Tuesday, February 17, 2026 12:05 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

‘ସ୍ୱାଧୀନତାର ୭୪ବର୍ଷରେ ବି ହାସଲ ହୋଇନି ମହାତ୍ମାଙ୍କ ସ୍ୱପ୍ନ’

ରାଜକିଶୋର ନାୟକଙ୍କ ଶ୍ରାଦ୍ଧବାର୍ଷିକୀ ଅବସରରେ ସ୍ମାରକୀ ଗାନ୍ଧୀ ବକ୍ତୃତାମାଳା

by Our Correspondent
04 Jan, 2021- 08:53 PM
in Latest News, News
1 min read
0
‘ସ୍ୱାଧୀନତାର ୭୪ବର୍ଷରେ ବି ହାସଲ ହୋଇନି ମହାତ୍ମାଙ୍କ ସ୍ୱପ୍ନ’

ରାଜ କିଶୋର ନାୟକ ଜାତୀୟ ଫାଉଣ୍ଡେସନ ପକ୍ଷରୁ ଆୟୋଜିତ ସମ୍ପାନ

ଭୁବନେଶ୍ୱର : ସ୍ୱାଧୀନତା ସଂଗ୍ରାମର ଘୋଷିତ ପ୍ରତିଶ୍ରୁତି ଏବଂ ଜାତିର ଜନକ ମହାତ୍ମାଗାନ୍ଧୀଙ୍କ ସ୍ୱପ୍ନର ରାଜ୍ୟ ଓ ଗ୍ରାମସ୍ୱରାଜ ସ୍ୱାଧୀନତାପ୍ରାପ୍ତିର ୭୪ ବର୍ଷରେ ବି ହାସଲ ହୋଇପାରି ନାହିଁ । ଗାନ୍ଧୀ ବିଚାର ବିଶ୍ୱରେ ଦିନକୁ ଦିନ ଅଧିକ ପ୍ରାସଙ୍ଗିକ ମନେ ହେଉଥିବାବେଳେ ଦୃଢ ରାଜନୈତିକ ଇଚ୍ଛଶକ୍ତିର ଅଭାବ ଯୋଗୁଁ ଭାରତରେ କିନ୍ତୁ ଏହା ଏଯାବତ୍‌ ଆଶାନୁରୂପ ଭାବେ ବିକଶିତ ହୋଇପାରି ନାହିଁ । ରାଜ କିଶୋର ନାୟକ ଜାତୀୟ ଫାଉଣ୍ଡେସନ ପକ୍ଷରୁ ‘ମହାଗାନ୍ଧୀଙ୍କ ପରେ ଭାରତ ବର୍ଷ’ ଶୀର୍ଷକ ବକ୍ତୃତାମାଳାରେ ଅଂଶଗ୍ରହଣ କରି ବହୁ ବିଶିଷ୍ଟ ବକ୍ତା ଏଭଳି ମତବ୍ୟକ୍ତ କରିଛନ୍ତି ।

ସୁପ୍ରିମ୍‌କୋର୍ଟର ଅବସରପ୍ରାପ୍ତ ବିଚାରପତି ଅନଙ୍ଗ କୁମାର ପଟ୍ଟନାୟକ ତାଙ୍କ ବକ୍ତବ୍ୟରେ ଭାରତରୁ ଜାତିପ୍ରଥା, ସାମ୍ପ୍ରଦାୟିକତା, ଦାରିଦ୍ର୍ୟ, ବେରୋଜଗାରୀ, ହିଂସା, ମିଥ୍ୟାଚାର ଓ ଅପରାଧ ଦୂରକରି ସ୍ୱଦେଶୀ, ସ୍ୱାଭିମାନ ଓ ସାବଲମ୍ବନର ଭିତ୍ତିଭୂମି ଉପରେ ସୁନାର ସମୃଦ୍ଧ ସମାଜ ଗଢିବା ଲାଗି ଗାନ୍ଧୀଜୀ ଯେଉଁ ନିରନ୍ତର ଉଦ୍ୟମ ଚଳାଇଥିଲେ ତାହା ଅଧୁରା ରହିଯାଇଛି । ଆର୍ଥିକ, ସାମାଜିକ, ରାଜନୈତିକ, ସାଂସ୍କୃତିକ, ନୈତିକ କ୍ଷେତ୍ରରେ ବ୍ୟାପକ ଅଧପତନ ଯୋଗୁଁ ଭାରତର ଯେଭଳି ସମୃଦ୍ଧି ହେବାକଥା ତାହା ଏପର୍ଯ୍ୟନ୍ତ ହାସଲ କରାଯାଇନାହିଁ । ଗାନ୍ଧୀମାର୍ଗରୁ ବିଚ୍ୟୁତ ହେବା ଫଳରେ ଦେଶରେ ଏଭଳି ବିତ୍ତି ଲାଗି ରହୁଛି ବୋଲି ଜଷ୍ଟିସ ପଟ୍ଟନାୟକ କହିଛନ୍ତି ।

ଫାଉଣ୍ଡେସନର ସଭାପତି ପ୍ରହଲାଦ ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାରୋହରେ ବିଶିଷ୍ଟ ସାହିତ୍ୟିକ ବିଭୂତି ପଟ୍ଟନାୟକ ଅନ୍ୟତମ ଅତିଥିଭାବେ ଯୋଗଦେଇ ପାଟକୁରା ଗାନ୍ଧୀ ଭାବେ ପରିଚିତ ସ୍ୱର୍ଗତ ନାୟକଙ୍କ ଜୀବନୀର ବିଶ୍ଲେଷଣ କରିବା ସହ ସେବା, ସଂଗ୍ରାମ ଓ ସାମାଜିକ ପରିବର୍ତ୍ତନ କ୍ଷେତ୍ରରେ ତାଙ୍କ ଅବଦାନ ଉପରେ ଗୁରୁତ୍ୱଆରୋପ କରିଥିଲେ । ବିଶିଷ୍ଟ ସର୍ବୋଦୟ ନେତ୍ରୀ କ୍ରିଷ୍ଣା ମହାନ୍ତି ଏହି ସମାବେଶରେ ଅନ୍ୟତମ ଅତିଥିଭାବେ ଯୋଗଦେଇ ପିଲା ଦିନରୁ ରାଜକିଶୋର ନାୟକଙ୍କ ଚିନ୍ତା ଓ ଚେତନାରେ ଗାନ୍ଧୀବାଦର ଯେଉଁ ବୀଜ ବପନ ହୋଇଥିଲା ତାହା ତାଙ୍କୁ ପରବର୍ତ୍ତୀ ସମୟରେ ଏକ ସମର୍ପିତ ସଫଳ ସାଧକରେ ପରିଣତ କରିଥିଲା । ବର୍ତ୍ତମାନର ପୀଢି ଗାନ୍ଧୀଜୀଙ୍କ ଠାରୁ ଆରମ୍ଭ କରି ସ୍ୱର୍ଗତ ନାୟକଙ୍କ ପର୍ଯ୍ୟନ୍ତ ସ୍ମରଣୀୟ ବ୍ୟକ୍ତିମାନଙ୍କ ଯଶକିର୍ତ୍ତୀର ଅନୁଶୀଳନ କରି ତାହାକୁ ନିଜ ଉପରେ ପ୍ରୟୋଗ କଲେ ବହୁ ସମସ୍ୟାର ସମାଧାନ ହୋଇପାରିବ ବୋଲି କହିଛନ୍ତି ।

ଅନ୍ୟତମ ବକ୍ତା ବିଶିଷ୍ଟ ସାହିତ୍ୟିକ ସୀତାକାନ୍ତ ମହାପାତ୍ର ତାଙ୍କ ବ୍ୟକ୍ତବ୍ୟରେ ଛାତ୍ର ଜୀବନରେ ରାଜକିଶୋର ନାୟକଙ୍କ ଭଳି ଶିକ୍ଷକଙ୍କ ଦ୍ୱାରା କିଭଳି ପ୍ରେରଣା ପାଇଥିଲେ ଓ ତାହା ପରବର୍ତ୍ତୀ ଜୀବନରେ ତାଙ୍କୁ କିଭଳି ବିଭିନ୍ନ କ୍ଷେତ୍ରରେ ସଫଳତାର ଶୀର୍ଷ ସୋପାନରେ ପହଞ୍ଚାଇଥିଲା ସେ ସମ୍ପର୍କରେ ଆଲୋକପାତ କରିଥିଲେ । ଏହି ଅବସରରେ ନିର୍ମଳପ୍ରଭା ନାୟକଙ୍କ ରଚିତ ‘ସାୟାହ୍ନର ସ୍ମୃତି’ ପୁସ୍ତକର ଇଂରାଜୀ ଅନୁବାଦ ‘ଟୁଇଲାଇଟ୍‌ ମେମୋରିଜ’ ଲୋକାର୍ପିତ ହୋଇଥିଲା । ଏହାର ଅନୁବାଦକ ପ୍ରଫେସର ପ୍ରଫୁଲ କୁମାର ମହାନ୍ତି ପୁସ୍ତକ ସମ୍ପର୍କରେ ବ୍ୟାପକ ବିଶ୍ଲେଷଣ କରିଥିଲେ ।

ସଭାପତି ଶ୍ରୀ ସିଂହ ତାଙ୍କ ବ୍ୟକ୍ତବ୍ୟରେ ଗାନ୍ଧୀଜୀଙ୍କୁ ବୁଲେଟରେ ହତ୍ୟା କରାଯାଇଥିବାବେଳେ ଗାନ୍ଧୀ ବିଚାର ଓ ଗଣତନ୍ତ୍ରକୁ ବାଲାଟରେ ହତ୍ୟା କରାଯାଉଛି ବୋଲି ମତବ୍ୟକ୍ତ କରିବା ସହ ଗାନ୍ଧୀଜୀଙ୍କ ପରେ ଭାରତବର୍ଷରେ ଗଡସେ ଓ ଗୋବେଲସ୍‌ଙ୍କ ସମର୍ଥକମାନେ ବିପର୍ଯ୍ୟୟର ବାର୍ତ୍ତାବହ ହେଉଛନ୍ତି । ଦେଶର ଋଣ ଭାର ୧୦୦ ଲକ୍ଷ କୋଟି ଟଙ୍କାକୁ ଟପିଥିବାବେଳେ ବାଣିଜ୍ୟିକ ନିଅଣ୍ଟ ପ୍ରାୟ ୧୦ଲକ୍ଷ କୋଟି ହେଉଛି ଏବଂ ଭାରତୀୟ ମୁଦ୍ରାର ଅବମୂଲ୍ୟାୟନ ଘଟି ୭୩ ବର୍ଷ ମଧ୍ୟରେ ଗୋଟିଏ ଡଲାରର ମୂଲ୍ୟ ୭୩ ଟଙ୍କାରେ ପହଞ୍ଚିଲାଣି । ଗ୍ରାମସ୍ୱରାଜ ଓ ସ୍ୱଦେଶୀକୁ କବର ଦିଆଯିବା ଫଳରେ ଏଠାରେ ଆର୍ଥିକ, ସାମାଜିକ,ସାଂସ୍କୃତିକ, ରାଜନୈତିକ ଆଦି କ୍ଷେତ୍ରରେ ବିଭ୍ରାଟ ବଢିବା ସଂଗେ ସଂଗେ ଅପରାଧ ଓ ମାମଲାମାନ ବଢୁଥିବା ସେ ଉଲ୍ଲେଖ କରିଛନ୍ତି ।

ଏହି ସମାବେଶରେ ଫାଉଣ୍ଡେସନର ସମ୍ପାଦକ ପର୍ଶୁରାମ ଦ୍ୱିବେଦୀ ଓ ଅନ୍ୟତମ ଟ୍ରଷ୍ଟି ନିରଞ୍ଜନ ପଣ୍ଡା ବକ୍ତବ୍ୟ ରଖିଥିଲେ ।

Previous Post

ଦୁଇଟି କରୋନା ଟୀକାକୁ ମିଳିଲା ଅନୁମତି

Next Post

ଝଲସିଲା ବ୍ରହ୍ମପୁର ରାମଲିଙ୍ଗେଶ୍ୱର ଜଳାଶୟ

Next Post
ଝଲସିଲା ବ୍ରହ୍ମପୁର ରାମଲିଙ୍ଗେଶ୍ୱର ଜଳାଶୟ

ଝଲସିଲା ବ୍ରହ୍ମପୁର ରାମଲିଙ୍ଗେଶ୍ୱର ଜଳାଶୟ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19161 shares
    Share 7664 Tweet 4790
  • ନବୀନ..ନବୀନ, ମୋହନ..ମୋହନ

    16597 shares
    Share 6639 Tweet 4149
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7296 shares
    Share 2918 Tweet 1824
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA