Monday, February 16, 2026 07:38 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ରାଜ୍ୟରେ ଆଇନଶୃଙ୍ଖଳା ସ୍ଥିତି ନିୟନ୍ତ୍ରଣରେ: ଡିଜିପି

ଓଡ଼ିଶା ପୁଲିସର ମନୋବଳ ବଢ଼ାଇଲେ ଅଭୟ

by Our Correspondent
27 Dec, 2020- 10:35 PM
in Latest News, News
1 min read
0
ରାଜ୍ୟରେ ଆଇନଶୃଙ୍ଖଳା ସ୍ଥିତି ନିୟନ୍ତ୍ରଣରେ: ଡିଜିପି

ଭୁବନେଶ୍ୱର: ଓଡ଼ିଶା ପୁଲିସର କାର୍ଯ୍ୟ ନେଇ ଖୁସି ଅଛନ୍ତି ଡିଜିପି ଶ୍ରୀ ଅଭୟ । ରାଜ୍ୟରେ ଅପରାଧର ମାତ୍ରା କମିଛି ଏବଂ ଆଇନଶୃଙ୍ଖଳା ସ୍ଥିତି ନିୟନ୍ତ୍ରଣରେ ରହିଛି ବୋଲି କହିଛନ୍ତି । ଆଜିଠାରୁ ଆରମ୍ଭ ହୋଇଥିବା ୪ ଦିନିଆ ଆଇପିଏସ୍ ଅଫିସର ସମ୍ମିଳନୀର ଉଦଘାଟନୀ ଉତ୍ସବରେ ଓଡ଼ିଶା ପୁଲିସର କାର୍ଯ୍ୟକୁ ଡିଜିପି ଭୁରି ଭୁରି ପ୍ରଶଂସା କରିଛନ୍ତି ।

କରୋନା ମହାମାରୀ ମୁକାବିଲାରେ ପୁଲିସର ସେବାମୂଳକ କାର୍ଯ୍ୟ ଅତ୍ୟନ୍ତ ପ୍ରଶଂସନୀୟ ବୋଲି କହିଛନ୍ତି । ରାଜ୍ୟରେ ମାଓ ଦମନ, ଗଞ୍ଜେଇ ଚୋରା ଚାଲାଣ ଓ ନିଶା କାରବାର ରୋକିବାରେ ପୁଲିସ ସଫଳ ହୋଇଛି । ସ୍ୱାଭିମାନ ଅଞ୍ଚଳକୁ ସମ୍ଭାଳିବାରେ ପୁଲିସ ଉଲ୍ଲେଖନୀୟ ସଫଳତା ହାସଲ କରିଛି । ଏହା ପଛରେ ୫-ଟି ର ଅବଦାନକୁ ଡିଜି ଉଲ୍ଲେଖ କରିବା ସହ ଓଡ଼ିଶା ପୁଲିସ ନୂଆ ଭାବମୂର୍ତ୍ତି ସୃଷ୍ଟି କରିଥିବା କହିଛନ୍ତି । ଅନ୍ୟପକ୍ଷରେ ଶିଶୁ ଓ ମହିଳା ସୁରକ୍ଷା, ସାଇବର ଅପରାଧ ବୃଦ୍ଧି ଉପରେ ଡିଜିପି ଚିନ୍ତାପ୍ରକଟ କରି ଏହାକୁ ବଡ଼ ଚାଲେଂଜ ଭାବେ ଗ୍ରହଣ କରିଛନ୍ତି ।

ଡିଜିପିଙ୍କ ତଥ୍ୟ ଅନୁଯାୟୀ, କରୋନା ଯୁଦ୍ଧରେ ୪୭ ଜଣ ପୁଲିସ ପ୍ରାଣ ହରାଇଛନ୍ତି । ୯୦୦ ରୁ ଅଧିକ ପୁଲିସ ପ୍ଲାଜମା ଦାନ କରିଛନ୍ତି । ଚଳିତବର୍ଷ ୨୨ ମାଓବାଦୀ ଗିରଫ ହୋଇଥିବା ବେଳେ ୨୧ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ୧୭ ହାର୍ଡକୋର୍ ମାଓବାଦୀ ନିହତ ହୋଇଛନ୍ତି । ଗଞ୍ଜେଇ ଚୋରାଚାଲାଣ ଓ ଡ୍ରଗ୍ସ କାରବାର ଉପରେ ରୋକ୍ ଲାଗିଛି । ରେକର୍ଡ ପରିମାଣର ୨ ହଜାର କେଜିରୁ ଅଧିକ ଗଞ୍ଜେଇ ଓ ୩୪ କେଜି ବ୍ରାଉନସୁଗାର ଜବତ ହୋଇଛି ।

ଅପରାଧ ଦମନ, ତ୍ୱରିତ ତଦନ୍ତ ଓ ନିଶା କାରବାର ରୋକିବା କ୍ଷେତ୍ରରେ ମାଲକାନଗିରି, କନ୍ଧମାଳ, କଳାହାଣ୍ଡି, କୋରାପୁଟ, କେନ୍ଦୁଝର ଓ ଅନୁଗୁଳ ଏସପିଙ୍କ ସମେତ ଏସଡିଏଫ ଡିଆଇଜି, ଏସଆଇଡବ୍ଲୁ ଅଧିକାରୀ ଏବଂ ଭୁବନେଶ୍ୱର, କଟକ ଡିସିପିଙ୍କୁ ପ୍ରଶଂସା କରିଛନ୍ତି ଡିଜିପି ।

ଆସନ୍ତାକାଲି ଏହି ଭର୍ଚୁଆଲ୍ ସମ୍ମିଳନୀର ଦ୍ୱିତୀୟ ଦିନରେ ଯୋଗଦେବେ ଡିଫେନ୍ସ ଷ୍ଟାଫ୍ ମୁଖ୍ୟ ବିପିନ୍ ରାୱତ । ଦେଶର ସୁରକ୍ଷା ଓ ପୁଲିସର ଭୂମିକା ଉପରେ ସେ ତାଙ୍କର ବକ୍ତବ୍ୟ ରଖିବେ । ବୁଧବାର ଦିନ ଉଦଯାପନ ଉତ୍ସବରେ ଯୋଗଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Previous Post

ବିଜେଡ଼ି ପ୍ରତିଷ୍ଠା ଦିବସ: ନବୀନଙ୍କ ଫୋକସ୍ ରେ ‘ମହିଳା’

Next Post

ସାମ୍ବାଦିକଙ୍କୁ ମାଡ଼: କଟା ଘା ରେ ଚୂନ ବୋଳିଲେ ବିଜେପି ନେତ୍ରୀ

Next Post
ସାମ୍ବାଦିକଙ୍କୁ ମାଡ଼: କଟା ଘା ରେ ଚୂନ ବୋଳିଲେ ବିଜେପି ନେତ୍ରୀ

ସାମ୍ବାଦିକଙ୍କୁ ମାଡ଼: କଟା ଘା ରେ ଚୂନ ବୋଳିଲେ ବିଜେପି ନେତ୍ରୀ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19161 shares
    Share 7664 Tweet 4790
  • ନବୀନ..ନବୀନ, ମୋହନ..ମୋହନ

    16597 shares
    Share 6639 Tweet 4149
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7296 shares
    Share 2918 Tweet 1824
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA