Wednesday, March 4, 2026 01:15 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ନୂଆପଡ଼ାରୁ ପ୍ରାର୍ଥୀ ପାଇଲାନି ବିଜେଡି

ବରଗଡ଼ରୁ ଆଣିଲା ସ୍ନେହାଙ୍ଗିନୀ ଛୁରିଆଙ୍କୁ

by Our Correspondent
15 Oct, 2025- 08:26 PM
in Latest News, News, Politics
1 min read
0
ନୂଆପଡ଼ାରୁ ପ୍ରାର୍ଥୀ ପାଇଲାନି ବିଜେଡି

ଭୁବନେଶ୍ୱର: ନୂଆପଡ଼ାରୁ ବିଜେଡିକୁ କେହି ପ୍ରାର୍ଥୀ ମିଳିଲେନି । ବରଗଡ଼ ଜିଲ୍ଲା ଅତାବିରାର ପୂର୍ବତନ ବିଧାୟିକା, ପୂର୍ବତନ ମନ୍ତ୍ରୀ ତଥା ରାଜ୍ୟ ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ନୂଆପଡ଼ାରେ ପ୍ରାର୍ଥୀ କରାଯାଇଛି । ଆଜି ସଂଧ୍ୟାରେ ନବୀନ ନିବାସରେ ଦଳୀୟ ନେତାଙ୍କ ସହ ବୈଠକ ପରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି ।

ଶ୍ରୀମତୀ ଛୁରିଆଙ୍କୁ ପଶ୍ଚିମ ଓଡ଼ିଶାର ଜଣେ ଟାଣୁଆ ନେତା ଦର୍ଶାଇଛନ୍ତି ନବୀନ । ପ୍ରାର୍ଥୀ ଘୋଷଣା କଲା ବେଳେ ନବୀନ ନୂଆପଡ଼ାରେ ଅନ୍ୟ ଦୁଇ ଆଶାୟୀ ପୂର୍ବତନ ଜିଲ୍ଲା ସଭାପତି ମନୋଜ ମିଶ୍ର ଏବଂ ଆଦିବାସୀ କଲ୍ୟାଣ ସଂଘ ସଭାପତି ଭାନୁ ପ୍ରତାପ ସିଂହ ମାଝୀଙ୍କୁ ପାଖରେ ଛିଡ଼ା କରାଇଥିଲେ । ସ୍ନେହାଙ୍ଗିନୀ ଛୁରିଆଙ୍କୁ ବୃହତ୍ତ ବ୍ୟବଧାନରେ ବିଜୟୀ କରାଇବୁ ବୋଲି ସେମାନେ ପ୍ରତିଶ୍ରୁତି ଦେଇଥିଲେ ।

ଜୟ ଢ଼ୋଲକିଆ ବିଜେପିକୁ ଚାଲିଯିବା ପରେ ବିଜେଡି ଅକଳରେ ପଡ଼ିଥିଲା । ପ୍ରାର୍ଥୀ ଚୟନରେ ସଙ୍କଟ ସୃଷ୍ଟି ହୋଇଥିଲା । ମାଳ ମାଳ ଭୁବନେଶ୍ୱରିଆ ନେତା ନୂଆପଡ଼ାରେ ଡେରା ପକାଇ ସଙ୍କଟର ସମାଧାନ ପାଇଁ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇ ନ ଥିଲେ । ସମ୍ଭାବ୍ୟ ପ୍ରାର୍ଥୀମାନଙ୍କ ମଧ୍ୟରେ ଥିଲେ ପୂର୍ବତନ ଜିଲ୍ଲା ସଭାପତି ମନୋଜ ମିଶ୍ର, ଆଦିବାସୀ କଲ୍ୟାଣ ସଂଘ ସଭାପତି ଭାନୁ ପ୍ରତାପ ସିଂହ ମାଝୀ, ନୂଆପଡ଼ା ଏନଏସି ଅଧ୍ୟକ୍ଷ ମହମ୍ମଦ ଆଦମ, ନୂଆପଡ଼ା ବିଜେଡି ସଭାନେତ୍ରୀ ବିନ୍ଧେଶ୍ୱରୀ ସାହୁ ।

ବିଜେପି ପ୍ରାର୍ଥୀତ୍ୱରୁ ବଞ୍ଚିତ ଯଦୁମଣି ପାଣିଗ୍ରାହୀ କିମ୍ବା ପ୍ରସନ୍ନ ପାଢ଼ୀଙ୍କୁ ବିଜେଡିକୁ ଆଣି ଜୟ ଢ଼ୋଲକିଆଙ୍କ ସହ ଟକ୍କର ଦେବାକୁ କିଛି ବିଜେଡି ନେତା ଯୋଜନା କରିଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ହୋଇପାରି ନ ଥିଲା ।
ସୂଚନାଥାଉକି, ସ୍ନେହାଙ୍ଗିନୀ ଛୁରିଆ ୨୦୧୪ ଏବଂ ୨୦୧୯ରେ ଲଗାତର ଦୁଇଥର ଅତାବିରା ଆସନରୁ ନିର୍ବାଚିତ ହୋଇଥିଲେ । ନବୀନ ତାଙ୍କୁ ଥରଟିଏ ମନ୍ତ୍ରିମଣ୍ଡଳରେ ସ୍ଥାନ ଦେଇଥିଲେ । ୨୦୨୪ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ନିହାର ରଞ୍ଜନ ମହାନନ୍ଦଙ୍କଠାରୁ ସେ ୨୮,୯୧୦ ଖଣ୍ଡ ଭୋଟରେ ପରାସ୍ତ ହୋଇଥିଲେ । ଏବେ ଦ୍ୱିତୀୟ ଥର ପାଇଁ ସେ ରାଜ୍ୟ ମହିଳା ବିଜେଡିର ସଭାନେତ୍ରୀ ଦାୟିତ୍ୱ ତୁଲାଉଛନ୍ତି ।

ପ୍ରାର୍ଥୀ ଘୋଷଣା ପରେ ଶ୍ରୀମତୀ ଛୁରିଆ ନୂଆପଡ଼ାବାସୀଙ୍କୁ ପ୍ରଣାମ କରିବା ସହ ଶେଷ ରକ୍ତ ବିନ୍ଦୁ ପର୍ଯ୍ୟନ୍ତ ଅଞ୍ଚଳବାସୀଙ୍କ ପାଇଁ ଲଢ଼େଇ କରିବାକୁ ଘୋଷଣା କରିଛନ୍ତି ।

Previous Post

କିମସରେ ଅତି ବିରଳ ସ୍ନାୟୁ ରୋଗ ‘ନୋଡୋପାଥି’ର ସଫଳ ଚିକିତ୍ସା

Next Post

ବିଜେଡି ହାରୁ ନେତାଙ୍କୁ ଜାବୁଡ଼ା!

Next Post
ବିଜେଡି ହାରୁ ନେତାଙ୍କୁ ଜାବୁଡ଼ା!

ବିଜେଡି ହାରୁ ନେତାଙ୍କୁ ଜାବୁଡ଼ା!

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19162 shares
    Share 7665 Tweet 4791
  • ନବୀନ..ନବୀନ, ମୋହନ..ମୋହନ

    16599 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA