Wednesday, March 11, 2026 06:59 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା: ଗୁଜବକୁ ଅସ୍ତ୍ର କଲେ ପ୍ରଧାନମନ୍ତ୍ରୀ

ସାମ୍ବାଦିକ ସମ୍ମିଳନୀ କରି ଜବାବ ଦେଲେ ମୁଖ୍ୟମନ୍ତ୍ରୀ

by Our Correspondent
29 May, 2024- 07:49 PM
in Latest News, News, Politics
1 min read
0
ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା: ଗୁଜବକୁ ଅସ୍ତ୍ର କଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶାକୁ ଶେଷ ପର୍ଯ୍ୟାୟ ନିର୍ବାଚନ ପ୍ରଚାରରେ ଆସିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶେଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ରାଜନୀତି କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ନାହିଁ ବୋଲି ପ୍ରଧାନମନ୍ତ୍ରୀ ବାର୍ତ୍ତାଦେବାକୁ ଚାହିଁଛନ୍ତି । ଏହି ଗୁଜବକୁ ପୁଞ୍ଜି କରି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଛନ୍ତି ।

ବାରିପଦା, ବାଲେଶ୍ୱର, କେନ୍ଦ୍ରାପଡ଼ାରେ ଆଜି ପ୍ରଚାର ସଭାରେ ଭାଷଣ ଦେଇଥିଲେ ପ୍ରଧାନମନ୍ତ୍ରୀ ମୋଦୀ । ପ୍ରଚାରର ଏହି ଅନ୍ତିମ ଚରଣରେ ସେ ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ଅନ୍ୟତମ ମୁଖ୍ୟ ପ୍ରସଙ୍ଗ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ସମ୍ପର୍କରେ ଲୋକ କ’ଣ କଥା ହେଉଛନ୍ତି(ଗୁଜବ) ତାହାକୁ ପ୍ରଧାନମନ୍ତ୍ରୀ ଶୁଣାଇଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ- ଏବେ ନବୀନ ବାବୁଙ୍କ ଶୁଭଚିନ୍ତକ ବହୁତ ଚିନ୍ତାରେ ଅଛନ୍ତି । ନବୀନ ବାବୁ ଏବେ ନିଜେ କିଛି କରିପାରୁନାହାନ୍ତି ବୋଲି ଲୋକ କହୁଛନ୍ତି । ଗତ ବର୍ଷକ ଭିତରେ ନବୀନ ବାବୁଙ୍କ ସ୍ୱାସ୍ଥ୍ୟ ଏତେ ଖରାପ କେମିତି ହେଲା? ତାଙ୍କ ସ୍ୱାସ୍ଥ୍ୟ ଖରାପ ପଛରେ କିଛି ଷଡ଼ଯନ୍ତ୍ର ବି ହୋଇପାରେ ଲୋକ କହୁଛନ୍ତି । ନବୀନଙ୍କ ସ୍ୱାସ୍ଥ୍ୟ ଖରାପ ପଛରେ କିଛି ଷଡ଼ଯନ୍ତ୍ର ଅଛି କି? ଏହା ଜାଣିବାର ଅଧିକାର ସାରା ଓଡ଼ିଶା ଲୋକଙ୍କ ଅଛି । ନବୀନଙ୍କ ନାଁରେ କ୍ଷମତା ଉପଭୋଗ କରୁଥିବା ଲୋକର ହାତ ଅଛି କି? ଏହା ଉପରୁ ପରଦା ହଟିବାର ଆବଶ୍ୟକତା ରହିଛି । ବିଜେପି ସରକାର ଆସିଲେ ସ୍ୱତନ୍ତ୍ର କମିଟି ଗଠନ କରାଯିବ । ଅଚାନକ କେମିତି ତାଙ୍କ ସ୍ୱାସ୍ଥ୍ୟ ଖରାପ ହେଲା, ଯାଞ୍ଚ କରାଯିବ ।

ମୁଁ ସମ୍ପୂର୍ଣ୍ଣ ସୁସ୍ଥ ଅଛି: ମୁଖ୍ୟମନ୍ତ୍ରୀ

ପ୍ରଧାନମନ୍ତ୍ରୀଙ୍କ ଏହି ବକ୍ତବ୍ୟ ଉପରେ ଏକ ସାମ୍ବାଦିକ ସମ୍ମିଳନୀ ଡାକି ଜବାବ ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ କହିଛନ୍ତି, ପ୍ରଧାନମନ୍ତ୍ରୀ ଆଜି ଓଡ଼ିଶାରେ ସାଧାରଣ ସଭାଗୁଡ଼ିକରେ ମୋ ସ୍ୱାସ୍ଥ୍ୟାବସ୍ଥା ଖରାପ ଥିବା କହିଛନ୍ତି । ଏକ କମିଟି ଗଠନ କରି ଏହାର ତଦନ୍ତ କରିବାକୁ ସେ ଚାହିଁଛନ୍ତି । ଯଦି ମୋ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ସେ ଏତେ ଚିନ୍ତିତ, ତେବେ ଜଣେ ବନ୍ଧୁ ଭାବରେ ସେ ମୋ ପାଖକୁ ଫୋନ୍ କରି ମୋ ସ୍ୱାସ୍ଥ୍ୟ ସମ୍ପର୍କରେ ପଚାରି ବୁଝିପାରିଥାନ୍ତେ ।

ମୁଁ ବୁଝିପାରୁଛି, ବିଜେପିର ଅନେକ ନେତା(ଓଡ଼ିଶା ଏବଂ ଦିଲ୍ଲୀ) ୧୦ ବର୍ଷ ହେଲା ମୋ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଗୁଜବ ପ୍ରଚାର କରୁଛନ୍ତି । ମୁଁ ପ୍ରଧାନମନ୍ତ୍ରୀଙ୍କୁ ଆଶ୍ୱସ୍ତ କରୁଛି ଯେ ମୁଁ ସମ୍ପୂର୍ଣ୍ଣ ସୁସ୍ଥ ଅଛି(ଆଇ ଆମ୍ ଇନ ପରଫେକ୍ଟ ହେଲଥ) ଏବଂ ମାସାଧିକ ଧରି ସାରା ଓଡ଼ିଶାରେ ପ୍ରଚାର କରୁଛି । ମୋର ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଚିନ୍ତିିତ ହେବା ପରିବର୍ତ୍ତେ ଆପଣ ଆମ ରାଜ୍ୟର ଦୀର୍ଘ ବର୍ଷର ଦାବି କୋଇଲା ରୟାଲିଟି ସଂଶୋଧନ ଏବଂ ସ୍ୱତନ୍ତ୍ର କାଟାଗୋରି ମର୍ଯ୍ୟାଦା ଉପରେ ଧ୍ୟାନ ଦେବା ଉଚିତ୍ । ଏହା ଓଡ଼ିଶାବାସୀଙ୍କ ଉନ୍ନତିରେ ସାହାଯ୍ୟ କରିବ ।

ସାମ୍ବାଦିକ ସମ୍ମିଳନୀ ସାରିଲା ପରେ ମୁଖ୍ୟମନ୍ତ୍ରୀ ନିମାପଡ଼ା ପ୍ରଚାର ପାଇଁ ଯାଉଥିବା ଜଣାଇବାକୁ ଭୁଲି ନ ଥିଲେ ।

Previous Post

ରାଜନୈତିକ ଉଦ୍ଦେଶ୍ୟ, ଅତ୍ୟନ୍ତ ଦୁର୍ଭାଗ୍ୟଜନକ: ପାଣ୍ଡିଆନ୍

Next Post

ନିଶ୍ଚିତ ପରାଜୟ ଦେଖି ଅଫିସରଙ୍କୁ ଟାର୍ଗେଟ କରୁଛି ବିଜେପି: ବିଜେଡି

Next Post
ନିଶ୍ଚିତ ପରାଜୟ ଦେଖି ଅଫିସରଙ୍କୁ ଟାର୍ଗେଟ କରୁଛି ବିଜେପି: ବିଜେଡି

ନିଶ୍ଚିତ ପରାଜୟ ଦେଖି ଅଫିସରଙ୍କୁ ଟାର୍ଗେଟ କରୁଛି ବିଜେପି: ବିଜେଡି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19163 shares
    Share 7665 Tweet 4791
  • ନବୀନ..ନବୀନ, ମୋହନ..ମୋହନ

    16599 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA