Tuesday, February 24, 2026 12:04 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ରାଇମୋହନ କାହିଁକି ଆତ୍ମହତ୍ୟା କଲେ?

ସିନେ ଜଗତ ସ୍ତବ୍ଧ, ସବୁଆଡ଼େ ଶୋକର ଛାୟା

by Our Correspondent
24 Jun, 2022- 05:57 PM
in Latest News, News
1 min read
0
ରାଇମୋହନ କାହିଁକି ଆତ୍ମହତ୍ୟା କଲେ?

ଭୁବନେଶ୍ୱର: ଓଡ଼ିଆ ଚଳଚ୍ଚିତ୍ର୍ର ଓ ଅପେରା ଜଗତର ପ୍ରଖ୍ୟାତ ଖଳନାୟକ ରାଇମୋହନ ପରିଡ଼ା ଆଉ ନାହାନ୍ତି । ପ୍ରାଚୀ ବିହାରସ୍ଥିତ ନିଜ ବାସଭବନରେ ତାଙ୍କର ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା । ପାରିପାଶ୍ୱିର୍କ ଅବସ୍ଥାରୁ ସେ ଆତ୍ମହତ୍ୟା କରିଥିବା ଜଣାପଡୁଛି । ଜଣେ ବିନ୍ଦାସ୍ ମଣିଷ ଭାବେ ଜଣାଶୁଣା ରାଇମୋହନ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଇଥିବା କାହାରି ବିଶ୍ୱାସ ହେଉନି । ୫୯ ବର୍ଷୀୟ ଏହି ପ୍ରଖ୍ୟାତ କଳାକାରଙ୍କର ଏଭଳି ଦୁଃଖଦ ମୃତ୍ୟୁ ଓଡ଼ିଆ ସିନେ ଜଗତକୁ ସ୍ତବ୍ଧ କରିଦେଇଛି । ସବୁଆଡ଼େ ଶୋକର ଛାୟା ଖେଳିଯାଇଛି ।

ପଡ଼ୋଶୀ ଓ ବନ୍ଧୁମାନଙ୍କ କହିବାନୁଯାୟୀ, ଗତକାଲି ସଂଧ୍ୟାରେ ଓ ଆଜି ସକାଳେ ଖୁବ୍ ସ୍ୱାଭାବିକ ଥିଲେ ରାଇମୋହନ । ମର୍ଣ୍ଣିଂ ୱାକ୍ କରିଥିଲେ । ୧୦ଟା ବେଳେ ଦୋକାନରୁ ଘର ପାଇଁ ସଉଦା ବି ଆଣିଥିଲେ । ତେବେ ତା’ ପରେ କ’ଣ ହୋଇଛି କେହି ଜାଣିନାହାନ୍ତି । ସକାଳୁ ଘରେ ପତ୍ନୀ ଓ ଦୁଇ ଝିଅ ଅନୁପସ୍ଥିତ ଥିବା କୁହାଯାଉଛି । ଦିନ ପ୍ରାୟ ୧୨ ଟାରେ ସେମାନେ ଘରକୁ ଫେରିଲା ପରେ ବେଡ୍ ରୁମ୍ ରେ ରାଇମୋହନଙ୍କୁ ଏକ ଶାଢ଼ୀରେ ମୃତ ଅବସ୍ଥାରେ ଝୁଲୁଥିବା ଦେଖିଲେ । ପରିବାର ଲୋକ ତୁରନ୍ତ ପୁଲିସକୁ ଜଣାଇଥିଲେ । ଘଟଣା ପ୍ରଚାରିତ ହୋଇଗଲା ପରେ ଘର ସାମନାରେ ଶହ ଶହ ଲୋକଙ୍କ ସୁଅ ଛୁଟିଥିଲା । ଟିଭିରେ ଏହି ଖବର ଦେଖୁଥିବା ରାଇମୋହନଙ୍କ ବନ୍ଧୁ, ସହଯୋଗୀ ଓ ଶୁଭେଚ୍ଛୁମାନେ ଜମାରୁ ଏହାକୁ ବିଶ୍ୱାସ କରୁ ନ ଥିଲେ ।

ଅପରାହ୍ନରେ କ୍ୟାପିଟାଲ୍ ହସ୍ପିଟାଲ୍ ରେ ରାଇମୋହନଙ୍କ ଶବ ବ୍ୟବଚ୍ଛେଦ କରାଯାଇଥିଲା । ଓଲିଉଡ ସହଯୋଗୀ କଳାକାରଙ୍କ ସମେତ ରାଇମୋହନଙ୍କୁ ଭଲ ପାଉଥିବା ଶତାଧିକ ଶୁଭେଚ୍ଛୁଙ୍କର ସେଠାରେ ଗହଳି ହୋଇଥିଲା । ଅପରାହ୍ନ ୫ଟାରେ ଶବ ବ୍ୟବଚ୍ଛେଦ ସରିଲା ପରେ ମରଶରୀରକୁ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ପରିସରକୁ ନିଆଯାଇଥିଲା । ସେଠାରୁ ତାଙ୍କ ବାସଭବନ ନିଆଯାଇଛି । ଶେଷଦର୍ଶନ ପରେ ରାତିରେ ପୁରୀ ସ୍ୱର୍ଗଦ୍ୱାରରେ ଅନ୍ତେଷ୍ଟିକ୍ରିୟା ସମ୍ପନ୍ନ କରାଯିବ ବୋଲି ଜଣାପଡ଼ିଛି ।

ରାଇମୋହନ କାହିଁକି ଆତ୍ମହତ୍ୟା କଲେ ଏ ପ୍ରଶ୍ନ ସମସ୍ତଙ୍କୁ ବିଚଳିତ କରିଛି । ବନ୍ଧୁ ଓ ନିକଟ ସମ୍ପର୍କୀୟ କହୁଛନ୍ତି ଯେ ତାଙ୍କର କୌଣସି ଆର୍ଥିକ ସମସ୍ୟା ନ ଥିଲା । ବଡ଼ ଝିଅକୁ ବିବାହ ଦେଇସାରିଥିବା ବେଳେ ସାନ ଝିଅର ବିବାହ ପାଇଁ ସେ ପ୍ରସ୍ତୁତ ଥିଲେ । ସେଥିପାଇଁ ଅର୍ଥ ଯୋଗାଡ଼ କରି ରଖିଥିଲେ । ଅନ୍ୟପକ୍ଷରେ କ୍ୟାରିୟର୍ ଉପରେ ମଧ୍ୟ କୌଣସି ଚାପ ନ ଥିଲା । କୋଭିଡ୍ ପରେ ତାଙ୍କ ପାଖକୁ ଫିଲ୍ମ ଓ ଅପେରାର ଲମ୍ବା ଅଫର୍ ଥିଲା । ତେଣୁ ସେ କୌଣସି ସମସ୍ୟା କି ଚାପରେ ନ ଥିଲେ ବୋଲି ତାଙ୍କର ନିକଟତମ ମହଲରୁ ଜାଣିବାକୁ ମିଳିଛି ।

ପାରିବାରିକ କଳହରୁ ସେ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି କିଛି ସନ୍ଦେହ କରୁଛନ୍ତି । ମାତ୍ର ତାଙ୍କର ପାରିବାରିକ ଜୀବନ ସୁଖମୟ ଥିଲା ବୋଲି ବନ୍ଧୁମାନେ କହିଛନ୍ତି । ଧରନ୍ତୁ କୌଣସି କାରଣରୁ କିଛି ଝଗଡ଼ା ହୋଇଥିଲା । ତେବେ ଏହା କେତେବେଳେ? ପୁଣି କ’ଣ ଏମିତି ଝଗଡ଼ା ହେଲା ଯେ ସେ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଇଗଲେ? ସକାଳୁ ପତ୍ନୀ ଓ ଝିଅ ବାହାରେ ଥିବାରୁ ଆଉ କାହା ସହ ତାଙ୍କର ଝଗଡ଼ା ହେଲା? ସବୁବେଳେ ଆତ୍ମହତ୍ୟାକୁ ଘୃଣା କରି ଅନ୍ୟକୁ ଉପଦେଶ ଦେଉଥିବା ଖୁସି ମଜାଜ୍ ର ମଣିଷଟି ସାମାନ୍ୟ ଝଗଡ଼ା କାରଣରୁ କ’ଣ ଆତ୍ମହତ୍ୟା କରିଦେବେ?

ସୂଚନାଥାଉକି, ରାଇମୋହନଙ୍କ ଶେଷ ମୋବାଇଲ୍ ମେସେଜ୍ ରେ ସେ ନିଜ ପତ୍ନୀ ଓ ଦୁଇ ଝିଅଙ୍କୁ “ବାଏ’ ଲେଖିଥିବା ମଞ୍ଚେଶ୍ୱର ପୁଲିସ ସୂତ୍ରରୁ ଜଣାପଡ଼ିଛି । ତେବେ ତାଙ୍କ ପାଖରୁ ଏ ପର୍ଯ୍ୟନ୍ତ କୌଣସି ସୁଇସାଇଡ୍ ନୋଟ୍ ଜବତ ହୋଇନାହିଁ । ପୁଲିସ ତଦନ୍ତ ଜାରି ରଖିଛି ।

୧୯୬୩ ମସିହାରେ କେନ୍ଦୁଝର ଜିଲ୍ଲାର ପାଟଣା ବ୍ଲକ୍ ଅନ୍ତର୍ଗତ ଉଦୟପୁର ଗାଁରେ ଜନ୍ମଗ୍ରହଣ କରିଥିଲେ ରାଇମୋହନ । କରଞ୍ଜିଆ କଲେଜରୁ ପାଠପଢ଼ା ସରିଲା ପରେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ନାମ ଲେଖାଇ ସେଠାରୁ କୃତିତ୍ୱର ସହ ଉତ୍ତୀର୍ଣ୍ଣ ହୋଇଥିଲେ । ୧୯୮୫ ମସିହାରେ ସେ ଅଭିନୟ କ୍ୟାରିୟର୍ ଆରମ୍ଭ କରିଥିଲେ । ‘ସାଗର’ ଚଳଚ୍ଚିତ୍ର ମାଧ୍ୟମରେ ଓଡ଼ିଆ ସିନେମା ଜଗତରେ ପାଦ ରଖିଥିଲେ । ତାଙ୍କ କ୍ୟାରିୟର୍ ରେ ସେ ୯୦ ଟି ଓଡ଼ିଆ ଚଳଚ୍ଚିତ୍ର ଓ ୧୫ ଟି ବଙ୍ଗାଳୀ ଫିଲ୍ମରେ ଅଭିନୟ କରିଛନ୍ତି । ୪୦ ରୁ ଅଧିକ ନାଟକ ଓ ଯାତ୍ରାରେ ମଧ୍ୟ ଅଭିନୟ କରିଛନ୍ତି । ପରଦା ଓ ମଞ୍ଚର ଦୁର୍ଦ୍ଦନ୍ତ ଖଳନାୟକ ରାଇମୋହନଙ୍କ ‘ଏ ଅନାନି..’ ଡାଇଲଗ୍ କୁ ଲୋକମାନେ ଏବେ ବି ଗୁଣୁ ଗୁଣୋଉଛନ୍ତି ।

ରାଇମୋହନଙ୍କ ମୃତୁ୍ୟରେ ସବୁଆଡ଼େ ଶୋକର ଛାୟା ଖେଳିଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଶୋକବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ‘ବିଶିଷ୍ଟ ଅଭିନେତା ରାଇମୋହନ ପରିଡ଼ାଙ୍କ ଅକାଳ ବିୟୋଗ ବିଷୟରେ ଜାଣି ମୁଁ ଦୁଃଖିତ । ନାଟକୁ ଆରମ୍ଭ କରି ଯାତ୍ରା, ଚଳଚ୍ଚିତ୍ର ପରି କଳାର ବିଭିନ୍ନ କ୍ଷେତ୍ରରେ ତାଙ୍କର ଅନୁପସ୍ଥିତି ସର୍ବଦା ଅନୁଭବ ହେବ । ତାଙ୍କ ନିଖୁଣ ଅଭିନୟ ପାଇଁ ସେ ସ୍ମରଣୀୟ ରହିବେ । ଅମର ଆତ୍ମାର ସଦଗତି କାମନା ସହ ଶୋକାକୁଳ ପରିବାରବର୍ଗଙ୍କ ପ୍ରତି ମୋ ସମବେଦନା ଜଣାଉଛି ।’

Previous Post

ଦ୍ରୌପଦୀଙ୍କୁ ସମର୍ଥନ ଦେବନି କଂଗ୍ରେସ

Next Post

ନାମାଙ୍କନପତ୍ର ଦାଖଲ କଲେ ଦ୍ରୌପଦୀ ମୁର୍ମୁ

Next Post
ନାମାଙ୍କନପତ୍ର ଦାଖଲ କଲେ ଦ୍ରୌପଦୀ ମୁର୍ମୁ

ନାମାଙ୍କନପତ୍ର ଦାଖଲ କଲେ ଦ୍ରୌପଦୀ ମୁର୍ମୁ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19161 shares
    Share 7664 Tweet 4790
  • ନବୀନ..ନବୀନ, ମୋହନ..ମୋହନ

    16597 shares
    Share 6639 Tweet 4149
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7296 shares
    Share 2918 Tweet 1824
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA