟିକା ହେବା ପରେ ମଧ୍ୟ କୋଭିଡ ନିୟମ ପାଳନ କରିବାକୁ ନିବେଦନ କରୁଛନ୍ତି । ରାଜ୍ୟବାସୀଙ୍କୁ ଏହି ମହାମାରୀ କବଳରୁ ରକ୍ଷା କରିବା ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ଏଭଳି ନିବେଦନ କରିବାରେ ଭୁଲ୍ କେଉଁଠି ରହିଲା ଏବଂ ଟିକାର ଶ୍ରେୟ ପ୍ରଶ୍ନ କେଉଁଠୁ ଆସିଲା ବୋଲି ସେମାନେ ପଚାରିଛନ୍ତି । ଏମିତିରେ, କେବଳ ଓଡ଼ିଶା କାହିଁକି ସାରା ଦେଶରେ ଟିକାକରଣ ଅଭିଯାନକୁ ନୂଆ ଦିଶା ଦେବା ପଛରେ ନବୀନବାବୁଙ୍କ ଉଦ୍ୟମକୁ ସମସ୍ତେ ପ୍ରଶଂସା କରୁଥିବା ସେମାନେ ଦର୍ଶାଇଛନ୍ତି । 

ତେବେ ବାହାବା ଉଦ୍ଦେଶ୍ୟରେ ଫଟୋକୁ ନେଇ ଏଭଳି ଟଣାଓଟରା କରୁଥିବା ବିଜେପିକୁ ସୋସିଆଲ୍ ମିଡ଼ିଆରେ ବେଶୀ ଟ୍ରୋଲ୍ ହୋଇଛି । ମହାମାରୀ ବେଳେ ଫଟୋ ରାଜନୀତିର ସୃଷ୍ଟିକର୍ତ୍ତା ହେଉଛି ବିଜେପି । ଟିକା ନେବା ପରେ ଆସୁଥିବା ସାର୍ଟିଫିକେଟ୍ ରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଫଟୋକୁ ନେଇ ସେମାନେ ପ୍ରଶ୍ନ କରିଛନ୍ତି । ଲୋକଙ୍କୁ ଦିଆଯାଉଥିବା ମାଗଣା ଟିକା, କେନ୍ଦ୍ର ସରକାର ଏବଂ ପ୍ରଧାନମନ୍ତ୍ରୀ ନିଜ ପକେଟରୁ ଦେଉନାହାନ୍ତି । ଏହା ହେଉଛି ସାଧାରଣ ଲୋକଙ୍କ ପଇସା । ଟିକା ପାଇଁ ପେଟ୍ରୋଲ୍ ଲିଟର ପିଛା ୧୦୦ ଟଙ୍କା ଗଣୁଛନ୍ତି । ତେଣୁ ଟିକା ସାର୍ଟିଫିକେଟରେ ମୋଦିଙ୍କ ଫଟୋ କାହିଁକି ରହିବ ବୋଲି ସେମାନଙ୍କର ଯୁକ୍ତି ।

ସେ ଯାହା ହେଉ, ମହାମାରୀ ବେଳେ ଏଭଳି ବାହାବା ରାଜନୀତିକୁ ବୁଦ୍ଧିଜୀବୀମହଲ ଘୃଣା କରିଛନ୍ତି । ବ୍ୟାପକ ଟିକାକରଣକୁ ପ୍ରାଧାନ୍ୟ ଦିଆଯାଇ ଘୃଣ୍ୟ ରାଜନୀତିକୁ ପ୍ରଶୟ ଦିଆ ନ ଯାଉ । ପ୍ରଧାନମନ୍ତ୍ରୀ କି ମୁଖ୍ୟମନ୍ତ୍ରୀ ନୁହଁନ୍ତି, ଟିକାର ଶ୍ରେୟ ପାଇଁ ଆମେ ସାଧାରଣ ଜନତା ହକଦାର । ତେଣୁ ରାଜନୈତିକ ଦଳର ଚେଲା ଚାମଣ୍ଡାମାନେ ସେଥିପାଇଁ ବ୍ୟସ୍ତ କି ବିବ୍ରତ ହେବାର ଆବଶ୍ୟକତା ନାହିଁ ବୋଲି ପରାମର୍ଶ ଦିଆଯାଇଛି ।

Previous Post

ଯୋଗ ପ୍ରତି ଭୁବନେଶ୍ୱରବାସୀଙ୍କ କମ ଆଗ୍ରହ

Next Post

ବିଜେପି ପାଇଁ ହେବ ବୁମେରାଂ !

Next Post
ବିଜେପି ପାଇଁ ହେବ ବୁମେରାଂ !

ବିଜେପି ପାଇଁ ହେବ ବୁମେରାଂ !

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19180 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5814 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA