Tuesday, February 17, 2026 02:49 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Crime

ହତ୍ୟା ପରେ ଶବ ସହ ଦୁଷ୍କର୍ମ କରିଥିଲା ସରୋଜ

'ପରୀ' ହତ୍ୟାକାଣ୍ଡର ଖୁଲାସା କଲେ ଅରୁଣ ବୋଥ୍ରା

by Our Correspondent
22 Dec, 2020- 03:14 PM
in Crime, Latest News, News
1 min read
0
ହତ୍ୟା ପରେ ଶବ ସହ ଦୁଷ୍କର୍ମ କରିଥିଲା ସରୋଜ

ଭୁବନେଶ୍ୱର: ଏକ ସାମ୍ବାଦିକ ସମ୍ମିଳନୀରେ ‘ପରୀ’ ହତ୍ୟାର ଖୁଲାସା କରିଛନ୍ତି କ୍ରାଇମବ୍ରାଞ୍ଚ ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା । ପରୀର ପଡୋଶୀ ୧୮ ବର୍ଷୀୟ ସରୋଜ ସେଠୀ ହିଁ ହତ୍ୟାକାରୀ ବୋଲି ସେ ସ୍ପଷ୍ଟ କରିଛନ୍ତି । ଜଘନ୍ୟ କଥା ହେଉଛି, ପରୀକୁ ତଣ୍ଟି ଚିପି ହତ୍ୟା କଲା ପରେ ତା’ ସହ ଦୁଷ୍କର୍ମ କରିଛି ସରୋଜ । ଏହା ପରେ ଶବକୁ ଏକ ଅଖାରେ ଗୁଡ଼ାଇ ନଡିଆ ବାହୁଙ୍ଗାରେ ଢ଼ାଙ୍କି ଦେଇଥିଲା ଏବଂ ତାକୁ ନେଇ ପୋଖରୀ କୂଳରେ ଏକ ବୁଦାରେ ଫିଙ୍ଗିଦେଇଥିଲା । ନିଜ ୨୨ ବର୍ଷ କ୍ୟାରିୟର୍ ରେ ଏଭଳି ବୀଭତ୍ସ କାଣ୍ଡ ସେ ଦେଖିନାହାନ୍ତି ବୋଲି କହିଛନ୍ତି ବୋଥ୍ରା ।

କେମିତି ହତ୍ୟା କଲା ସରୋଜ

ପରୀ ଘରଠାରୁ ମାତ୍ର କେଇ ମିଟର ଦୂରରେ(ପଡୋଶୀ) ସରୋଜ ସେଠୀର ଘର । କଲେଜ ପଢ଼ୁଆ ଘରର ଏକମାତ୍ର ପୁଅ ସରୋଜର ବାପା ନାହାନ୍ତି । ମାଆ ଓ ସାନ ଭଉଣୀ ଚାକିରି କରନ୍ତି । ବଡ଼ ଭଉଣୀ ବାହା ହୋଇସାରିଛନ୍ତି । ସରୋଜର ସାନ ଭଉଣୀ ପରୀକୁ ସ୍ନେହ କରୁଥିବାରୁ ଉଭୟ ପରିବାର ମଧ୍ୟରେ ଭଲ ସମ୍ପର୍କ । ସରୋଜ ଘର ବାରିପଟେ ଜାମୁକୋଳି ଗଛ ଥିବାରୁ ପିଲାମାନେ କୋଳି ଖାଇବାକୁ ଯାଆନ୍ତି । ପରୀ ବି ସେଠାକୁ ଯାଏ । ଜୁଲାଇ ୧୩ ତାରିଖ ଦିନ ମଧ୍ୟ ପରୀ ଜାମୁକୋଳି ଖାଇବାକୁ ଯାଇଥିଲା ।

ଜୁଲାଇ ୧୪ ତାରିଖ ସକାଳ ପ୍ରାୟ ୧୦ଟା ବେଳେ ପରୀ ବି ଜାମୁକୋଳି ଖାଇବାକୁ ଆଗ୍ରହ ଦେଖାଇଥିଲା । ସେତେବେଳେ ସରୋଜ ଘରେ ଏକୁଟିଆ ଥିଲା ଏବଂ ପରୀକୁ ଜାମୁକୋଳି ଦେବା ବାହାନାରେ ଘରର ପଛପଟ ରୁମ୍ କୁ ଡାକି ନେଇଥିଲା । ସେଠାରେ ପରୀ ସହ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲା ସରୋଜ । ମାତ୍ର କିଛି ବୁଝୁ ନ ଥିବା କୁନିଝିଅ ପରୀ ଭୀଷଣ କାନ୍ଦିବାରୁ ସରୋଜ ରାଗିଯାଇଥିଲା ଏବଂ ତା ତଣ୍ଟିକୁ ଚିପି ଦେଇଥିଲା । ସେଠାରେ ହିଁ ପରୀର ମୃତ୍ୟୁ ହୋଇଯାଇଥିଲା ।

ତେବେ ପରୀକୁ ହତ୍ୟା କଲା ପରେ ଆହୁରି ଜଘନ୍ୟ ଓ ସୈତାନୀ ହୋଇଯାଇଥିଲା ସରୋଜ । ପରୀର ଶବ ସହ ଦୁଷ୍କର୍ମ କରିଥିଲା । ଏହାପରେ ପରୀର ଫ୍ରକ୍ ଏବଂ ଶବକୁ ଗାଏବ କରିବା ପାଇଁ ଏକ ଅଖାରେ ପୁରେଇଥିଲା ଏବଂ ସେହି ଅଖାକୁ ଏକ ନଡ଼ିଆ ବାହୁଙ୍ଗାରେ ଗୁଡ଼ାଇ ଗାଁ ପୋଖରୀ କୂଳରେ ଥିବା ଏକ ବୁଦାମୂଳେ ଫିଙ୍ଗି ଦେଇଥିଲା । ଅନ୍ୟମାନଙ୍କ ସନ୍ଦେହ ନ ହେବା ପାଇଁ ସେ ଅଖାକୁ ନଡିଆ ବାହୁଙ୍ଗାରେ ଗୁଡ଼ାଇଥିବା ସରୋଜ ମାନିଯାଇଛି । ତେବେ ପରୀ ପିନ୍ଧିଥିବା ଲେଗିନ୍ସ ଘରେ ରହିଯାଇଥିବାରୁ ସେ ଘରୁ ଆଣିବାକୁ ଯାଇଥିଲା ଏବଂ ତାକୁ ବିଣ୍ଡା କରି ପୁଣି ସେହି ପୋଖରୀ କୂଳକୁ ଆସି ଫିଙ୍ଗି ଦେଇଥିଲା ।

ଅଶ୍ଲୀଳ ଫିଲ୍ମ ଦେଖାରୁ ଜଘନ୍ୟ କାଣ୍ଡ

ସରୋଜର ଏହି କାଣ୍ଡ ପଛରେ ରହିଛି ତାର ପର୍ଣ୍ଣ ବା ଅଶ୍ଲୀଳ ଫିଲ୍ମ ଆଡିକ୍ସନ୍ । ଏହି ନିଶାରେ ପଡ଼ିଥିବା ସରୋଜ ନିଜ ଭଉଣୀ ମୋବାଇଲ୍ ରେ ଗୁଗୁଲ୍ ସର୍ଚ୍ଚ କରି ପର୍ଣ୍ଣ ଚାଇଲଡ୍ ଫିଲ୍ମ ଦେଖେ । ଫିଲ୍ମ ଦେଖିବା ପରେ ସେ ହିଷ୍ଟ୍ରି ଡିଲିଟ୍ କରିଦେଉଥିଲା । ଜୁଲାଇ ୧୩ ତାରିଖ ରାତିସାରା ସେ ପର୍ଣ୍ଣ ଫିଲ୍ମ ଦେଖିଛି । ଫଳରେ ତା ମନ ଅପରାଧୀ ହୋଇଯାଇଛି । ଏତିକି ବେଳକୁ ସକାଳେ ତା ହାବୁଡରେ ପଡ଼ିଛି ପରୀ । ୫ ବର୍ଷର ପରୀକୁ ହତ୍ୟା କଲା ପରେ ବି ମୃତ ଶରୀର ସହିତ ଯୌନ ସମ୍ପର୍କ ରଖିବାକୁ ଚେଷ୍ଟା କରିଛି ଏହି ସୈତାନ ।

କେମିକାଲ୍ ବ୍ୟବହାର କରିନି

ପୋଖରୀଟି ଅବ୍ୟବହୃତ ଥିବାରୁ ଗାଁ ଲୋକଙ୍କର ବିଶେଷ ଯାଆସ ନ ଥିଲା । ତେଣୁ ପୋଖରୀ କୂଳରେ ଥିବା ସେହି ବୁଦା ଭିତରକୁ କାହାରି ନଜର ନ ଥିଲା । ତେବେ ଦୁଇ ତିନି ଦିନ ପରେ ଶବ ଗଳିତ ହୋଇ ଗନ୍ଧ ବାହାରିବା କଥା, ମାତ୍ର ଗନ୍ଧ ବାହାରିଥିଲା ନା ନାହିଁ ତାହା ଜଣାପଡ଼ି ନ ଥିଲେ ମଧ୍ୟ ଶବକୁ ନଷ୍ଟ କରିବା ପାଇଁ ସରୋଜ କୌଣସି ରାସାୟନିକ ଦ୍ରବ୍ୟ ବ୍ୟବହାର କରିନାହିଁ ବୋଲି ଶ୍ରୀ ବୋଥ୍ରା ସ୍ପଷ୍ଟ କରିଛନ୍ତି । ତେବେ ପାଣି ପାଖରେ ଏବଂ ବୁଦାମୂଳେ ମୃତ ଶରୀର ଖୁବ୍ ଶୀଘ୍ର ଡି-କମ୍ପୋଜ୍ ହୋଇଯିବା ବିଜ୍ଞାନସମ୍ମତ । ସେହି ଦୃଷ୍ଟିରୁ ଜୁଲାଇ ୨୩ ତାରିଖରେ ତାହା ଠାବ ହେଲାବେଳକୁ ମାଂସ ନଥିଲା ଏବଂ କେବଳ ହାଡ଼ ଓ ଖପୁରୀ ଥିଲା ।

ସରୋଜ କେମିତି ଧରାପଡ଼ିଲା

ସରୋଜ ଉପରେ ପ୍ରଥମରୁ ନୟାଗଡ଼ ପୁଲିସ ସନେ୍ଦହ କରିଥିଲେ ମଧ୍ୟ ତଦନ୍ତରେ ସଫଳତା ପାଇ ନ ଥିଲା । ତେବେ ଏସଆଇଟି ଟିମ୍ ତଦନ୍ତ ଦାୟିତ୍ୱ ନେବା ପରେ ସରୋଜ ଆପେ ସନେ୍ଦହ ନଜରକୁ ଆସିଯାଇଥିଲା । ଗାଁର ସବୁ ଲୋକ ତଦନ୍ତରେ ସହଯୋଗ କରି ପଲିଗ୍ରାଫ୍ ଟେଷ୍ଟ ଦେବାକୁ ଆଗଭର ହୋଇଥିଲେ ମଧ୍ୟ ସରୋଜ କ୍ଷେତ୍ରରେ ବ୍ୟତିକ୍ରମ ଦେଖିବାକୁ ମିଳିଥିଲା । ସେ ପ୍ରଥମରୁ ତଦନ୍ତରେ ସହଯୋଗ କରିବାକୁ ମନା କରି ଏସଆଇଟି ଟିମ୍ କୁ ତେଡ଼ା ମେଡ଼ା ଦେଖାଇଥିଲା । ସରୋଜର ହାବଭାବ ଏସଆଇଟି ମୁଖ୍ୟ ଶ୍ରୀ ବୋଥ୍ରାଙ୍କ ସନ୍ଦେହକୁ ଦ୍ୱିଗୁଣିତ କରିଥିଲା । ପ୍ରଥମ ଦିନର ପଚରାଉଚୁରା ପରେ ସେ ସମ୍ପୂର୍ଣ୍ଣ ଅସହଯୋଗ କରିଥିଲେ ମଧ୍ୟ ଦ୍ୱିତୀୟ ଦିନ ପଚରାଉଚୁରା ବେଳେ ଶ୍ରୀ ବୋଥ୍ରା ତା ହାତରୁ ମୋବାଇଲ୍ ଛଡ଼ାଇ ନେଇଥିଲେ । ଆଉ ସେହି ମୋବାଇଲ୍ ଖୋଲିଲା ମାତ୍ରେ ଏକ ୩ ବର୍ଷର ପିଲାକୁ ଦୁଷ୍କର୍ମ ଓ ହତ୍ୟା ସମ୍ପର୍କିତ ଏକ ଖବର ପପଅପ୍ ହୋଇଥିଲା । ଅର୍ଥାତ୍ ସେହି ଖବରଟିକୁ ପୂର୍ବରୁ ଗୁଗୁଲିରୁ ସର୍ଚ୍ଚ କରିଥିଲା ସରୋଜ । ଏଭଳି ଖବର ପ୍ରତି ସରୋଜର ଆଗ୍ରହ ଏବଂ ତାର ଅସହଯୋଗ ହାବଭାବ ହିଁ ଶ୍ରୀ ବୋଥ୍ରାଙ୍କୁ ତଦନ୍ତର ଲିଡ୍ ଦେଇଥିଲା । ସେହି ଦ୍ୱିତୀୟ ଦିନ ଜେରାରେ ହିଁ ସରୋଜ ସତ ମାନିଯାଇଥିଲା ।

ଧୂର୍ତ୍ତ ସରୋଜ

ସରୋଜ ନିଜକୁ ଖୁବ୍ ଧୂର୍ତ୍ତ ବୋଲି ପ୍ରମାଣିତ କରିଛି । ପରୀକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ନେଇ ଗଣମାଧ୍ୟମରେ ଖବର ଆସିଲା ପରେ ସରୋଜ ନିଜକୁ ଖସାଇବା ପାଇଁ ଶ୍ରୀ ବୋଥ୍ରାଙ୍କ ଉପରେ ଲାଞ୍ଚ ଆରୋପ ଆଣିଥିଲା । ଏପରିକି ବୋଥ୍ରାଙ୍କୁ ତଡ଼ି ତଡ଼ି ପିଟିବେ ବୋଲି ଗଣମାଧ୍ୟମ ସାମ୍ନାରେ କହିଥିଲା । ଏଭଳି କହି ରାଜନୈତିକ ପଶାଖେଳରେ ନିଜେ ଖସିଯିବାକୁ ଉଦ୍ୟମ କରିଥିଲା ସରୋଜ । ମାତ୍ର ଏସଆଇଟି ଆଗରେ ସେ ସବୁ କଥା ମାନିଯାଇଛି । ଏହାପୂର୍ବରୁ ନିଜର ଅପରାଧ ସମ୍ପର୍କରେ ଦୁଇଜଣଙ୍କ ଆଗରେ ସରୋଜ ସ୍ୱୀକାର କରିଥିଲା । ଜଣଙ୍କ ଆଗରେ ସେ ମାନିଥିବା କଥାର ଭିଡ଼ିଓ ରେକର୍ଡିଂ ଏବେ ଏସଆଇଟି ହାତରେ ।

ପ୍ରତ୍ୟକ୍ଷଦର୍ଶୀ ନାହାନ୍ତି, ବଳିଷ୍ଠ ସାଇଣ୍ଟିଫିକ୍ ତଦନ୍ତ

ସାଧାରଣତଃ ଦୁଷ୍କର୍ମ ଘଟଣାରେ ପ୍ରତ୍ୟକ୍ଷଦର୍ଶୀ ମିଳି ନ ଥାନ୍ତି । ପରୀ କ୍ଷେତ୍ରରେ ବି ତାହା ଘଟିଛି । ତେବେ ସରୋଜ ବିରୋଧରେ ପର୍ଯ୍ୟାପ୍ତ ସାଇଣ୍ଟିଫିକ୍ ତଥ୍ୟ ହାସଲ କରିଛି ଏସଆଇଟି । ପରୀର ଲେଗିନ୍ସକୁ ଖୋଜିବା ପାଇଁ ପୋଖରୀ ପାଣିକୁ ନିଷ୍କାସନ କରାଯାଉଥିବା ବେଳେ ଜବତ ନଡିଆ ବାହୁଙ୍ଗାର ଡିଏନଏ ଟେଷ୍ଟ ପାଇଁ ହାଇଦ୍ରାବାଦସ୍ଥିତ ସିସିଏମବି ଏବଂ ନୂଆଦିଲ୍ଲୀସ୍ଥିତ ଏନଆଇପିଜିଆରକୁ ପଠାଯିବ । ଜବତ ବାହୁଙ୍ଗାଟି ସରୋଜ ବାଡ଼ିର ନା ନାହିଁ ସେଥିରୁ ସ୍ପଷ୍ଟ ହେବ ବୋଲି ଶ୍ରୀ ବୋଥ୍ରା କହିଛନ୍ତି ।

Previous Post

ଜେଲ୍ ଗଲା ‘ପରୀ’ ହତ୍ୟା ମୁଖ୍ୟ ଅଭିଯୁକ୍ତ

Next Post

ପୋଖରୀରୁ ମିଳିଲା ‘ପରୀ’ ର ଲେଗିନ୍ସ

Next Post
ପୋଖରୀରୁ ମିଳିଲା ‘ପରୀ’ ର ଲେଗିନ୍ସ

ପୋଖରୀରୁ ମିଳିଲା 'ପରୀ' ର ଲେଗିନ୍ସ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19161 shares
    Share 7664 Tweet 4790
  • ନବୀନ..ନବୀନ, ମୋହନ..ମୋହନ

    16597 shares
    Share 6639 Tweet 4149
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7296 shares
    Share 2918 Tweet 1824
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA