Thursday, February 5, 2026 09:02 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

କେନ୍ଦ୍ର ବଜେଟ୍ ଉପରେ ପ୍ରତିକ୍ରିୟା

by Our Correspondent
01 Feb, 2026- 11:21 PM
in Latest News, News
1 min read
0
କେନ୍ଦ୍ର ବଜେଟ୍ ଉପରେ ପ୍ରତିକ୍ରିୟା

ଅଭିବୃଦ୍ଧିମୂଳକ ବଜେଟ୍: ମୁଖ୍ୟମନ୍ତ୍ରୀ

କେନ୍ଦ୍ର ବଜେଟ୍ କୁ ଅଭିବୃଦ୍ଧିମୂଳକ ବଜେଟ୍ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସେ କହିଛନ୍ତି ଯେ ସମାଜର ସବୁବର୍ଗର ଲୋକଙ୍କ ଅଭିବୃଦ୍ଧି ଉପରେ ଏଥିରେ ଗୁରୁତ୍ୱ ଦିଆଯାଇଛି । ଯୁବଶକ୍ତିର ବିକାଶ ଉପରେ ସ୍ୱତନ୍ତ୍ର ଫୋକସ୍ ରହିଛି । ଯୁବବର୍ଗଙ୍କ ଦକ୍ଷତା ବୃଦ୍ଧିକୁ ପ୍ରାଥମିକତା ଦିଆଯାଇଛି । ଶିଳ୍ପ ଓ କୃଷିକୁ ପ୍ରାଧାନ୍ୟ ଦିଆଯାଇଛି । ଦେଶର ଆର୍ଥିକ ଅଭିବୃଦ୍ଧିକୁ ଗୁରୁତ୍ୱ ଦିଆଯାଇଛି । ଆତ୍ମନିର୍ଭର ଭାରତ ପାଇଁ ଏହି ବଜେଟ୍ । ବଜେଟ୍ ରେ ଓଡ଼ିଶାକୁ ଗୁରୁତ୍ୱ ମିଳିଛି । ବିରଳ ଖଣିଜ ପଦାର୍ଥ ପାଇଁ କରିଡର, ଜାତୀୟ ଜଳମାର୍ଗ ବ୍ୟବସ୍ଥା, ଇ-ବସ୍, କଇଁଚ କରିଡର ପ୍ରତିଷ୍ଠା ଆଦି ଡବଲ ଇଞ୍ଜିନ ସରକାର ପାଇଁ ଲାଭଜନକ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ନୈରାଶ୍ୟଜନକ ବଜେଟ୍: ନବୀନ

କେନ୍ଦ୍ର ବଜେଟ୍ କୁ ନୈରାଶ୍ୟଜନକ କହିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ ଓଡ଼ିଶା ଓ ରାଜ୍ୟବାସୀଙ୍କ ପାଇଁ ଏଥିରେ କିଛି ନାହିଁ । ଡବଲ ଇଞ୍ଜିନ ସରକାରଠାରୁ ବହୁତ କିଛି ଆଶା କରାଯାଉଥିଲା । ଆଶା ଥିଲା, ଡବଲ ଇଞ୍ଜିନ ସରକାର ବିକାଶଧାରାକୁ ବଜାୟ ରଖିବ । ନିଯୁକ୍ତି ସୃଷ୍ଟି ସହ ଅନ୍ୟ ଆବଶ୍ୟକ ସହାୟତା ଯୋଗାଇଦେବ । ମାତ୍ର ବଜେଟରୁ ରାଜ୍ୟକୁ ଯାହା ମିଳିଛି ତାହା ଅତି ନଗନ୍ୟ । ଜାତୀୟ ଜଳମାର୍ଗ ଯୋଜନା ଦଶନ୍ଧି ତଳର ପୁରୁଣା । ଏକ ଦଶନ୍ଧି ତଳର ଏହି ଯୋଜନାରେ କୌଣସି ଅଗ୍ରଗତି ହୋଇନାହିଁ । ସାତୋଟି ହାଇସ୍ପିଡ ରେଳ କରିଡରରେ ଓଡ଼ିଶା ସ୍ଥାନ ନ ପାଇବା ଦୁର୍ଭାଗ୍ୟଜନକ । ବୁଦ୍ଧ ସର୍କିଟରେ ମଧ୍ୟ ଓଡ଼ିଶାର ନାମ ନ ଥିବାରୁ ସେ ନିରାଶବ୍ୟକ୍ତ କରିଛନ୍ତି । ତେବେ ବିରଳା ମୃତ୍ତିକା କରିଡରକୁ ସ୍ୱାଗତ କରିଛନ୍ତି । କେନ୍ଦ୍ର ବଜେଟରୁ ଆମେ ଅଧିକ ପାଇବା ଦରକାର । ରାଜ୍ୟର ବିଜେପି ସରକାର ଓଡ଼ିଶାବାସୀଙ୍କ ହକ୍ ଦାବି କରୁ ବୋଲି ନବୀନ ପରାମର୍ଶ ଦେଇଛନ୍ତି ।

ସବୁ ବର୍ଗ ପାଇଁ ବଜେଟ୍: ମନମୋହନ

କେନ୍ଦ୍ର ବଜେଟ୍ କୁ ସ୍ୱାଗତ କରିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ସେ କହିଛନ୍ତି ଯେ ଏହା ସବୁ ବର୍ଗ ପାଇଁ ବଜେଟ୍ । ମହିଳା, କୃଷକ ଓ ସାଧାରଣ ଲୋକ ଏଥିରୁ ବିଶେଷ ଉପକୃତ ହେବେ । ବଜେଟ୍ ରେ ସାମଗ୍ରିକ ବିକାଶ ଉପରେ ଗୁରୁତ୍ୱ ଦିଆଯାଇଛି । ଦେଶର ବିକାଶକୁ ଏହା ଆଗକୁ ବଢ଼ାଇବ । ପ୍ରତିରକ୍ଷା କ୍ଷେତ୍ରକୁ ବିଶେଷ ଦୃଷ୍ଟି ଦିଆଯାଇଛି । ସହର ବିକାଶ ଯୋଜନାରେ ଓଡ଼ିଶାକୁ ଲାଭ ମିଳିବ ବୋଲି ସେ କହିଛନ୍ତି ।

ନୀତିହୀନ ବଜେଟ୍: ଭକ୍ତ

କେନ୍ଦ୍ର ବଜେଟ୍ କୁ କଡ଼ା ସମାଲୋଚନା କରିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ । ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ ଏହା ଏକ ଦିଶାହୀନ, ଦୃଷ୍ଟିହୀନ ଏବଂ ନୀତିହୀନ ବଜେଟ୍ । ଏହି ବଜେଟ୍ ରେ ଚାଷୀ, କୃଷକ, ଯୁବକ, ମହିଳା, ଗରିବ ଏବଂ ନିମ୍ନ ମଧ୍ୟବିତ୍ତ ଲୋକ ଖୁସି ହେଲା ଭଳି କିଛି ନାହିଁ । ମୋଟାମୋଟି ଭାବେ ସାଧାରଣ ଲୋକଙ୍କ ପାଇଁ ବଜେଟ୍ ରେ କୌଣସି ସୁବିଧା ନାହିଁ । ବଜେଟ୍ ରେ ବିକାଶକୁ ନେଇ କୌଣସି ଯୋଜନା କରାଯାଇନାହିଁ ବୋଲି ପିସିସି ସଭାପତି କହିଛନ୍ତି ।

Previous Post

ବଜେଟ୍ ଭାଷଣର ୧୦ଟି ବଡ଼ କଥା

Next Post

‘ଶୀତୁଆ ସନ୍ଧ୍ୟା’ରେ ଅରୁଣଙ୍କ ‘ପୀଡ଼ା’

Next Post
‘ଶୀତୁଆ ସନ୍ଧ୍ୟା’ରେ ଅରୁଣଙ୍କ ‘ପୀଡ଼ା’

'ଶୀତୁଆ ସନ୍ଧ୍ୟା'ରେ ଅରୁଣଙ୍କ 'ପୀଡ଼ା'

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19156 shares
    Share 7662 Tweet 4789
  • ନବୀନ..ନବୀନ, ମୋହନ..ମୋହନ

    16595 shares
    Share 6638 Tweet 4149
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7296 shares
    Share 2918 Tweet 1824
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5812 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5482 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA