Wednesday, April 8, 2026 05:02 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ମହାମାରୀ ସତ୍ତ୍ୱେ କିଟ୍ ରେ ରେକର୍ଡ ପ୍ଲେସମେଣ୍ଟ

by Our Correspondent
06 Feb, 2021- 10:40 PM
in Latest News, News
1 min read
0
ମହାମାରୀ ସତ୍ତ୍ୱେ କିଟ୍ ରେ ରେକର୍ଡ ପ୍ଲେସମେଣ୍ଟ

ଭୁୁବନେଶ୍ୱର: କରୋନା ମହାମାରୀର କଠିନ ପରିସ୍ଥିତିରେ କିଟ୍ ବିଶ୍ୱବିଦ୍ୟାଳୟ ତାର ୨୦୨୦-୨୧ ବ୍ୟାଚ୍‌ର ଉତ୍ତୀର୍ଣ୍ଣ ହେବାକୁ ଥିବା ଛାତ୍ରଛାତ୍ରୀଙ୍କୁ ରେକର୍ଡ଼ ସଂଖ୍ୟକ କ୍ୟାମ୍ପସ୍ ପ୍ଲେସ୍‌ମେଣ୍ଟ ଯୋଗାଇ ଦେଇ ପୂର୍ବ ଧାରାକୁ ବଜାୟ ରଖିବାରେ ସଫଳ ହୋଇପାରିଛି। ଜୁଲାଇ ୧ରୁ ଅନ୍‌-ଲାଇନ୍ ମାଧ୍ୟମରେ କିଟ୍‌ରେ କ୍ୟାମ୍ପସ୍ ପ୍ଲେସ୍‌ମେଣ୍ଟ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏବେ ସୁଦ୍ଧା କିଟ୍ ସ୍କୁଲ୍ ଅଫ୍ ଟେକ୍‌ନୋଲୋଜିର ୮୦ ପ୍ରତିଶତ ଛାତ୍ରଛାତ୍ରୀ କ୍ୟାମ୍ପସ୍ ପ୍ଲେସ୍‌ମେଣ୍ଟ ମାଧ୍ୟମରେ ନିଯୁକ୍ତି ସୁଯୋଗ ପାଇ ପାଇସାରିଥିବା ବିଶ୍ୱବିଦ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

କରୋନା ମହାମାରୀର ଏହି ନୈରାଶ୍ୟଜନକ ସମୟରେ ପାଖାପାଖି ୯୦ଟି କମ୍ପାନୀ ଅନ୍ ଲାଇନ୍ କ୍ୟାମ୍ପସ୍ ପ୍ଲେସମେଣ୍ଟ୍‌ରେ ଯୋଗଦେଇ ୨୦୨୧ରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କୁ ୩୫୦୦ଟି ନିଯୁକ୍ତି ସୁଯୋଗ ଯୋଗାଇ ଦେଇଛନ୍ତି। ସ୍କୁଲ୍ ଅଫ୍ ଟେକ୍‌ନୋଲୋଜିର ୨୫୦୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ବିଭିନ୍ନ ଜାତୀୟ ଓ ଆନ୍ତର୍ଜାତୀୟ କମ୍ପାନୀରେ ନିଯୁକ୍ତି ପାଇସାରିଲେଣି। ପ୍ରାୟ ଏକ ହଜାର ଛାତ୍ରଛାତ୍ରୀଙ୍କ ହାତରେ ରହିଛି ଏକାଧିକ ନିଯୁକ୍ତି ସୁଯୋଗ। କିଟ୍‌ର ଛାତ୍ରଛାତ୍ରୀମାନେ ସର୍ବାଧିକ ବାର୍ଷିକ ୩୦ଲକ୍ଷ, ୨୪ଲକ୍ଷ ଏବଂ ୧୯ଲକ୍ଷ ଟଙ୍କା ପ୍ୟାକେଜ୍‌ରେ ନିଯୁକ୍ତି ସୁଯୋଗ ପାଇପାରିଛନ୍ତି। ହାରାହାରି ବାର୍ଷିକ ପ୍ୟାକେଜ ୬ଲକ୍ଷ ଟଙ୍କା ରହିଛି। କମ୍ପାନୀଗୁଡ଼ିକର ପ୍ରତିଶୃତି ଅନୁସାରେ ୨୦୨୧ ଏପ୍ରିଲ୍ ସୁଦ୍ଧା କିଟ୍‌ର ଆଉ ୭୦୦ ଛାତ୍ରଛାତ୍ରୀ ନିଯୁକ୍ତ ସୁଯୋଗ ପାଇବାକୁ ଯାଉଛନ୍ତି।

ଯଦିଓ ଅନ୍‌ଲାଇନ୍‌ରେ କ୍ୟାମ୍ପସ୍ ପ୍ଲେସ୍‌ମେଣ୍ଟ ପ୍ରକ୍ରିୟା ଚାଲୁ ରହିଛି ପୂର୍ବ ଶିକ୍ଷା ବର୍ଷ ଅପେକ୍ଷା ଚଳିତ ଶିକ୍ଷାବର୍ଷରେ ପ୍ଲେସମେଣ୍ଟ୍‌ ରେକର୍ଡ ଭଲ ରହିଛି। ବର୍ତ୍ତମାନ କିଟ୍ ମ୍ୟାନେଜମେଣ୍ଟ ସ୍କୁଲ ଏବଂ କିଟ୍ ଲ ସ୍କୁଲରେ କ୍ୟାମ୍ପସ୍ ପ୍ଲେସ୍‌ମେଣ୍ଟ୍ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ଦୁଇ ସ୍କୁଲ୍ ମଧ୍ୟରେ ପୂର୍ବ ବର୍ଷ ପରି ଚଳିତ ବର୍ଷ ରେକର୍ଡ଼ ଶତପ୍ରତିଶତ ସଫଳତା ହାସଲ କରିବ ବୋଲି ଆଶା କରାଯାଉଛି।

କିଟ୍‌ର କ୍ୟାମ୍ପସ୍ ପ୍ଲେସ୍‌ମେଣ୍ଟର ଏହି ସଫଳତା ଯୋଗୁଁ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଛି। ଭାରତରେ କରୋନା ମହାମାରୀ ଦେଖାଦେବା ପରେ ଛାତ୍ରଛାତ୍ରୀଙ୍କ ଅଭିଭାବକ ଓ ବାପାମାଆମାନେ ସେମାନଙ୍କ ପିଲାଙ୍କ ଭବିଷ୍ୟତ ନେଇ ବିଶେଷ କରି କ୍ୟାମ୍ପସ୍ ପ୍ଲେସମେଣ୍ଟ ନେଇ ଚିନ୍ତିତ ହୋଇପଡ଼ିଥିଲେ। କାରଣ ଦୀର୍ଘ ଦିନ ଧରି ତାଲା ବନ୍ଦ ଯୋଗୁଁ ସମସ୍ତ କମ୍ପାନୀ ଓ କର୍ପୋରେଟ୍ ହାଉସ୍‍ ସେମାନଙ୍କ କର୍ମଚାରୀଙ୍କ ସଂଖ୍ୟା କମାଇଦେଇଥିଲେ। ଏପରିକି କେତେକ କମ୍ପାନୀ ସମୂହ କର୍ମଚାରୀ ଛଟେଇ କରିଥିଲେ। ଏଭଳି ସ୍ଥିତିରେ ନିଯୁକ୍ତି ସୁଯୋଗ ସମ୍ପୂର୍ଣ୍ଣ ନିମ୍ନଗାମୀ ହୋଇଥିଲା। ଏସବୁ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ କିଟ୍ ୨୦୨୦-୨୧ ଶିକ୍ଷାବର୍ଷରେ ଉତ୍ତୀର୍ଣ୍ଣ ହେବାକୁ ଥିବା ଏହାର ଛାତ୍ରଛାତ୍ରୀଙ୍କ ପାଇଁ କ୍ୟାମ୍ପସ୍ ପ୍ଲେସମେଣ୍ଟ ସୁନିଶ୍ଚିତ କରାଇବାରେ ସଫଳ ହୋଇଛି।

ଏଭଳି କଠିନ ସମୟରେ ସଫଳ ପ୍ଲେସମେଣ୍ଟ ହୋଇଥିବାରୁ କିଟ୍‍ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ ଅଭିଭାବକମାନେ ପ୍ରତିଷ୍ଠାତା ଶ୍ରୀ ଅଚ୍ୟୁତ ସାମନ୍ତ ତଥା ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Previous Post

ସନ୍ଦେହଘେରରେ ମୁଖ୍ୟ ଅଭିଯୁକ୍ତଙ୍କ ମୃତ୍ୟୁ

Next Post

ଚିଠା ଅଧିନିୟମକୁ ତୁରନ୍ତ ପ୍ରତ୍ୟାହାର କର

Next Post
ଚିଠା ଅଧିନିୟମକୁ ତୁରନ୍ତ ପ୍ରତ୍ୟାହାର କର

ଚିଠା ଅଧିନିୟମକୁ ତୁରନ୍ତ ପ୍ରତ୍ୟାହାର କର

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19180 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5814 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA