Wednesday, March 4, 2026 03:04 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଦେବାଶିଷ ମଦୁଆ, ଗୁଣ୍ଡା: ପ୍ରଭାତ ବିଶ୍ୱାଳ

by Our Correspondent
01 Mar, 2026- 11:27 PM
in Latest News, News, Politics
1 min read
0
ଦେବାଶିଷ ମଦୁଆ, ଗୁଣ୍ଡା: ପ୍ରଭାତ ବିଶ୍ୱାଳ

ଭୁବନେଶ୍ୱର: ଗତକାଲି ବିଜେଡିର ବହିଷ୍କୃତ ହୋଇଥିବା ପ୍ରଭାତ ବିଶ୍ୱାଳ ଆଜି ଏକ ପ୍ରେସ୍ ମିଟ୍ କରି ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟଙ୍କ ବିରୋଧରେ ପ୍ରବଳ ବର୍ଷିଛନ୍ତି । ନବୀନ ପଟ୍ଟନାୟକଙ୍କ ନିଷ୍ପତ୍ତିକୁ ପ୍ରଶ୍ନ କରିବାକୁ ପ୍ରଭାତ ବିଶ୍ୱାଳ କିଏ ବୋଲି ଦେବାଶିଷ ପଚାରିଥିଲେ । ତାଙ୍କୁ ପାଇପ୍ ମିସ୍ତ୍ରୀ, ଚିଟଫଣ୍ଡ ଚୋର ଏବଂ ନାଲିବାବା ବୋଲି ଆକ୍ଷେପ କରିଥିଲେ । ତାଙ୍କର ଏହି ଆକ୍ଷେପର ଜବାବ ଦେଇଛନ୍ତି ପ୍ରଭାତ ।

ସେ କହିଛନ୍ତି, ଦେବାଶିଷ ସାମନ୍ତରାୟ ମୋ ବିରୋଧରେ ଚିଟ୍ ଫଣ୍ଡ ଅଭିଯୋଗ ଆଣିଛନ୍ତି । ମାତ୍ର ସେ ନିଜେ କ’ଣ କହୁଛନ୍ତି ଜାଣିପାରୁନାହାନ୍ତି । ଚିଟଫଣ୍ଡରେ ମୋର ନୁହେଁ, ତାଙ୍କର ସଂପୃକ୍ତି ଅଛି । ମୁଁ କାହାଠାରୁ ଟଙ୍କାଟିଏ ଖାଏନି । ସିବିଆଇ ରେଡ୍ କରି ମୋ ଘରୁ କିଛି ପାଇଲାନି । ସଚ୍ଚୋଟ ଭାବେ ମୁଁ କାମ କରେ । ବିଧାୟକ ଦୁଇ ଥର ହୋଇ ବି ମୋର ଗୋଟେ ଭଲ ଗାଡ଼ି ନାହିଁ । ୧୭ ବର୍ଷର ଗାଡ଼ି ଚଢ଼ୁଛି । ମୋ ସରକାରୀ କ୍ୱାର୍ଟରରେ ରଙ୍ଗ ମଧ୍ୟ ଦିଏ ନାହିଁ । ତାହା ଓଡ଼ିଶାବାସୀ ଜାଣନ୍ତି । ମାତ୍ର ଦେବାଶିଷ ସାମନ୍ତରାୟ କ’ଣ ତାହା ସମସ୍ତେ ଜାଣନ୍ତି । ସେ ବେପାର କରିବାକୁ ବିଜେଡିକୁ ଆସିଥିଲେ । ଭଲ ବେପାର କରିଛନ୍ତି ।

ଦେବାଶିଷଙ୍କ ନାଲିବାବା ଆକ୍ଷେପର ଜବାବରେ ସେ କହିଥିଲେ, ମୋ ବିରୋଧରେ ଚକ୍ରାନ୍ତ କରି ନାଲିବାବା ସଜାଇଛନ୍ତି ଏହି ବ୍ୟକ୍ତି । ସେ ଏବଂ ତାଙ୍କ ଟିମ୍ ମୋର ସମ୍ପୂର୍ଣ୍ଣ ରାଜନୈତିକ କ୍ୟାରିୟରକୁ ନଷ୍ଟ କରିଦେବାକୁ ଚାହିଁଥିଲେ । ମୋତେ ଜେଲ୍ ପଠାଇବାକୁ ଚକ୍ରାନ୍ତ କରିଥିଲେ । ମାତ୍ର ମୋ ଉପରେ ଭଗବାନଙ୍କ ଆଶୀର୍ବାଦରୁ ସେମାନେ ତାଙ୍କ ଉଦ୍ୟମରେ ସଫଳ ହେଲେ ନାହିଁ । ସିବିଆଇ ଜରିଆରେ ଯେତେ ଯାହା କଲେ ମଧ୍ୟ ଜେଲ୍ ପଠାଇ ପାରିଲେନି ।

ଦେବାଶିଷଙ୍କ ବ୍ୟକ୍ତିଗତ ଚରିତ୍ରକୁ ନେଇ ପ୍ରଭାତ ଅତି କଟୁ ମନ୍ତବ୍ୟ ଦେଇଥିଲେ । ତାଙ୍କୁ ମଦୁଆ ଓ ଗୁଣ୍ଡା ବୋଲି କହିଥିଲେ । ଦେବାଶିଷ ମଦ ପିଇଦେଲେ କିଛି ବି କୁହନ୍ତି । କିଛି ଦିନ ତଳେ ନବୀନ ନିବାସରେ ପାଣ୍ଡିଆନ୍ ଗୋ ବ୍ୟାକ୍ କହୁଥିଲେ । ନବୀନଙ୍କ ଚାବି ଅନ୍ୟ ଲୋକ ହାତରେ ଅଛି ବୋଲି କହୁଥିଲେ । ଆଜି ନବୀନଙ୍କ ନିଷ୍ପତ୍ତିକୁ ସମ୍ମାନ ଦେବା କଥା କହୁଛନ୍ତି । ମତିଗତି ଠିକ୍ ନ ଥିବା ଏଭଳି ବ୍ୟକ୍ତି ମୋ ସମ୍ପର୍କରେ କହିବାର ଅଧିକାର ନାହିଁ ବୋଲି ପ୍ରଭାତ କହିଥିଲେ ।

ଦଳ ପାଇଁ ଅନେକ କାମ କରିଛି । ସତ କଥା କହି ନିଲମ୍ବନ ହୋଇଥିବାରୁ ଦୁଃଖ ନାହିଁ । ସଂତୃପ୍ତ ମିଶ୍ରଙ୍କ ସହ ବ୍ୟକ୍ତିଗତ ଶତ୍ରୁତା ନାହିଁ ବୋଲି ଜଣାଇ ଦେଇଥିଲେ ପ୍ରଭାତ ।

ସୂଚନାଯୋଗ୍ୟ, ଡ. ସଂତୃପ୍ତ ମିଶ୍ରଙ୍କ ରାଜ୍ୟସଭା ପ୍ରାର୍ଥୀତ୍ୱ ବିରୋଧରେ ନବୀନ ପଟ୍ଟନାୟକଙ୍କ ମୁହଁରେ ଜବାବ ଦେଇ ପ୍ରଭାତ ବିଶ୍ୱାଳ ଗତକାଲି ବିଜେଡିରୁ ବହିଷ୍କୃତ ହୋଇଛନ୍ତି । ପ୍ରଭାତଙ୍କ ଏଭଳି କାର୍ଯ୍ୟରେ ପ୍ରତିକ୍ରିୟାଶୀଳ ହୋଇଥିଲେ ସାଂସଦ ଦେବାଶିଷ ସାମନ୍ତରାୟ । ନବୀନଙ୍କୁ ପ୍ରଶ୍ନ କରିବାକୁ ସେ କିଏ ବୋଲି ପଚାରିଥିଲେ । ନବୀନ ଉପଯୁକ୍ତ ବ୍ୟକ୍ତିଙ୍କୁ ରାଜ୍ୟସଭା ପ୍ରାର୍ଥୀ କରିଛନ୍ତି । ଏହାକୁ ସମସ୍ତେ ସମର୍ଥନ କରୁଛନ୍ତି । ମାତ୍ର ପ୍ରଭାତ ବିଶ୍ୱାଳ ଜଣେ ଅକୃତଜ୍ଞ ଲୋକ । ଅତୀତରେ ନବୀନ ବାବୁଙ୍କର ସେ କାର୍ କାଚ ଭାଙ୍ଗିଥିଲେ । ମିଡ ନାଇଟ୍ ଅପରେସନ୍ ରେ ସାମିଲ ଥିଲେ । ତାହାପରେ ବି ନବୀନ ବାବୁ ତାଙ୍କ ପୁଅକୁ ଦୁଇ ଥର ଟିକେଟ୍ ଦେଇଛନ୍ତି । ଏଭଳି ଅକୃତଜ୍ଞ ଲୋକଙ୍କୁ କ୍ଷମା କରିବା କଥା ନୁହେଁ ବୋଲି ଟୁଇଟ୍ କରିଥିଲେ । ପରେ ଗଣମାଧ୍ୟମରେ ବୟାନ ଦେଇ ପ୍ରଭାତଙ୍କୁ ଚିଟଫଣ୍ଡ ଚୋର ଏବଂ ନାଲି ବାବା ଆକ୍ଷେପ କରିଥିଲେ ।

Continue Reading
Previous Post

ଜୋକର ହୋଇ ତଡ଼ା ଖାଇଲେ କୌଣସି

Next Post

ଛିଡ଼ିପାରୁନିି ବିଜେପିର ପ୍ରାର୍ଥୀ ଭାଗବଣ୍ଟା

Next Post
ଛିଡ଼ିପାରୁନିି ବିଜେପିର ପ୍ରାର୍ଥୀ ଭାଗବଣ୍ଟା

ଛିଡ଼ିପାରୁନିି ବିଜେପିର ପ୍ରାର୍ଥୀ ଭାଗବଣ୍ଟା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19162 shares
    Share 7665 Tweet 4791
  • ନବୀନ..ନବୀନ, ମୋହନ..ମୋହନ

    16599 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA