Wednesday, April 8, 2026 05:06 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଚିଠା ଅଧିନିୟମକୁ ତୁରନ୍ତ ପ୍ରତ୍ୟାହାର କର

*ଏନଏମଏକୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଚିଠି *ସିଂହଦ୍ୱାର ସାମନାରେ ସେବାୟତଙ୍କ ପ୍ରତିବାଦ

by Our Correspondent
07 Feb, 2021- 08:16 PM
in Latest News, News
1 min read
0
ଚିଠା ଅଧିନିୟମକୁ ତୁରନ୍ତ ପ୍ରତ୍ୟାହାର କର

ପୁରୀ: ଶ୍ରୀମନ୍ଦିର ଚାରିପଟେ ୩୦୦ ମିଟର ଅଞ୍ଚଳ ପାଇଁ କଟକଣା ଜାରି ନିମନ୍ତେ ପ୍ରସ୍ତାବିତ ସ୍ୱତନ୍ତ୍ର ବାଇ- ଲ ବା ଚିଠା ଅଧିନିୟମକୁ ପ୍ରବଳ ବିରୋଧ ହୋଇଛି । ପୁରୀରେ ବିଭିନ୍ନ ନିଯୋଗର ସେବାୟତମାନେ ସିଂହଦ୍ୱାର ସାମନାରେ ପ୍ରତିବାଦ ଆନେ୍ଦାଳନ କରିଥିବା ବେଳେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ୍ କୁମାର ଚିଠା ବିଜ୍ଞପ୍ତି ତୁରନ୍ତ ପ୍ରତ୍ୟାହାର ପାଇଁ ଜାତୀୟ ଐତିହ୍ୟ ପ୍ରାଧିକରଣ (ଏନଏମଏ)କୁ ଚିଠି ଲେଖିଛନ୍ତି ।

ଓଡ଼ିଆ ଓ କୋଟି କୋଟି ହିନ୍ଦୁଙ୍କର ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀଜଗନ୍ନାଥ ବ୍ରହ୍ମଦାରୁ ଭାବେ ମୂଳପୀଠ ପୁରୀରେ ପୂଜା ପାଉଥିବା ବେଳେ ଭକ୍ତଙ୍କ ଧାର୍ମିକ ଓ ଆଧ୍ୟାତ୍ମିକ ବିଶ୍ୱାସ ଉପରେ କୌଣସି ହସ୍ତକ୍ଷେପ ଗ୍ରହଣୀୟ ନୁହେଁ । ସେବକ, ଭକ୍ତ ଓ ସର୍ବୋପରି ମହାପ୍ରଭୁଙ୍କ ସ୍ୱାର୍ଥରେ ପ୍ରସ୍ତାବିତ ବାଇ-ଲ ବାଧକ ହେବ । ମହାପ୍ରଭୁ ଓ ଭକ୍ତଙ୍କ ସୁରକ୍ଷା ପାଇଁ ସେଭଳି କୌଣସି ପ୍ରସ୍ତାବ ଥିଲେ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟମାନଙ୍କ ସହ ବରଂ ଆଲୋଚନା କରିବାକୁ ଆମନ୍ତ୍ରଣ କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ।

ଡ. କ୍ରିଷନ୍ କୁମାର ଆହୁରି ଲେଖିଛନ୍ତି ଯେ ମନ୍ଦିର ଚାରିପଟେ ଥିବା ପୁରାତନ ସାହିଗୁଡ଼ିକରେ ସେବାୟତ ପରିବାର ରହି ଆସୁଛନ୍ତି । ମହାପ୍ରଭୁଙ୍କ ନୀତିକାନ୍ତିରେ ସେବାୟତମାନଙ୍କ ପ୍ରମୁଖ ଭୂମିକା ଥିବାରୁ ପ୍ରସ୍ତାବିତ ଅଧିନିୟମ ଦ୍ୱାରା ସେମାନେ ପ୍ରଭାବିତ ହେବେ ।

ସେହିଭଳି ମହାପ୍ରଭୁଙ୍କ ଦର୍ଶନରେ ଦୈନିକ ହଜାର ହଜାର ଭକ୍ତ ଆସୁଥିବାରୁ ସେମାନଙ୍କ ସୁବିଧା ପାଇଁ ଆନୁସଙ୍ଗିକ ବ୍ୟବସ୍ଥାରେ ଏହା ବାଧା ଉପୁଜାଇବ । ରାଜ୍ୟ ସରକାରଙ୍କ ପକ୍ଷରୁ ଏବେ ଐତିହ୍ୟ କରିଡ଼ର ନିର୍ମାଣ ପାଇଁ କାର୍ଯ୍ୟ ଆରମ୍ଭ ହୋଇଥିବାରୁ ପ୍ରସ୍ତାବିତ ଅଧିନିୟମ ଏହାର ବିକାଶରେ ବାଧକ ସୃଷ୍ଟି କରିବ । ଏସବୁ ଦୃଷ୍ଟିରୁ ଚିଠା ବିଜ୍ଞପ୍ତି ତୁରନ୍ତ ପ୍ରତ୍ୟାହାର କରିବାକୁ ମୁଖ୍ୟ ପ୍ରଶାସକ ଅନୁରୋଧ କରିଛନ୍ତି ।

ସୂଚନାଯୋଗ୍ୟ, ଏନଏମଏର ପ୍ରସ୍ତାବିତ ଅଧିନିୟମରେ ସଂରକ୍ଷିତ ସ୍ମାରକ (ଶ୍ରୀମନ୍ଦିର)ରୁ ୧୦୦ ମିଟର ଯାଏଁ ସମ୍ପୂର୍ଣ୍ଣ ନିଷିଦ୍ଧାଞ୍ଚଳ ରହିବ । ଏହି ଅଞ୍ଚଳରେ କୌଣସି ନିର୍ମାଣ ହୋଇପାରିବନି । ସେଠାରୁ ଆଉ ୨୦୦ ମିଟର ପରିଧି ନିୟନ୍ତ୍ରିତ ଅଞ୍ଚଳ ଭାବେ ଚିହ୍ନଟ ହେବ । ଏହି ଅଞ୍ଚଳରେ ନିର୍ମାଣ କାର୍ଯ୍ୟ ପାଇଁ ଏନଏମଏର ଅନୁମତି ନେବାକୁ ପଡ଼ିବ । ନିୟନ୍ତ୍ରିତ ଅଞ୍ଚଳ ବାହାରେ ମଧ୍ୟ ଉଚ୍ଚତା କଟକଣା ରହିବ । ଶ୍ରୀମନ୍ଦିରକୁ ଦେଖିବାରେ ବାଧା ନ ଆଣିଲା ଭଳି ନିର୍ମାଣର ଉଚ୍ଚତା ସୀମା ଧାର୍ଯ୍ୟ କରାଯାଇଛି ।

ପ୍ରସ୍ତାବିତ ଅଧିନିୟମ କାର୍ଯ୍ୟକାରୀ ହେଲେ ଐତିହ୍ୟ ବିକାଶକୁ ଝଟକା ହେବା ସହ ଶ୍ରୀମନ୍ଦିରର ୩୦୦ ମିଟର ଚୌହଦିରେ ରହୁଥିବା ସେବାୟତ ପରିବାର ଗୁରୁତର ଭାବେ ପ୍ରଭାବିତ ହେବେ । ଏଇ ଅଧିନିୟମ ଉପରେ ଏନଏମଏ ପକ୍ଷରୁ ସର୍ବସାଧାରଣ ମତାମତ ଲୋଡାଯାଇଛି । ଫେବୃଆରୀ ୧୮ ତାରିଖ ସୁଦ୍ଧା ମତାମତ ଓ ପରାମର୍ଶ ଦେବାକୁ କର୍ତ୍ତୃପକ୍ଷ ଆହ୍ୱାନ ଦେଇଛନ୍ତି ।

Previous Post

ମହାମାରୀ ସତ୍ତ୍ୱେ କିଟ୍ ରେ ରେକର୍ଡ ପ୍ଲେସମେଣ୍ଟ

Next Post

ଶ୍ରୀମନ୍ଦିରରୁ ବରାବର: ଏନଏମଏ ବାଇ ଲ’ ଅବିଳମ୍ବେ ପ୍ରତ୍ୟାହୃତ

Next Post
ଶ୍ରୀମନ୍ଦିରରୁ ବରାବର: ଏନଏମଏ ବାଇ ଲ’ ଅବିଳମ୍ବେ ପ୍ରତ୍ୟାହୃତ

ଶ୍ରୀମନ୍ଦିରରୁ ବରାବର: ଏନଏମଏ ବାଇ ଲ' ଅବିଳମ୍ବେ ପ୍ରତ୍ୟାହୃତ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19180 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5814 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA